Posted inଖେଳ

ମୋହନ ବାଗାନ ଜିତିଲା ଡୁରାଣ୍ଡ କପ୍‌

କୋଲକାତା, ୪।୯ (ପି.ଟି.): ଡୁରାଣ୍ଡ କପ୍‌ ଫୁଟବଲ ଟୁର୍ନାମେଣ୍ଟର ୧୩୨ତମ ସଂସ୍କରଣରେ ବାଜି ମାରିଛି ମୋହନ ବାଗାନ ସୁପର ଜାଏଣ୍ଟ। ରବିବାର ଅନୁଷ୍ଠିତ ଫାଇନାଲରେ ମୋହନ ବାଗାନ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଷ୍ଟ ବେଙ୍ଗଲକୁ ୧-୦ ଗୋଲରେ ପରାସ୍ତ କରିଛି। ପୂର୍ବାନୁମାନ ଅନୁସାରେ ଫାଇନାଲ ତୀବ୍ର ସଂଘର୍ଷପୂର୍ଣ୍ଣ ହୋଇଥିଲା। ମାତ୍ର ୭୧ତମ ମିନିଟରେ ମୋହନ ବାଗାନର ଡିମିଟ୍ରି ପେଟ୍ରୋଟୋସ ଦେଇଥିବା ଗୋଲ ଶେଷରେ ନିର୍ଣ୍ଣାୟକ ହୋଇଥିଲା। ଦୀର୍ଘ ୨୩ ବର୍ଷ ବ୍ୟବଧାନରେ ମୋହନ ବାଗାନ ଡୁରାଣ୍ଡ କପ୍‌ ଟାଇଟଲ ହାସଲ କରିବାରେ ସକ୍ଷମ ହୋଇଛି। ଅଷ୍ଟ୍ରେଲୀୟ ଖେଳାଳି ପେଟ୍ରୋଟୋସ ଇଷ୍ଟବେଙ୍ଗଲ ରକ୍ଷଣଭାଗକୁ ଚକିତ କରି ୨୫ ଗଜ ଦୂରରୁ ଶକ୍ତିଶାଳୀ ଶଟ୍‌ ମାରି ଗୋଲ କରିଥିଲେ। ଶଟ୍‌ର ଗତି ଏତେ ତୀବ୍ର ଥିଲା ଯେ ଇଷ୍ଟବେଙ୍ଗଲ ଗୋଲକିପର ପ୍ରଭ୍‌ସୁଖନ ସିଂ ଗିଲ୍‌ ଜଣେ ଦର୍ଶକ ହୋଇ ରହି ଯାଇଥିଲେ। ଏହାକୁ ମିଶାଇ ମୋହନ ବାଗାନ ୧୭ ଥର ପାଇଁ ଡୁରାଣ୍ଡ କପ୍‌ ଚାମ୍ପିୟନ ହେବାର ସୌଭାଗ୍ୟ ପାଇଛି। ଏହା ପୂର୍ବରୁ ୨୦୦୦ରେ ଦଳ ଟାଇଟଲ ହାସଲ କରିଥିଲା। ସେତେବେଳେ ମୋହନ ବାଗାନ ଫାଇନାଲରେ ଏକ ଗୋଲ୍ଡେନ ଗୋଲ୍‌ରେ ମହିନ୍ଦ୍ରା ୟୁନାଇଟେଡ୍‌କୁ ପରାସ୍ତ କରିଥିଲା।
ସମୟ ହାତରୁ ଚାଲି ଯାଉଥିବା ଦେଖି ଇଷ୍ଟବେଙ୍ଗଲ୍‌ କୋଚ୍‌ କାର୍ଲେସ କୁଆଡ୍ରାଟ୍‌ ଶେଷ ୧୦ ମିନିଟରେ ୩ ପରିବର୍ତ୍ତନ କରିଥିଲେ। ନିଶୁ କୁମାର, ଭିପି ସୁହେର ଓ ଏଡଓ୍ବିନ ଭଂସପଲ୍‌ଙ୍କୁ ପଡ଼ିଆକୁ ଆଣିଥିଲେ। ମାତ୍ର ମୋହନ ବାଗାନ କୋଚ୍‌ ଜୁଆନ ଫେରାଣ୍ଡୋ ୮ ଜଣ ଖେଳାଳିଙ୍କୁ ନେଇ ରକ୍ଷଣଭାଗକୁ ଅତ୍ୟନ୍ତ ମଜଭୁତ କରି ଦେଇଥିଲେ। ମଧ୍ୟଭାଗରେ ଅନଓ୍ବର ଅଲୀ ମଧ୍ୟ ଦୃଢ଼ ପ୍ରଦର୍ଶନ କରିଥିଲେ। ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିରେ ଇଷ୍ଟବେଙ୍ଗଲ ସହକାରୀ କୋଚ୍‌ ଡିମାସ ଡେଲଗାଡୋ ମୋହନ ବାଗାନ କୋଚ୍‌ ଫେରାଣ୍ଡୋଙ୍କ ସହ ବାକ୍ୟ ବିନିମୟ କରିଥିଲେ। ଧସ୍ତାଧସ୍ତି ହେବାପରେ ପ୍ରଥମାର୍ଦ୍ଧର ଅତିରିକ୍ତ ସମୟରେ ଡେଲଗାଡୋ ରେଡ୍‌କାର୍ଡ ପାଇଥିଲେ। ୮୬ତମ ମିନିଟରେ ଇଡଓ୍ବିନ ଭଂସପଲ ବକ୍ସ ଏରିଆ ବାହାରୁ ଟାର୍ଗେଟ୍‌କରି ଶଟ୍‌ ମାରିଥିଲେ। ମାତ୍ର ଅନଓ୍ବର ଅଲୀ ଏହାକୁ ବ୍ଲକ୍‌ କରିବାରୁ ଇଷ୍ଟବେଙ୍ଗଲ ମ୍ୟାଚକୁ ସମାନ ସ୍ତରକୁ ଆଣିପାରି ନ ଥିଲା। ୨୦୦୪ ଡୁରାଣ୍ଡ କପ୍‌ ଫାଇନାଲରେ ଇଷ୍ଟବେଙ୍ଗଲ ୨-୧ ଗୋଲରେ ମୋହନ ବାଗାନକୁ ହରାଇ ଚାମ୍ପିୟନ ହୋଇଥିଲା। ଏଠାରେ ତାହାର ମଧୁର ପ୍ରତିଶୋଧ ନେଇଛି ମୋହନ ବାଗାନ। ଏହା ମଧ୍ୟରେ ମୋହନ ବାଗାନ ୩ ଥର ଡୁରାଣ୍ଡ କପ୍‌ ଫାଇନାଲରେ ପ୍ରବେଶ କରିଥିଲେ ହେଁ ଚାମ୍ପିୟନ ହୋଇପାରି ନ ଥିଲା। ପୂର୍ବଥର ୨୦୧୯ରେ ଏହି ଦଳ ୧-୨ ଗୋଲରେ ଗୋକୁଳମ୍‌ କେରଳଠାରୁ ହାରି ଯାଇଥିଲା। ଅନ୍ୟପକ୍ଷରେ ଇଷ୍ଟବେଙ୍ଗଲ ଗତ ୧୧ ବର୍ଷରୁ ଊର୍ଦ୍ଧ୍ୱହେଲା ଜାତୀୟ ସ୍ତରରେ ଟାଇଟଲ ଜିତି ପାରିନାହିଁ। ଶେଷଥର ପାଇଁ ସିନିୟର ସ୍ତରରେ ଏହି ଦଳ ୨୦୧୨ରେ ଫେଡେରେଶନ କପ୍‌ ଜିତିଥିଲା।

୧୦ ଜଣିଆ ମୋହନ ବାଗାନ

୬୨ତମ ମିନିଟରେ ଅନିରୁଦ୍ଧ ଥାପ୍ପା ଦ୍ୱିତୀୟ ୟେଲୋ ପାଇ ପଡ଼ିଆ ଛାଡ଼ିଥିବାରୁ ମୋହନ ବାଗାନ ୧୦ ସଦସ୍ୟ ବିଶିଷ୍ଟ ହୋଇଯାଇଥିଲା। ଏହି ଭାରତୀୟ ମିଡ୍‌ ଫିଲ୍ଡର ଏକ ଏରିଏଲ୍‌ ବଲ୍‌କୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରିବା ଅବସରରେ ବିପକ୍ଷ ଦଳର ସିଭେରିଓଙ୍କ ମୁଣ୍ଡରେ ତାଙ୍କ ବୁଟ୍‌ ବାଜିଥିଲା। ଏହା ଅଜାଣତରେ ହୋଇଥିବା ପରିଲକ୍ଷିତ ହୋଇଥିଲା। ମାତ୍ର ଇଷ୍ଟବେଙ୍ଗଲ ଫରଓ୍ବାର୍ଡ ସିଭେରିଓ ତଳେ ପଡ଼ିରହି କିଛି ସମୟ ଯନ୍ତ୍ରଣା ଅନୁଭବ କରିଥିଲେ। ରେଫରି ରାହୁଲ ଗୁପ୍ତା ଏହି ଘଟଣାରେ ଅନିରୁଦ୍ଧଙ୍କୁ ଦ୍ୱିତୀୟ ୟେଲୋ କାର୍ଡ ଦେଖାଇବା ସହ ପଡ଼ିଆ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାଦ୍ୱାରା ମୋହନ ବାଗାନ ଚାପର ବଶବର୍ତ୍ତୀ ହୋଇଥିଲେ ହେଁ ଚମତ୍କାର ପ୍ରଦର୍ଶନ କରି ଚାମ୍ପିୟନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ସ୍ବାଧୀନତା ଦିବସରେ ଲାଲ୍‌କିଲ୍ଲାରେ ପ୍ରଥମଥର ଘଟିବ ଏମିତି: ଘୋଷଣା କଲେ ସରକାର

ନୂଆଦିଲ୍ଲୀ, ୧୦ା୮:ଆସନ୍ତା ୧୫ ତାରିଖ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭…

ଓଟିପି, ପାସୱାର୍ଡ ଦେଉଥିଲେ ସାବଧାନ: ସାଇବର ଠକେଇରୁ ସତର୍କ ରହିବାକୁ ଛାତ୍ରୀଛାତ୍ରଙ୍କୁ…

ବଞ୍ଚୋ, ୧୦।୮8(ପ୍ରଦୋଷ ବିଶ୍ୱାଳ ): ଦିନକୁ ଦିନ ସାଇବର ଅପରାଧ ଓ ଅନଲାଇନ ଠକେଇ ବଢ଼ିଚାଲିଥିବା ବେଳେ ଏନେଇ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ଆନନ୍ଦପୁର…

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ: ଜାଣନ୍ତୁ କିଏ କେଉଁଠି ଉତ୍ତୋଳନ କରିବେ ପତାକା

ଭୁବନେଶ୍ୱର,୧୦।୮:ସ୍ବାଧୀନତା ଦିବସରେ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ରାଜ୍ୟ ସରକାରଙ୍କ ତାଲିକା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀର ରାଜ୍ୟସ୍ତରୀୟ ସ୍ବାଧୀନତା…

୩ ନାବାଳିକାଙ୍କୁ ଆନ୍ଧ୍ରପ୍ରଦେଶ ନେଉଥିଲେ ଦଲାଲ: ମାଡ଼ିବସିଲା ଶିଶୁ ସୁରକ୍ଷା ବିଭାଗ

ଛତ୍ରପୁର,୧୦।୮(ଦିଲ୍ଲୀପସାମଲ/ଦ୍ୱାରିକା ପଟ୍ଟନାୟକ): ଆନ୍ଧ୍ରପ୍ରଦେଶର ଗୁଡ଼ିୱାଡା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବା ପାଇଁ ଚାଲାଣ ହେଉଥିବା ୩ ଜଣ ନାବାଳିକାଙ୍କୁ ଛତ୍ରପୁର ରେଳ ଷ୍ଟେଶନରୁ ଉଦ୍ଧାର…

ସର୍ପ ଦଂଶନରେ ୨ ମାସର ଶିଶୁ ପୁତ୍ର ମୃତ, ବାପା ଅସୁସ୍ଥ: ଚିକିତ୍ସା ନ କରାଇ ଶିଶୁକୁ ପୋତିଦେଲେ…

ଦେବଗଡ,୧୦ା୮(ଶଶାଙ୍କ ଶେଖର ଝାଙ୍କର): ସର୍ପ ଦଂଶନରେ ୨ ମାସର ଶିଶୁପୁତ୍ର ମୃତ, ବାପା ଅସୁସ୍ଥ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିିଛି ଦେବଗଡ ଜିଲାର…

ନକଲି ଆଇଏଏସ୍‌ ଅଫିସର ଗିରଫ

ନୂଆଦିଲ୍ଲୀ, ୧୦ା୮: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଗୁପ୍ତ ଏଜେଣ୍ଟ ବୋଲି ପରିଚୟ ଦେଉଥିବା ଜଣେ ନକଲି ଆଇଏଏସ୍‌ ଅଫିସରଙ୍କୁ ପୋଲିସ ସୋମବାର ଗିରଫ…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଭୟରେ ଘର ଛାଡ଼ି ପଳାଇଲେ ଲୋକେ

ବୋଗୋଟା, ୧୦।୮: ପଶ୍ଚିମ କୋଲମ୍ବିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ୭.୬ ତୀବ୍ରତାର ଏହି ଭୂକମ୍ପ ଯୋଗୁ ଆମେରିକୀୟ ଦେଶ କୋଲମ୍ବିଆ ଏବଂ ଏହାର…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri