Posted inଜାତୀୟ

୨ଥର ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ଆଗାମୀ ଲକ୍ଷ୍ୟ ରହିଛି…

ନୂଆଦିଲ୍ଲୀ,୧୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତର ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ୭୧ ବର୍ଷ ବୟସରେ ମଧ୍ୟ ସେ ଦେଶର ଦାୟିତ୍ୱ ପରିଚାଳନା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ନିଜର ଆଗାମୀ ଲକ୍ଷ୍ୟ ବିଷୟରେ ମତ ରଖି ମୋଦି କହିଛନ୍ତି, ସେ ଦୁଇଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ମଧ୍ୟ ତାଙ୍କର ଉଦ୍ଦେଶ୍ୟ ‘ବିଶ୍ରାମ‘ ନୁହେଁ, ବରଂ ସରକାରୀ ଯୋଜନାର ଶତପ୍ରତିଶତ ଲକ୍ଷ୍ୟ ହାସଲ କରିବା। ଏଥିପାଇଁ ସେ ନୂତନ ସଂକଳ୍ପ ଏବଂ ନୂତନ ଶକ୍ତି ସହିତ ଆଗକୁ ବଢିବାକୁ ପ୍ରସ୍ତୁତ ହେଉଛନ୍ତି।
ଭିଡିଓ କନଫରେନ୍ସ ଜରିଆରେ ‘ଉତ୍କର୍ଷ ସମାରୋହ’କୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦିନେ ବିରୋଧୀ ଦଳର ଜଣେ ବଡ ନେତା ତାଙ୍କୁ ଭେଟିବାକୁ ଆସିଥିଲେ ଏବଂ ସେ ତାଙ୍କୁ କହିଥିଲେ ଯେ, ମୋଦି ଜି ଆଉ କ’ଣ କରିବାର ଅଛି,ଦେଶ ଆପଣଙ୍କୁ ଦୁଇଥର ପ୍ରଧାନମନ୍ତ୍ରୀ କରାଇଲା। ଏବେ ଆଉ କଣ କରିବେ।

ପ୍ରଧାନମନ୍ତ୍ରୀ ଉକ୍ତ ନେତାଙ୍କ ନାମ ରଖି ନାହାଁନ୍ତି, କିନ୍ତୁ ରାଜନୈତିକ ସ୍ତରରେ ତାଙ୍କୁ ବିରୋଧ ଜାରି ରଖିଛନ୍ତି ବୋଲି କହିଛନ୍ତି, କିନ୍ତୁ ମୁଁ ମଧ୍ୟ ତାଙ୍କୁ ସମ୍ମାନ ଦେଉଛି। ସେ ଜାଣନ୍ତି ନାହିଁ ଯେ ମୋଦି ଏକ ଭିନ୍ନ ମାଟିରୁ ଆସିଛନ୍ତି। ଗୁଜରାଟ ମାଟିି ତାଙ୍କୁ ପ୍ରସ୍ତୁତ କରିଛି। ଯାହା ବି ହେଉ, ବିଶ୍ରାମ ନୁହେଁ,ମୋର ସ୍ବପ୍ନ – ପରିପୂର୍ଣ୍ଣତା। ସରକାରୀ ଯୋଜନାଗୁଡିକ ୧୦୦% ଲକ୍ଷ୍ୟ ଆଡକୁ ଆଗକୁ ବଢିଛି। ଲୋକଙ୍କ ନିକଟରେ ସବୁ ଯୋଜନାଗୁଡିକ ପହଞ୍ଚାଇବାକୁ ପଡ଼ିବ ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ,ପଶ୍ଚିମ ରାଜ୍ୟରେ ବନ୍ୟା ବିଭୀଷିକା

ଥିରୁଭାନନ୍ଥପୁରମ୍‌ /ଅହମ୍ମଦାବାଦ,୧୧ା୮(ପି.ଟି.): ଭାରତର ଦକ୍ଷିଣ ଓ ପଶ୍ଚିମ ରାଜ୍ୟଗୁଡ଼ିକରେ ବନ୍ୟା ବିଭୀଷିକା ଉଗ୍ରରୂପ ଧାରଣ କରିଛି। କର୍ନାଟକ ଓ କେରଳ ପରିସ୍ଥିତି ପ୍ରବଳ ବର୍ଷା ଯୋଗୁ...

ମହାମାରୀ ପରିଚାଳନାରେ ବିଫଳତା ସ୍ବୀକାର କଲା ମୋଦି ସରକାର

ନୂଆଦିଲ୍ଲୀ,୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋଭିନ୍ଦଙ୍କୁ ଇସ୍ତଫା ପତ୍ର ହସ୍ତାନ୍ତର କରିଥିଲେ ପୂର୍ବତନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ।...

ଖୋଲିଲା କେଦାରନାଥ ମନ୍ଦିର କବାଟ: ପ୍ରଧାନମନ୍ତ୍ରୀଙ୍କ ନାଁରେ ହେଲା ପ୍ରଥମ ପୂଜା

ଡେରାଡୁନ,୨୯।୪: କରୋନା ଭାଇରସ୍‌ ବିରୋଧରେ ଜାରି ରହିଥିବା ଲଢ଼େଇ ମଧ୍ୟରେ ବୁଧବାର ଉତ୍ତରାଖଣ୍ଡରେ ଥିବା ପ୍ରସିଦ୍ଧ ଧାମ କେଦାରନାଥ ମନ୍ଦିରର କବାଟ ଖୋଲାଯାଇଛି। ରୀତିନୀତି ଓ...

ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜନ୍ମମାଟିକୁ ଭୁଲି ନ ଥିଲେ ମୁଲାୟମ: ଏପରି ବିକାଶ କରିଥିଲେ ଯେ ବଡ଼ ବଡ଼ ସହର ବି ଫିକା ପଡ଼ିବ

ଲକ୍ଷ୍ନୌ,୧୧।୧୦: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଆଉ ନାହାନ୍ତି। ମଙ୍ଗଳବାର ତାଙ୍କର ଅନ୍ତିମ ସଂସ୍କାର ଜନ୍ମିତ ଗ୍ରାମ...

ଦିନେ ବଢିଲେ ଦିନେ କମୁଛି

ନୂଆଦିଲ୍ଲୀ,୩।୧୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ...

ଗିରଫ ହୋଇ ପାରନ୍ତି ସଞ୍ଜୟ ରାଉତ, ଘରେ ପହଞ୍ଚିଲା ଇଡି

ମୁମ୍ବାଇ,୩୧ ।୭: ମହାରାଷ୍ଟ୍ରର ଶିବସେନା ନେତା ସଞ୍ଜୟ ରାଉତଙ୍କ ଉପରେ ରବିବାର ବଡ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ରବିବାର ସକାଳୁ ସକାଳୁ...

ସର୍ବଦଳୀୟ ବୈଠକରେ କୃଷି ଆଇନ, ମୂଲ୍ୟ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଲେ ବିରୋଧି

ନୂଆଦିଲ୍ଲୀ,୧୮ ।୭: ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି । ଏାର ଠିକ୍ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ରବିବାର ସରକାରଙ୍କ ଦ୍ୱାରା...

କଂଗ୍ରେସ ବିଧାୟକଙ୍କ ବେଡରୁମ୍‌ ଟିକ୍‌ଟକ୍‌ ଭିଡିଓ ଭାଇରାଲ୍‌

ପାଟନା,୨।୯:ବିହାର ଜମୁଇର କଂଗ୍ରେସ ବିଧାୟକ ସୁଧୀର କୁମାର ଏବଂ ତାଙ୍କ ସ୍ତ୍ରୀଙ୍କ ବେଡରୁମ୍‌ ଟିକ୍‌ଟକ୍‌ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ଏନେଇ ଥାନାରେ ଏକ...

Advertisement
Archives

Model This Week