Posted inଜାତୀୟ

ପୁଣିଥରେ ଏମ୍ସରେ ଭର୍ତ୍ତି ହେଲେ ଅମିତ ଶାହା

ନୂଆଦିଲ୍ଲୀ,୧୩ ।୯: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୁଣିଥରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଭର୍ତ୍ତି ହୋଇଛନ୍ତି । ହଠାତ୍ ଅସୁସ୍ଥତା ଅନୁଭବ କରିବାକୁ ତାଙ୍କୁ ଶନିବାର ବିଳମ୍ବିତ ରାତିରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଛାତି ଓ ଭେଷଜ ବିଭାଗ ପକ୍ଷରୁ ଡାକ୍ତର ତାଙ୍କର ଚିକିତ୍ସା କରୁଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ଅଗଷ୍ଟ ୨ରେ ସେ କରୋନାରେ ପୀଡ଼ିତ ହେବା ପରେ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହୋଇ ଅଗଷ୍ଟ ୧୪ରେ ଫେରିଥିଲେ । ଏହାପରେ ପୁଣିଥରେ ଅସୁସ୍ଥ ହୋଇ ପଡିବାରୁ ଅଗଷ୍ଟ ୧୮ରେ ଏମ୍ସରେ ଭର୍ତ୍ତି ହୋଇଥିଲେ । ସେତେବେଳେ ତାଙ୍କର ଛାତିରେ ଯନ୍ତ୍ରଣା ହେବା ସହ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ । ହେଲେ ହସ୍ପିଟାଲରୁ ଫେରିବା ପରେ ସେ ନିଜେ ଟୁଇଟ୍ କରି ସୂଚନା ଦେଇଥିଲେ କି ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି । ଏମିତିକି ଈଶ୍ୱରଙ୍କୁ ଧନ୍ୟବାଦ ଦେବା ସହ ଶୁଭଚିନ୍ତକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ । ହେଲେ ଏଥର ବି ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ନିଶ୍ୱାସ ନେବାରେ କଷ୍ଟ ହେବାରୁ ଏମ୍ସରେ ଭର୍ତ୍ତି ହୋଇଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ନ୍ୟାଶନାଲ ହେରାଲ୍ଡ କାର୍ଯ୍ୟାଳୟରେ ଇଡି

ନୂଆଦିଲ୍ଲୀ,୪।୮: ନ୍ୟାଶନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗୁରୁବାର ପୁଣି ଥରେ ନ୍ୟାଶନାଲ ହେରାଲ୍ଡ କାର୍ଯ୍ୟାଳୟରେ ପହଞ୍ଚିଛି। କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ...

ଭାରତରେ ପ୍ରସ୍ତୁତ କରୋନା ଟୀକା ଉପରେ ସବୁ ଦେଶଙ୍କ ଆଖି…

ନୂଆଦିଲ୍ଲୀ, ୪।୮: ଭାରତରେ କରୋନା ବିରୋଧରେ ଲଢ଼େଇ ଜାରି ରହିଛି। ପୁଣେସ୍ଥିତ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଔଷଧ କମ୍ପାନୀ ଆଷ୍ଟ୍ରାଜେନେକାର ମିଳିତ...

ପୋଷ୍ଟାଲ ବାଲାଟ ଜରିଆରେ ଭୋଟ ଦେଇପାରିବେ କରୋନା ପୀଡ଼ିତ !

ପାଟନା,୨୩।୬: ଚଳିତ ବର୍ଷ ଶେଷରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ଏହି ନିର୍ବାଚନରେ ମତଦାତାଙ୍କ ପାଇଁ ନିୟମରେ କିଛିଟା ପରିବର୍ତ୍ତନ କରାଯାଇଥିବା ସୂଚନା...

ଗୋରୁଙ୍କୁ ଜାତୀୟ ପଶୁ ଘୋଷଣା କରାଯିବା ଉଚିତ୍‌

ଲକ୍ଷ୍ନୌ,୨।୯: ଗୋରୁଙ୍କୁ ଭାରତର ଜାତୀୟ ପଶୁ ଘୋଷଣା କରାଯିବା ଉଚିତ୍‌। ଗୋରୁଙ୍କ ସୁରକ୍ଷା ହିନ୍ଦୁ ସମ୍ପ୍ରଦାୟ ପାଇଁ ମୌଳିକ ଅଧିକାର କରାଯିବା ଦରକାର। ଭାରତୀୟ ପରମ୍ପରାରେ...

ପାକିସ୍ତାନର ଡ୍ରୋନ୍‌ ଷଡ଼ଯନ୍ତ୍ର, ଅଜନାଲା ସେକ୍ଟରରୁ ୨ ସନ୍ଦିଗ୍ଧ ପ୍ୟାକେଟ ଜବତ…

ଅମୃତସର, ୯।୨ : ଆତଙ୍କବାଦୀ ସଂଗଠନଗୁଡ଼ିକୁ ସହାୟତା ପ୍ରଦାନ କାର୍ଯ୍ୟ ପାକିସ୍ତାନ ପକ୍ଷରୁ ଜାରି ରହିଛି। ପାକିସ୍ତାନ ଡ୍ରୋନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଯୋଗାଣ ନେଇ ଭାରତ...

ଟ୍ରାଫିକ୍‌ ଅପରାଧ ଉଭୟ ଆଇପିସି, ମୋଟରଯାନ ଆଇନରେ ଦଣ୍ଡନୀୟ

ନୂଆଦିଲ୍ଲୀ,୬ା୧୦(ଆଇଏଏନ୍‌ଏସ୍‌): ବେପରଓ୍ବା ଗାଡ଼ିଚାଳନା ଯୋଗୁ ଦୁର୍ଘଟଣାରେ ଅନେକ ଜୀବନ ଯାଉଛି। ଏଥିପାଇଁ ଟ୍ରାଫିକ ନିୟମ ଭାଙ୍ଗୁଥିବା ବ୍ୟକ୍ତିଙ୍କ ବିରୋଧରେ ଉଭୟ ଭାରତୀୟ ଦଣ୍ଡ ସଂହିତା (ଆଇପିସି)...

ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅପଶବ୍ଦ କହିଲେ ମନୋଜ ତିଓ୍ବାରୀ

ନୂଆଦିଲ୍ଲୀ,୧୮।୧୧: ଛଠ୍‌ ପୂଜାକୁ ସାର୍ବଜନୀନ ଅନୁମତି ଦେବାକୁ ନେଇ ଭାଜପା ସଦସ୍ୟ ମନୋଜ ତିଓ୍ବାରୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିଛନ୍ତି।...

ପାରସ୍ପରିକ ମତଭେଦ ଭୁଲି ଦଳକୁ ସୁଦୃଢ଼ କରିବା ଆବଶ୍ୟକ: ସୋନିଆ

ନୂଆଦିଲ୍ଲୀ,୬।୪: ନିକଟରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ ଦଳରେ ମନ୍ଥନ ଚାଲିଛି। ବର୍ତ୍ତମାନ...

Advertisement
Archives

Model This Week