ମୌସୁମୀ ନିଷ୍କ୍ରିୟ, କମିଲା ବର୍ଷା

ଭୁବନେଶ୍ୱର,୮ା୮(ଅନୁରାଧା ମହାରଣା): ରାଜ୍ୟରେ ବର୍ତ୍ତମାନ ମୌସୁମୀ ନିଷ୍କ୍ରିୟ ରହିଛି। ଏହା ପ୍ରଭାବରେ ତାପମାତ୍ରା ଅଧିକ ରହିବା ସହ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରିବା ଦ୍ୱାରା ବିଜୁଳି ଘଡ଼ଘଡ଼ି ସହ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କନ୍ଧମାଳ, ବରଗଡ଼, ଅନୁଗୋଳ, ଝାରସୁଗୁଡ଼ା ଏବଂ ସମ୍ବଲପୁର ଜିଲାର କେତେକ ସ୍ଥାନରେ ବଜ୍ରପାତ ସହ ହାଲୁକା ବର୍ଷା ହୋଇଛି। ଅନ୍ୟପକ୍ଷରେ ଆଭ୍ୟନ୍ତରୀଣ ଓଡ଼ିଶା ସହ ଅନ୍ୟ କେତେକ ଜିଲାରେ ପାଗ ମୁଖ୍ୟତଃ ଶୁଖିଲା ରହିଥିଲା। ମଙ୍ଗଳବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ କଟକ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ପୃକ୍ତ ୧୦ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୯ ତାରିଖରେ ରାଜ୍ୟରେ ବର୍ଷା ପରିମାଣ ଅପେକ୍ଷାକୃତ କମ୍‌ ରହିବ। ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୧୦ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲାରେ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେଣୁ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ରହିଛି। ୧୧ ଓ ୧୨ ତାରିଖରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଥିଲେ ମଧ୍ୟ କୌଣସି ଜିଲାକୁ ଓ୍ବାର୍ନିଂ ଜାରି ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଟିଏମସି ମନ୍ତ୍ରୀ ସୁଜିତ ବୋଷ ଗିରଫ: ନିଯୁକ୍ତି ଦୁର୍ନୀତି ମାମଲାରେ ବାନ୍ଧିଲା ED

କୋଲକାତା,୧୧।୫: ପଶ୍ଚିମବଙ୍ଗରେ ପୌରପାଳିକା ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପୂର୍ବତନ ଟିଏମସି ମନ୍ତ୍ରୀ ସୁଜିତ ବୋଷଙ୍କୁ ଗିରଫ କରିଛି। ଘଣ୍ଟା ଘଣ୍ଟା ଧରି କଠୋର…

ଗୁଳିକାଣ୍ଡ ଘଟଣାରେ ଡିଆଇଜିଙ୍କ ରାୟଗଡ଼ା ଗସ୍ତ: ସ୍ଥିତି ଉପରେ ଅନୁଧ୍ୟାନ

ଗୁଣପୁର,୧୧।୫( ସୁଜାତା ପାଢ଼ୀ):ରାୟଗଡ଼ା ଗୁଳିକାଣ୍ଡ ଘଟଣା ପରେ ଦକ୍ଷିଣ ପଶ୍ଚିମlଞ୍ଚଳ ଡିଆଇଜି ଡ. କନୱର ବିଶାଲ ସିଂ ସୋମବାର ପହଞ୍ଚି ପରିସ୍ଥିତି ଉପରେ ଅନୁଧ୍ୟାନ କରିଛନ୍ତି। ଅପରାଧୀମାନଙ୍କୁ…

ଦିଗହରା ହେଉଛି ପ୍ଲାଷ୍ଟିକ ମୁକ୍ତ ଅଭିଯାନ: ପୁତ୍ତିମୟ ଗନ୍ଧରେ ଫାଟୁଛି ଡଷ୍ଟବିନ୍‌

ଦାରିଙ୍ଗବାଡି, ୧୧।୫ (ଅରୁଣ ସାହୁ):ଓଡିଶାର ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡି ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ଏହାକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର କରାଯିବାକୁ ଏବେ ରାଜ୍ୟ ସରକାର…

ଶୁଭେନ୍ଦୁ ସରକାରଙ୍କ ବଡ଼ ନିଷ୍ପତ୍ତି: ମହିଳାଙ୍କୁ ମିଳିବ ୩୦୦୦ ଟଙ୍କା, ମାଗଣା ବସ୍‌ ଯାତ୍ରା

କୋଲକାତା,୧୧।୫: ରାଜ୍ୟ ସରକାରଙ୍କ ଜଣେ ଅଧିକାରୀ ସୋମବାର କହିଛନ୍ତି ଯେ, ବଙ୍ଗଳା ସରକାରଙ୍କ “ଅନ୍ନପୂର୍ଣ୍ଣା ଭଣ୍ଡାର” ଯୋଜନା ଅଧୀନରେ, ଜୁନ ୧ ତାରିଖରୁ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ…

LPG ସବସିଡି ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ କେବଳ ଏମାନେ ପାଇବେ, ଫୋନରେ ପଠାଯାଉଛି…

ନୂଆଦିଲ୍ଲୀ,୧୧।୫: ଘରୋଇ ଏଲପିଜି ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର ଅଛି। କେନ୍ଦ୍ର ସରକାର ଏଲପିଜି ଗ୍ରାହକମାନଙ୍କୁ ସବସିଡି ପାଇଁ ଯୋଗ୍ୟତା ସମ୍ପର୍କରେ ଏସଏମଏସ ଆଲର୍ଟ…

ନାବାଳିକା ବଧୂଙ୍କୁ ମାରିଦେଲେ ଶାଶୁଘର ଲୋକେ! ସ୍ବାମୀ-ଶ୍ୱଶୁର ଅଟକ

ନନ୍ଦପୁର, ୧୧/୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଖିର୍ଜୀ ପଞ୍ଚାୟତର ନନ୍ଦୀଗାଁ ଗ୍ରାମରେ ଜଣେ ୧୭ ବର୍ଷୀୟା ନାବାଳିକା ବଧୂର ମୃତ୍ୟୁକୁ ନେଇ ଉତ୍ତେଜନା…

ଭିଟାମାଟିକୁ ଫେରୁଥିଲେ ଦାଦନ ଶ୍ରମିକ: ବାଟରେ ହେଲା ମୃତ୍ୟୁ, ତଦନ୍ତ ଆରମ୍ଭ

ବଲାଙ୍ଗିର,୧୧।୫( ସୁନିଲ କୁମାର ମହାନ୍ତି): ଖପ୍ରାଖୋଲ ବ୍ଲକରୁ ଏକ ପରିବାର ନିଜ ସ୍ତ୍ରୀ ଛୁଆ ପିଲା ସହ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିଲେ। ରାଜ୍ୟ ବାହାରେ…

ବାଲି ଚୋରା ଚାଲାଣବେଳେ ମାଡ଼ିବସିଲେ ତହସିଲଦାର: ଆଉ ତା’ପରେ…

ଦିଗପହଣ୍ଡି,୧୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବାହୁଦା ନଦୀରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ଅଭିଯୋଗ ହୋଇଆସୁଛି। ସୋମବାର ପୂର୍ବାହ୍ନରେ ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri