Posted inଜାତୀୟ

ମୋଦିଙ୍କ ବିବାଦୀୟ ନୀତି

ନୂଆଦିଲ୍ଲୀ, ୨୧।୧୧: ୨୦୧୪ ଏବଂ ୨୦୧୯ ସାଧାରଣ ନିର୍ବାଚନରେ ବିପୁଳ ଜନାଦେଶ ପାଇ କ୍ଷମତାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିମଧ୍ୟରେ ଅନେକ ବିବାଦୀୟ ନୀତି କାର୍ଯ୍ୟକାରୀ କରିବା ସହ କେତେକକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛନ୍ତି। ୩ କୃଷି ଆଇନ ସେଥିରୁ ଅନ୍ୟତମ। ଭାରତର ବିଶାଳ କୃଷି ସେକ୍ଟରକୁ ଘରୋଇ ପୁଞ୍ଜିନିବେଶ ଆକର୍ଷଣ କରିବା ଲକ୍ଷ୍ୟରେ ମୋଦି ୨୦୨୦ରେ ୩ କୃଷି ଆଇନ ଆଣିଥିଲେ। ଏହାକୁ ନେଇ ବର୍ଷେରୁ ଊର୍ଦ୍ଧ୍ୱ ସମୟ ଧରି ଚାଷୀ ଆନ୍ଦୋଳନ ଜାରି ରହିଥିଲା। କୃଷକ ପ୍ରତିନିଧିମାନଙ୍କ ସହ ସରକାରଙ୍କର ଏକାଧିକ ପର୍ଯ୍ୟାୟ ଆଲୋଚନା ସତ୍ତ୍ୱେ ସମାଧାନର ସୂତ୍ର ବାହାରି ପାରି ନ ଥିଲା। ଆଇନ ପ୍ରତ୍ୟାହାର ଦାବିରେ କୃଷକ ନେତାମାନେ ଅଡ଼ି ବସିଥିଲେ। ଆଗକୁ ପଞ୍ଜାବ, ଉତ୍ତରପ୍ରଦେଶ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଶୁକ୍ରବାର ଗୁରୁ ନାନକଙ୍କ ଜନ୍ମବାର୍ଷିକୀରେ ବିବାଦୀୟ କୃଷି ଆଇନ ରଦ୍ଦ କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।
ମୋଦିଙ୍କ ଅନ୍ୟ ବିବାଦୀୟ ନିଷ୍ପତ୍ତି ମଧ୍ୟରେ ରହିଛି ନାଗରିକତ୍ୱ ଆଇନରେ ପକ୍ଷପାତ ନୀତି। ୨୦୧୯ ଶେଷ ଭାଗରେ ମୋଦିଙ୍କ ହିନ୍ଦୁ ଜାତୀୟତାବାଦୀ ସରକାର ଆଣିଥିବା ନାଗରିକତ୍ୱ ଆଇନକୁ ପାର୍ଲାମେଣ୍ଟର ଅନୁମୋଦନ ମିଳିଥିଲା। ଏଥିରେ ପଡୋଶୀ ଦେଶରୁ ଆସିଥିବା ମୁସଲମାନ ଶରଣାର୍ଥୀଙ୍କୁ ବାଦ୍‌ ଦିଆଯାଇଥିବାରୁ ଏହା ଭାରତର ଧର୍ମନିରପେକ୍ଷ ନୀତିର ଉଲ୍ଲଂଘନ ବୋଲି ବିରୋଧୀ ସମାଲୋଚନା କରିଥିଲେ। ଉକ୍ତ ଆଇନ ଅନୁଯାୟୀ ୨୦୧୫ ପୂର୍ବରୁ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ପଳାଇ ଆସିଥିବା ହିନ୍ଦୁ, ବୌଦ୍ଧ, ଖ୍ରୀଷ୍ଟିଆନ, ଜୈନ, ପାରସ୍ୟ ଓ ଶିଖ୍‌ ଧର୍ମାବଲମ୍ବୀମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯିବ। ଏହାକୁ ବିରୋଧ କରି ସାରା ଦେଶରେ ବିକ୍ଷୋଭ ପ୍ରତିବାଦ କରାଯାଇଥିଲା। ଏହା ବାସ୍ତବରେ ପକ୍ଷପାତିତା ବୋଲି ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା।
ମୋଦି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ପୁନର୍ବାର କ୍ଷମତାକୁ ଆସିବା ପରେ ଜମ୍ମୁ-କଶ୍ମୀରକୁ ମିଳିଥିବା ସ୍ବତନ୍ତ୍ର ମାନ୍ୟତା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିବା ସହ ଉକ୍ତ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ। ଏହା ବିରୋଧରେ ଆନ୍ଦୋଳନକୁ ଚପାଇ ଦେବା ଲାଗି ବହୁସଂଖ୍ୟାରେ କଶ୍ମୀର ନେତାଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା ଏବଂ ହଜାର ହଜାର ସୈନ୍ୟ ଓ ଅର୍ଦ୍ଧସାମରିକ ଯବାନ ପଠାଯାଇ ଜମ୍ମୁ-କଶ୍ମୀରକୁ ଏକପ୍ରକାର ସେନା ଛାଉଣିରେ ପରିଣତ କରାଯାଇଥିଲା।
ଜମି ଅଧିଗ୍ରହଣ ବିଧେୟକ ଉପରେ ବିରୋଧୀ ଦଳଗୁଡ଼ିକର ସମର୍ଥନ ପାଇବାରେ ବିଫଳ ହେବା ପରେ ଜମି କିଣାବିକାକୁ ସହଜ କରିବା ଲାଗି ମୋଦି ୨୦୧୫ରେ ଏକ ଅଧ୍ୟାଦେଶ ଆଣିଥିଲେ। ଅଧ୍ୟାଦେଶ ଅନୁଯାୟୀ ପ୍ରତିରକ୍ଷା ପ୍ରକଳ୍ପ, ଗ୍ରାମାଞ୍ଚଳ ବିଦ୍ୟୁତ୍‌କରଣ, ଗ୍ରାମାଞ୍ଚଳ ଗୃହନିର୍ମାଣ ଓ ଶିଳ୍ପ କରିଡର ପାଇଁ ଜମି ଅଧିଗ୍ରହଣ କରିବାରେ ପ୍ରଭାବିତ ଜମି ମାଲିକଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କ ସହମତି ଆବଶ୍ୟକ ହେବ। ଏହାକୁ ଚାଷୀ ଓ ବିରୋଧୀ ଦଳଗୁଡ଼ିକ ବିରୋଧ କରିଥିଲେ।
ମୋଦିଙ୍କର ସବୁଠୁ ବିବାଦୀୟ ନିଷ୍ପତ୍ତି ଥିଲା ବିମୁଦ୍ରୀକରଣ। ଦେଶରେ ପ୍ରଚଳିତ ସମସ୍ତ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ରଦ୍ଦ ହେଲା ବୋଲି ୨୦୧୬ ନଭେମ୍ବର ୮ ରାତିରେ ମୋଦି ହଠାତ୍‌ ଘୋଷଣା କରି ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲେ। କଳାଧନ ଓ ଜାଲ୍‌ ନୋଟ ପ୍ରସାରଣ ରୋକିବା ଲାଗି ଏଭଳି ପଦକ୍ଷେପ ନିଆଯାଇଥିବା କୁହାଗଲା। ଏଭଳି ନିଷ୍ପତ୍ତି ଯୋଗୁ ଦେଶବାସୀ ନାହିଁ ନ ଥିବା ହୀନସ୍ତା ହୋଇଥିଲେ। ନଗଦ ଅର୍ଥ କାରବାର ଉପରେ ନିର୍ଭରଶୀଳ ଅନେକ ବ୍ୟବସାୟ ଭୁଶୁଡ଼ି ପଡ଼ିଥିଲା। ନୋଟବନ୍ଦୀ ନିଷ୍ପତ୍ତି ଯୋଗୁ ଦେଶର ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଥିଲା। ନୋଟବନ୍ଦୀ ଜନିତ ବିପର୍ଯ୍ୟୟରୁ ଅର୍ଥନୀତି ସୁଧୁରି ଆସୁଥିବାବେଳେ ଆରମ୍ଭ ହୋଇଗଲା କୋଭିଡ୍‌-୧୯ ମହାମାରୀ, ଯାହା ପୁଣିଥରେ ଅର୍ଥନୀତିକୁ ସଙ୍କଟ ମଧ୍ୟକୁ ନେଇଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ନଦୀକୁ ଡେଇଁ ଜୀବନ ହାରିଲେ ୮୫ ବର୍ଷୀୟ ଭେଟେରାନ ଫିଲ୍ମ ନିର୍ମାତା, ତାମିଲ ସିନେମାଜଗତ ସ୍ତବ୍ଧ

ହାଇଦ୍ରାବାଦ: ତାମିଲ ସିନେମା ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ସାରା ଫିଲ୍ମଜଗତକୁ ସ୍ତବ୍ଧ କରିଦେଇଛି। ନିଜର ସ୍ପଷ୍ଟବାଦୀ ମତାମତ ଏବଂ ବିବାଦୀୟ…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri