Posted inଫୁରସତ

ଖର୍ଚ୍ଚ କମାଉଥିବା ମନିପର୍ସ

ପାଖରେ ପଇସା ଥିଲେ କିଛି ଲୋକ ଅନାବଶ୍ୟକ ଖର୍ଚ୍ଚ କରିବସନ୍ତି। ଯଦ୍ଦ୍ବାରା ପରବର୍ତ୍ତୀ ସମୟରେ ତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଖାସ୍‌ ଏହି କାରଣ ପାଇଁ ଏକ ଜାପାନୀ କମ୍ପାନୀ ଏମିତି ଏକ ମନିପର୍ସ ତିଆରି କରିଛି, ଯାହା ଅଯଥା ଖର୍ଚ୍ଚ କରିବାରୁ ଲୋକଙ୍କୁ ରୋକିପାରିବ। ଅର୍ଥାତ୍‌ ଏହି ମନିପର୍ସରେ ଏମିତି ଏକ ଡିଭାଇସ୍‌ ରହିଛି, ଯାହା ମଧ୍ୟରେ ଟଙ୍କା କମ୍‌ ଥିଲେ ଯଦି ସେଥିରୁ ଆପଣ ଟଙ୍କା କାଢି କିଛି ଖର୍ଚ୍ଚ କରିବାକୁ ଚାହିଁବେ, ତା’ହେଲେ ମନିପର୍ସଟି ଆପଣଙ୍କ ହାତରୁ ଖସିଯିବ। ଏହାପରେ ବି ଯଦି ଆପଣ ସେହି ପର୍ସଟିକୁ ଜୋର୍‌ରେ ଜାବୁଡ଼ି ଧରି ଟଙ୍କା କାଢିବାକୁ ଚେଷ୍ଟା କରନ୍ତି,ତା’ହେଲେ ଏହା କାନ୍ଦିବା ଶବ୍ଦ କରିବା ସହ ସେହି ସ୍ବରରେ ଲୋକଙ୍କୁ ସାହାଯ୍ୟ ବି ମାଗିବ। କେବଳ ସେତିକି ନୁହେଁ ଏଥିରେ ଲାଗିଥିବା ସ୍ବତନ୍ତ୍ର ଡିଭାଇସ୍‌ ଆବଶ୍ୟକ ପଡିଲେ ଆପଣଙ୍କ ଘର ଲୋକଙ୍କ ପାଖକୁ ଆପଣଙ୍କର ଅଯଥା ଖର୍ଚ୍ଚ ସମ୍ପର୍କରେ ମେସେଜ୍‌ କିମ୍ବା ଇ-ମେଲ୍‌ ବି ପଠାଇପାରିବ। ସତରେ ଏହା ଏକ ଆଶ୍ଚର୍ଯ୍ୟକର ମନିପର୍ସ। ଏଭଳି ପର୍ସ ଥିଲେ ଲୋକେ ପଇସା ଖର୍ଚ୍ଚ କରିବାକୁ ଡରିବେ। ତେବେ ସେ ଯାହା ବି ହେଉନା କାହିଁକି ଉକ୍ତ କମ୍ପାନୀ ଏହି ମନିପର୍ସଟିକୁ କେବେ ମାର୍କେଟ୍‌କୁ ବିକ୍ରି ପାଇଁ ଛାଡୁଛି, ତାହା ଦେଖିବାକୁ କେବଳ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

୩୬ ଘଣ୍ଟାରେ ଜ୍ଞାନେଶ କୁମାରଙ୍କୁ ୩ ବଡ଼ ଆଶ୍ୱସ୍ତି, ନୀରବ ରହି ମଜବୁତ କଲେ ନିଜ ସ୍ଥିତି

ନୂଆଦିଲ୍ଲୀ,୨୮।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଗତ କିଛି ଦିନ ହେବ ରାଜନୀତି ସରଗରମ ରହିଛି। ସେପ୍ଟେମ୍ବର ୨୩ରେ ପ୍ରକାଶିତ ଏକ ରିପୋର୍ଟରେ…

କଲେଜ ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ, ଧରାପଡ଼ିଲେ ଯୁବକ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକରେ ସୋମବାର ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ଜଣେ ଯୁବକଙ୍କ କଲେଜ ବ୍ୟାଗକୁ ପୋଲିସ ଯାଞ୍ଚ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ତେଜିଲା ଆନ୍ଦୋଳନ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୮।୯(ଦିଲ୍ଲୀପି ସାମଲ/ଦ୍ୱାରିକା ସାମଲ): ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଭୋଟ ଚୋରି ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ଗଞ୍ଜାମ ଜିଲା କଂଗ୍ରେସ…

କାଠ ସଂଗ୍ରହ ବେଳେ ମହୁମାଛି ଆକ୍ରମଣ: ୪ ଜଣ ଆହତ, ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ

ତୁମୁଡ଼ିବନ୍ଧ, ୨୮୯ (ଦୀପକ କୁମାର ପରାସେଠ): ଜାଳେଣି କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବାବେଳେ ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?