Posted inଖେଳ

ମୋହନ ବାଗାନ ଜିତିଲା ଡୁରାଣ୍ଡ କପ୍‌

କୋଲକାତା, ୪।୯ (ପି.ଟି.): ଡୁରାଣ୍ଡ କପ୍‌ ଫୁଟବଲ ଟୁର୍ନାମେଣ୍ଟର ୧୩୨ତମ ସଂସ୍କରଣରେ ବାଜି ମାରିଛି ମୋହନ ବାଗାନ ସୁପର ଜାଏଣ୍ଟ। ରବିବାର ଅନୁଷ୍ଠିତ ଫାଇନାଲରେ ମୋହନ ବାଗାନ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଷ୍ଟ ବେଙ୍ଗଲକୁ ୧-୦ ଗୋଲରେ ପରାସ୍ତ କରିଛି। ପୂର୍ବାନୁମାନ ଅନୁସାରେ ଫାଇନାଲ ତୀବ୍ର ସଂଘର୍ଷପୂର୍ଣ୍ଣ ହୋଇଥିଲା। ମାତ୍ର ୭୧ତମ ମିନିଟରେ ମୋହନ ବାଗାନର ଡିମିଟ୍ରି ପେଟ୍ରୋଟୋସ ଦେଇଥିବା ଗୋଲ ଶେଷରେ ନିର୍ଣ୍ଣାୟକ ହୋଇଥିଲା। ଦୀର୍ଘ ୨୩ ବର୍ଷ ବ୍ୟବଧାନରେ ମୋହନ ବାଗାନ ଡୁରାଣ୍ଡ କପ୍‌ ଟାଇଟଲ ହାସଲ କରିବାରେ ସକ୍ଷମ ହୋଇଛି। ଅଷ୍ଟ୍ରେଲୀୟ ଖେଳାଳି ପେଟ୍ରୋଟୋସ ଇଷ୍ଟବେଙ୍ଗଲ ରକ୍ଷଣଭାଗକୁ ଚକିତ କରି ୨୫ ଗଜ ଦୂରରୁ ଶକ୍ତିଶାଳୀ ଶଟ୍‌ ମାରି ଗୋଲ କରିଥିଲେ। ଶଟ୍‌ର ଗତି ଏତେ ତୀବ୍ର ଥିଲା ଯେ ଇଷ୍ଟବେଙ୍ଗଲ ଗୋଲକିପର ପ୍ରଭ୍‌ସୁଖନ ସିଂ ଗିଲ୍‌ ଜଣେ ଦର୍ଶକ ହୋଇ ରହି ଯାଇଥିଲେ। ଏହାକୁ ମିଶାଇ ମୋହନ ବାଗାନ ୧୭ ଥର ପାଇଁ ଡୁରାଣ୍ଡ କପ୍‌ ଚାମ୍ପିୟନ ହେବାର ସୌଭାଗ୍ୟ ପାଇଛି। ଏହା ପୂର୍ବରୁ ୨୦୦୦ରେ ଦଳ ଟାଇଟଲ ହାସଲ କରିଥିଲା। ସେତେବେଳେ ମୋହନ ବାଗାନ ଫାଇନାଲରେ ଏକ ଗୋଲ୍ଡେନ ଗୋଲ୍‌ରେ ମହିନ୍ଦ୍ରା ୟୁନାଇଟେଡ୍‌କୁ ପରାସ୍ତ କରିଥିଲା।
ସମୟ ହାତରୁ ଚାଲି ଯାଉଥିବା ଦେଖି ଇଷ୍ଟବେଙ୍ଗଲ୍‌ କୋଚ୍‌ କାର୍ଲେସ କୁଆଡ୍ରାଟ୍‌ ଶେଷ ୧୦ ମିନିଟରେ ୩ ପରିବର୍ତ୍ତନ କରିଥିଲେ। ନିଶୁ କୁମାର, ଭିପି ସୁହେର ଓ ଏଡଓ୍ବିନ ଭଂସପଲ୍‌ଙ୍କୁ ପଡ଼ିଆକୁ ଆଣିଥିଲେ। ମାତ୍ର ମୋହନ ବାଗାନ କୋଚ୍‌ ଜୁଆନ ଫେରାଣ୍ଡୋ ୮ ଜଣ ଖେଳାଳିଙ୍କୁ ନେଇ ରକ୍ଷଣଭାଗକୁ ଅତ୍ୟନ୍ତ ମଜଭୁତ କରି ଦେଇଥିଲେ। ମଧ୍ୟଭାଗରେ ଅନଓ୍ବର ଅଲୀ ମଧ୍ୟ ଦୃଢ଼ ପ୍ରଦର୍ଶନ କରିଥିଲେ। ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିରେ ଇଷ୍ଟବେଙ୍ଗଲ ସହକାରୀ କୋଚ୍‌ ଡିମାସ ଡେଲଗାଡୋ ମୋହନ ବାଗାନ କୋଚ୍‌ ଫେରାଣ୍ଡୋଙ୍କ ସହ ବାକ୍ୟ ବିନିମୟ କରିଥିଲେ। ଧସ୍ତାଧସ୍ତି ହେବାପରେ ପ୍ରଥମାର୍ଦ୍ଧର ଅତିରିକ୍ତ ସମୟରେ ଡେଲଗାଡୋ ରେଡ୍‌କାର୍ଡ ପାଇଥିଲେ। ୮୬ତମ ମିନିଟରେ ଇଡଓ୍ବିନ ଭଂସପଲ ବକ୍ସ ଏରିଆ ବାହାରୁ ଟାର୍ଗେଟ୍‌କରି ଶଟ୍‌ ମାରିଥିଲେ। ମାତ୍ର ଅନଓ୍ବର ଅଲୀ ଏହାକୁ ବ୍ଲକ୍‌ କରିବାରୁ ଇଷ୍ଟବେଙ୍ଗଲ ମ୍ୟାଚକୁ ସମାନ ସ୍ତରକୁ ଆଣିପାରି ନ ଥିଲା। ୨୦୦୪ ଡୁରାଣ୍ଡ କପ୍‌ ଫାଇନାଲରେ ଇଷ୍ଟବେଙ୍ଗଲ ୨-୧ ଗୋଲରେ ମୋହନ ବାଗାନକୁ ହରାଇ ଚାମ୍ପିୟନ ହୋଇଥିଲା। ଏଠାରେ ତାହାର ମଧୁର ପ୍ରତିଶୋଧ ନେଇଛି ମୋହନ ବାଗାନ। ଏହା ମଧ୍ୟରେ ମୋହନ ବାଗାନ ୩ ଥର ଡୁରାଣ୍ଡ କପ୍‌ ଫାଇନାଲରେ ପ୍ରବେଶ କରିଥିଲେ ହେଁ ଚାମ୍ପିୟନ ହୋଇପାରି ନ ଥିଲା। ପୂର୍ବଥର ୨୦୧୯ରେ ଏହି ଦଳ ୧-୨ ଗୋଲରେ ଗୋକୁଳମ୍‌ କେରଳଠାରୁ ହାରି ଯାଇଥିଲା। ଅନ୍ୟପକ୍ଷରେ ଇଷ୍ଟବେଙ୍ଗଲ ଗତ ୧୧ ବର୍ଷରୁ ଊର୍ଦ୍ଧ୍ୱହେଲା ଜାତୀୟ ସ୍ତରରେ ଟାଇଟଲ ଜିତି ପାରିନାହିଁ। ଶେଷଥର ପାଇଁ ସିନିୟର ସ୍ତରରେ ଏହି ଦଳ ୨୦୧୨ରେ ଫେଡେରେଶନ କପ୍‌ ଜିତିଥିଲା।

୧୦ ଜଣିଆ ମୋହନ ବାଗାନ

୬୨ତମ ମିନିଟରେ ଅନିରୁଦ୍ଧ ଥାପ୍ପା ଦ୍ୱିତୀୟ ୟେଲୋ ପାଇ ପଡ଼ିଆ ଛାଡ଼ିଥିବାରୁ ମୋହନ ବାଗାନ ୧୦ ସଦସ୍ୟ ବିଶିଷ୍ଟ ହୋଇଯାଇଥିଲା। ଏହି ଭାରତୀୟ ମିଡ୍‌ ଫିଲ୍ଡର ଏକ ଏରିଏଲ୍‌ ବଲ୍‌କୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରିବା ଅବସରରେ ବିପକ୍ଷ ଦଳର ସିଭେରିଓଙ୍କ ମୁଣ୍ଡରେ ତାଙ୍କ ବୁଟ୍‌ ବାଜିଥିଲା। ଏହା ଅଜାଣତରେ ହୋଇଥିବା ପରିଲକ୍ଷିତ ହୋଇଥିଲା। ମାତ୍ର ଇଷ୍ଟବେଙ୍ଗଲ ଫରଓ୍ବାର୍ଡ ସିଭେରିଓ ତଳେ ପଡ଼ିରହି କିଛି ସମୟ ଯନ୍ତ୍ରଣା ଅନୁଭବ କରିଥିଲେ। ରେଫରି ରାହୁଲ ଗୁପ୍ତା ଏହି ଘଟଣାରେ ଅନିରୁଦ୍ଧଙ୍କୁ ଦ୍ୱିତୀୟ ୟେଲୋ କାର୍ଡ ଦେଖାଇବା ସହ ପଡ଼ିଆ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାଦ୍ୱାରା ମୋହନ ବାଗାନ ଚାପର ବଶବର୍ତ୍ତୀ ହୋଇଥିଲେ ହେଁ ଚମତ୍କାର ପ୍ରଦର୍ଶନ କରି ଚାମ୍ପିୟନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?