Posted inଜାତୀୟ

ମୋଦିଙ୍କ ବିବାଦୀୟ ନୀତି

ନୂଆଦିଲ୍ଲୀ, ୨୧।୧୧: ୨୦୧୪ ଏବଂ ୨୦୧୯ ସାଧାରଣ ନିର୍ବାଚନରେ ବିପୁଳ ଜନାଦେଶ ପାଇ କ୍ଷମତାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିମଧ୍ୟରେ ଅନେକ ବିବାଦୀୟ ନୀତି କାର୍ଯ୍ୟକାରୀ କରିବା ସହ କେତେକକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛନ୍ତି। ୩ କୃଷି ଆଇନ ସେଥିରୁ ଅନ୍ୟତମ। ଭାରତର ବିଶାଳ କୃଷି ସେକ୍ଟରକୁ ଘରୋଇ ପୁଞ୍ଜିନିବେଶ ଆକର୍ଷଣ କରିବା ଲକ୍ଷ୍ୟରେ ମୋଦି ୨୦୨୦ରେ ୩ କୃଷି ଆଇନ ଆଣିଥିଲେ। ଏହାକୁ ନେଇ ବର୍ଷେରୁ ଊର୍ଦ୍ଧ୍ୱ ସମୟ ଧରି ଚାଷୀ ଆନ୍ଦୋଳନ ଜାରି ରହିଥିଲା। କୃଷକ ପ୍ରତିନିଧିମାନଙ୍କ ସହ ସରକାରଙ୍କର ଏକାଧିକ ପର୍ଯ୍ୟାୟ ଆଲୋଚନା ସତ୍ତ୍ୱେ ସମାଧାନର ସୂତ୍ର ବାହାରି ପାରି ନ ଥିଲା। ଆଇନ ପ୍ରତ୍ୟାହାର ଦାବିରେ କୃଷକ ନେତାମାନେ ଅଡ଼ି ବସିଥିଲେ। ଆଗକୁ ପଞ୍ଜାବ, ଉତ୍ତରପ୍ରଦେଶ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଶୁକ୍ରବାର ଗୁରୁ ନାନକଙ୍କ ଜନ୍ମବାର୍ଷିକୀରେ ବିବାଦୀୟ କୃଷି ଆଇନ ରଦ୍ଦ କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।
ମୋଦିଙ୍କ ଅନ୍ୟ ବିବାଦୀୟ ନିଷ୍ପତ୍ତି ମଧ୍ୟରେ ରହିଛି ନାଗରିକତ୍ୱ ଆଇନରେ ପକ୍ଷପାତ ନୀତି। ୨୦୧୯ ଶେଷ ଭାଗରେ ମୋଦିଙ୍କ ହିନ୍ଦୁ ଜାତୀୟତାବାଦୀ ସରକାର ଆଣିଥିବା ନାଗରିକତ୍ୱ ଆଇନକୁ ପାର୍ଲାମେଣ୍ଟର ଅନୁମୋଦନ ମିଳିଥିଲା। ଏଥିରେ ପଡୋଶୀ ଦେଶରୁ ଆସିଥିବା ମୁସଲମାନ ଶରଣାର୍ଥୀଙ୍କୁ ବାଦ୍‌ ଦିଆଯାଇଥିବାରୁ ଏହା ଭାରତର ଧର୍ମନିରପେକ୍ଷ ନୀତିର ଉଲ୍ଲଂଘନ ବୋଲି ବିରୋଧୀ ସମାଲୋଚନା କରିଥିଲେ। ଉକ୍ତ ଆଇନ ଅନୁଯାୟୀ ୨୦୧୫ ପୂର୍ବରୁ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ପଳାଇ ଆସିଥିବା ହିନ୍ଦୁ, ବୌଦ୍ଧ, ଖ୍ରୀଷ୍ଟିଆନ, ଜୈନ, ପାରସ୍ୟ ଓ ଶିଖ୍‌ ଧର୍ମାବଲମ୍ବୀମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯିବ। ଏହାକୁ ବିରୋଧ କରି ସାରା ଦେଶରେ ବିକ୍ଷୋଭ ପ୍ରତିବାଦ କରାଯାଇଥିଲା। ଏହା ବାସ୍ତବରେ ପକ୍ଷପାତିତା ବୋଲି ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା।
ମୋଦି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ପୁନର୍ବାର କ୍ଷମତାକୁ ଆସିବା ପରେ ଜମ୍ମୁ-କଶ୍ମୀରକୁ ମିଳିଥିବା ସ୍ବତନ୍ତ୍ର ମାନ୍ୟତା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିବା ସହ ଉକ୍ତ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ। ଏହା ବିରୋଧରେ ଆନ୍ଦୋଳନକୁ ଚପାଇ ଦେବା ଲାଗି ବହୁସଂଖ୍ୟାରେ କଶ୍ମୀର ନେତାଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା ଏବଂ ହଜାର ହଜାର ସୈନ୍ୟ ଓ ଅର୍ଦ୍ଧସାମରିକ ଯବାନ ପଠାଯାଇ ଜମ୍ମୁ-କଶ୍ମୀରକୁ ଏକପ୍ରକାର ସେନା ଛାଉଣିରେ ପରିଣତ କରାଯାଇଥିଲା।
ଜମି ଅଧିଗ୍ରହଣ ବିଧେୟକ ଉପରେ ବିରୋଧୀ ଦଳଗୁଡ଼ିକର ସମର୍ଥନ ପାଇବାରେ ବିଫଳ ହେବା ପରେ ଜମି କିଣାବିକାକୁ ସହଜ କରିବା ଲାଗି ମୋଦି ୨୦୧୫ରେ ଏକ ଅଧ୍ୟାଦେଶ ଆଣିଥିଲେ। ଅଧ୍ୟାଦେଶ ଅନୁଯାୟୀ ପ୍ରତିରକ୍ଷା ପ୍ରକଳ୍ପ, ଗ୍ରାମାଞ୍ଚଳ ବିଦ୍ୟୁତ୍‌କରଣ, ଗ୍ରାମାଞ୍ଚଳ ଗୃହନିର୍ମାଣ ଓ ଶିଳ୍ପ କରିଡର ପାଇଁ ଜମି ଅଧିଗ୍ରହଣ କରିବାରେ ପ୍ରଭାବିତ ଜମି ମାଲିକଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କ ସହମତି ଆବଶ୍ୟକ ହେବ। ଏହାକୁ ଚାଷୀ ଓ ବିରୋଧୀ ଦଳଗୁଡ଼ିକ ବିରୋଧ କରିଥିଲେ।
ମୋଦିଙ୍କର ସବୁଠୁ ବିବାଦୀୟ ନିଷ୍ପତ୍ତି ଥିଲା ବିମୁଦ୍ରୀକରଣ। ଦେଶରେ ପ୍ରଚଳିତ ସମସ୍ତ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ରଦ୍ଦ ହେଲା ବୋଲି ୨୦୧୬ ନଭେମ୍ବର ୮ ରାତିରେ ମୋଦି ହଠାତ୍‌ ଘୋଷଣା କରି ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲେ। କଳାଧନ ଓ ଜାଲ୍‌ ନୋଟ ପ୍ରସାରଣ ରୋକିବା ଲାଗି ଏଭଳି ପଦକ୍ଷେପ ନିଆଯାଇଥିବା କୁହାଗଲା। ଏଭଳି ନିଷ୍ପତ୍ତି ଯୋଗୁ ଦେଶବାସୀ ନାହିଁ ନ ଥିବା ହୀନସ୍ତା ହୋଇଥିଲେ। ନଗଦ ଅର୍ଥ କାରବାର ଉପରେ ନିର୍ଭରଶୀଳ ଅନେକ ବ୍ୟବସାୟ ଭୁଶୁଡ଼ି ପଡ଼ିଥିଲା। ନୋଟବନ୍ଦୀ ନିଷ୍ପତ୍ତି ଯୋଗୁ ଦେଶର ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଥିଲା। ନୋଟବନ୍ଦୀ ଜନିତ ବିପର୍ଯ୍ୟୟରୁ ଅର୍ଥନୀତି ସୁଧୁରି ଆସୁଥିବାବେଳେ ଆରମ୍ଭ ହୋଇଗଲା କୋଭିଡ୍‌-୧୯ ମହାମାରୀ, ଯାହା ପୁଣିଥରେ ଅର୍ଥନୀତିକୁ ସଙ୍କଟ ମଧ୍ୟକୁ ନେଇଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?