Posted inଜାତୀୟ

ମୋଦିଙ୍କ ନେପାଳ ଗସ୍ତ, ଚାଇନା ଦ୍ୱାରା ନିର୍ମିତ ବିମାନ ବନ୍ଦରରେ ଅବତରଣ କରିବେନି ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ/କାଠମାଣ୍ଡୁ, ୧୦।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୬ ମେ, ରେ ନେପାଳର ଲୁମ୍ବିନି ଗସ୍ତ କରିବାକୁ ଯାଉଛନ୍ତି। ନେପାଳର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଦିନ ନେପାଳର ପ୍ରଧାନମନ୍ତ୍ରୀ ଶେର୍‌ ବାହାଦୂର ଦେଓବା ଲୁମ୍ବିନିରେ ଚାଇନା ଦ୍ୱାରା ନିର୍ମିତ ଅନ୍ତର୍ଜାତୀୟ ବିମାନବନ୍ଦରର ଲୋକାର୍ପଣ କରିବାକୁ ଯାଉଛନ୍ତି। ରିପୋର୍ଟରେ ଦର୍ଶାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦି ଲୁମ୍ବିନିର ଏହି ବିମାନବନ୍ଦରରେ ଅବତରଣ କରିବା ପରିବର୍ତ୍ତେ ଭାରତର କୁଶିନଗରର ନୂତନ ନିର୍ମିତ ବିମାନବନ୍ଦରରେ ଅବତରଣ କରିବେ ଏବଂ ପରେ ହେଲିକପ୍ଟର ଯୋଗେ ଲୁମ୍ବିନିରେ ନିର୍ମିତ ସ୍ବତନ୍ତ୍ର ହେଲିପ୍ୟାଡରେ ଅବତରଣ କରିବେ।

ଏଠାରେ ମୋଦି ଏବଂ ଦେଓବା ଲୁମ୍ବିନି ଅଞ୍ଚଳରେ ଭାରତୀୟ ସାହାଯ୍ୟରେ ନିର୍ମିତ ହେବାକୁ ଥିବା ଏକ ବିହାରର ଶୀଳାନ୍ୟାସ କରିବେ। ବିଶେଷଜ୍ଞମାନଙ୍କ ଅନୁସାରେ ବିମାନ ବନ୍ଦର ଚାଇନା ଦ୍ୱାରା ନିର୍ମିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଏଠାରେ ଅବତରଣ କରିବାକୁ ଚାହୁଁନାହାଁନ୍ତି। ଲୁମ୍ବିନିରେ ଚାଇନାର ସହଯୋଗରେ ନିର୍ମିତ ଗୌତମ ବୁଦ୍ଧ ଅନ୍ତର୍ଜାତୀୟ ବିମାନବନ୍ଦର ଭାରତୀୟ ସୀମାଠାରୁ ମାତ୍ର ୬ କିଲୋମିଟର ଦୂରରେ ଅବସ୍ଥିତ।

କାଠମାଣ୍ଡୁ ପୋଷ୍ଟ ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ବିମାନବନ୍ଦର ୧୦ ବର୍ଷ ମଧ୍ୟରେ ପ୍ରାୟ ୪୦ ବିଲିୟନ ଢଲାର ବ୍ୟୟରେ ନିର୍ମିତ ହୋଇଛି। କାଠମାଣ୍ଡୁ ପୋଷ୍ଟ ସହ ନେପାଳର ବରିଷ୍ଠ ଅଧିକାରୀମାନେ ଏକ ବାର୍ତ୍ତାଳାପରେ କହିଛନ୍ତି ଯେ ବିମାନବନ୍ଦରର ଲୋକାର୍ପଣ ପାଇଁ ଚାଇନାର ଏକ ପ୍ରତିନିଧି ଦଳ ଆସନ୍ତା ୧୬ ରେ ଆସିବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ଭାରତ ସେହି ଦିନ ଲୁମ୍ବିନି ବିମାନ ବନ୍ଦର ବ୍ୟବହାର କରିବାକୁ ଚାହୁଁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୁଲାଡ ବାହୁଡ଼ା ଯାତ୍ରା: ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟକ୍ତି….

ଭଞ୍ଜନଗର,୨୪।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର କୁଲାଡ ବାହୁଡ଼ା ଯାତ୍ରା ଐତିହାସିକ ଓ ପ୍ରସିଦ୍ଧ। ଭଞ୍ଜ ରାଜବଂଶଙ୍କ ପକ୍ଷରୁ ଶହ ଶହ ବର୍ଷ ଧରି…

ଜାତୀୟ ରାଜନୀତିରେ ହଲଚଲ: ଆଜି ରାତି ୮ଟାରେ ବଡ଼ ଘୋଷଣା କରିବେ ସରକାର…

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ୍ ପରେ କକରୋଚ ଜନତା ପାର୍ଟି (CJP) ର ପ୍ରତିବାଦ ଏବଂ ଜେନ୍-ଜି (Gen-Z) ଙ୍କ ଆନ୍ଦୋଳନ ପରେ କେନ୍ଦ୍ର ସରକାର ଆଲର୍ଟ…

CJPକୁ ସମର୍ଥନ କରି ଚାକିରି ଛାଡିଲେ ଉତ୍ତରାଖଣ୍ଡ ପୋଲିସ! ଆନ୍ଦୋଳନକୁ ନେଇ କଲେ ବଡ଼ ଖୁଲାସା,ଦେଶରେ ଚହଳ…

ନୂଆଦିଲ୍ଲୀ,୨୪।୭: CJP ମଞ୍ଚ ଏହାର ଚାଲିଥିବା ପ୍ରତିବାଦ ଯୋଗୁଁ ଦେଶବ୍ୟାପୀ ଦୃଷ୍ଟି ଆକର୍ଷଣ କରିଛି। ଏବେ, ସେଠାରେ ଏକ ଘଟଣା ଘଟିଛି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ…

ମନ୍ତ୍ରୀଙ୍କୁ ପରାମର୍ଶ ଦେଲେ ମୋଦି, Gen-Z ଙ୍କ ସହ ମିଶିବା ପାଇଁ Insta ଖୋଲନ୍ତୁ…

ନୂଆଦିଲ୍ଲୀ,୨୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମନ୍ତ୍ରୀମାନଙ୍କୁ ଜେନ୍-ଜି (Gen-Z) ବା ଆଜିକାଲିର ଯୁବବର୍ଗଙ୍କ ସହ ଯୋଡ଼ିହେବା ପାଇଁ ଇନ୍‌ଷ୍ଟାଗ୍ରାମ୍ (Instagram) ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।…

କ୍ୟାବିନେଟ ମିଟିଂ ପରେ ଧର୍ମେନ୍ଦ୍ରଙ୍କୁ ନେଇ ଆସିଲା ବଡ଼ ଖବର, ଇସ୍ତଫା…

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଶୀର୍ଷ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ।…

କ୍ୟାବିନେଟ ବୈଠକ ପରେ ଅଶ୍ୱିନୀ ବୈଷ୍ଣବଙ୍କ ସାମ୍ବାଦିକ ସମ୍ମିଳନୀ: କହିଲେ ଠକ ମାଫିଆଙ୍କ ବିରୋଧରେ କଠୋର ଆଇନ ପ୍ରଣୟନ କରାଯିବ

ନୂଆଦିଲ୍ଲୀ,୨୪।୭: କ୍ୟାବିନେଟ ବୈଠକ ପରେ, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପେପର ଲିକ ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଏହି ବିପଦର ମୁକାବିଲା ପାଇଁ…

ବାଂଲାଦେଶକୁ ବଡ଼ ଝଟକା, ଇସ୍ତଫା ଦେଲେ ରାଷ୍ଟ୍ରପତି

ଢାକା,୨୪।୭: ବାଂଲାଦେଶ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ୨୪ ଜୁଲାଇ, ୨୦୨୬ରେ ସମ୍ବିଧାନର ଧାରା ୫୦(୩) ଅନୁଯାୟୀ ସଂସଦର ବାଚସ୍ପତିଙ୍କୁ ଏକ…

ଭୟଙ୍କର ଦୁର୍ଘଟଣା, ଗାଡ଼ି ଉପରେ ଖସି ପଡ଼ିଲା ମାଟି ଅତଡ଼ା, ୧୩ ମୃତ

ପାଙ୍ଗି,୨୪।୭: ସାରା ଦେଶରେ ମୌସୁମୀ ବର୍ଷା ଜାରି ରହିଛି। କିଛି ଅଞ୍ଚଳ ଏବେ ବି ବର୍ଷା ଅପେକ୍ଷାରେ ଥିବା ବେଳେ, ପାହାଡ଼ି ରାଜ୍ୟ ସମେତ ଅନ୍ୟାନ୍ୟ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri