Posted inଜାତୀୟ

ମୋରାଲ ପୋଲିସିଂକୁ ଅନୁମତି ନାହିଁ, ଧର୍ମପରିବର୍ତ୍ତନ କରି ବିବାହ କରିଥିବା ମହିଳାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ…

ଭୋପାଳ, ୩୦।୧ : ଦୁଇ ସାବାଳକ ନିଜ ପସନ୍ଦର ବିବାହ କରିପାରିବେ। ଏକ୍ଷେତ୍ରରେ ମୋରଲ ପୋଲିସିଂକୁ ଅନୁମତି ଦିଆଯିବ ନାହିଁ। ସେମାନଙ୍କ ଦାମ୍ପତ୍ୟ ଜୀନରେ କେହି ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସ୍ବେଚ୍ଛାକୃତ ଭାବରେ ଧର୍ମ ପରିବର୍ତ୍ତନ କରି ଜଣେ ମୁସଲମାନ ପୁରୁଷଙ୍କୁ ବିବାହ କରିଥିବା ଜଣେ ମହିଳାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ କୋର୍ଟ ଦେଇଛନ୍ତି। ମଧ୍ୟପ୍ରଦେଶ ହାଇକୋର୍ଟ ହାବେସ କର୍ପସ ନିଷ୍ପତ୍ତି ନେବାବେଳେ ବୟସ୍କ ବ୍ୟକ୍ତିଙ୍କ ବିବାହ କିମ୍ବା ଲିଭ-ଇନ ସମ୍ପର୍କ ମାଧ୍ୟମରେ ଏକାଠି ରହିବାର ସାମ୍ବିଧାନିକ ଅଧିକାରକୁ ସମର୍ଥନ କରିଥିଲେ।

ଜଷ୍ଟିସ ନନ୍ଦିତା ଦୁବେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଜଣେ ସ୍ବାମୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ବିଚାର କରି ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି। ସ୍ବାମୀ ତାଙ୍କ ପିଟିଶନରେ ଉଲ୍ଲେଖ କରିଥିଲେ ଯେ ତାଙ୍କ ସ୍ତ୍ରୀଙ୍କ ବାପାମାଆ ଜବରଦଖଲ କରି ସ୍ତ୍ରୀଙ୍କୁ ବନାରସକୁ ନେଇଯାଇଥିଲେ। ଆବେଦନକାରୀ ଦର୍ଶାଇଛନ୍ତି ଯେ ସେମାନେ ସହମତିରେ ବିବାହ କରିଛନ୍ତି ଏବଂ ସ୍ତ୍ରୀ ସ୍ବେଚ୍ଛାକୃତ ଭାବରେ ଇସଲାମ ଧର୍ମ ଗ୍ରହଣ କରିଛନ୍ତି।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ତ୍ରୀ କୋର୍ଟଙ୍କୁ ସୂଚନା ଦେଇଥିଲେ ଯେ ସେ ୧୯ ବର୍ଷ ବୟସ୍କା ଏବଂ ସ୍ବେଚ୍ଛାକୃତ ଭାବରେ ଆବେଦନକାରୀଙ୍କୁ ବିବାହ କରିବା ସହିତ ଇସଲାମ ଧର୍ମ ଗ୍ରହଣ କରିଥିଲେ। ସେ ଏହା ସ୍ପଷ୍ଟ କରିଛନ୍ତି ଯେ ଧର୍ମ ପରିବର୍ତ୍ତନ ପାଇଁ ତାଙ୍କୁ ବାଧ୍ୟ କରାଯାଇ ନାହିଁ। ସେ ନିଜ ଇଚ୍ଛା ଅନୁସାରେ ଏହା କରିଛନ୍ତି। ସେ କହିଛନ୍ତି ତାଙ୍କ ମାତାପିତା ଏବଂ ବୁଢ଼ୀ ମା ବୁଢ଼ା ବାପା ତାଙ୍କୁ ବନାରସକୁ ନେଇଯାଇଥିଲେ। ଯେଉଁଠାରେ ତାଙ୍କୁ ମାଡ ଦିଆଯାଇଥିଲା ଏବଂ ଆବେଦନକାରୀ ତାଙ୍କ ସ୍ବାମୀଙ୍କ ବିରୋଧରେ ବିବୃତ୍ତି ଦେବାକୁ ବାରମ୍ବାର ଧମକ ଦିଆଯାଇଥିଲା।

ସେ ସ୍ବେଚ୍ଛାକୃତ ଭାବରେ ବିବାହ କରିଥିବାରୁ ଆବେଦନକାରୀଙ୍କ ସହ ଯିବାକୁ ଚାହୁଁଛନ୍ତି ବୋଲି ଖଣ୍ଡପୀଠଙ୍କ ସମ୍ମୁଖରେ ସ୍ବୀକାର କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ଆଇନଜୀବୀ ଯୁକ୍ତି ଦର୍ଶାଇ ଥିଲେ, ମଧ୍ୟପ୍ରଦେଶ ଧମ ସ୍ବତନ୍ତ୍ରତା ଅଧିନିୟମ ୨୦୨୧ ଅନୁଯାୟୀ ଏହି ବିବାହ ଅମାନ୍ୟ ଅଟେ। ଆଇନର ଧାରା ୩ ଅନୁଯାୟୀ, କୌଣସି ବ୍ୟକ୍ତି ବିବାହ ଉଦ୍ଦେଶ୍ୟରେ ପରିବର୍ତ୍ତନ କରି ପାରିବେ ନାହିଁ। ଏହି ପ୍ରାବଧାନର ଉଲ୍ଲଂଘନ କ୍ଷେତ୍ରରେ ଯେ କୌଣସି ଧର୍ମପରିବର୍ତ୍ତନକୁ ଅମାନ୍ୟ ବୋଲି ଧରାଯିବ। ତେଣୁ ଧାରା ୩ ଏବଂ ଅଧିନିୟମର ୬ ଦ୍ୱାରା ଏହି ବିବାହ ଅମାନ୍ୟ। ଏହାର ବିଚାର କରି ଖଣ୍ଡପୀଠ କହିଛନ୍ତି ଯେ ସେ ଯାହା ହେଉନା କାହିଁକି, ଉଭୟ ଆବେଦନକାରୀ ଏବଂ କର୍ପସ ବୟସ୍କ ଅଟନ୍ତି। ଯେଉଁ କ୍ଷେତ୍ରରେ ଦୁଇଜଣ ବୟସ୍କ ବ୍ୟକ୍ତି ଏକାଠି ରହିବାକୁ ଇଚ୍ଛୁକ, ସେଠାରେ କୌଣସି ମୋରାଲ ପୋଲିସିଂକୁ ଅନୁମତି ଦିଆଯାଇପାରିବ ନାହିଁ। ବିବାହ କିମ୍ବା ଲିଭ-ଇନ ସମ୍ପର୍କ କ୍ଷେତ୍ରରେ ଏହା ପ୍ରଯୁର୍ଯ୍ୟ।

କର୍ପସ କୋର୍ଟରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ ଆବେଦନକାରୀଙ୍କ ସହିତ ବିବାହ କରିଛନ୍ତି ଏବଂ ତାଙ୍କ ସହିତ ଜୀବନ ବିତାଇବାକୁ ଚାହାଁନ୍ତି। କର୍ପସ ଜଣେ ସାବାଳିକା। ତାଙ୍କର ବୟସ କୌଣସି ପକ୍ଷଙ୍କ ଦ୍ୱାରା ବିବାଦୀୟ ନୁହେଁ। ସମ୍ବିଧାନ ପ୍ରତ୍ୟେକ ବୟସ୍କ ନାଗରିକଙ୍କୁ ତାଙ୍କ ଇଚ୍ଛା ଅନୁଯାୟୀ ତାଙ୍କ ଜୀବନକୁ ଆଗେଇ ନେବାକୁ କ୍ଷମତା ଦିଅନ୍ତି। ଏଭଳି ପରିସ୍ଥିତିରେ, ରାଜ୍ୟ ପକ୍ଷରୁ ହାଜର ହୋଇଥିବା ଆଇନଜୀବୀଙ୍କ ଦ୍ୱାରା ଉପସ୍ଥାବିତ ହୋଇଥିବା ଆପତ୍ତି ଏବଂ କର୍ପସଙ୍କୁ ନାରୀ ନିକେତନକୁ ପଠାଇବା ପାଇଁ ହୋଇଥିବା ଆବେଦନକୁ ଖାରଜ କରାଯାଉଥିବା ଖଣ୍ଡପୀଠ କହିଛନ୍ତି।

ଏହି ଦମ୍ପତି ନିରାପଦରେ ସେମାନଙ୍କ ଘରେ ପହଞ୍ଚିଥିବା ସୁନିଶ୍ଚିତ କରିବା ଲାଗି କୋର୍ଟ ରାଜ୍ୟ ସରକାର ତଥା ପୋଲିସ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭବିଷ୍ୟତରେ କର୍ପସଙ୍କ ପିତାମାତା ମଧ୍ୟ ଏହି ଦମ୍ପତିଙ୍କୁ ଧମକ ନଦେବା ପାଇଁ ସୂଚିତ କରିବା ଲାଗି ପୋଲିସ ଅଧିକାରୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ଧୋକା ଦେଲେ ସରକାର! ପୁଣି ବଡ଼ ଆନ୍ଦୋଳନ ଘୋଷଣା କଲା CJP: ଏଇଠୁ ହେବ ଆରମ୍ଭ

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ରାଷ୍ଟ୍ରବ୍ୟାପୀ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଦଳ ଭାରତ ସରକାରଙ୍କ ଉପରେ…

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

‘ମୁଁ ରାଜନୀତିରୁ ସନ୍ନ୍ୟାସ…’, TMCରେ ବିଦ୍ରୋହ ମଧ୍ୟରେ ମମତା ବାନାର୍ଜୀଙ୍କ ବଡ଼ ଘୋଷଣାକୁ ନେଇ ହଇଚଇ

ନୂଆଦିଲ୍ଲୀ,୨୪।୮: TMC ମୁଖ୍ୟ ମମତା ବାନାର୍ଜୀ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବାର…

Viral Video! ସେଲଫି ନେବା ବେଳେ ମଞ୍ଚ ଉପରେ ରାହୁଲଙ୍କୁ କିସ୍ କରିଦେଲେ ଯୁବତୀ, ଆଉ ତାପରେ…

ମୁମ୍ବାଇ,୨୪।୮: ମହାରାଷ୍ଟ୍ରର ପୁଣେରେ କଂଗ୍ରେସ ଏମପି ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ସରକାର ବିରୋଧରେ CJPର ବଡ଼ ଘୋଷଣା: ୫ ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ନୂଆଦିଲ୍ଲୀରେ ବିରୋଧ ମାର୍ଚ୍ଚ କରିବାକୁ ଘୋଷଣା କରିଛି। ଦଳର ଅଭିଯୋଗ ଅନୁସାରେ, କେନ୍ଦ୍ର ସରକାର ୨୫ ଜୁଲାଇରେ ଦେଶର ଯୁବପିଢ଼ିଙ୍କୁ…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri