ସୋମବାର ମୌସୁମୀ ଅଧିବେଶନ: କରୋନା ପାଇଁ ସର୍ବଦଳୀୟ ବୈଠକ ମନା

ନୂଆଦିଲ୍ଲୀ, ୧୩।୯: ସୋମବାର ଲୋକ ସଭା ଏବଂ ରାଜ୍ୟ ସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ପ୍ରତି ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକର ଆୟୋଜନ କରାଯାଇଥାଏ। ତେବେ ଚଳିତ ଥର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ବାତିଲ କରାଯାଇଛି। ରାଜ୍ୟ ସଭାର ପୂର୍ବାହ୍ନ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଏହାପରେ ଲୋକ ସଭା ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଚଳିତ ଥର ଶାସକ ଦଳ ଏବଂ ବିରୋଧୀ ବ୍ୟତିତ ଅନ୍ୟ କାହାକୁ ବସିବାର ସୁଯୋଗ ଦିଆଯିବ ନାହିଁ। ମୌସୁମୀ ଅଧିବେଶନରେ ବିରୋଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଭାରତ-ଚାଇନା ସୀମା ସମସ୍ୟା, ଦେଶରେ କରୋନା ସ୍ଥିତି, ଅର୍ଥବ୍ୟବସ୍ଥା ସଙ୍କଟ, ଲକ୍‌ଡାଉନରେ ପ୍ରବାସୀ ଶ୍ରମିକଙ୍କ ଅବସ୍ଥା ଏବଂ ଫେସ୍‌ବୁକ୍‌ ପ୍ରସଙ୍ଗ ଆଦି ନେଇ ଘେରିବାର ଯଥେଷ୍ଟ ସମ୍ଭାବନା ରହିଛି। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଏସବୁ ପ୍ରସଙ୍ଗ ନେଇ ସରକାରଙ୍କୁ ଅସୁବିଧାରେ ପକାଇବାର ଅନୁମାନ କରାଯାଉଛି। ୨୩ ମାର୍ଚ୍ଚରେ ବଜେଟ ଅଧିବେଶନ ପରେ କେନ୍ଦ୍ର ସରକାର ୧୧ଟି ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛନ୍ତି। ଏହାକୁ ବିଲ୍‌ ଭାବେ ସଂସଦରେ ମଞ୍ଜୁରୀ କରାଇବା ସରକାରଙ୍କ ପ୍ରଥମ ଲକ୍ଷ୍ୟ ହେବ ବୋଲି କୁହାଯାଉଛି। ପୂର୍ବରୁ ୮ଟି ବିଲ୍‌ ଲୋକ ସଭା ଏବଂ ୩ଟି ବିଲ୍‌ ରାଜ୍ୟ ସଭାରେ ପଡ଼ି ରହିଛି। ଏସବୁ ବିଲ୍‌କୁ ମଞ୍ଜୁରୀ ଦେବା ଲାଗି ମଧ୍ୟ ସରକାର ଉଦ୍ୟମ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ସିଇପି ବାଣିଜ୍ୟ ଚୁକ୍ତିରେ ସାମିଲ ହେବନି ଭାରତ

ଶ୍ରୀନଗର,୫ା୧୧(ପି.ଟି.): ଚାଇନା ସମର୍ଥତ୍ତ ଆଞ୍ଚଳିକ ବିସ୍ତୃତ ଅର୍ଥନୈତିକ ଭାଗୀଦାରିତା (ଆର୍‌ସିଇପି) ବାଣିଜ୍ୟ ଚୁକ୍ତିନାମାରେ ସାମିଲ ନ ହେବାକୁ ଭାରତ ନିଷ୍ପତ୍ତି ନେଇଛି। ଚୁକ୍ତିନାମାର କେତେକ ସର୍ତ୍ତକୁ...

ଅନ୍ତର୍ଜାତୀୟ ଯୋଗ ଦିବସରେ ଯବାନଙ୍କ ସହ ଯୋଗ କଲା ଡଗ୍‌ ସ୍କ୍ବାଡ

ଶ୍ରୀନଗର,୨୧।୬: ଅନ୍ତର୍ଜାତୀୟ ଦିବସ ଅବସରରେ ସାରା ବିଶ୍ୱରେ ଯୋଗ ଦିବସ ପାଳନ କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଞ୍ଚିରେ ଜନସାଧାରଣଙ୍କ ସହ ଯୋଗ କରିଛନ୍ତି। ଯୋଗ...

ମୋଦି ମୋତେ କହିଥିଲେ ‘ସୁର୍ପଣଖା’, ମୁଁ ବି କରିବି ମାନହାନି ମୋକଦ୍ଦମା: ରେଣୁକା

ନୂଆଦିଲ୍ଲୀ,୨୪ ।୩: ମୋଦି ସରନେମକୁ ନେଇ ଆପତ୍ତିଜନକ ଟିପ୍ପଣି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କୋର୍ଟ ୨ ବର୍ଷର ସଜା ଶୁଣାଇବା ପରେ ପ୍ରାୟ...

କାମଚଳା ବାଚସ୍ପତି ଭାବେ ଶପଥ ନେଲେ ବୀରେନ୍ଦ୍ର କୁମାର

ନୂଆଦିଲ୍ଲୀ,୧୭।୬: ନୂଆ ଲୋକ ସଭାର କାମଚଳା ବାଚସ୍ପତି ଭାବେ ଭାଜପା ଏମ୍‌ପି ବୀରେନ୍ଦ୍ର କୁମାର ସୋମବାର ଶପଥ ନେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ...

କାର ବୋମା ସନ୍ଦେହରେ ମେହବୁବାଙ୍କ ସମ୍ମିଳନୀକୁ ମିଳିଲାନି ଅନୁମତି

ଶ୍ରୀନଗର,୧୨।୧୨: କାର ବୋମା ସନ୍ଦେହ ଏବଂ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀର ପ୍ରଶାସନ ରବିବାର ହେବାକୁ ଥିବା ପିଡିପିର ଯୁବ ସମ୍ମିଳନୀକୁ ଅନୁମତି ଦେଇନାହିଁ।...

୧୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୯।୧୧(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୫୯୨କୁ ବୃଦ୍ଧି ହୋଇଛି। ଏ ନେଇ...

ମଦ ପିଆଇ ୨ ଭଉଣୀଙ୍କୁ ଗଣବଳାତ୍କାର

ଇଟାଓ୍ବା,୧୩।୯: ଉତ୍ତରପ୍ରଦେଶର ଇଟାଓ୍ବା ଜିଲାରେ ୨ ଭଉଣୀଙ୍କୁ ଗଣବଳାତ୍କାର କରାଯାଇଛି। ୨ ଭଉଣୀଙ୍କୁ ୩ ଜଣ ଲୋକ ଅପହରଣ କରି ଗଣବଳାତ୍କାର କରିଥିବା ସୋମବାର ଅଭିଯୋଗ...

ଆମେ ହିନ୍ଦୀ ଭାଷାର ଗୋଲାମ ହେବୁ ନାହିଁ: ଷ୍ଟାଲିନ୍‌

ନୂଆଦିଲ୍ଲୀ,୬।୮: ହିନ୍ଦୀ ଭାଷାକୁ ନେଇ ପୁଣି ଥରେ ବିତର୍କ ଆରମ୍ଭ ହୋଇଛି। ହିନ୍ଦୀ ଭାଷାକୁ ଗ୍ରହଣ ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ‘ସାହସିକ...

Advertisement
Archives

Model This Week