Posted inଖେଳ

ମଣ୍ଟେନିଗ୍ରୋ ବକ୍ସିଂ: ଭାରତୀୟ ମହିଳା ଦଳ ଶୀର୍ଷରେ

ନୂଆଦିଲ୍ଲୀ, ୨୩ା୨ (ପି.ଟି.)-ମଣ୍ଟେନିଗ୍ରୋର ବଡ୍‌ଭାଠାରେ ଚାଲିଥିବା ୩୦ତମ ଆଡ୍ରିଆଟିକ୍‌ ପର୍ଲ ଟୁର୍ନାମେଣ୍ଟରେ ଭାରତୀୟ ମହିଳା ବକ୍ସରମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ବେବିରୋଜିସାନା ଚାନୁ (୫୧କେଜି) ଏବଂ ଅରୁନ୍ଧତୀ ଚୌଧାରୀ (୬୯କେଜି) ଦେଶ ପାଇଁ ଆଉ ଦୁଇଟି ସ୍ବର୍ଣ୍ଣ ଜିତିଛନ୍ତି। ଲକି ରାଣା ୬୪ କେଜି ଶ୍ରେଣୀରେ ଏକ ରୌପ୍ୟ ପଦକ ହାସଲ କରିଛନ୍ତି। ଫଳରେ ଭାରତୀୟ ମହିଳା ଦଳ ମୋଟ ୧୦ ପଦକ (୫ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୨ ବ୍ରୋଞ୍ଜ) ସହ ଓଭରଅଲ ପ୍ରଥମ ସ୍ଥାନ ଅଧିକାର କରିଛି। ଉଜ୍‌ବେକିସ୍ତାନ (୨ ସ୍ବର୍ଣ୍ଣ) ଓ ଚେକ୍‌ ରିପବ୍ଲିକ (୧ ସ୍ବର୍ଣ୍ଣ) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ହୋଇଛନ୍ତି। ରବିବାର ୩ଥର ଖେଲୋ ଇଣ୍ଡିଆ ସ୍ବର୍ଣ୍ଣ ବିଜୟିନୀ ଅରୁନ୍ଧତୀ ୟୁକ୍ରେନ୍‌ର ମାର଼୍ୟାନା ଷ୍ଟୋଇକୋଙ୍କ ବିପକ୍ଷ ମୁକାବିଲାକୁ ୫-୦ରେ ଜିତି ନେଇଥିଲେ। ଇମ୍ଫାଲସ୍ଥିତ ଏମ୍‌ସି ମେରୀକମ୍‌ ଏକାଡେମୀରେ ଟ୍ରେନିଂ ନେଉଥିବା ଚାନୁ ଏବଂ ଏସିଆନ ଜୁନିୟର ଚାମ୍ପିୟନ ଉଜ୍‌ବେକିସ୍ତାନର ସାବିନା ବୋବୋକୁଲୋଭାଙ୍କ ମଧ୍ୟରେ ଫାଇନାଲ ମୁକାବିଲା ବେଶ୍‌ ସଂଘର୍ଷପୂର୍ଣ୍ଣ ଥିଲା। ଭାରତୀୟ ବକ୍ସର ଏହି ବାଉଟ୍‌ ୩-୨ରେ ବିଜୟୀ ହୋଇଥିଲେ। କିନ୍ତୁ ଲକି ଫିନ୍‌ଲାଣ୍ଡ ବକ୍ସର ଲିଆ ପୁକିଲାଙ୍କଠାରୁ ୫-୦ରେ ପରାଜିତ ହୋଇ ଏକ ରୌପ୍ୟ ପାଇଥିଲେ। ଏହି ଟୁର୍ନାମେଣ୍ଟରେ ପୂର୍ବରୁ ଅନ୍ୟ ଭାରତୀୟ ମହିଳା ବକ୍ସର ଅଲ୍‌ଫିୟା ପଠାନ (୮୧କେଜି+), ବିନ୍‌କା (୬୦କେଜି) ଏବଂ ଟି. ସାନାମାଚା ଚାନୁ(୭୫କେଜି)ପ୍ରମୁଖ ସେମାନଙ୍କ କାଟେଗୋରିରେ ସ୍ବର୍ଣ୍ଣ ଜିତି ସାରିଥିଲେ। ଚମତ୍କାର ପ୍ରଦର୍ଶନ ପାଇଁ ବିନ୍‌କା ଟୁର୍ନାମେଣ୍ଟର ଶ୍ରେଷ୍ଠ ମହିଳା ବକ୍ସର ବିବେଚିତ ହୋଇଥିଲେ। ଅନ୍ୟପକ୍ଷରେ ପୁରୁଷ ବିଭାଗରେ ଭାରତୀୟ ବକ୍ସରମାନେ ୨ ପଦକ ଜିତିଛନ୍ତି। ଫଳରେ ଓଭର ଅଲ୍‌ ଷ୍ଟାଣ୍ଡିଂରେ ମୋଟ ୧୨ ପଦକ ଲାଭ କରି ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଉଜ୍‌ବେକିସ୍ତାନ ଓ ୟୁକ୍ରେନ ଯଥାକ୍ରମେ ପ୍ରଥମ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri