ଆଜିଠୁ ସଂସଦର ମୌସୁମୀ ଅଧିବେଶନ: ଉଠିପାରେ ଏସ୍‌ଆଇଆର୍‌, ଟ୍ରମ୍ପ୍‌ ଝଡ଼

ନୂଆଦିଲ୍ଲୀ,୨୧ା୭(ପି.ଟି.): ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହେଉଥିବାବେଳେ ଏହାର ଦିନକ ପୂର୍ବରୁ ରବିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଡକାଯାଇଥିବା ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ପହଲଗାମ୍‌ ଆକ୍ରମଣ, ଅପରେଶନ ସିନ୍ଦୂର ଓ ଭାରତ- ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି କରାଇଥିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବାରମ୍ବାର ଦାବି ଏବଂ ବିହାରରେ ଚାଲିଥିବା ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ (ଏସ୍‌ଆଇଆର୍‌) ଆଦି ପ୍ରସଙ୍ଗ ଉପରେ ବିରୋଧୀ ଦଳଗୁଡ଼ିକ ବିତର୍କ କରିଛନ୍ତି। ଏପରି କି ଭାଜପାର ସହଯୋଗୀ ଦଳଗୁଡ଼ିକ ମଧ୍ୟ ଅପରେଶନ ସିନ୍ଦୂର ଉପରେ ଆଲୋଚନା ହେବା ଆବଶ୍ୟକ ବୋଲି କହିଛନ୍ତି। ତେବେ ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ବୋଲି ସୂଚନା ଦେଇଛନ୍ତି।

ଟ୍ରମ୍ପ୍‌ଙ୍କ ଅସ୍ତ୍ରବିରତି ଦାବି ଏବଂ ବିହାର ଏସ୍‌ଆଇଆର୍‌ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ ଉପସ୍ଥିତ ରହି ଉତ୍ତର ରଖିବାକୁ ବୈଠକରେ ଇଣ୍ଡିଆ ବ୍ଲକ୍‌ ଦାବି କରିଥିଲା। ତେବେ ପ୍ରଧାନମନ୍ତ୍ରୀ ପାର୍ଲାମେଣ୍ଟରେ ଉତ୍ତର ରଖି ନ ପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଭାରତ-ପାକିସ୍ତାନ ସଂଘର୍ଷରେ ଅସ୍ତ୍ରବିରତି କରାଇଥିବା ନେଇ ଟ୍ରମ୍ପ୍‌ଙ୍କ ଦାବି ଉପରେ ଆଲୋଚନା ହେଲେ ସରକାର ଉପଯୁକ୍ତ ଉତ୍ତର ରଖିବେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ କହିଛନ୍ତି। ମାସେବ୍ୟାପୀ ବସିବାକୁ ଥିବା ଅଧିବେଶନ ଯେପରି ସୁରୁଖୁରୁରେ ଚାଲିବ ସେଥିପାଇଁ ସରକାର ବିରୋଧୀ ଦଳଗୁଡ଼ିକର ସହଯୋଗ ଲୋଡ଼ିଛନ୍ତି।
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ରିଜିଜୁ କହିଛନ୍ତି, ଏନ୍‌ଡିଏ ସହଯୋଗୀ ଏବଂ ବିରୋଧୀ ସଦସ୍ୟମାନଙ୍କ ଦାବିକୁ ଆମେ ଧୈର୍ଯ୍ୟର ସହ ଶୁଣିଛୁ ଏବଂ ଏହି ଅଧିବେଶନ ବେଶ୍‌ ଫଳପ୍ରଦ ହେବ ବୋଲି ଆଶାବାଦୀ ରହିଛୁ। ପାର୍ଲାମେଣ୍ଟ ସୁରୁଖୁରୁରେ ଚାଲିବା ପାଇଁ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ସମନ୍ବୟ ରହିବା ଉଚିତ। ବୈଠକରେ ବିଭିନ୍ନ ଦଳର ୫୪ ଜଣ ନେତା ଏବଂ ସ୍ବାଧୀନ ଏମ୍‌ପିମାନେ ଉପସ୍ଥିତ ଥିଲେ। ଅପରେଶନ ସିନ୍ଦୂର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ଆଲୋଚନା ନିମନ୍ତେ ରାଷ୍ଟ୍ରର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି ବୋଲି ରିଜିଜୁ କହିଛନ୍ତି। ତେବେ ସରକାରଙ୍କୁ ନିୟମ ଓ ପରମ୍ପରାକୁ ଗୁରୁତ୍ୱ ଦେବାକୁ ହେବ। ଉପରୋକ୍ତ ପ୍ରସଙ୍ଗଗୁଡ଼ିକୁ ଉଭୟ ଗୃହର ବିଜ୍‌ନେସ୍‌ ଆଡଭାଇଜରି କମିଟିକୁ ନିଆଯିବ, ଯେଉଁଠି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ରିଜିଜୁ ସୂଚନା ଦେଇଛନ୍ତି।

ପାର୍ଲାମେଣ୍ଟରେ ଅଳ୍ପ କେତେଜଣ ଏମ୍‌ପି କହିବା ସୁଯୋଗ ପାଉଥିଲାବେଳେ ଦଳଗୁଡ଼ିକୁ ଅଧିକ ସମୟ ଦେବା ପାଇଁ ଦାବି ହୋଇଥିଲା। ଛୋଟ ଦଳଗୁଡ଼ିକ ସମେତ ସମସ୍ତଙ୍କୁ ପର୍ଯ୍ୟାପ୍ତ ସମୟ ଯୋଗାଇବା ପାଇଁ ଉଦ୍ୟମ କରାଯିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି। ପହଲଗାମ୍‌ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ନେଇ ବିରୋଧୀଙ୍କ ଦାବି ଉପରେ ସେ କହିଥିଲେ, ବିଦେଶ ଗସ୍ତ ବ୍ୟତୀତ ଅନ୍ୟ ସମୟରେ ପ୍ରଧାନମନ୍ତ୍ରୀ ପାର୍ଲାମେଣ୍ଟରେ ଉପସ୍ଥିତ ରହିବେ। ତେବେ ସେ ସବୁ ସମୟରେ ଗୃହରେ ରହିବେ ନାହିଁ ବୋଲି ରିଜିଜୁ କହିଛନ୍ତି। ବିଭିନ୍ନ ବିଭାଗ ସମ୍ପର୍କିତ ପ୍ରଶ୍ନ ଉପରେ କ୍ୟାବିନେଟ ମନ୍ତ୍ରୀମାନେ ଜବାବ ରଖିବେ। ମୌସୁମୀ ଅଧିବେଶନରେ ସରକାର ୧୭ଟି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଆଣିବାକୁ ଯାଉଥିବା ରିଜିଜୁ ସୂଚନା ଦେଇଛନ୍ତି। ବୈଠକ ପରେ କଂଗ୍ରେସ ନେତା ଗୌରବ ଗୋଗୋଇ ଗଣମାଧ୍ୟମକୁ କହିଛନ୍ତି, ତାଙ୍କ ଦଳ ଟ୍ରମ୍ପ୍‌ଙ୍କ ଦାବି ଉପରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରିଛି। ଏଥିସହିତ କେଉଁ ତ୍ରୁଟି ଯୋଗୁ ପହଲଗାମ୍‌ ଆକ୍ରମଣ ହେଲା ଏବଂ ବିହାର ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ ଉପରେ ପ୍ରଧାନମନ୍ତ୍ରୀଙ୍କ ଜବାବ ମଗାଯାଇଛି। ତାଙ୍କ ଦଳ ଉଠାଉଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ପାର୍ଲାମେଣ୍ଟରେ ଉତ୍ତର ରଖିବା ପ୍ରଧାନମନ୍ତ୍ରୀଙ୍କ ନୈତିକ ଦାୟିତ୍ୱ ବୋଲି ଗୋଗୋଇ କହିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ନୈତିକ କର୍ତ୍ତବ୍ୟ ପୂରଣ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଏହା ବ୍ୟତୀତ ଗୋଗୋଇ ମଣିପୁର ସ୍ଥିତି ସମ୍ପର୍କରେ ଆଲୋଚନା ଚାହିଁଛନ୍ତି। ଉକ୍ତ ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ଅଢ଼େଇ ବର୍ଷ ପରେ ମଧ୍ୟ ହିଂସା ବନ୍ଦ ହୋଇନାହିଁ। ପ୍ରଧାନମନ୍ତ୍ରୀ ଅନେକ ଛୋଟ ଦେଶକୁ ଗସ୍ତ କରୁଥିବାବେଳେ ମଣିପୁର ଯାଉ ନ ଥିବା ଗୋଗୋଇ କହିଛନ୍ତି। ବିହାର ଏସ୍‌ଆଇଆର୍‌କୁ ନିର୍ବାଚନ ଦୁର୍ନୀତି ବୋଲି ଆମ୍‌ ଆଦ୍‌ମୀ ପାର୍ଟିର ସଞ୍ଜୟ ସିଂ ଅଭିଯୋଗ କରିଥିଲେ। ପ୍ରତ୍ୟେକ ନାଗରିକ ଭୋଟ ଅଧିକାର ପାଇବା ଜରୁରୀ ବୋଲି ଜେଡିୟୁ ନେତା ସଞ୍ଜୟ କୁମାର ଝା କହିବା ସହ ସଚେତନତା ପାଇଁ ତାଙ୍କ ଦଳ ଏକ ଅଭିଯାନ ଆରମ୍ଭ କରିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ସୂର୍ଯ୍ୟଙ୍କ ନକ୍ଷତ୍ରରେ ଆଜି ବୁଧଙ୍କ ଏଣ୍ଟ୍ରି; ୩ରାଶି ହେବେ ମାଲାମାଲ, ଚାକିରିରେ ମିଳିବ ବଡ଼ ପଦବୀ

ବୁଧ ସୂର୍ଯ୍ୟଙ୍କ ନକ୍ଷତ୍ରକୁ ପ୍ରବେଶ କରିବା ଫଳରେ କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଭାଗ୍ୟଶାଳୀ ରାଶିଗୁଡ଼ିକର ବୌଦ୍ଧିକ କ୍ଷମତା ଏବଂ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri