Posted inଖେଳ

ଟଙ୍କା ମୋ ପାଇଁ ସବୁକିଛି, କାହିଁକି ଏମିତି କହିଲେ ପାଣ୍ଡ୍ୟା

ଦୁବାଇ,୧୮।୧୦: ଭାରତର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ରିକେଟ୍‌ କ୍ୟାରିୟର୍‌ ବେଶ୍‌ ରୋଚକ। ବରୋଦାରେ ଏକ ଛୋଟ ଆକାରର ଆପାର୍ଟମେଣ୍ଟ ରହିବା ଠାରୁ ମୁମ୍ବାଇରେ ବିଳାସପୂର୍ଣ୍ଣ ସମ୍ପତ୍ତି ପାଇବା ପର୍ଯ୍ୟନ୍ତ ତାଙ୍କ କାହାଣୀ ଏକ ଅସାଧାରଣ କାହାଣୀ ପରି ମନେ ହୁଏ। ନିଜର ଦକ୍ଷତା ଏବଂ ପ୍ରତିଭା ସହିତ ସେ କେବଳ ଭାରତ ପାଇଁ ନୁହେଁ, ବରଂ ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମଧ୍ୟ ଏକ ନାମ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ବର୍ଷ ବର୍ଷ ଧରି ଭାରତ ପାଇଁ ଜଣେ ଅଲରାଉଣ୍ଡର ଭାବେ ନଜର ଆସିଛନ୍ତି। କିନ୍ତୁ ଏବେ ସେ ବୋଲିଂ କରୁନାହାଁନ୍ତି, ଯାହା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ସମସ୍ତେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି -୨୦ ବିଶ୍ୱକପରେ ବୋଲିଂ କରୁଥିବା ଦେଖିବାକୁ ଚାହାଁନ୍ତି, କାରଣ ଟିମ ଇଣ୍ଡିଆର ଏହି ମେଗା ଇଭେଣ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଆଇପିଏଲ ନିଲାମରେ ମିଳିଥିବା ବିପୁଳ ପରିମାଣ ଏବଂ ଏହା ଖେଳାଳିଙ୍କ ଜୀବନ ଉପରେ କିପରି ପ୍ରଭାବ ପକାଇଥାଏ ଏବଂ ଆଇପିଏଲରେ ଚୁକ୍ତି ପାଇବା ପରେ କ’ଣ ପରିବର୍ତ୍ତନ ହୁଏ ସେ ବିଷୟରେ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ମନ କଥା ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ ହାର୍ଦ୍ଦିକ କହିଛନ୍ତି, କ’ଣ ଘଟୁଛି ବୁଝିବା ପାଇଁ ତୁମର ଏକ ଦୃଢ ମନ ଦରକାର। ମୁଁ ଏବଂ କ୍ରୁନାଲ(ଭାଇ କ୍ରୁନାଳ ପାଣ୍ଡ୍ୟା) ଏଥିରେ ବହୁତ ଶକ୍ତିଶାଳୀ। ଆଇପିଏଲ୍‌ରେ ପ୍ରବଳ ଟଙ୍କା ମିଳେ ଏଥିରେ ସନ୍ଦେହ ନାହିଁ, ତଥାପି ଆମ ପାଦ ସର୍ବଦା ତଳେ ଥାଏ। ଟଙ୍କା ସବୁକିଛି ବଦଳାଇ ଦିଏ। ଟଙ୍କା ଯୋଗୁ ମୁଁ ଆଜି ଏତେ ବାଟରେ ପହଞ୍ଚିଛି। ଅନ୍ୟଥା ମୁଁ ପେଟ୍ରୋଲ ପମ୍ପରେ କାମ କରିଥା’ନ୍ତି।
କ୍ରିକେଟରେ ଭଲ ପ୍ରଦର୍ଶନ କରିବାକୁ ଜଣେ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଟଙ୍କା କିପରି ଗୁରୁତ୍ୱପୂର୍ଣ୍ଣ ତାହା ପାଣ୍ଡ୍ୟା ମଧ୍ୟ ପ୍ରକାଶ କରିଛନ୍ତି। ଖେଳାଳିମାନେ ରାଶି ସେମାନଙ୍କ ପରିବାରର ଜୀବନ ପରିବର୍ତ୍ତନ କରୁଥିବାରୁ ପ୍ରଦର୍ଶନ କରିବାକୁ ଭାବପ୍ରବଣ ହୁଅନ୍ତି । ଯଦି ଏତେ ଟଙ୍କା ନ ମିଳନ୍ତା ତେବେ ଅନେକ ଲୋକ କ୍ରିକେଟ ଖେଳିବେ ନାହିଁ। ଗୋଟିଏ ଗାଁ କିମ୍ବା ଛୋଟ ସହରର ପୁଅ କ୍ରିକେଟ୍‌ ଖେଳି ଟଙ୍କା ରୋଜଗାର କରିବା କମ ବଡ଼ କଥା ନୁହେଁ ବୋଲି ପାଣ୍ଡ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

ଏମ୍‌କେସିଜି ଚିକିତ୍ସକଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର ସ୍ନାୟୁ ଶଲ୍ୟ ବିଭାଗ ମୁଖ୍ୟ ଚିକିତ୍ସକଙ୍କ ସମେତ ଅନ୍ୟସମସ୍ତ ଚିକିତ୍ସକଙ୍କୁ ଖେମୁଣ୍ଡି ଓକିଲ ସଂଘ…

କାଳବୈଶାଖୀ ତାଣ୍ଡବ: ଅନ୍ଧାରରେ ୪ଗାଁ

ଗଞ୍ଜାମ,୯।୬(ବିଦ୍ୟାଧର ସାହୁ): କାଳବୈଶାଖୀ ପ୍ରଭାବରେ ଝଡତୋଫାନ ଘଟି ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମରେ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି। ଝଡ଼ତୋଫାନ ବର୍ଷା ଯୋଗୁ ଅଞ୍ଚଳର…

ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୯।୬:ଭାରତରେ ଖାଦ୍ୟ, ଫଳ ଓ ପନିପରିବା ଆଦି ଉପରେ ଅତ୍ୟଧିକ ପରିମାଣରେ କେମିକଲ୍ସ ସ୍ପ୍ରେ ଓ ମିଶ୍ରଣ ଯୋଗୁ ଏସବୁ ନେଇ ଲୋକଙ୍କ ଭରସା ଏକପ୍ରକାର ଉଠିଗଲାଣି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri