Posted inଜାତୀୟ

ମୋଦି ତାଙ୍କ ଆଗାମୀ ଜନ୍ମଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଭାବେ ମନାଇବେ: କଂଗ୍ରେସ

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ୭୩ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାଜପା ନେତାଙ୍କ ଠାରୁ ବିରୋଧୀ ଦଳର ନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କଠାରୁ ଅଭିନନ୍ଦନ ବାର୍ତ୍ତା ଗ୍ରହଣ କରୁଛନ୍ତି। ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ, ନୀତୀଶ କୁମାର ଏବଂ ଅରବିନ୍ଦ କେଜରିୱାଲ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ଏହି ସମୟରେ କଂଗ୍ରେସ ନେତା ପ୍ରମୋଦ ତିୱାରୀ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି।
ତିଓ୍ବାରୀ କହିଛନ୍ତି, ମୋଦି ତାଙ୍କର ଚଳିତ ବର୍ଷର ଜନ୍ମଦିନକୁ ପ୍ରଧାନମନ୍ତ୍ରୀ ଭାବେ ପାଳନ କରୁଛନ୍ତି। ମୁଁ ତାଙ୍କର ସୁସ୍ବାସ୍ଥ୍ୟ ଓ ଖୁସି କାମନା କରୁଛି। ହେଲେ ଅଗାମୀ ଜନ୍ମଦିନ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାବେ ପାଳନ କରିବେ ବୋଲି ତିଓ୍ବାରୀ କହିଛନ୍ତି।
ମୋଦିଙ୍କ ଜନ୍ମଦିନରେ କଂଗ୍ରେସ ରାଜ୍ୟ ସଭା ଏମପି ପ୍ରମୋଦ ତିୱାରୀ ନ୍ୟୁଜ ଏଜେନ୍ସି ଏଏନଆଇ ସହିତ କଥାବାର୍ତ୍ତା କରୁଥିବାବେଳେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ତିୱାରୀ କହିଛନ୍ତି,
ବହୁ ବଡ ନେତା ଆଜି ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ମଧ୍ୟରେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ଅଛନ୍ତି। ଖାର୍ଗେ ତାଙ୍କ ଅଭିନନ୍ଦନ ବାର୍ତ୍ତାରେ କହିଛନ୍ତି, ମୋଦି ଜୀଙ୍କୁ ତାଙ୍କ ଜନ୍ମଦିନରେ ହାର୍ଦ୍ଦିକ ଶୁଭେଚ୍ଛା। ତାଙ୍କର ଉତ୍ତମ ସ୍ବାସ୍ଥ୍ୟ ଏବଂ ଦୀର୍ଘ ଜୀବନ ପାଇଁ ମୁଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ଦିନ ହେବ ଛାତ୍ରାବାସ ଆସିଥିଲେ ପ୍ରଶାନ୍ତ: ଆଜି ମିଳିଲା ମୃତଦେହ, ଖେଳିଗଲା ଚାଞ୍ଚଲ୍ୟ

ନବରଙ୍ଗପୁର,୧୬।୪(ସଦାଶିବ ପ୍ରହରାଜ): ଛାତ୍ରାବାସରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବାବେଳେ ଏହାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ…

ଗାଁ ଗାଁରେ ବଢୁଛି କୋଚିଙ୍ଗ ସେଣ୍ଟର: ସରକାରୀ ନିୟମକୁ ଫୁ’

କୃଷ୍ଣପ୍ରସାଦ,୧୬।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ଶିକ୍ଷାର ବିକାଶ ପାଇଁ ସରକାର ତତ୍ପର ହୋଇ ଉଠିଛନ୍ତି। ଆଧୁନିକ ଶିକ୍ଷାର ଉନ୍ନତୀକରଣ ପାଇଁ ସର୍ବଭାରତୀୟସ୍ତରରେ ଆରମ୍ଭ ହୋଇଛି ଉଦ୍ୟମ। ଏଥିପାଇଁ ଚଳିତବର୍ଷ…

ଟ୍ରମ୍ପଙ୍କ ତେଲ କିଣିବାକୁ ନେଇ ରୋକ୍‌ ଭିତରେ ଭାରତକୁ ବଡ଼ ଅଫର୍‌ ଦେଲା ରୁଷିଆ, ଏଣିକି ପେଟ୍ରୋଲ-ଏଲପିଜିରେ…

ନୂଆଦିଲ୍ଲୀ,୧୬।୪: ଭାରତରେ ରୁଷର ରାଷ୍ଟ୍ରଦୂତ ଡେନିସ ଆଲିପୋଭ ସମ୍ପ୍ରତି ଭାରତ-ରୁଷ ସମ୍ପର୍କ, ପ୍ରତିରକ୍ଷା ସହଯୋଗ, ଶକ୍ତି ଯୋଗାଣ ଏବଂ ପରିବର୍ତ୍ତନଶୀଳ ବିଶ୍ୱ ଭୂ-ରାଜନୈତିକ ଦୃଶ୍ୟପଟ ସମ୍ପର୍କରେ ସ୍ପଷ୍ଟ…

IMFର ଚେତାବନୀ; ଯଦି ତୈଳ ମୂଲ୍ୟ ଅଧିକ ରୁହେ, ବିଶ୍ୱ ଉପରେ ପଡ଼ିବ ଏହି ସଙ୍କଟ

ନୂଆଦିଲ୍ଲୀ,୧୬।୪: ଇଣ୍ଟରନ୍ୟାସନାଲ ମୋନିଟାରୀ ଫଣ୍ଡ(IMF) ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଭା ବିଶ୍ୱ ଅର୍ଥନୀତି ସମ୍ପର୍କରେ ଚିନ୍ତା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଯଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ…

ହର୍ମୁଜ ଭଳି ବଡ଼ ରାସ୍ତା ବନ୍ଦ କରିବ ଚାଇନା! ସମୁଦ୍ରରେ ଲଗାଇଲା ବ୍ୟାରିକେଡ; ବିଶ୍ୱରେ ଚହଳ

ବେଜିଂ,୧୬।୪: ଚାଇନା ହର୍ମୁଜ ପ୍ରଣାଳୀ ଠାରୁ ମଧ୍ୟ ବଡ଼ ଏକ ସାମୁଦ୍ରିକ ପଥକୁ ଅବରୋଧ କରିବାକୁ ପ୍ରସ୍ତୁତ ହେଉଛି। ପ୍ରକୃତରେ, ଫିଲିପାଇନ୍ସ ଏବଂ ଜାପାନ ସହିତ ଚାଲିଥିବା…

ଏଆରଏସଏସ ରାସ୍ତା କାମରେ ଠକେଇ: ଉଠିଯାଉଛି ପିଚୁ

କୃଷ୍ଣପ୍ରସାଦ,୧୬।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ଗଞ୍ଜାମ ଜିଲା ସୀମାଠାରୁ କୃଷ୍ଣପ୍ରସାଦ ଗଡ଼ ଯାଏ ପକ୍କା ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ୨୩ କୋଟି…

ନିଶାମୁକ୍ତ ଅଞ୍ଚଳ ପାଇଁ ଜୋରଦାର ପଦକ୍ଷେପ: ଶତାଧିକ ଲୋକ ହେଲେ ଏକାଠି

ଦାରିଙ୍ଗବାଡି, ୧୬।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଡବେରୀ ଅଞ୍ଚଳରେ ନିଶାମୁକ୍ତ ଅଞ୍ଚଳ ପାଇଁ ଜୋରଦାର ପଦକ୍ଷେପ ନେଲେ ଅଞ୍ଚଳବାସୀ। ଶତାଧିକ ମହିଳା ଓ…

ଅକ୍ଷୟ ତୃତୀୟାରେ ୨ ଲକ୍ଷ ଧରିବ ସୁନାଦର! ସୁନାପ୍ରେମୀଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୧୬।୪: ଅକ୍ଷୟ ତୃତୀୟା ରବିବାର ପଡୁଛି। କିନ୍ତୁ, ଯଦି ଆପଣ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ବଜାରରେ ସାମ୍ପ୍ରତିକ ମୂଲ୍ୟ ବୃଦ୍ଧି ଆପଣଙ୍କୁ ଚିନ୍ତାରେ ପକାଇପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri