Posted inଜାତୀୟ

ସି ଭୋଟର ସର୍ଭେ ରିପୋର୍ଟ ନେଇ ମୋଦିଙ୍କ ହୋସ୍‌ ଉଡ଼ିଯାଇଛି, ଏଏପି ବିଧାୟକ ଆତିଶିଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ, ୧୧।୯ : ଏବିପି ନ୍ୟୁଜ-ସି ଭୋଟର ସର୍ଭେରେ ଲୋକସଭା ନିର୍ବାଚନ ୨୦୨୪ ସମ୍ବନ୍ଧରେ ଶନିବାର ଏକ ରିପୋର୍ଟ ପ୍ରକାଶିତ ହୋଇଛି। ଏହି ସର୍ଭେରେ ଏକ ପ୍ରଶ୍ନ ପଚରାଯାଇଥିଲା କି ୨୦୨୪ ମସିହାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବେ ବୋଲି ବିଚାର କରୁଛନ୍ତି କି? ୬୩ ପ୍ରତିଶତ ଲୋକ ଏହି ପ୍ରଶ୍ନ ନେଇ ହଁ ଉତ୍ତର ଦେଇଥିବାବେଳେ ୩୭ ପ୍ରତିଶତ ଲୋକ ନା ବୋଲି କହିଛନ୍ତି। ଏହାକୁ ନେଇ ଆମ ଆଦମୀ ପାର୍ଟିର ବିଧାୟିକା ଆତିଶି ମାର୍ଲେନା ଏ ସମ୍ପର୍କରେ ଭାଜପାକୁ ଘେରିଛନ୍ତି।

ରବିବାର ଆତିଶି କହିଛନ୍ତି, ଗତକାଲି ରାତିରେ ଏକ ବଡ ଟିଭି ଚ୍ୟାନେଲ ଲୋକସଭା ନିର୍ବାଚନକୁ ନେଇ ଏକ ସର୍ଭେରେ ପଚାରିଥିବା ପ୍ରଶ୍ନର ଉତ୍ତର ମୋଦିଙ୍କ ନିଦ ହଜାଇ ଦେଇଛି। ସର୍ଭେ ଉତ୍ତର ନେଇ ମୋଦିଙ୍କ ହୋସ୍‌ ଉଠି ଯାଇଥିବା ସେ କଟାକ୍ଷ କରିଛନ୍ତି।

ଆତିଶି କହିଛନ୍ତି ଯେ ଅରବିନ୍ଦ କେଜରିୱାଲଙ୍କ ବିଦ୍ୟାଳୟ, ବିଦ୍ୟୁତ, ପାନୀୟ ଜଳ ବିଷୟରେ ଦେଶରେ ଆଲୋଚନା ହେଉଛି। ତେଣୁ ଏ ବିଷୟରେ ଚିନ୍ତା କରି ମୋଦି ଅସନ୍ତୋଷ ପ୍ରକାଶ କରୁଛନ୍ତି। ସେ କହିଛନ୍ତି ଯେ ରବିବାର ସକାଳେ କେଜରିୱାଲ ଏବଂ ତାଙ୍କ ମନ୍ତ୍ରୀଙ୍କ ଉପରେ ମାମଲା ଦାୟର କରିବାକୁ ଉଦ୍ୟମ ଚାଲିଛି। କ୍ରୋଧ ଏତେ ବଢ଼ିଯାଇଥିଲା ଯେ ବସ କିଣାଯାଇ ନ ଥିବା ବେଳେ ବସ କିଣିବାରେ ଦୁର୍ନୀତି ଅଭିଯୋଗ ଆସିଥିଲା। ସେ ପ୍ରଶ୍ନ କରିଛନ୍ତି ଯେ ଯଦି କୌଣସି ବସ କିଣାଯାଇ ନାହିଁ ତେବେ ଏଥିରେ କିପରି ଦୁର୍ନୀତି ଘଟିଛି ବୋଲି ଭାଜପା କହୁଛି।

ଗତକାଲିର ସର୍ଭେ ପରେ ଏହା ଏତେ ଶୀଘ୍ର ଘଟିଥିଲା ଯେ ଉପରାଜ୍ୟପାଳ ବି.କେ. ସାକ୍ସେନା ସାହେବ ଭୁଲ କରି ଭୁଲ କାଗଜ, ଭୁଲ ଫାଇଲ ଉଠାଇ ନେଇଥିଲେ। ଆତିଶି କହିଛନ୍ତି, ଉପରାଜ୍ୟପାଳ ସାର୍‌, ଆପଣ ବରିଷ୍ଠ ପଦବୀରେ ବସିଛନ୍ତି। ଆପଣ ଅତି କମରେ ସରକାରୀ କାଗଜପତ୍ର ପଢ଼ିବା ଶିଖିବା ଉଚିତ। କେଜରିୱାଲଙ୍କ ଉପରେ ମିଥ୍ୟା ଅଭିଯୋଗ କରିବା ପୂର୍ବରୁ ଆପଣ ଅତି କମରେ ଟିକେ ହୋମୱାର୍କ କରିଥାନ୍ତେ ଯଦି ଭଲ ହୋଇଥାନ୍ତା।

ପ୍ରଧାନମନ୍ତ୍ରୀ ମୋଦି କେଜରିୱାଲଙ୍କୁ ଭୟ କରୁଛନ୍ତି । ତେଣୁ କେଜରିୱାଲ ଏବଂ ଦଳ ବିରୋଧରେ ପ୍ରତିଦିନ ମିଥ୍ୟା ଅଭିଯୋଗ ଆସୁଛି। ମିଥ୍ୟା ଅଭିଯୋଗ ସହ କେଜରିୱାଲଙ୍କୁ ଘେରିବାକୁ ମୋଦି ବିଭିନ୍ନ ପ୍ରକାରେ ଚେଷ୍ଟା କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍‌ ଏହି...

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri