Posted inଫୁରସତ

ଖର୍ଚ୍ଚ କମାଉଥିବା ମନିପର୍ସ

ପାଖରେ ପଇସା ଥିଲେ କିଛି ଲୋକ ଅନାବଶ୍ୟକ ଖର୍ଚ୍ଚ କରିବସନ୍ତି। ଯଦ୍ଦ୍ବାରା ପରବର୍ତ୍ତୀ ସମୟରେ ତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଖାସ୍‌ ଏହି କାରଣ ପାଇଁ ଏକ ଜାପାନୀ କମ୍ପାନୀ ଏମିତି ଏକ ମନିପର୍ସ ତିଆରି କରିଛି, ଯାହା ଅଯଥା ଖର୍ଚ୍ଚ କରିବାରୁ ଲୋକଙ୍କୁ ରୋକିପାରିବ। ଅର୍ଥାତ୍‌ ଏହି ମନିପର୍ସରେ ଏମିତି ଏକ ଡିଭାଇସ୍‌ ରହିଛି, ଯାହା ମଧ୍ୟରେ ଟଙ୍କା କମ୍‌ ଥିଲେ ଯଦି ସେଥିରୁ ଆପଣ ଟଙ୍କା କାଢି କିଛି ଖର୍ଚ୍ଚ କରିବାକୁ ଚାହିଁବେ, ତା’ହେଲେ ମନିପର୍ସଟି ଆପଣଙ୍କ ହାତରୁ ଖସିଯିବ। ଏହାପରେ ବି ଯଦି ଆପଣ ସେହି ପର୍ସଟିକୁ ଜୋର୍‌ରେ ଜାବୁଡ଼ି ଧରି ଟଙ୍କା କାଢିବାକୁ ଚେଷ୍ଟା କରନ୍ତି,ତା’ହେଲେ ଏହା କାନ୍ଦିବା ଶବ୍ଦ କରିବା ସହ ସେହି ସ୍ବରରେ ଲୋକଙ୍କୁ ସାହାଯ୍ୟ ବି ମାଗିବ। କେବଳ ସେତିକି ନୁହେଁ ଏଥିରେ ଲାଗିଥିବା ସ୍ବତନ୍ତ୍ର ଡିଭାଇସ୍‌ ଆବଶ୍ୟକ ପଡିଲେ ଆପଣଙ୍କ ଘର ଲୋକଙ୍କ ପାଖକୁ ଆପଣଙ୍କର ଅଯଥା ଖର୍ଚ୍ଚ ସମ୍ପର୍କରେ ମେସେଜ୍‌ କିମ୍ବା ଇ-ମେଲ୍‌ ବି ପଠାଇପାରିବ। ସତରେ ଏହା ଏକ ଆଶ୍ଚର୍ଯ୍ୟକର ମନିପର୍ସ। ଏଭଳି ପର୍ସ ଥିଲେ ଲୋକେ ପଇସା ଖର୍ଚ୍ଚ କରିବାକୁ ଡରିବେ। ତେବେ ସେ ଯାହା ବି ହେଉନା କାହିଁକି ଉକ୍ତ କମ୍ପାନୀ ଏହି ମନିପର୍ସଟିକୁ କେବେ ମାର୍କେଟ୍‌କୁ ବିକ୍ରି ପାଇଁ ଛାଡୁଛି, ତାହା ଦେଖିବାକୁ କେବଳ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri