Posted inଖେଳ

ମ୍ୟାଚ୍‌ ପୂର୍ବରୁ ମା’ଙ୍କୁ ମାଗିଥିଲେ ଏହି ଜିନିଷ: ସେହି ଦମ୍‌ରେ ଦଳକୁ ବିପଦରୁ କଲେ ରକ୍ଷା

ହାଇଦ୍ରାବାଦ୍‌,୧୯।୧: ହାଇଦ୍ରାବାଦରେ ରୋହିତ ଶର୍ମାଙ୍କ ନେତୃତ୍ୱଧୀନ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ ଜିତିଛି। ୩୫୦ ରନ ସ୍କୋର କରିବା ସତ୍ତ୍ୱେ ଭାରତ ମାତ୍ର ୧୨ ରନରେ ଜିତିଥିଲା। ଭାରତର ଏହି ବିଜୟରେ ଶୁବମନ ଗିଲଙ୍କ ଦ୍ୱିଶତକ ଯେତିକି ଗୁରୁତ୍ୱପୂର୍ଣ୍ଣ, ମହମ୍ମଦ ସିରାଜଙ୍କ ଅବଦାନ ମଧ୍ୟ ବେଶ୍‌ ଥିଲା। ସେ ତାଙ୍କ ଘରୋଇ ମାଟିରେ ଚମତ୍କାର ବୋଲିଂ କରି ୪ଟି ଉଇକେଟ ମଧ୍ୟ ନେଇଥିଲେ। ସେ ନିଜ ବୋଲିଂରେ ଭାରତକୁ ବିପଦରୁ ରକ୍ଷା କରିଥିଲେ।
ମ୍ୟାଚ ପୂର୍ବରୁ ସିରାଜଙ୍କୁ ଏକ ଅସ୍ତ୍ର ମିଳିଥିଲା, ଯାହା ଆଧାରରେ ସେ ହାଇଦ୍ରାବାଦରେ ଅସୁବିଧାରେ ପଡ଼ିଥିବା ଦଳକୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ କରିଥିଲେ। ସେହି ଅସ୍ତ୍ରଟି ମାତା ଶବାନା ବେଗମଙ୍କ ଆଶୀର୍ବାଦ ଥିଲା। ମ୍ୟାଚ ପୂର୍ବରୁ ଦଳର ଅଭ୍ୟାସ ଅଧିବେଶନରେ ମଧ୍ୟ ସିରାଜ ଅଂଶଗ୍ରହଣ କରି ନ ଥିଲେ। ସେ ସାଙ୍ଗ ଏବଂ ପରିବାର ଲୋକଙ୍କୁ ଭେଟିବାକୁ ଯାଇଥିଲେ।
ପୁଅର ମ୍ୟାଚ ଖେଳିବା ପାଇଁ ସିରାଜଙ୍କ ମା, ଭଉଣୀ ଏବଂ ଘନିଷ୍ଠ ବନ୍ଧୁମାନେ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ମା’ ଏବଂ ଭଉଣୀ ପାଇଁ ଏହା ଏକ ଅବିସ୍ମରଣୀୟ ମୁହୂର୍ତ୍ତ। ଯେତେବେଳେ ବି ସିରାଜ ବୋଲିଂ କରିବାକୁ ଆସିଲେ, ତାଙ୍କ ନାମ ଷ୍ଟାଡିୟମରେ ପ୍ରତିଧ୍ୱନିତ ହେବାକୁ ଲାଗିଥିଲା। ଏହା କୌଣସି ମା’ ପାଇଁ ଗର୍ବର ବିଷୟ। ସିରାଜଙ୍କ ମା’ଙ୍କ ଆଖି ଖୁସିର ଲୁହରେ ଭରିଯାଇଥିଲା।
ଏକ ସାକ୍ଷାତକାରରେ ସିରାଜଙ୍କ ମା’ କହିଛନ୍ତି, ସୋମବାର ହଠାତ୍‌ ଟିମ ହୋଟେଲରୁ ସିରାଜ ଘରକୁ ଆସିଥିଲେ। ପ୍ରଥମେ ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି। କାରଣ ସେ କହିଥିଲେ ମଙ୍ଗଳବାର ଆସିବେ। ପୂର୍ବରୁ ଆସିଥିବାରୁ ଆମେ ତାଙ୍କ ପାଇଁ କୌଣସି ବିଶେଷ ଖାଦ୍ୟ ପ୍ରସ୍ତୁତ କରି ନ ଥିଲୁ। ସେଥିପାଇଁ ମୁଁ ପ୍ରଥମେ ଏହି ତାଙ୍କୁ ଗାଳି ଦେଲି। ମୁଁ କହିଲି ତୁ କାଇଁ ହଠାତ୍‌ ଆସିଲୁ। ମୁଁ ବିଶେଷ କିଛି ରାନ୍ଧି ପାରିଲି ନାହିଁ। ପରେ ସେ କହିଥିଲେ, ତୁମର ଆଶୀର୍ବାଦ ଦିଅ, ତାହା କେବଳ ମୋ ପାଇଁ ଯଥେଷ୍ଟ। ମୁଁ ତରବରିଆ ଭାବେ ତା’ର ପ୍ରିୟ ଖେଚୁଡି ତିଆରି କଲି।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri