Posted inଜାତୀୟ

ଦିଲ୍ଲୀ ଦଙ୍ଗା: ଚାର୍ଜଶିଟ୍‌ରେ ୟେଚୁରୀ-ଯୋଗେନ୍ଦ୍ର-ଜୟତୀଙ୍କ ନାମ

ନୂଆଦିଲ୍ଲୀ, ୧୩।୯: ଫେବୃୟାରୀ ୨୩ରୁ ୨୬ ମଧ୍ୟରେ ଉତ୍ତରପୂର୍ବ ଦିଲ୍ଲୀରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗାର ଚାର୍ଜଶିଟ୍‌ରେ ସିପିଏମ୍‌ ମହାସଚିବ ସୀତାରାମ ୟେଚୁରୀ, ସ୍ବରାଜ ଅଭିଯାନ ନେତା ଯୋଗେନ୍ଦ୍ର ଯାଦବ, ଅର୍ଥନୀତିଜ୍ଞ ଜୟତୀ ଘୋଷ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଅପୂର୍ବାନନ୍ଦଙ୍କ ନାମ ରହିଛି। ଚାର୍ଜଶିଟ୍‌ରେ ଫିଲ୍ମ ନିର୍ମାତା ରାହୁଲ ରାୟଙ୍କ ନାମ ସମେତ ଅନ୍ୟମାନଙ୍କ ନାମ ରହିଛି। ଅଭିଯୁକ୍ତମାନେ ଦଙ୍ଗାର ଷଡ଼ଯନ୍ତ୍ର ରଚିଥିବା ପୋଲିସ କହିଛି। ଏବେ ଏହାକୁ ନେଇ ରାଜନୀତି ବେଶ ସରଗରମ ହୋଇ ଉଠିଛି। ଭାଜପା ଜାଣିଶୁଣି ଏଭଳି କରିଥିବା ୟେଚୁରୀ କହିଛନ୍ତି। ଦିଲ୍ଲୀ ପୋଲିସକୁ କେନ୍ଦ୍ର ସରକାର ଆଦେଶ ଦେଇ ବିରୋଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଦଙ୍ଗାକୁ ଏକ ରାଜନୈତିକ ରୂପ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଉଦ୍ୟମ କରୁଥିବା ସେ କହିଛନ୍ତି। ଦିଲ୍ଲୀ ପୋଲିସ କେନ୍ଦ୍ର ସରକାର ଏବଂ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶରେ କାମ କରୁଥିବା ୟେଚୁରୀ ଟୁଇଟ୍‌ କରି କହିଛନ୍ତି। ମୌସୁମୀ ଅଧିବେଶନରେ ବିରୋଧୀଙ୍କ ପ୍ରଶ୍ନ ଏବଂ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକୁ ଭାଜପା ଭୟ କରି ଏଭଳି ହୀନ ଚକ୍ରାନ୍ତ କରିଥିବା ସେ ଅଭିଯୋଗ ଆଣିଛନ୍ତି। ୩ ଜଣ ଛାତ୍ରଙ୍କ ବୟାନ ଅନୁସାରେ ୟେଚୁରୀ,ଯୋଗେନ୍ଦ୍ର,ଜୟତୀ, ଅପୂର୍ବାନନ୍ଦ ଏବଂ ରାହୁଲଙ୍କ ନାମକୁ ଚାର୍ଜଶିଟ୍‌ରେ ଅନ୍ତର୍ଭୁକ୍ତ କରାଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରଜରେ ଶିବମନ୍ଦିର ପରିସରରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ

କୋରାପୁଟ,୧୪ା୬(ଅମିତାଭ ବେହେରା): କୋରାପୁଟ ସହର ଉପକଣ୍ଠ ବଡ଼ ଚିନ୍ଦ୍ରି ଗୋପନଗରସ୍ଥିତ ଚନ୍ଦ୍ରଶେଖର ଶିବମନ୍ଦିର ପରିସରରୁ ରବିବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ…

ସରପଞ୍ଚ ଚାମେଲି ଓଝାଙ୍କ ଘଟଣା: ମନ୍ତ୍ରୀ କହିଲେ ରିପୋର୍ଟ ଆସିଲେ…

ଭୁବନେଶ୍ୱର,୧୪ା୬: ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ଘଟଣାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ…

ବିଜେଡିରେ ସାମିଲ ହେଲେ ଭାଜପା-କଂଗ୍ରେସର ୫୦ରୁ ଊର୍ଦ୍ଧ୍ୱ କର୍ମୀ

ଥୁଆମୂଳ ରାମପୁର,୧୪ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରସ୍ଥିତ ଖଣ୍ଡୁଆଳ ଖେଳ ପଡ଼ିଆଠାରେ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଏକ ଦିନିକିଆ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ…

ଇରାନରେ ଆରାଘଚିଙ୍କ ବିରୋଧରେ ବିଶାଳ ପ୍ରତିବାଦ; ନିଜ ବିଦେଶ ମନ୍ତ୍ରୀଙ୍କ ବିରୋଧରେ ବିଦ୍ରୋହ କଲେଣି ଲୋକେ

ତେହରାନ,୧୪।୬: ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ଖୁବ ଶୀଘ୍ର ହେବା ପରି ମନେ ହେଉଛି; ତଥାପି, ଇରାନ ଭିତରେ ବୈଦେଶିକ ମନ୍ତ୍ରୀ ସୟଦ…

ଧୂଷୁରୀ ବଜାରର ଦୁର୍ଦ୍ଦଶା ଥମୁନି, ଯାତାୟାତ ପାଇଁ ସଙ୍କୁଚିତ ହୋଇପଡୁଛି ରାସ୍ତା

ତିହିଡ଼ି,୧୪ା୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧୂଷୁରୀ କେବଳ ଏକ ସ୍ଥାନର ନାମ ନୁହେଁ, ଏହା ଏକ ଗର୍ବ ଓ ଗୌରବର ମାଟି। ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ବହୁ…

ୟୁପି-ପଞ୍ଜାବ ସମେତ ୫ ରାଜ୍ୟରେ ନଭେମ୍ୱର-ଡିସେମ୍ୱରରେ ହୋଇପାରେ ବିଧାନସଭା ନିର୍ବାଚନ! ଜାଣନ୍ତୁ କ’ଣ ରହିଛି କେନ୍ଦ୍ର ସରକାରଙ୍କ ପ୍ଲାନ

ନୂଆଦିଲ୍‌ଲୀ,୧୪।୬: ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆରେ ବର୍ଷ ୨୦୨୭ରେ ହେବାକୁ ଥିବା ବିଧାନସଭା ନିର୍ୱାଚନ ଚଳିତ ବର୍ଷ ୨୦୨୬ରେ ହିଁ କରାଯାଇପାରେ। କେନ୍ଦ୍ର…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଏମିତି କହିଲେ ରାହୁଲ ଗାନ୍ଧୀ, ଉଠିଲାଣି ରାଜନୈତିକ ଝଡ଼

ନୂଆଦିଲ୍ଲୀ,୧୪।୬: ବିରୋଧୀ ଇଣ୍ଡିଆ ମେଣ୍ଟ ଭିତରେ ଆଭ୍ୟନ୍ତରୀଣ ଫାଟ ଏବେ ଖୋଲାଖୋଲି ଭାବରେ ସାମ୍ନାକୁ ଆସୁଛି। କଂଗ୍ରେସ ଏବଂ ବାମ ଦଳ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।…

ପହିଲି ରଜରେ କମିଲା ତେଲ ଦର! ଭୁବନେଶ୍ୱର ଏତିକି ଅଛି ପ୍ରାଇସ….

ଭୁବନେଶ୍ୱର୧୪।୬: ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri