କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ଭାଷଣ ଆରମ୍ଭ କରିବା ପରେ ଓଡ଼ିଶାରେ ୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ ଶାହା ଲୋକଙ୍କୁ ପଚାରିଥିଲେ। ଏପରିକି ଓଡ଼ିଶାରେ ପ୍ରଥମ ଥର ଭାଜପା ସରକାର ଗଠନ କରିବ କି ନାହିଁ ବୋଲି ମଧ୍ୟ ସେ ଜନତାଙ୍କୁ ପଚାରିଥିଲେ।

ଏହି ସମୟରେ ଶାହା କହିଥିଲେ ସାରା ଦେଶରେ ଯୁଆଡ଼େ ଯାଇଛି ସବୁଠି ଆଜି ମୋଦି ମୋଦି ..ନାରା। ଓଡ଼ିଶାରେ ମଧ୍ୟ ମୋଦି ମୟ ହୋଇଛି। ଓଡ଼ିଶା ଲୋକ ବି ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବେ। ଓଡ଼ିଶାର ଭାଷା, ସଂସ୍କୃତି ଗୌରବ ପାଇଁ ଭାଜପା ସରକାର ବନିବା ଦରକାର। ଏଠାକାର ସରକାର ଓଡ଼ିଶାକୁ ବିକାଶରୁ ଦୂରରେ ରଖିଛନ୍ତି। ଅଫିସରଙ୍କ ମାଧ୍ୟମରେ ଭୟଙ୍କର ଭ୍ରଷ୍ଟାଚାର କରିଛନ୍ତି ଏଠାର ସରକାର। ସବୁଠାରୁ ଅଧିକ ପ୍ରାକୃତିକ ସଂପଦ ଓଡ଼ିଶାରେ ରହିଛି। ସବୁଥାଇ ବି ଓଡ଼ିଶା ସମୃଦ୍ଧିଠାରୁ ଦୂରରେ ରହିଛି।

ପ୍ରଥମ ଥର ସ୍ବରାଷ୍ଟ୍ର ମନ୍ତ୍ରୀ ଓଡ଼ିଶା ଆସିଥିଲା ବେଳେ ଆରମ୍ଭରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। କିନ୍ତୁ ତାଙ୍କର ଭାଷଣରେ ସେ ଓଡ଼ିଶାରେ ୨୦ ଲୋକ ସଭା ସିଟ୍‌ ଜିତିବା କି ନାହିଁ ଜନତାଙ୍କୁ ପ୍ରଶ୍ନ କରିଥିଲେ। ଯାହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଓଡ଼ିଶାରେ ରାଜ୍ୟ ନେତା ସରକାର ଗଠନ କରିବା ନେଇ ଦାବି କରୁଥିଲା ବେଳେ ଦଳ ଲୋକ ସଭାରେ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି। ତେବେ କେତେ ଆସନରେ ଭାଜପା ଓଡ଼ିଶାରୁ ବିଜୟୀ ହେବ ସେ ନେଇ ଏବେ ମଧ୍ୟ ଆକଳନ କରି ନଥିବା ଚର୍ଚ୍ଚା ହେଉଛି। ଯାହାକୁ ବଳ ଯୋଗାଇଛି ଶାହାଙ୍କ ୨୦ ଲୋକ ସଭା ଆସନ ବିଜୟ ଲକ୍ଷ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଆଗାମୀ ୪ ଦିନ ଯାଏ ପ୍ରବଳ ବର୍ଷା, ୧୦ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୭।୭: ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଉତ୍ତର ଓ ଓ ଉପକୂଳ ଓ ପ୍ରବଳ ବର୍ଷା ହେବାର...

ନୂଆ ବିଧାୟକମାନେ ଶୁଣାଇଲେ ନିଜ ଅଞ୍ଚଳର ସମସ୍ୟା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସୁରୁଖୁରୁରେ ଚଳାଇବା ଲାଗି ପ୍ରଥମେ ପରାମର୍ଶଦାତା କମିଟି ଗଠିତ ହୋଇଛି। ଏଥିରେ ବାଚସ୍ପତି...

ଚତୁର୍ଥ ଲଘୁଚାପରୁ ବନ୍ୟା ଆଶଙ୍କା

ଭୁବନେଶ୍ୱର,୨୭ା୭(ଅନୁରାଧା ମହାରଣା): ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ ବିଲବାଡ଼ି ଜଳାର୍ଣ୍ଣବ...

ବଢ଼ିପାରେ ମଧ୍ୟାହ୍ନଭୋଜନ ମୁଣ୍ଡ ପିଛା ଖର୍ଚ୍ଚ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ମୁଣ୍ଡପିଛା ମୂଲ୍ୟ ବଢ଼ିପାରେ। ଏ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ...

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri