୩୦ ହଜାର କୋଟି ପୈଠ ନ କଲେ ପାକିସ୍ତାନକୁ ଅନ୍ଧାର କରିଦେବେ ଚାଇନା କମ୍ପାନୀ…

ଇସଲାମାବାଦ୍‌, ୧୦।୫ : ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଏହାର ଘନିଷ୍ଠ ବନ୍ଧୁ ଚାଇନା ଏକ ବଡ଼ ଝଟ୍‌କା ଦେବାକୁ ଯାଉଛି। ଚାଇନା ବିଦ୍ୟୁତ ଯୋଗାଣକାରୀ କମ୍ପାନୀଗୁଡିକ ଖୋଲାଖୋଲି ଭାବେ ପାକିସ୍ତାନ ସରକାରଙ୍କୁ ଧମକ ଦେଇଛନ୍ତି ଯେ ଯଦି ସେମାନଙ୍କର ୩୦ ହଜାର କୋଟି (୩୦୦ ବିଲିୟନ) ଟଙ୍କା ପୈଠ ନହୁଏ ତେବେ ସେମାନେ ପାକିସ୍ତାନକୁ ଅନ୍ଧାର କରିଦେବେ। ପାକିସ୍ତାନରେ କାର୍ଯ୍ୟ କରୁଥିବା ଦୁଇ ଡଜନରୁ ଅଧିକ ଚାଇନିଜ କମ୍ପାନୀ କହିଛନ୍ତି ଯେ ସେମାନେ ଚଳିତ ମାସରେ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ କରିବାକୁ ବାଧ୍ୟ ହେବେ। ଏହି ଚାଇନିଜ କମ୍ପାନୀଗୁଡିକ ଉପରେ ପାକିସ୍ତାନର ବକେୟା ରହିଛି।

୩୦ଟି ଚାଇନିଜ କମ୍ପାନୀ ମଲ୍ଟି ବିଲିୟନ ଡଲାରର ଚାଇନା-ପାକିସ୍ଥାନ ଇକୋନୋମିକ କରିଡର (ସିପିଇସି) ଅଧୀନରେ ପାକିସ୍ତାନରେ କାର୍ଯ୍ୟ କରୁଛନ୍ତି। କମ୍ପାନୀଗୁଡ଼ିକ ପାକିସ୍ଥାନର ଶକ୍ତି, ଯୋଗାଯୋଗ, ରେଳବାଇ ଆଦି କ୍ଷେତ୍ରରେ କାର୍ଯ୍ୟ ଜାରି ରଖିଛନ୍ତି। ପାକିସ୍ତାନର ଯୋଜନା ତଥା ବିକାଶ ମନ୍ତ୍ରୀ ଅହସାନ ଇକବାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ପ୍ରସଙ୍ଗରେ ପାକିସ୍ତାନ ପାଖରେ କୌଣସି ଉତ୍ତର ନଥିଲା।

ପାକିସ୍ତାନୀ ଖବରକାଗଜ ଡନ ଅନୁଯାୟୀ ଚାଇନା ଅଧିକାରୀମାନେ ଏହି ବୈଠକରେ ପାକିସ୍ତାନୀ ମନ୍ତ୍ରୀଙ୍କ ନିକଟରେ ଜଟିଳ ଭିସା ପ୍ରଣାଳୀ, ଟିକସ ଇତ୍ୟାଦି ସମ୍ବନ୍ଧୀୟ ଅନେକ ଅଭିଯୋଗ ଆଣିଛନ୍ତି। ଚାଇନାର ବିଦ୍ୟୁତ୍‌ ଶକ୍ତି ଉତ୍ପାଦକ (ଆଇପିପି)ର ପ୍ରାୟ ୨୫ ଜଣ ପ୍ରତିନିଧି ଜଣଙ୍କ ପରେ ଜଣେ ପାକିସ୍ତାନ ମନ୍ତ୍ରୀଙ୍କ ସହ କଥା ହୋଇଥିଲେ।

ଏହି ସମୟରେ ସେମାନେ ତାଙ୍କ ଦେୟ ପ୍ରଦାନ ନକରିବା ନେଇ ଅଭିଯୋଗ କରିଛନ୍ତି ଏବଂ ଯଦି ଶୀଘ୍ର ଟଙ୍କା ନ ଦିଆଯାଏ ତେବେ ସେ କିଛି ଦିନ ମଧ୍ୟରେ ବିଦ୍ୟୁତ ଉତ୍ପାଦନ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି। ଦେଶରେ ଅତ୍ୟଧିକ ତାତି ବଢୁଥିବା ଯୋଗୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉତ୍ପାଦନକୁ ସର୍ବାଧିକ କରିବାକୁ ପାକ ଅଧିକାରୀମାନେ ଚାଇନାର କମ୍ପାନୀଗୁଡିକ ଉପରେ ଚାପ ପକାଉଥିଲେ। ଏଥିପାଇଁ ଚାଇନା କମ୍ପାନୀଗୁଡିକ କହିଛନ୍ତି ଯେ ବକେୟାକୁ ଦୃଷ୍ଟିରେ ରଖି ଏହା ଆମ ପକ୍ଷେ ଅସମ୍ଭବ।
ଚାଇନିଜ କମ୍ପାନୀଗୁଡିକ ଅଭିଯୋଗ କରିଛନ୍ତି ଯେ ଇନ୍ଧନ ମୂଲ୍ୟ, ବିଶେଷକରି କୋଇଲା ମୂଲ୍ୟ ତିନିରୁ ଚାରି ଗୁଣ ବୃଦ୍ଧି ପାଇଛି, ଅର୍ଥାତ୍‌ ଇନ୍ଧନର ବ୍ୟବସ୍ଥା ପାଇଁ ସେମାନଙ୍କୁ ଅତି କମରେ ତିନିରୁ ଚାରି ଗୁଣ ଅଧିକ ଅର୍ଥ ପ୍ରଦାନ କରାଯିବା ଉଚିତ। କୋଇଲା ଉତ୍ପାଦନକାରୀଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ କୋଇଲା କମ ଷ୍ଟକ ହେତୁ ପ୍ଲାଣ୍ଟଗୁଡ଼ିକ ଅଧା କ୍ଷମତାରେ କାର୍ଯ୍ୟ କରୁଛି, କିନ୍ତୁ ବିଦ୍ୟୁତ ଉତ୍ପାଦନ ବୃଦ୍ଧି ପାଇଁ କର୍ତ୍ତୃପକ୍ଷଙ୍କ ଚାପ ଯୋଗୁଁ କିଛି ଦିନ ମଧ୍ୟରେ ଇନ୍ଧନ ଷ୍ଟକ ଶେଷ ହୋଇପାରେ। ସେମାନଙ୍କ ମଧ୍ୟରୁ କେତେକ କହିଛନ୍ତି ଯେ ପୂର୍ବରୁ ଯୋଗାଇ ଦିଆଯାଇଥିବା ବିଦ୍ୟୁତ୍‌ ବକେୟା ଏପର୍ଯ୍ୟନ୍ତ ଆମକୁ ମିଳିନାହିଁ। ଅପରପକ୍ଷରେ କରୋନା ମହାମାରୀ ଯୋଗୁ ସେମାନେ ଆର୍ଥିକ ଦୃଷ୍ଟିରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ବ୍ୟତୀତ ଟିକସ କର୍ତ୍ତୃପକ୍ଷ ସେମାନଙ୍କୁ ଅଧିକ ହାରରେ ଟିକସ ନେବା ଆରମ୍ଭ କରିଛନ୍ତି। ମନ୍ତ୍ରୀ ଇକବାଲ ଆଶ୍ୱାସନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ଏହି ଘଟଣା ପ୍ରତି ଧ୍ୟାନ ଦେଇସାରିଛନ୍ତି ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କୁ ଏହି ସମସ୍ୟାର ସମାଧାନ କରିବାକୁ ଏବଂ ତୁରନ୍ତ ଦେୟ ପ୍ରଦାନ କରିବାକୁ କହିଛନ୍ତି। ଚଳିତ ମାସ ମଧ୍ୟରେ ସେମାନଙ୍କର ଆର୍ଥିକ ଅସୁବିଧା ଦୂର ହେବ ବୋଲି ସେ ପ୍ରତିଶୃତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦହି କିଣିବା ପାଇଁ ରାସ୍ତା ମଝିରେ ଟ୍ରେନ୍‌ ଅଟକାଇଦେଲେ ଚାଳକ, ଆଉ ତା’ ପରେ…

ଇସଲାମାବାଦ,୯ା୧୨: ପାକିସ୍ତାନରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏକ ପାସେଞ୍ଜର ଟ୍ରେନ୍‌ ଚାଳକଙ୍କ ଅଦ୍ଭୁତ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଛି। ଏହି ଚାଳକ ଜଣକ...

୯ ମାସ ହେବ ଅଜବ ଦୁର୍ଗନ୍ଧରେ ଫାଟି ପଡୁଛି ଏହି ସହର, ବାନ୍ତି କରି ଲୋକେ ନୟାନ୍ତ

ଲଣ୍ଡନ,୨ା୭: ନିକଟରେ ବ୍ରିଟେନରୁ ଏକ ଖବର ଆସିଛି, ଯାହା ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରୁଛି। ହଠାତ୍‌ ଏଠାକାର ଏକ ସହରରେ ଦୁର୍ଗନ୍ଧ ବ୍ୟାପିବାରେ ଲାଗିଛି।...

ଚାଇନାର ଚିନ୍ତା ବଢ଼ିଲା: ଏଫ୍‌-୧୬ ଯୁଦ୍ଧ ବିମାନ ତାଇଓ୍ବାନକୁ ବିକ୍ରି କରିବ ଆମେରିକା

ଓ୍ବାଶିଂଟନ,୨୧।୮: ଆମେରିକା-ତାଇଓ୍ବାନ ସାମରିକ ସରଞ୍ଜାମ ଚୁକ୍ତି ଯୋଗୁ ଚାଇନାର ଚିନ୍ଥା ବଢ଼ିବାରେ ଲାଗିଛି। ଆମେରିକା ତାଇଓ୍ବାନକୁ ୬୬ଟି ଏଫ୍‌-୧୬ ଯୁଦ୍ଧ ବିମାନ ବିକ୍ରି କରିବାକୁ ସହମତି...

ନ୍ୟୁଜିଲାଣ୍ଡରେ ଗାବ୍ରିଏଲ ଘୁର୍ଣ୍ଣିବାତ୍ୟାରେ ୧୧ ମୃତ, ହଜାର ହଜାର ନିଖୋଜ

ୱେଲିଂଟନ,୨୦ ।୨: ନ୍ୟୁଜିଲାଣ୍ଡରେ ରବିବାର ଆସିଥିବା ଗାବ୍ରିଏଲ ଘୂର୍ଣ୍ଣିବାତ୍ୟାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ଏବେବି ହଜାର ହଜାର ଲୋକ...

ଜେଲରେ ଜନ୍‌ ମେକେଫି ମୃତ

ମାଡ୍ରିଡ୍‌,୨୫।୬: ଆଣ୍ଟିଭାଇରସ୍‌ ଜଗତର ଜଣାଶୁଣା ନାମ ଜନ୍‌ ମେକେଫିଙ୍କ ମୃତ୍ୟୁ ଘଟିଛି। ବ୍ରିଟେନ ଜନ୍ମିତ ଏହି ଆମେରିକୀୟ କମ୍ପ୍ୟୁଟର ପ୍ରୋଗ୍ରାମର୍‌ଙ୍କ ଝୁଲନ୍ତା ମୃତଦେହ ସ୍ପେନ୍‌ର ବାର୍ସିଲୋନାସ୍ଥିତ...

ପୁଟିନଙ୍କ ପାଇଁ ଲଢ଼େଇ କରିବେ ହେଭିଓ୍ବେଟ ଚାମ୍ପିୟନ ନିକୋଲାଇ…

ମସ୍କୋ, ୧।୧୦ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧକୁ ତୀବ୍ର କରିବା ପାଇଁ ଦେଶରେ ସୈନ୍ୟ ସଂଗ୍ରହ କରିବା ସମ୍ପର୍କରେ ଘୋଷଣା...

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଭେଟିଲେ ଜେଲେନସ୍କି, ଯୁଦ୍ଧବିମାନ ଯୋଗାଇବାକୁ କଲେ ଅନୁରୋଧ

ୟୁକ୍ରେନ,୯।୨: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ୟୁକ୍ରେନକୁ ବହୁ କ୍ଷତି ସହିବାକୁ ପଡିଛି। ଇତିମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକା, ବ୍ରିଟେନ ଗସ୍ତ କରିଥିବା...

ମହାରାଣୀଙ୍କୁ ଶେଷ ବିଦାୟ, ଶ୍ରଦ୍ଧାଞ୍ଜଳି ବାର୍ତ୍ତାରେ ବାଇଡେନ ଲେଖିଲେ ଆମେ ରାଣୀଙ୍କୁ କେବେ ଭୁଲିବୁ ନାହିଁ

ଲଣ୍ଡନ,୧୯ ।୯: ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ଦିଆଯାଇଛି ଅନ୍ତିମ ବିଦାୟ । ତାଙ୍କର ଫ୍ୟୁନେରାଲ ସର୍ଭିସ ଆରମ୍ଭ ହୋଇଯାଇଛି । ୱେଷ୍ଟମିଂନଷ୍ଟରରେ ଡିନ ଡେଭିଡ ହୟାଲ...

Advertisement
Archives

Model This Week