୩୦ ହଜାର କୋଟି ପୈଠ ନ କଲେ ପାକିସ୍ତାନକୁ ଅନ୍ଧାର କରିଦେବେ ଚାଇନା କମ୍ପାନୀ…

ଇସଲାମାବାଦ୍‌, ୧୦।୫ : ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଏହାର ଘନିଷ୍ଠ ବନ୍ଧୁ ଚାଇନା ଏକ ବଡ଼ ଝଟ୍‌କା ଦେବାକୁ ଯାଉଛି। ଚାଇନା ବିଦ୍ୟୁତ ଯୋଗାଣକାରୀ କମ୍ପାନୀଗୁଡିକ ଖୋଲାଖୋଲି ଭାବେ ପାକିସ୍ତାନ ସରକାରଙ୍କୁ ଧମକ ଦେଇଛନ୍ତି ଯେ ଯଦି ସେମାନଙ୍କର ୩୦ ହଜାର କୋଟି (୩୦୦ ବିଲିୟନ) ଟଙ୍କା ପୈଠ ନହୁଏ ତେବେ ସେମାନେ ପାକିସ୍ତାନକୁ ଅନ୍ଧାର କରିଦେବେ। ପାକିସ୍ତାନରେ କାର୍ଯ୍ୟ କରୁଥିବା ଦୁଇ ଡଜନରୁ ଅଧିକ ଚାଇନିଜ କମ୍ପାନୀ କହିଛନ୍ତି ଯେ ସେମାନେ ଚଳିତ ମାସରେ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ କରିବାକୁ ବାଧ୍ୟ ହେବେ। ଏହି ଚାଇନିଜ କମ୍ପାନୀଗୁଡିକ ଉପରେ ପାକିସ୍ତାନର ବକେୟା ରହିଛି।

୩୦ଟି ଚାଇନିଜ କମ୍ପାନୀ ମଲ୍ଟି ବିଲିୟନ ଡଲାରର ଚାଇନା-ପାକିସ୍ଥାନ ଇକୋନୋମିକ କରିଡର (ସିପିଇସି) ଅଧୀନରେ ପାକିସ୍ତାନରେ କାର୍ଯ୍ୟ କରୁଛନ୍ତି। କମ୍ପାନୀଗୁଡ଼ିକ ପାକିସ୍ଥାନର ଶକ୍ତି, ଯୋଗାଯୋଗ, ରେଳବାଇ ଆଦି କ୍ଷେତ୍ରରେ କାର୍ଯ୍ୟ ଜାରି ରଖିଛନ୍ତି। ପାକିସ୍ତାନର ଯୋଜନା ତଥା ବିକାଶ ମନ୍ତ୍ରୀ ଅହସାନ ଇକବାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ପ୍ରସଙ୍ଗରେ ପାକିସ୍ତାନ ପାଖରେ କୌଣସି ଉତ୍ତର ନଥିଲା।

ପାକିସ୍ତାନୀ ଖବରକାଗଜ ଡନ ଅନୁଯାୟୀ ଚାଇନା ଅଧିକାରୀମାନେ ଏହି ବୈଠକରେ ପାକିସ୍ତାନୀ ମନ୍ତ୍ରୀଙ୍କ ନିକଟରେ ଜଟିଳ ଭିସା ପ୍ରଣାଳୀ, ଟିକସ ଇତ୍ୟାଦି ସମ୍ବନ୍ଧୀୟ ଅନେକ ଅଭିଯୋଗ ଆଣିଛନ୍ତି। ଚାଇନାର ବିଦ୍ୟୁତ୍‌ ଶକ୍ତି ଉତ୍ପାଦକ (ଆଇପିପି)ର ପ୍ରାୟ ୨୫ ଜଣ ପ୍ରତିନିଧି ଜଣଙ୍କ ପରେ ଜଣେ ପାକିସ୍ତାନ ମନ୍ତ୍ରୀଙ୍କ ସହ କଥା ହୋଇଥିଲେ।

ଏହି ସମୟରେ ସେମାନେ ତାଙ୍କ ଦେୟ ପ୍ରଦାନ ନକରିବା ନେଇ ଅଭିଯୋଗ କରିଛନ୍ତି ଏବଂ ଯଦି ଶୀଘ୍ର ଟଙ୍କା ନ ଦିଆଯାଏ ତେବେ ସେ କିଛି ଦିନ ମଧ୍ୟରେ ବିଦ୍ୟୁତ ଉତ୍ପାଦନ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି। ଦେଶରେ ଅତ୍ୟଧିକ ତାତି ବଢୁଥିବା ଯୋଗୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉତ୍ପାଦନକୁ ସର୍ବାଧିକ କରିବାକୁ ପାକ ଅଧିକାରୀମାନେ ଚାଇନାର କମ୍ପାନୀଗୁଡିକ ଉପରେ ଚାପ ପକାଉଥିଲେ। ଏଥିପାଇଁ ଚାଇନା କମ୍ପାନୀଗୁଡିକ କହିଛନ୍ତି ଯେ ବକେୟାକୁ ଦୃଷ୍ଟିରେ ରଖି ଏହା ଆମ ପକ୍ଷେ ଅସମ୍ଭବ।
ଚାଇନିଜ କମ୍ପାନୀଗୁଡିକ ଅଭିଯୋଗ କରିଛନ୍ତି ଯେ ଇନ୍ଧନ ମୂଲ୍ୟ, ବିଶେଷକରି କୋଇଲା ମୂଲ୍ୟ ତିନିରୁ ଚାରି ଗୁଣ ବୃଦ୍ଧି ପାଇଛି, ଅର୍ଥାତ୍‌ ଇନ୍ଧନର ବ୍ୟବସ୍ଥା ପାଇଁ ସେମାନଙ୍କୁ ଅତି କମରେ ତିନିରୁ ଚାରି ଗୁଣ ଅଧିକ ଅର୍ଥ ପ୍ରଦାନ କରାଯିବା ଉଚିତ। କୋଇଲା ଉତ୍ପାଦନକାରୀଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ କୋଇଲା କମ ଷ୍ଟକ ହେତୁ ପ୍ଲାଣ୍ଟଗୁଡ଼ିକ ଅଧା କ୍ଷମତାରେ କାର୍ଯ୍ୟ କରୁଛି, କିନ୍ତୁ ବିଦ୍ୟୁତ ଉତ୍ପାଦନ ବୃଦ୍ଧି ପାଇଁ କର୍ତ୍ତୃପକ୍ଷଙ୍କ ଚାପ ଯୋଗୁଁ କିଛି ଦିନ ମଧ୍ୟରେ ଇନ୍ଧନ ଷ୍ଟକ ଶେଷ ହୋଇପାରେ। ସେମାନଙ୍କ ମଧ୍ୟରୁ କେତେକ କହିଛନ୍ତି ଯେ ପୂର୍ବରୁ ଯୋଗାଇ ଦିଆଯାଇଥିବା ବିଦ୍ୟୁତ୍‌ ବକେୟା ଏପର୍ଯ୍ୟନ୍ତ ଆମକୁ ମିଳିନାହିଁ। ଅପରପକ୍ଷରେ କରୋନା ମହାମାରୀ ଯୋଗୁ ସେମାନେ ଆର୍ଥିକ ଦୃଷ୍ଟିରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ବ୍ୟତୀତ ଟିକସ କର୍ତ୍ତୃପକ୍ଷ ସେମାନଙ୍କୁ ଅଧିକ ହାରରେ ଟିକସ ନେବା ଆରମ୍ଭ କରିଛନ୍ତି। ମନ୍ତ୍ରୀ ଇକବାଲ ଆଶ୍ୱାସନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ଏହି ଘଟଣା ପ୍ରତି ଧ୍ୟାନ ଦେଇସାରିଛନ୍ତି ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କୁ ଏହି ସମସ୍ୟାର ସମାଧାନ କରିବାକୁ ଏବଂ ତୁରନ୍ତ ଦେୟ ପ୍ରଦାନ କରିବାକୁ କହିଛନ୍ତି। ଚଳିତ ମାସ ମଧ୍ୟରେ ସେମାନଙ୍କର ଆର୍ଥିକ ଅସୁବିଧା ଦୂର ହେବ ବୋଲି ସେ ପ୍ରତିଶୃତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ରବନୀତ ସିଂ ବିଟ୍ଟୁ, ଜାଣନ୍ତୁ କାହିଁକି ଛାଡ଼ିବାକୁ ପଡ଼ିଲା…

ନୂଆଦିଲ୍ଲୀ,୪।୭: କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟ୍ଟୁ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ଇସ୍ତଫାକୁ ଗ୍ରହଣ କରିଥିବା ନେଇ ଶୁକ୍ରବାର…

NEET ପେପର ଲିକ୍ ନେଇ NTAରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ, ୪୭ ଅଧିକାରୀ ଚାକିରିରୁ ବିଦା

ନୂଆଦିଲ୍ଲୀ,୨୪ା୭: NEET ପେପର ଲିକ୍ ଏବଂ ଦେଶବ୍ୟାପୀ ପ୍ରଦର୍ଶନ ମଧ୍ୟରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରେ ବ୍ୟାପକ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାର ଏକ…

ଗୋକର୍ଣ୍ଣପୁରରେ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ: ମହାଯଜ୍ଞ ପୂର୍ଣ୍ଣାହୁତିରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଦିଗପହଣ୍ଡି,୨୪|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମରେ ଗତ ୩ ଧରି ଚାଲିଥିବା ଶ୍ରୀ ଲକ୍ଷ୍ମୀନୃସିଂହ ଓ ଏଲମା ଶ୍ରୀ ପୋତୁରାଜଙ୍କ…

କୁଲାଡ ବାହୁଡ଼ା ଯାତ୍ରା: ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟକ୍ତି….

ଭଞ୍ଜନଗର,୨୪।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର କୁଲାଡ ବାହୁଡ଼ା ଯାତ୍ରା ଐତିହାସିକ ଓ ପ୍ରସିଦ୍ଧ। ଭଞ୍ଜ ରାଜବଂଶଙ୍କ ପକ୍ଷରୁ ଶହ ଶହ ବର୍ଷ ଧରି…

ଜାତୀୟ ରାଜନୀତିରେ ହଲଚଲ: ଆଜି ରାତି ୮ଟାରେ ବଡ଼ ଘୋଷଣା କରିବେ ସରକାର…

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ୍ ପରେ କକରୋଚ ଜନତା ପାର୍ଟି (CJP) ର ପ୍ରତିବାଦ ଏବଂ ଜେନ୍-ଜି (Gen-Z) ଙ୍କ ଆନ୍ଦୋଳନ ପରେ କେନ୍ଦ୍ର ସରକାର ଆଲର୍ଟ…

CJPକୁ ସମର୍ଥନ କରି ଚାକିରି ଛାଡିଲେ ଉତ୍ତରାଖଣ୍ଡ ପୋଲିସ! ଆନ୍ଦୋଳନକୁ ନେଇ କଲେ ବଡ଼ ଖୁଲାସା,ଦେଶରେ ଚହଳ…

ନୂଆଦିଲ୍ଲୀ,୨୪।୭: CJP ମଞ୍ଚ ଏହାର ଚାଲିଥିବା ପ୍ରତିବାଦ ଯୋଗୁଁ ଦେଶବ୍ୟାପୀ ଦୃଷ୍ଟି ଆକର୍ଷଣ କରିଛି। ଏବେ, ସେଠାରେ ଏକ ଘଟଣା ଘଟିଛି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ…

ମନ୍ତ୍ରୀଙ୍କୁ ପରାମର୍ଶ ଦେଲେ ମୋଦି, Gen-Z ଙ୍କ ସହ ମିଶିବା ପାଇଁ Insta ଖୋଲନ୍ତୁ…

ନୂଆଦିଲ୍ଲୀ,୨୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମନ୍ତ୍ରୀମାନଙ୍କୁ ଜେନ୍-ଜି (Gen-Z) ବା ଆଜିକାଲିର ଯୁବବର୍ଗଙ୍କ ସହ ଯୋଡ଼ିହେବା ପାଇଁ ଇନ୍‌ଷ୍ଟାଗ୍ରାମ୍ (Instagram) ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।…

କ୍ୟାବିନେଟ ମିଟିଂ ପରେ ଧର୍ମେନ୍ଦ୍ରଙ୍କୁ ନେଇ ଆସିଲା ବଡ଼ ଖବର, ଇସ୍ତଫା…

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଶୀର୍ଷ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri