Posted inଜାତୀୟ

ଭାଜପା ପ୍ରତିଷ୍ଠା ଦିବସରେ ମୋଦିଙ୍କ ମନ୍ତ୍ର, ଆଜି ଦେଶରେ ନୀତି ଅଛି-ନିୟମ ବି ରହିଛି…

ନୂଆଦିଲ୍ଲୀ, ୬।୪ : ଭାଜପାର ୪୨ ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ କର୍ମୀମାନଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଭାଜପା କର୍ମୀ ଦେଶର ସ୍ବପ୍ନର ପ୍ରତିନିଧୀ। ଏକ ଭାରତ, ଶ୍ରେଷ୍ଠ ଭାରତ ମନ୍ତ୍ର ନେଇ ଯାତ୍ରା ଜାରି ରଖିଛି। ରାଜ୍ୟସଭାରେ ଭାଜପା ସଦସ୍ୟଙ୍କ ସଂଖ୍ୟା ୧୦୦ ଅତିକ୍ରମ କରିଛି। ଆମକୁ ଦେଶ ପାଇଁ ନିଜକୁ ଉତ୍ସର୍ଗ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏପରି ଏକ ସମୟ ଥିଲା ଯେତେବେଳେ ଲୋକମାନେ ଭାବୁଥିଲେ ଯେ ସରକାର ଯାହାର ବି ହେଉନା କାହିଁକି କିଛି ପରିବର୍ତ୍ତନ ହେବ ନାହିଁ। ସେମାନ ମଧ୍ୟରେ ଏକ ନିରାଶାର ଭାବନା ଥିଲା। ଆଜି ଦେଶରେ ନୀତି ଅଛି ଆଉ ନିୟମ ବି ରହିଛି । କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ, କୁଚ ଠାରୁ କୋହିମା ପର୍ଯ୍ୟନ୍ତ ଭାଜପା ଶ୍ରେଷ୍ଠ ଭାରତର ସଂକଳ୍ପ ନେଇ କାର୍ଯ୍ୟ କରୁଛି।

୩ ଦଶନ୍ଧି ପରେ ରାଜ୍ୟସଭାରେ ଦଳର ସଦସ୍ୟଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଛି। ସର୍ବଭାରତୀୟ ଦୃଷ୍ଟିକୋଣରୁ କିମ୍ବା ଜାତୀୟ ଦୃଷ୍ଟିକୋଣରୁ ଭାଜପାର ଦାୟିତ୍ୱକୁ ଦେଖିବାକୁ ପଡ଼ିବ। ଏହାଦ୍ୱାରା ପ୍ରତ୍ୟେକ ଭାଜପା କର୍ମୀଙ୍କ ଦାୟିତ୍ୱ କ୍ରମାଗତ ଭାବେ ବୃଦ୍ଧି ପାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆଜି ଦେଶରେ ନିଷ୍ପତ୍ତି ନେବା ଶକ୍ତି ସହିତ ନିଷ୍ଠା-ଶକ୍ତି ମଧ୍ୟ ଅଛି। ତେଣୁ, ଆଜି ଆମେ ଲକ୍ଷ୍ୟ ସ୍ଥିର କରୁଛୁ, ଆମେ ମଧ୍ୟ ତାହା ପୂରଣ କରୁଛୁ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ଚିନ୍ତାଧାରା ଏବେ ଆତ୍ମନିର୍ଭରଶୀଳତା ହେବାରେ ଲାଗିଛି।

ଦେଶ ଇତିମଧ୍ୟରେ ୪୦୦ ବିଲିୟନ ଡ଼ଲାର ଅର୍ଥାତ୍‌ ୩୦ ଲକ୍ଷ କୋଟି ଟଙ୍କାର ଉତ୍ପାଦ ରପ୍ତାନି କରିବାର ଲକ୍ଷ୍ୟ ପୂରଣ କରିଛି। କରୋନା ମହାମାରୀ ସଙ୍କଟ ସମୟରେ ଏତେ ବଡ଼ ଲକ୍ଷ୍ୟ ହାସଲ କରିବା ଭାରତର ସାମର୍ଥ୍ୟକୁ ଦର୍ଶାଉଛି। ପକ୍କା ଘରଠାରୁ ଆରମ୍ଭ କରି ଗରିବଙ୍କ ପର୍ଯ୍ୟନ୍ତ ଶୌଚାଳୟ ନିର୍ମାଣ ପର୍ଯ୍ୟନ୍ତ, ଆୟୁଷ୍ମାନ ଯୋଜନା ଠାରୁ ଉଜ୍ୱଲା ପର୍ଯ୍ୟନ୍ତ, ଜଳଠାରୁ ଆରମ୍ଭ କରି ପ୍ରତ୍ୟେକ ଘର ପର୍ଯ୍ୟନ୍ତ ବ୍ୟାଙ୍କ ଆକାଉଣ୍ଟ ଆଦି ବହୁ କାର୍ଯ୍ୟ କରାଯାଇଛି।

ଆଜି ସମଗ୍ର ବିଶ୍ୱ ଦେଖୁଛି ଯେ କରୋନା ମହାମାରୀ ଭଳି କଠିନ ସମୟରେ ଭାରତ ୮୦ କୋଟି ଗରିବ ଲୋକଙ୍କୁ ମାଗଣା ରାଶନ ଯୋଗାଇ ଦେଉଛି। ୧୦୦ବର୍ଷର ସବୁଠୁ ବଡ ସଙ୍କଟରେ କେନ୍ଦ୍ର ସରକାର ଗରିବ ଲୋକଙ୍କୁ ଭୋକିଲା ନହେବା ପାଇଁ ପ୍ରାୟ ୩.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।

ଏହା ସହିତ ପ୍ରଧାନମନ୍ତ୍ରୀ ବିରୋଧୀ ଦଳଙ୍କୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି। ବିରୋଧୀଙ୍କ ଭୋଟ ବ୍ୟାଙ୍କ ରାଜନୀତିକୁ ଭାଜପା ସରକାର ହଟାଇ ଦେଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇସ ଆଡମିରାଲ ଦୀନେଶ ତ୍ରିପାଠୀ ହେବେ ପରବର୍ତ୍ତି ନୌସେନା ମୁଖ୍ୟ

ନୂଆଦିଲ୍ଲୀ,୧୯।୪: କେନ୍ଦ୍ର ସରକାର ଉପ-ଆଡମିରାଲ ଦୀନେଶ ତ୍ରିପାଠୀଙ୍କୁ ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ସେ ଏପ୍ରିଲ ୩୦ରେ ତାଙ୍କର ନୂତନ ପଦ ଗ୍ରହଣ...

ଲୋକ ସଭା ନିର୍ବାଚନ: ଭୋଟ ବର୍ଜନ କରି ଅନଶନରେ ବସିଲେ ଗ୍ରମାବାସୀ

ନୋଏଡା,୧୯।୪: ଉତ୍ତର ପ୍ରଦେଶରେ ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟର ୮ଟି ଆସନରେ ମତଦାନ ଚାଲିଛି। ଶୁକ୍ରବାର ୮୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।...

୨୧ ରାଜ୍ୟର ୧୦୨ ଆସନ ପାଇଁ ଆରମ୍ଭ ହେଲା ମତଦାନ, ମୋଦି କହିଲେ ଗଣତନ୍ତ୍ରର ସବୁଠାରୁ ବଡ ଉତ୍ସବ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ସକାଳୁ ମତଦାନ ଆରମ୍ଭ ହୋଇଛି। ଏହା ସହିତ ବିଶ୍ୱର ବୃହତ୍ତମ ଗଣତନ୍ତ୍ରରେ ନିର୍ବାଚନ ମହା ଉତ୍ସବ...

ଇଭିଏମ୍‌ ମକ୍‌ ପୋଲ୍‌: ଭାଜପାକୁ ଯାଇଛି ଅତିରିକ୍ତ ଭୋଟ

ନୂଆଦିଲ୍ଲୀ,୧୯ା୪(ପି.ଟି.):ଦେଶରେ ଲୋକ ସଭା ନିର୍ବାଚନ ଚାଲିଥିବାବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ରେ ଜାଲିଆତି ଅଭିଯୋଗକୁ ନେଇ ବିବାଦ ଲାଗିରହିଛି। ସେଥିପାଇଁ ଭୋଟର ଭେରିଫାଏବଲ୍‌ ପେପର ଅଡିଟ୍‌ ଟ୍ରେଲ୍‌...

ଆଜି ପ୍ରଥମ ପର୍ଯ୍ୟାୟ ଭୋଟ:ଏହିସବୁ ହେଭିଓ୍ବେଟ୍‌ଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ,୧9ା୪(ପି.ଟି.):ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟର ପ୍ରମୁଖ...

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri