କେତେ ଶୁଭ କଳାଜାଇ…

କଳାଜାଇକୁ ଅନେକେ ବ୍ୟୁଟି ସ୍ପଟ୍‌ ବୋଲି କହିଥାନ୍ତି। କିନ୍ତୁ ବିଶ୍ୱାସ ରହିଛି, ଏହା ବି ଆମକୁ ଶୁଭ, ଅଶୁଭର ସୂଚନା ଦେଇଥାଏ। ଯେମିତିକି ନାକରେ ଥିବା କଳାଜାଇ ଭାଗ୍ୟଶାଳୀ ତଥା ସୁଖମୟ ଜୀବନ ବିତାଇବାର ସଙ୍କେତ ଦେଇଥାଏ। ସେହିପରି ଯେଉଁ ବ୍ୟକ୍ତିଙ୍କର ତାଳୁରେ କଳାଜାଇ ଥାଏ, ସିଏ ଐଶ୍ୱର୍ଯ୍ୟବାନ୍‌ ହେବା ସହିତ ଜୀବନରେ ଖୁବ୍‌ ଲୋକପ୍ରିୟତା ହାସଲ କରିବେ ବୋଲି ସୂଚନା ମିଳିଥାଏ। କିନ୍ତୁ ତାଳୁକୁ ଛାଡ଼ି ମୁଣ୍ଡର ଅନ୍ୟ କେଉଁ ସ୍ଥାନ ଯେପରିକି ପଛପଟ ଅଥବା ମଥାର ଡାହାଣ ପଟେ କଳାଜାଇ ରହିବା ସେତେଟା ଶୁଭଫଳ ଦେଇ ନଥାଏ। ଅନ୍ୟପକ୍ଷେ କାନ ଉପରେ କଳାଜାଇ ରହିବା ବୁଦ୍ଧିମାନ ତଥା ଚତୁରତାର ସଙ୍କେତ ଦେଇଥାଏ। ଯେଉଁମାନଙ୍କର ଏମିତି କଳାଜାଇ ଥାଏ ସେମାନେ ନିଜ ବୁଦ୍ଧି ବଳରେ ବହୁତ ଟଙ୍କା ଅର୍ଜନ କରିଥାନ୍ତି ବୋଲି ବିଶ୍ୱାସ କରାଯାଏ। ହେଲେ ସ୍ବଭାବରେ ଏମାନେ ଖୁବ୍‌ ଖର୍ଚ୍ଚୀ ବି ହୋଇଥାନ୍ତି। ବାମପଟ ଗାଲରେ କଳାଜାଇ ରହିବା ସେମିତି କିଛି ଶୁଭ ଫଳ ଦେଇ ନଥାଏ। ହେଲେ ଡାହାଣ ଗାଲରେ କିମ୍ବା ମଝି ଭାଗରେ କଳାଜାଇ ରହିଥିବା ବ୍ୟକ୍ତିମାନେ ଖୁବ୍‌ ଭାଗ୍ୟଶାଳୀ ହୋଇଥାନ୍ତି ବୋଲି କୁହାଯାଏ। ସେହିପରି ଡାହାଣ ପଟ ପତା ଉପରେ କଳାଜାଇ ରହିବା ଧାର୍ମିକ ସ୍ବଭାବକୁ ସୂଚାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ସ୍ବାସ୍ଥ୍ୟ, ସୁନ୍ଦର ତ୍ୱଚା ପାଇଁ ଆଲୋଭେରା

ଆଲୋଭେରା ଶରୀର ସୁସ୍ଥ ରଖିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଆଲୋଭେରାକୁ ଆୟୁର୍ବେଦ ଭାଷାରେ ଘି କୁଆଁରୀ କୁହାଯାଏ। ଆଲୋଭେରା ବ୍ୟବହାର କଲେ...

ଖରାପ ସମୟ ଚାଲିଛି କି? ଚାଣକ୍ୟଙ୍କ ଏହି ୩ କଥାକୁ ରଖନ୍ତୁ ଧ୍ୟାନ, ଜିତିବେ ବାଜି…

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା...

କ୍ଷଣକ ମଧ୍ୟରେ ହାର୍ଟରୋଗୀଙ୍କୁ ସୁସ୍ଥ କରେ ଶୁଖିଲା ଲଙ୍କା

ଶୁଖିଲା ଲଙ୍କା ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଥାଏ। ଏହା ଖାଲି ମସଲା ଭାବେ ବ୍ୟବହାର କରାଯାଏ ତା’ ନୁହେଁ। ସ୍ବାସ୍ଥ୍ୟ ପାଇଁ ମଧ୍ୟ ବହୁ...

ଅଜୀର୍ଣ୍ଣ ସମସ୍ୟା

ନିଜକୁ ସୁସ୍ଥ ରଖିବା ଲାଗି ଆମେ ସୁଷମ ତଥା ଭିଟାମିନ୍‌ଯୁକ୍ତ ଖାଦ୍ୟ ଖାଇବା ଦରକାର। ଗରିଷ୍ଠ ତଥା ଅପାଚ୍ୟ ଖାଦ୍ୟ ଖାଇବା ସହ ପାଣି ପିଇବାରେ...

ସ୍ମରଣ ଶକ୍ତି ବଢ଼ାଏ ନ୍ୟୁରନ୍‌

ସ୍ମରଣ ଶକ୍ତିରେ ତାରତମ୍ୟ ଦେଖାଦେଲେ ଆମେ ଜଟିଳ ପରିସ୍ଥିତିର ସାମ୍‌ନା କରିଥାଉ। ଏହା କିପରି ସକ୍ରିୟ ରହିବ ସେ ନେଇ ନ୍ୟୁରନ୍‌ ନାମକ ତତ୍ତ୍ୱର ଗୁରୁତ୍ୱପୂର୍ଣ୍ଣ...

ଉପକାରୀ ନିମ୍ବ ଜୁସ୍‌

ନିମ୍ବର ସ୍ବାଦ ପିତା। ହେଲେ ଏହି ଗଛର ବଳ୍କଳ ଏବଂ ପତ୍ର ଆମ ଶରୀର ପାଇଁ ବେଶ୍‌ ଉପକାରୀ। କେତେକ ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତ କରିବା...

କୁର୍ତ୍ତି ଜ୍ୟାକେଟ୍‌

ନୂଆ ଡିଜାଇନ ସହ ଭିନ୍ନ ଭିନ୍ନ ରଙ୍ଗର ଡ୍ରେସ୍‌ ପିନ୍ଧିବାକୁ ଝିଅମାନେ ବେଶି ପସନ୍ଦ କରନ୍ତି। ବଜାରରେ ଏବେ କୁର୍ତ୍ତି ଜ୍ୟାକେଟ୍‌ର ଚାହିଦା ଅଧିକ ରହିଛି...

ବନ୍ଧୁ ଚୟନ ସମୟରେ ଏସବୁ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ, କରିବେ ନାହିଁ ପଶ୍ଚାତାପ

ଆଚାର୍ଯ୍ୟ ଚାଣକ୍ୟ ମଣିଷ ଜୀବନକୁ ପ୍ରଭାବିତ କରୁଥିବା ସମସ୍ତ ସମ୍ପର୍କକୁ ଗଭୀର ଭାବେ ଅଧ୍ୟୟନ କରିଥିଲେ। ସେ କୁହନ୍ତି, ବନ୍ଧୁତ୍ୱ ଏଭଳି ଏକ ସମ୍ପର୍କ ଯାହା...

Advertisement
Archives

Model This Week