ଫ୍ଲୋରେନ୍ସିଆଙ୍କୁ କୋଚ୍‌ ଦାୟିତ୍ୱ

ଢେଙ୍କାନାଳ ଅଫିସ, ୬।୪ – ଢେଙ୍କାନାଳ ହକିର ହୃତଗୌରବ ଫେରାଇ ଆଣିବାକୁ ଆରମ୍ଭ ହୋଇଛି ଉଦ୍ୟମ। ଜିଲାର ପ୍ରତିଭାବାନ୍‌ ହକି ଖେଳାଳିଙ୍କୁ ଚୟନ କରି ଉନ୍ନତ ପ୍ରଶିକ୍ଷଣ ପ୍ରଦାନ ପାଇଁ ରାଉରକେଲା ସ୍ପୋର୍ଟସ୍‌ ହଷ୍ଟେଲର ମହିଳା ହକି କୋଚ୍‌ ଫ୍ଲୋରେନ୍ସିଆ ଏକ୍କାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ତାଙ୍କୁ ଜିଲା କ୍ରୀଡ଼ା ବିଭାଗ କାର୍ଯ୍ୟାଳୟରେ ନିଯୁକ୍ତି ପ୍ରଦାନ କରାଯାଇଥିବାବେଳେ ସେ ମଙ୍ଗଳବାର ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଏକଦା ଢେଙ୍କାନାଳର ହକି କ୍ରୀଡ଼ାବିତ୍‌ ଜାତୀୟସ୍ତରରେ ଅର୍ଜିଥିଲେ ସୁନାମ। ଏବେ ବି ଗ୍ରାମାଞ୍ଚଳର ଯୁବପିଢ଼ିଙ୍କ ମଧ୍ୟରେ ହକିକୁ ନେଇ ରହିଛି କ୍ରେଜ୍‌। ତେବେ ସେମାନଙ୍କୁ ସମୟୋପଯୋଗୀ ନୂଆ ଟେକ୍‌ନିକ୍‌ ବିଷୟରେ ପ୍ରଶିକ୍ଷଣ ଦେବା ପାଇଁ କୋଚ୍‌ଙ୍କ ଅଭାବ ରହିଛି। ତେଣୁ ଜିଲାର ହକି ଖେଳାଳି ଆଶାଜନକ ପ୍ରଦର୍ଶନ କରିପାରୁନାହାନ୍ତି। ଜାତୀୟସ୍ତରରେ ପହଞ୍ଚତ୍ବା ଲାଗି ସେମାନଙ୍କ ସ୍ବପ୍ନ ପୂରଣ ହୋଇପାରୁନାହିଁ। ଏହାକୁ ନେଇ କ୍ରୀଡ଼ାବିତ୍‌ମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ଅସନ୍ତୋଷ ଲାଗି ରହିଥିଲା। ତେବେ ଫ୍ଲୋରେନ୍ସିଆଙ୍କ ନିଯୁକ୍ତି ଢେଙ୍କାନାଳର ସୁପ୍ତ ହକିକୁ ନୂଆଜୀବନ ଦେବ ବୋଲି ଆଶା ସଞ୍ଚାର ହୋଇଛି। ଫ୍ଲୋରେନ୍ସିଆ କାର୍ଯ୍ୟରେ ଯୋଗଦେବାପରେ ଜିଲାପାଳ ସରୋଜ କୁମାର ସେଠୀ, ଜିଲା କ୍ରୀଡ଼ା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତିଙ୍କୁ ସାକ୍ଷାତ୍‌ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି।
ଜାତୀୟ ଓ ଅନ୍ତର୍ଜାତୀୟ ହକିର ଜଣେ ପରିଚିତ ଚେହେରା ହେଉଛନ୍ତି ମହିଳା ହକି କୋଚ୍‌ ଫ୍ଲୋରେନ୍ସିଆ ଏକ୍କା। ସେ ପଟିଆଲାସ୍ଥିତ ନେତାଜୀ ସୁଭାଷ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପୋର୍ଟସରୁ ହକି କୋଚିଂରେ ଡିପ୍ଲୋମା କରିଛନ୍ତି। ସେହିପରି ହଙ୍ଗେରୀ ବୁଦାପେଷ୍ଟରେ ଅନ୍ତର୍ଜାତୀୟ କୋଚିଂ କୋର୍ସ ମଧ୍ୟ କରିଛନ୍ତି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗରେ ୨୦୧୨ରୁ ସେ ହକି କୋଚ୍‌ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି। ନ୍ୟାଶନାଲ ହକି ଚାମ୍ପିୟନଶିପ୍‌ରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିବା ଫ୍ଲୋରେନ୍ସିଆ ୧୬ ମେଡାଲ ଜିତିଛନ୍ତି। ତାଙ୍କ ପ୍ରଶିକ୍ଷଣରେ ଓଡ଼ିଶା ଦଳ ଜାତୀୟ ହକି ଚାମ୍ପିୟନଶିପ୍‌ରେ ୧୫ ମେଡାଲ ଆଣିଛି। ବହୁ ଜାତୀୟସ୍ତରୀୟ ହକି ଖେଳାଳିଙ୍କୁ ସୃଷ୍ଟି କରିଥିବା ଫ୍ଲୋରେନ୍ସିଆଙ୍କୁ ଢେଙ୍କାନାଳ ହକି ଦାୟିତ୍ୱ ଦିଆଯିବାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।
ଢେଙ୍କାନାଳ ସହର ସମେତ ସଦର ବ୍ଲକର ଅସନପାଟିଆ, ଜଙ୍ଖିରା ଏବଂ ନାଗିଆପଶି ଅଞ୍ଚଳରେ ଯୁବ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ହକିକୁ ନେଇ ସ୍ବତନ୍ତ୍ର ଝୁଙ୍କ୍‌ ରହିଛି। ଉକ୍ତ ଅଞ୍ଚଳର ୧୦୦ରୁ ଊର୍ଦ୍ଧ୍ୱ ହକି ଖେଳାଳି ବ୍ୟକ୍ତିଗତ ଉଦ୍ୟମରେ ପ୍ରଶିକ୍ଷଣ ଜାରି ରଖିଛନ୍ତି। ଜିଲାର ପ୍ରତି ବ୍ଲକରୁ ଦକ୍ଷ ହକି ଖେଳାଳିଙ୍କୁ ଖୋଜି ବାହାର କରିବା, ସେମାନଙ୍କୁ ଉନ୍ନତ ପ୍ରଶିକ୍ଷଣ ଦେବା, ହକି କିଟ୍‌ ସମେତ ଆନୁଷଙ୍ଗିକ ଉପକରଣ ଯୋଗାଇ ଦେବା ଲାଗି କିଛିଦିନ ତଳେ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେହିପରି ୫-ଟି ବ୍ୟବସ୍ଥା ଅନ୍ତର୍ଗତ ସ୍କୁଲରେ ହକିର ବିକାଶ ଲାଗି ସ୍ବତନ୍ତ୍ର ଭାବେ ଧ୍ୟାନ ଦିଆଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏଭଳି ୮ଟି ସ୍କୁଲରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଜିଲା କ୍ରୀଡ଼ା ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?