ବିଦେଶରୁ ଘରକୁ ଆସୁଛି ଅଧିକ ଅର୍ଥ

କେନ୍ଦ୍ରାପଡା ଅଫିସ, ୨୧ା୧୦:ଆନ୍ତର୍ଜାତିକ ମୁଦ୍ରା ବିନିମୟ କ୍ଷେତ୍ରରେ ଟଙ୍କାର ଅବମୂଲ୍ୟାୟନ ବଢ଼ି ଚାଲିଛି। ଏହା ଭାରତୀୟ ଅର୍ଥନୀତି ଉପରେ ପ୍ରଭାବ ପକାଉଛି ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଅପରପକ୍ଷରେ ଟଙ୍କାର ଏହି ଅବମୂଲ୍ୟାୟନ କେନ୍ଦ୍ରାପଡ଼ା ଜିଲାର ପ୍ରବାସୀ ଶ୍ରମିକଙ୍କ ପାଇଁ ଖୁସି ଆଣି ଦେଇଛି। ଏକ ବେସରକାରୀ ଆକଳନ ଅନୁଯାୟୀ, ଜିଲାର ୭୦ ହଜାରରୁ ଅଧିକ ଲୋକ ବିଦେଶରେ କାର୍ଯ୍ୟରତ ଅଛନ୍ତି। ବିଶେଷକରି ସାଉଦିଆରବ, ୟୁଏଇ, ଇରାନ, ଇରାକ, କୁଏତ, ବାହାରିନ, ଆମେରିକା ଆଦି ଦେଶରେ କେନ୍ଦ୍ରାପଡ଼ା ଜିଲାର ବହୁ ଲୋକ ଶ୍ରମିକ ଭାବେ କାମ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ପାଣି ପାଇପ୍‌ ମିସ୍ତ୍ରି ଭାବେ କାର୍ଯ୍ୟ କରୁଛନ୍ତି। ଡଲାର, ଦିରହାମ, ଦିନାର, ରିଅଲ ଆଦି ବୈଦେଶିକ ମୁଦ୍ରା ତୁଳନାରେ ଟଙ୍କା ମୂଲ୍ୟ କମିଥିବାରୁ ସେଠାରୁ ଆସୁଥିବା ଅର୍ଥ ଭାରତୀୟ ମୁଦ୍ରାରେ ଅଧିକ ମିଳୁଛି। ଫଳରେ ପରିବାର ଲୋକ ଖୁସି ବ୍ୟକ୍ତି କରିଛନ୍ତି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇର ହାଡ଼ିବନ୍ଧୁ ନାୟକ କୁହନ୍ତି, ପୁଅ ବିଜୟ ଦୁବାଇରେ ପାଣି ମିସ୍ତ୍ରି ଭାବେ କାର୍ଯ୍ୟ କରେ। ଏବେ ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ଯୋଗୁ ପୁଅ ଘରକୁ ପଠାଉଥିବା ଟଙ୍କା ପୂର୍ବ ଅପେକ୍ଷା ଅଧିକ ମିଳୁଛି। ସେହିପରି ୟୁଏଇରେ ପାଣି ପାଇପ୍‌ କାର୍ଯ୍ୟ କରୁଥିବା ଆଳିର ବସନ୍ତ ପ୍ରଧାନ କୁହନ୍ତି, ଗତବର୍ଷ ୟୁଏଇର ଗୋଟିଏ ମୁଦ୍ରା (ଦିରହାମ) ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୨୦.୧୪ ଟଙ୍କା ଥିଲା। ଏବେ ଏହା ୨୨.୫୪ ପଇସାରେ ପହଞ୍ଚତ୍ଛି। କେବଳ ଦିନାର ନୁହେଁ, ଗତବର୍ଷ ୧ ଡଲାରର ବିନିମୟ ମୂଲ୍ୟ ୭୫.୩୧ ଟଙ୍କା ଥିବାବେଳେ ଏବେ ୮୩ ଟଙ୍କା ଛୁଇଁଛି। ସେହିପରି ଗୋଟିଏ ବର୍ଷ ମଧ୍ୟରେ କୁଏତ୍‌ର ୧ ଦିନାରର ମୂଲ୍ୟ ୨୪୬ରୁ ୨୫୪ ଟଙ୍କା, ସାଉଦି ଆରବର ୧ ରିଏଲର ମୂଲ୍ୟ ଭାରତୀୟ ମୁଦ୍ରାରେ ୧୯.୭୧ ଟଙ୍କାରୁ ୨୨ ଟଙ୍କା ହୋଇଛି। ଏହାଦ୍ୱାରା ଘରର ଆବଶ୍ୟକତାକୁ ସହଜରେ ପୂରଣ କରିହେଉଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାର ଅର୍ଥନୀତିରେ ଅଦ୍ୟାବଧି ଶିଳ୍ପ ଯୋଡି ହୋଇନି। ଏଠାରେ ଖଣି ମଧ୍ୟ ନାହିଁ। ପର୍ଯ୍ୟଟନ ଶିଳ୍ପର ପ୍ରଚାର ପ୍ରସାର ସହ ଭିତ୍ତିଭୂମି ନ ଥିବାରୁ ପର୍ଯ୍ୟଟକ ଆସୁନାହାନ୍ତି। କୃଷି ପାଇଁ ପ୍ରାକୃତିକ ବିପର୍ଯ୍ୟୟ ଓ ଜଳ ପରିଚାଳନା (ସେଚନ ଓ ନିଷ୍କାସନ) ବିପଦ ହୋଇଥିବାରୁ ଯୁବବର୍ଗ କର୍ମ ଅନ୍ବେଷଣରେ ପ୍ରବାସକୁ ଯିବାକୁ ବାଧ୍ୟ ହେଉଛନ୍ତି। ପାଣି ପାଇପ୍‌ ମିସ୍ତ୍ରି (ପ୍ଲମ୍ବିଂ) କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲା ଆଗୁଆ ଥିବାରୁ ଏଠାରେ ବହୁ କୁଶଳୀ ଯୁବବର୍ଗ ଦେଶ ବିଦେଶରେ କାର୍ଯ୍ୟରତ ଅଛନ୍ତି। ଅପରପକ୍ଷରେ ଟଙ୍କାର ଅବମୂଲ୍ୟାୟନ ଦେଶର ଅର୍ଥନୀତି ଉପରେ କୁପ୍ରଭାବ ପକାଉଛି ବୋଲି ସେ ଚିନ୍ତାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri