Posted inUncategorized

ଘୋଷଣା ଅଧିକ, ଖର୍ଚ୍ଚ କମ୍‌

ବଲାଙ୍ଗୀର ଅଫିସ, ୮ା୯: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଚରମ ଅବହେଳାର ପ୍ରକଳ୍ପ ହୋଇଯାଇଛି। ଏହି ପ୍ରକଳ୍ପ ପାଇଁ ଯେତିକି ଟଙ୍କା ବଜେଟରେ ଘୋଷଣା କରାଯାଉଛି, ସେତିକି ଟଙ୍କା ଖର୍ଚ୍ଚ ହେଉନାହିଁ। ରେଳମନ୍ତ୍ରୀ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ ଇଞ୍ଚେ ଆଗକୁ ଗଡ଼ି ନାହିଁ। ବଲାଙ୍ଗୀରର ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ସୂଚନା ଅଧିକାର ଆଇନ ଜରିଆରେ ପାଇଥିବା ତଥ୍ୟକୁ ଏକ ଖବରଦାତା ସମ୍ମିଳନୀ କରି ସାର୍ବଜନୀନ କରିଛନ୍ତି।

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷ ବଜେଟରେ ୧୦୫୦ କୋଟି ଓ ୨୦୨୨-୨୩ ବଜେଟରେ ୮୯୧ କୋଟି ଟଙ୍କା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଘୋଷଣା କରିଥିଲେ। କିନ୍ତୁ ସୂଚନା ଅଧିକାର ଆଇନ ଯୋଗେ ରେଳ ବିଭାଗରୁ ମିଳିଥିବା ତଥ୍ୟରୁ ଜଣାପଡିଛି ଯେ, ୨୦୨୧-୨୨ ବର୍ଷରେ ମାତ୍ର ୨୯୫ କୋଟି ୪୨ ଲକ୍ଷ ୩୯ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଚଳିତ ଆର୍ଥିକ ବର୍ଷର ଜୁଲାଇ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି ମାତ୍ର ୪୯ କୋଟି ୭୯ ଲକ୍ଷ ୯୮ ହଜାର ଟଙ୍କା। ୨୦୨୧-୨୨ ଓ ୨୦୨୨-୨୩ ବଜେଟରେ ଘୋଷଣା କରାଯାଇଥିବା ସମୁଦାୟ ୧୯୪୧ କୋଟିର ଲୋଭନୀୟ ଅର୍ଥରାଶି ବିଗତ ୨୦ ବର୍ଷ ମଧ୍ୟରେ ଖର୍ଚ୍ଚ କରାଯାଇ ନାହିଁ। ଅର୍ଥାତ୍‌ ୨୦୦୩-୦୪ ଆର୍ଥିକ ବର୍ଷରୁ ୨୦୨୨-୨୩ ଜୁଲାଇ ପର୍ଯ୍ୟନ୍ତ ରେଳପଥ ନିର୍ମାଣ କାର୍ଯ୍ୟରେ ଖର୍ଚ୍ଚ କରାଯାଇଛି ମାତ୍ର ୧୬୭୩ କୋଟି ୯୭ ଲକ୍ଷ ଟଙ୍କା। ଏହି ତଥ୍ୟକୁ ଅନୁଶୀଳନ କଲେ ଲୋଭନୀୟ ବଜେଟ ବ୍ୟୟ ଅଟକଳ ଘୋଷଣାଗୁଡିକ ଜନତାଙ୍କୁ ବିଭ୍ରାନ୍ତ କରିବା ପାଇଁ କରାଯାଉଛି। ସେହିପରି ରାଜ୍ୟ ସରକାର ୨୦୧୬-୧୭ରୁ ଏପର୍ଯ୍ୟନ୍ତ ୭ ବର୍ଷରେ ଏହି ରେଳପଥ ପାଇଁ ମାତ୍ର ୩୦୩ କୋଟି ୬୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।
ଜମି ଅଧିଗ୍ରହଣକୁ ନେଇ ମଧ୍ୟ ସମଦଶା ହୋଇଛି। ଏହି ରେଳପଥ ପାଇଁ ତିନି କିସମର ଜମି ସରକାରୀ, ବେସରକାରୀ ଓ ଜଙ୍ଗଲ ଜମି ଅଧିଗ୍ରହଣ କରାଯାଉଛି। ରେଳପଥ ମଞ୍ଜୁରୀ ପାଇବା ଇତିମଧ୍ୟରେ ୩୦ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ତିନି କିସମ ଜମିକୁ ଏପର୍ଯ୍ୟନ୍ତ ଶହେ ପ୍ରତିଶତ ଅଧିଗ୍ରହଣ କରାଯାଇ ନାହିଁ। ୧୮୪୪.୪୦ ଏକର ଜଙ୍ଗଲ ଜମିରୁ ୧୬୭୪.୩୭ ଏକର ଜମିକୁ ଷ୍ଟେଜ ୨ ଅନୁମତି ମିଳିନାହିଁ। ମାତ୍ର ୧୭୦.୦୩ ଏକର ଜଙ୍ଗଲ ଜମିକୁ ଷ୍ଟେଜ୍‌ ୨ ଅନୁମତି ମିଳିଥିବା ବେଳେ ୨୦୫.୦୪ ଏକର ଜମିକୁ ଷ୍ଟେଜ ୧ ଅନୁମତି ମିଳିଛି। ବିଛୁପାଲିରୁ ପରବର୍ତ୍ତୀ ଷ୍ଟପେଜ ଝାରତରଭାକୁ ଆସନ୍ତା ଅକ୍ଟୋବରରେ ପରୀକ୍ଷାମୂଳକ ଭାବେ ରେଳ ଚଳାଚଳ କରିବ ବୋଲି ତଥ୍ୟରେ କୁହାଯାଇଛି। ବିଛୁପାଲିରୁ ଝାରତରଭାର ଦୂରତା ମାତ୍ର ୧୦ କିମି। ଏହା ୨୦୨୧ରେ କାର୍ଯ୍ୟକ୍ଷମ ହେବ ବୋଲି ପୂର୍ବରୁ ସ୍ଥିର କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଛୁପାଲି ପର୍ଯ୍ୟନ୍ତ ରେଳ ଚଳାଚଳକୁ ୨୦୧୯ ଜାନୁୟାରୀ ୧୫ ଦିନ ଲୋକାର୍ପଣ କରି ରେଳପଥର ନିର୍ମାଣ କାମ ତ୍ୱରାନ୍ବିତ କରାଯିବ ବୋଲି କହିଥିଲେ। ହେଲେ ମାତ୍ର ୧୦ କିମି ଦୂରତା ମଧ୍ୟ ଧାର୍ଯ୍ୟ ସମୟରେ ସମ୍ପୂର୍ଣ୍ଣ ହେଲାନାହିଁ। ପ୍ରକଳ୍ପ ସମୁଦାୟ ଖର୍ଚ୍ଚ ଅଟକଳ ୩୭୯୧ କୋଟି ୬୬ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରେଳପଥରେ ୧୬୭୩ କୋଟି ୯୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସୂଚନା କର୍ମୀ ପଣ୍ଡା କହିଥିଲେ। କଳାହାଣ୍ଡି ଜିଲାର ନର୍ଲାଠାରେ ପ୍ରସ୍ତାବିତ ଲୋକୋ ପିରିଓଡିକାଲ ଓଭରହଲିଙ୍ଗ କାରଖାନା ପାଇଁ ଗତ ବଜେଟରେ ୨ କୋଟି ଟଙ୍କା ଘୋଷଣା କରାଯାଇଥିଲା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୩୧ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ପଶ୍ଚିମ ଓଡ଼ିଶା ପ୍ରତି ରେଳ ବିଭାଗର ଚରମ ଉଦାସୀନତା ବଳବତ୍ତର ରହିଛି ବୋଲି ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୪ ନଦୀରେ ପାଣି ନାହିଁ

ନୂଆଦିଲ୍ଲୀ,୮ା୪:ଦକ୍ଷିଣ ଓଡ଼ିଶାରେ ପ୍ରବାହିତ ୪ଟି ନଦୀ ଏବେ ଶୁଖିଲା ପଡ଼ିଥିବା କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଙ୍କ ତଥ୍ୟରୁ ଜଣାପଡ଼ିଛି। ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ତାପମାତ୍ରା ଅସହ୍ୟ...

ଚଳିତ ଆର୍ଥିକବର୍ଷର କାରବାର ଶେଷ, ସେନ୍‌ସେକ୍ସ ୭୪,୦୦୦ ନିକଟବର୍ତ୍ତୀ

ନୂଆଦିଲ୍ଲୀ,୨୯।୩: ଚଳିତ ଆର୍ଥିକ ବର୍ଷର ଅବଧି ଶେଷ ପୂର୍ବରୁ ଘରୋଇ ଶେୟାର ବଜାରର କାରବାର ଗୁରୁବାର ଶେଷ ହୋଇଛି। ବିଶେଷକରି ୨୦୨୩-୨୪ ଆର୍ଥିକ ବର୍ଷ (...

କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ...

୨୦ ଲକ୍ଷ ଟଙ୍କା ହଡ଼ପ କରିନେଲେ ବିଇଓ

ଦାରିଙ୍ଗବାଡି,୨୦।୩(ଅରୁଣ ସାହୁ): ଶିକ୍ଷକ ନ୍ୟାଶନାଲ ପେନସନ ସିଷ୍ଟମର ୨୦ ଲକ୍ଷ ହଡପ କରି ବିଇଓ ରସାନନ୍ଦ କର ଏବେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଦାରିଙ୍ଗବାଡି...

ନିଜେ ନିଜର ମଜା ଉଡାଇଲେ ଅଶ୍ୱିନ, କହିଲେ-ଏତେ ବର୍ଷ ପରେ ବି ସୁଧାର ନାହିଁ…

ନୂଆଦିଲ୍ଲୀ,୧୩।୩: ନିକଟରେ ଭାରତୀୟ ଟିମ୍‌ର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ୫୦୦ ଉଇକେଟ ପୂରଣ ସହ ୧୦୦ତମ ଟେଷ୍ଟ ଖେଳିବାର ଗୌରବ ହାସଲ କରିଛନ୍ତି।...

ଧର୍ମଶାଳାରେ ଡେବ୍ୟୁ କରିବେ ୮ ଖେଳାଳି 

ନୂଆଦିଲ୍ଲୀ,୫।୩: ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମରେ ମାର୍ଚ୍ଚ ୭ରୁ ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ଖେଲାଯିବ। ଏହି ମ୍ୟାଚ୍‌ରେ ବିଜେତା...

ପଓ୍ବନ୍‌ ସିଂଙ୍କ ପରେ ନିର୍ବାଚନରୁ ଓହରିଲେ ଉପେନ୍ଦ୍ର ସିଂ ରାଓ୍ବତ୍‌

ନୂଆଦିଲ୍ଲୀ,୪।୩ : ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଭାଜପା ୧୯୫ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବାର ଦୁଇଦିନ ମଧ୍ୟରେ ୨ ଜଣ ପ୍ରାର୍ଥୀ ନିର୍ବାଚନ...

ଭାଜପା-ବିଜେଡି ବାହାଘର

ଛେଣ୍ଡିପଦା,୩।୩ (ଅଜିତ ଧଳ): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳାସ୍ଥିତ ମା’ ରାମଚଣ୍ଡୀଙ୍କ ପୀଠ ସମ୍ମୁଖରେ ବ୍ଲକ କଂଗ୍ରେସ ପକ୍ଷରୁ ଶନିବାର ଭାଜପା ଓ ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri