Posted inଜାତୀୟ

ମୋହାଲି ଏମଏମଏସ ମାମଲା: ଛାତ୍ରଙ୍କ ଧାରଣା ପ୍ରଦର୍ଶନ ଶେଷ, ହଟିଲେ ୱାର୍ଡନ, ୬ ଦିନ ପାଇଁ ବନ୍ଦ ରହିବ ବିଶ୍ୱବିଦ୍ୟାଳୟ

ମୋହାଲି,୧୯ ।୯: ଚଣ୍ଡିଗଡ଼ର ଏକ ବିଶ୍ୱବିଦ୍ୟାଳୟରେ ବିଦ୍ୟାର୍ଥୀଙ୍କ ବିରୋଧ ପ୍ରଦର୍ଶନ ରବିବାର ବିଳମ୍ବିତ ରାତିରେ ଶେଷ ହୋଇଛି । ଛାତ୍ରଙ୍କ ଦାବି ପୂରଣ ହେବାରୁ ବିରୋଧ ପ୍ରଦର୍ଶନ ଶେଷ ହୋଇଛି । ଡିସି ଓ ଆଇଜିଙ୍କ ଉପସ୍ଥିତିରେ ସମସ୍ତ ଦାବିକୁ ମାନି ନିଆଯାଇଛି । ଏହାସହ ବିରୋଧ ପ୍ରଦର୍ଶନ କରିଥିବା ଛାତ୍ରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି କୁହାଯାଇଛି । ପୁଣି ହଷ୍ଟେଲ ୱାର୍ଡନଙ୍କୁ ମଧ୍ୟ ବଦଳାଇ ଦିଆଯିବ ।
ଗଣମାଧ୍ୟମର ସୂଚନା ଅନୁଯାୟୀ, ୟୁନିଭର୍ସିଟିକୁ ୬ ଦିନ ପାଇଁ ବନ୍ଦ କରି ଦିଆଯାଇଛି । ହଷ୍ଟେଲର ଟାଇମିଂ ବଦଳି ଯାଇଛି । ଏବେ ବିଦ୍ୟାର୍ଥୀମାନେ କ୍ୟାମ୍ପସ ଛାଡୁଥିବା ଦେଖାଯାଇଛି । ଆହୁରି ମଧ୍ୟ ଛାତ୍ରୀଙ୍କୁ ହଷ୍ଟେଲରେ ପୋଷାକ ଉପରେ କୌଣସି କଟକଣା ରହିବ ନାହିଁ । ଏହି ମାମଲାରେ ଏବେ ପର୍ଯ୍ୟନ୍ତ ୩ ଜଣଙ୍କୁ ଗିରଫ କରାଯାଇଛି । ଭିଡିଓ କରୁଥିବା ଛାତ୍ରୀ, ତାଙ୍କ ବୟଫ୍ରେଣ୍ଡ ଓ ତାଙ୍କର ଜଣେ ବନ୍ଧୁଙ୍କୁ ଗିରଫ କରାଯାଇଛି ।
ସୂଚନାଯୋଗ୍ୟ, ଚଣ୍ଡିଗଡ଼ ୟୁନିଭର୍ସିଟିରେ କେତେଜଣ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଭାଇରାଲ ହେବା ପରେ ଏହି ଖବର ପ୍ରଚାର ପ୍ରସାର ହୋଇଯାଇଥିଲା । ଏହା ଜଣାପଡିବା ପରେ ଶନିବାର ରାତିରେ ବିଦ୍ୟାର୍ଥୀମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏମାନଙ୍କୁ ହଟାଇବାକୁ ଚେଷ୍ଟା କରିଥିବା ପୋଲିସ ସହ ବି ଏମାନେ ମୁହାଁମୁହିଁ ହୋଇଥିଲେ । ଅଭିଯୋଗ ହୋଇଥିଲା କି ଏହି ଘଟଣା ପରେ ଯେଉଁମାନଙ୍କର ଭିଡିଓ ଭାଇରାଲ ହୋଇଥିଲା ସେମାନଙ୍କ ମଧ୍ୟରୁ କେତେଜଣ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ହେଲେ ପୋଲିସ ଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି କେଜ୍‌ରିୱାଲଙ୍କୁ କରାଗଲା ଗିରଫ: ସୁପ୍ରିମକୋର୍ଟରେ କହିଲା ଇଡି

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ସିଏମ ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନକୁ ବିରୋଧ କରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି। ଦାଖଲ ହୋଇଥିବା ଆଫିଡେଭଟ୍‌ରେ...

ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ପକ୍ଷରୁ କ୍ଲିନଚିଟ୍‌, ହିନ୍ଦୁ ଦେବୀଦେବତାଙ୍କ ନାମରେ ମାଗି ନାହାନ୍ତି ଭୋଟ୍‌

ନୂଆଦିଲ୍ଲୀ,୨୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ଦ୍ୱାରା କ୍ଲିନଚିଟ୍‌। ମୋଦିଙ୍କ ନାମରେ ହିନ୍ଦୁ ଦେବୀଦେବତାଙ୍କ ନାଁରେ ଭୋଟ ମାଗୁଥିବା ଅଭିଯୋଗ ହୋଇଥିଲା। ଯାହାକୁ ଗୁରୁବାର...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ଯେବେ ମମତା ରାଗିଯାଇ ବାଜପେୟୀଙ୍କ ଟେବୁଲ ଉପରେ ରଖିଥିଲେ ମଣିଷ ଖପୁରୀ, କାରଣ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୫।୪: ରାଜନୀତିର ଚର୍ଚ୍ଚିତ ଚେହେରା ମମତା ବାନାର୍ଜୀ। ଯିଏ ଭାରତୀୟ ରାଜନୀତିର ନିଜ ରାଗ ଓ ଜିଦ ପାଇଁ ମଧ୍ୟ ଜଣାଶୁଣା। ଯଦି ଦିଦି କିଛି...

ଭାଜପାରେ ଯୋଗ ଦେବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ

ନୂଆଦିଲ୍ଲୀ,୨୫।୪: ପଦ୍ମ ଧରିବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ । ବିହାରର ଏହି ଚର୍ଚ୍ଚିତ ୟୁଟ୍ୟୁବର ଗୁରୁବାର ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ ।...

ନିର୍ବାଚନ ଡ୍ୟୁଟି ଲାଗିବା ମାତ୍ରେ କର୍ମଚାରୀ ଅସୁସ୍ଥ ହେବା ସଂଖ୍ୟା ବୃଦ୍ଧି, ମିଛ ହେଲେ କାର୍ଯ୍ୟାନୁଷ୍ଠାନ

ଭୋଜପୁର,୨୫।୪: ବିହାରର ଭୋଜପୁରରେ ଲୋକ ସଭା ଓ ବିଧାନସଭା ଉପ ନିର୍ବାଚନ ପାଇଁ ଡ୍ୟୁଟି ଲାଗିବା ମାତ୍ରେ ସରକାରୀ କର୍ମଚାରୀ ବହୁ ସଂଖ୍ୟାରେ ଅସୁସ୍ଥ ହୋଇପଡିଛନ୍ତି।...

ଆସିଲା JEE Mains ରେଜଲ୍ଟ: କେମିତି ଜାଣିବେ ମେରିଟ ଲିଷ୍ଟ ତାଲିକା

ନୂଆଦିଲ୍ଲୀ,୨୫।୪: ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ମିଳିତ ପ୍ରବେଶିକା ପରୀକ୍ଷା (JEE Mains) ସେସନ-୨ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ଜାନୁଆରୀ ଏବଂ...

ନିର୍ବାଚନ ପୂର୍ବରୁ ଜେଡିୟୁ ନେତାଙ୍କୁ ହତ୍ୟା

ପାଟନା,୨୫।୪: ବିହାରରେ ଶାସକ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରାଜଧାନୀ ପାଟନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri