ମୌସୁମୀ ଆସୁଛି, ସରୁନି ଡ୍ରେନ୍‌ କାମ

ଭୁବନେଶ୍ୱର, ୧୬।୬ (ବନ୍ଦନା ସେଠୀ): ଆସନ୍ତା ୨୦ ତାରିଖ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ହେଲେ ଏଯାଏ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଡ୍ରେନ୍‌ କାମ ସରିପାରି ନାହିଁ। ତେଣୁ ଚଳିତବର୍ଷ ମଧ୍ୟ ରାଜଧାନୀରେ ଜଳ ନିଷ୍କାସନ ସମସ୍ୟା ଉପୁଜିବା ସହ ସହର ବର୍ଷାଜଳରେ ଉବୁଟୁବୁ ହେବା ନେଇ ଏବେଠୁ ଆଶଙ୍କା ପ୍ରକାଶ ପାଇଲାଣି। ବର୍ଷ ଆରମ୍ଭରୁ ଡ୍ରେନ୍‌ ସ୍ଥିତି ନେଇ ବାରମ୍ବାର ବୈଠକ ହେଉଛି। କମିଶନରଙ୍କ ଅଧ୍ୟକ୍ଷତାରେ ମାର୍ଚ୍ଚ ୩ରେ ଏକ ସମନ୍ବୟ ବୈଠକ ମଧ୍ୟ ବସିଥିଲା। ୧୫ଦିନ ମଧ୍ୟରେ ସହରର ସମସ୍ତ ଡ୍ରେନ୍‌ର ସ୍ଥିତି ଅନୁଧ୍ୟାନ କରି ଜଳବନ୍ଦୀ ଥିବା ସ୍ଥାନରେ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜୁନ୍‌ ୩ ସୁଦ୍ଧା ସହରର ସମସ୍ତ ଡ୍ରେନ୍‌କୁ ସଫା କରିବାକୁ କୁହାଯାଇଥିଲା। ମାତ୍ର ତାହା ଠିକ୍‌ଭାବେ କାର୍ଯ୍ୟକାରୀ ନ ହେବାରୁ ଜୁନ୍‌ ୧୨ରେ ମେୟରଙ୍କ ଅଧ୍ୟକ୍ଷତାରେ ଆଉ ଏକ ବୈଠକ ବସିଥିଲା। ୭ଦିନ ମଧ୍ୟରେ ବିଏମ୍‌ସି ଅଞ୍ଚଳରେ ଥିବା ସମସ୍ତ ମୁଖ୍ୟ ଓ ଶାଖା ଡ୍ରେନଗୁଡିକ ସଫା କରିବାକୁ ସମସ୍ତ ଏଜେନ୍ସିଙ୍କୁ ମେୟର ନିର୍ଦ୍ଦେଶ ଦେଇଥିଲେ। ନଚେତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଥିଲା। ତେବେ ଆଉ ୩ଦିନ ସମୟ ରହିଥିବାବେଳେ ଏଯାବତ୍‌ ସହରର ଅନେକ ଡ୍ରେନ୍‌ର ୫୦ ପ୍ରତିଶତ ମଧ୍ୟ ସଫା ହୋଇପାରି ନାହିଁ। ଏଜେନ୍ସିମାନେ ନିର୍ଦ୍ଦେଶକୁ ଖାତିର କରୁ ନ ଥିବାରୁ ବିଏମ୍‌ସିର ଚିନ୍ତା ବଢ଼ିଛି।
ବିଏମ୍‌ସିର ତଥ୍ୟ ଅନୁଯାୟୀ, ଚଳିତବର୍ଷ ସହରର ୬୭ଟି ଡ୍ରେନ୍‌ ସଫା ଓ ପୁନରୁଦ୍ଧାର ପାଇଁ ବିଏମ୍‌ସି ୫୭କୋଟି ୧୨ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ବ୍ୟୟ ଅଟକଳ ରଖିଛି। ୧୦ଟି ମୁଖ୍ୟ ଡ୍ରେନ୍‌ର ସଫେଇ ସାଙ୍ଗକୁ ବିଏମ୍‌ସିର ସିଧାସଳଖ ତଦାରଖରେ ଥିବା ଓ୍ବାର୍ଡ ନଂ.୪, ୫ ଓ ୫୦ର ଡ୍ରେନ୍‌ କାମ ପାଇଁ ୨୨ଟି ପ୍ରକଳ୍ପରେ ୪କୋଟି ୨୬ଲକ୍ଷ ଟଙ୍କା ବ୍ୟୟବରରାଦ ହୋଇଛି। ଏସବୁ ଡ୍ରେନ୍‌ ସଫା କରିବାକୁ ୧୦ଟି ପ୍ୟାକେଜ୍‌ରେ ବିଭିନ୍ନ ଏଜେନ୍ସିକୁ ଦିଆଯାଇଛି। ସେଥିମଧ୍ୟରୁ ଓ୍ବାର୍ଡ ନଂ.୧,୨,୬,୭,୮,୧୩ ଓ ୧୪କୁ ଗୋଟିଏ ପ୍ୟାକେଜ୍‌ କରି ଏଜେନ୍ସିକୁ ଦିଆଯାଇଛି। ଓ୍ବାର୍ଡ ନଂ.୧ରେ ଥିବା ଡ୍ରେନ୍‌ର ଲମ୍ବ ୧୫.୬କିମି. ଥିବାବେଳେ ଓ୍ବାର୍ଡ ନଂ. ୨ରେ ୬କି.ମି., ଓ୍ବାର୍ଡ ନଂ. ୬ରେ ୧୩.୬ କି.ମି, ଓ୍ବାର୍ଡ ନଂ.୭ରେ ୨.୭ କି.ମି., ଓ୍ବାର୍ଡ ନଂ. ୮ରେ ୭ କି.ମି., ଓ୍ବାର୍ଡ ନଂ.୧୩ରେ ୬କି.ମି. ଏବଂ ଓ୍ବାର୍ଡ ନଂ.୧୪ରେ ୮କି.ମି. ଲମ୍ବର ଡ୍ରେନ୍‌ ରହିଛି। ୭ଟି ଓ୍ବାର୍ଡରେ ମୋଟ ୫୮.୪ କି.ମି. ଡ୍ରେନ୍‌ ରହିଥିବାବେଳେ ୪୨.୪ କି.ମି ଅର୍ଥାତ୍‌ ୭୩ % ଡ୍ରେନ୍‌ ସଫା କରାଯାଇଛି। ଓ୍ବାର୍ଡ ନଂ. ୩, ୯, ୧୦, ୧୨, ୧୬, ୨୦, ୨୧ ଓ ୨୬ରେ ଥିବା ମୋଟ ୭୪.୧ କି.ମି. ଡ୍ରେନ୍‌କୁ ସଫା କରିବା ପାଇଁ ପ୍ୟାକେଜ୍‌-୨ ଅନ୍ତର୍ଗତ ଅନ୍ୟଏକ ଏଜେନ୍ସିକୁ ଦିଆଯାଇଛି। ସେହିପରି ଅନ୍ୟ ଓ୍ବାର୍ଡରେ ଥିବା ଡ୍ରେନ୍‌ଗୁଡିକୁ ବିଭିନ୍ନ ପ୍ୟାକେଜ କରାଯାଇଛି। ବିଏମ୍‌ସି ଅଞ୍ଚଳରେ ୭୭ କି.ମି. ବିଶିଷ୍ଟ ୧୦ଟି ମୁଖ୍ୟ ଡ୍ରେନ ଓ ୯୨୪.୨୭ କି.ମି. ଶାଖା ଡ୍ରେନ୍‌ ରହିଛି। ଏଥିମଧ୍ୟରୁ ୬୭୨.୨୦କି.ମି. ଡ୍ରେନ୍‌ ସଫା ହୋଇଥିବାବେଳେ ଆହୁରି ୨୫୨.୭ କି.ମି. ଡ୍ରେନ୍‌ର ସଫେଇ ବାକି ରହିଛି। ଓ୍ବାର୍ଡ ନଂ. ୧୩, ୩, ୧୦, ୧୨, ୧୬, ୨୨, ୧୭ ଓ ୩୩ରେ ଡ୍ରେନ୍‌ କାମ ଶତପ୍ରତିଶତ ସରିଥିବା ସୂଚନା ଦିଆଯାଇଛି। ତେବେ ଓ୍ବାର୍ଡ ନଂ. ୪୬ରେ ସବୁଠାରୁ କମ୍‌ କାମ ହୋଇଛି। ଏଠାରେ ୨.୫କି.ମି.ର ଡ୍ରେନ୍‌ ଥିବାବେଳେ ମାତ୍ର ୧୨ ପ୍ରତିଶତ ଅର୍ଥାତ୍‌ ୦.୩ ମିଟର କାମ ହୋଇଛି। ଓ୍ବାର୍ଡ ନଂ.୩୦ରେ ୨୯.୮ କିମି.ର ଡ୍ରେନ୍‌ରୁ ମାତ୍ର ୪.୩କି.ମି ଅର୍ଥାତ୍‌ ୧୪ ପ୍ରତିଶତ କାମ ହୋଇଛି। ଓ୍ବାର୍ଡ ନଂ. ୩୫ରେ ୧୩କି.ମି ଲମ୍ବର ଡ୍ରେନ୍‌ ଥିବାବେରେ ୪କି.ମି ଅର୍ଥାତ୍‌ ୩୧% କାମ ହୋଇଛି। ଓ୍ବାର୍ଡ ନଂ. ୪୪ରେ ୧୫କି.ମି ଲମ୍ବର ଡ୍ରେନ୍‌ରୁ ମାତ୍ର ୩କି.ମି. ଅର୍ଥାତ୍‌ ୨୦% କାମ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?