
ତିହିଡ,୧୫।୬(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡି଼ ଥାନା ଅଧୀନ ତାଳପଦା ଗ୍ରାମରେ ଶନିବାର ରାତିରେ ମୋନାଲିସା ଜେନା (୨୬)ନାମ୍ନୀ ଜଣେ ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି l ତିହିଡି଼ ପୋଲିସ ଏହି ଘଟଣାରେ ଏକ ମକଦ୍ଦମା (ନଂ ୨୧୧/୨୫)ରୁଜୁ କରି ମହିଳାଙ୍କ ସ୍ବାମୀ ଶଙ୍କର୍ଷଣ ଜେନାକୁ ରବିବାର ଗିରଫ କରିଛି l
ମୋନାଲିସାଙ୍କ ବାପା ତାଳପଦା ଗ୍ରାମର ପଞ୍ଚାନନ ଜେନା ଅଭିଯୋଗରେ ଦର୍ଶାଇଛନ୍ତି ଯେ ତାଙ୍କ ଗ୍ରାମର ଟେରା ଜେନାଙ୍କ ପୁଅ ଶଙ୍କର୍ଷଣ ୫ବର୍ଷ ପୂର୍ବେ ତାଙ୍କ ଝିଅକୁ ବିବାହ କରିଥିଲେ l ବିବାହ ପରେ ଅଧିକ ଯୌତୁକ ଦାବି କରି ମୋନାଲିସାଙ୍କୁ ତାଙ୍କ ସ୍ବାମୀ ଓ ଶାଶୁଘର ଲୋକେ ନିର୍ଯାତନା ଦେଉଥିଲେ l ମୋନାଲିସା ଗର୍ଭବତୀ ଥିବା ବେଳେ ଶନିବାର ରାତିରେ ତାଙ୍କ ଶଙ୍କର୍ଷଣ ଓ ଅନ୍ୟମାନେ ତାଙ୍କୁ ମାଡ଼ ମାରିବା ସହ ଗର୍ଭ ନଷ୍ଟ କରିବା ଉଦ୍ଦେଶ୍ୟରେ ପେଟକୁ ଗୋଇଠା ମାରିଥିଲେl ଏଥିରେ ମୋନାଲିସା ଗୁରୁତର ଆହତ ହେବାପରେ ତାଙ୍କୁ ଚିକିତ୍ସା ନିମନ୍ତେ ତିହିଡି଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ସେଠାରୁ ମୋନାଲିସାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା l ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି।