Posted inଫୁରସତ

ଜାଗା ରେଜିଷ୍ଟ୍ରେଶନ ପାଇଁ ଯାଇଥିଲେ, ୪ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗକୁ ନେଇ ଗଛରେ ଚଢ଼ିଗଲା ମାଙ୍କଡ; ଆଉ ତା’ ପରେ..

ସୀତାପୁର: ଉତ୍ତରପ୍ରଦେଶର ସୀତାପୁର ଜିଲାର ଜଣେ ବୃଦ୍ଧ ଜାଗା ରେଜିଷ୍ଟ୍ରେଶନ କରିବାକୁ ବିକାଶ ଭବନ ରେଜିଷ୍ଟ୍ରି କାର୍ଯ୍ୟାଳୟ ଯାଇଥିଲେ। ପାଖରେ ତାଙ୍କର ୪ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍‌ଟିଏ ଥିଲା। ହେଲେ ଏକ ମାଙ୍କଡ଼ ବୃଦ୍ଧଙ୍କ ନୋଟ ଭର୍ତ୍ତି ବ୍ୟାଗ୍‌କୁ ନେଇ ଗଛ ଉପରେ ଚଢ଼ି ଯାଇଥିଲା। ସେଥିରୁ ୧୦ରୁ ୧୨ ହଜାର ଟଙ୍କାର ନୋଟ୍‌ ମାଙ୍କଡଟି ଚିରି ପକାଇଥିଲା। ଏହାଦେଖି ବୃଦ୍ଧଜଣଙ୍କ ଚିନ୍ତାରେ ପଡ଼ିଯାଇଥିଲେ।

ଘଟଣାଟି ମଙ୍ଗଳବାର ଅପରାହ୍ନର। ନୋଟ ଭର୍ତ୍ତି ବ୍ୟାଗ୍‌ ନେଇ ଗଛ ଉପରକୁ ଚଢ଼ିଯିବା ପରେ ବୃଦ୍ଧ ଭଗବାନ ଦୀନ ସେଠାରେ ପହଞ୍ଚିଥିଲେ। ହେଲେ ମାଙ୍କଡଟି ବ୍ୟାଗ୍‌ରୁ ନୋଟ ବାହାର କରି ଫିଙ୍ଗିବାକୁ ଲାଗିଥିଲା। ଏହା ଦେଖି ଭିଡ ଜମା ହୋଇଥିଲା। ଭଗବାନ ମାଙ୍କଡଟିକୁ କଦଳୀ ଯାଚି ଥିଲେ। ହେଲେ ସେ ତାହା ନେଇ ନ ଥିଲା। କିଛି ଲୋକ ସାହାଯ୍ୟ କରିବାକୁ ଯାଇ ଗଛ ଉପରେ ଚଢ଼ି ବ୍ୟାଗ୍‌ଟିକୁ ଛଡ଼ାଇ ଆଣିବାକୁ ଚେଷ୍ଟା କରିଥିଲେ। ହେଲେ ବିଫଳ ହୋଇଥିଲେ। ଶେଷରେ ଦୀର୍ଘ ୧ ଘଣ୍ଟା ପରେ ମାଙ୍କଡଟି ବ୍ୟାଗ୍‌କୁ ଫିଙ୍ଗି ଦେଇଥିଲା। ପରେ ଲୋକମାନେ ପଇସା ଗୋଟାଇ ବୃଦ୍ଧଜଣଙ୍କୁ ଦେଇଥିଲେ। ହେଲେ ସେତେବେଳକୁ ୧୨ହଜାର ଟଙ୍କା ନଷ୍ଟ ହୋଇଯାଇଥିଲା। ଏହି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri