Posted inଜାତୀୟ

କର୍ନାଟକ ବିଧାନସଭା ନିର୍ବାଚନ ପୂର୍ବରୁ ମୋଦିଙ୍କ ୮ଥର ଗସ୍ତ

ବେଙ୍ଗାଲୁରୁ, ୧୯।୪: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ଭାଜପା ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜନାଥ ସିଂ, ଯୋଗୀ ଆଦିତ୍ୟନାଥ, ସ୍ମୃତି ଇରାନୀ ଏବଂ ଅମିତ୍‌ ଶାହାଙ୍କ ସମେତ ୪୦ଜଣ ନେତାଙ୍କ ନାମ ରହିଛି।

ତେବେ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ୪ମାସ ମଧ୍ୟରେ ୮ଥର କର୍ନାଟକ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରଠାରୁ ଏହା ତାଙ୍କର ଗୋଟିଏ ବର୍ଷ ମଧ୍ୟରେ ସର୍ବାଧିକ କର୍ନାଟକ ଗସ୍ତ। ଆଗାମୀ ଦିନରେ ସେ କର୍ନାଟକକୁ ଆହୁରି ଅନେକଥର ଗସ୍ତରେ ଯିବେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। କର୍ନାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ଏପ୍ରିଲ ୯ରେ ସେଠାକ୍‌ୁ ଗସ୍ତ କରିଥିଲେ। ନିର୍ବାଚନ ପାଇଁ ଦଳର ଷ୍ଟାର ପ୍ରଚାରକ ଭାବେ ମୋଦି ଅତି କମ୍‌ରେ ଆହୁରି ୨୦ଟିି ରାଲି କରିବାର କୁହାଯାଉଛି। ସୂଚନା ମୁତାବକ, ନିର୍ବାଚନ ପ୍ରଚାରର ଶେଷ ପର୍ଯ୍ୟାୟରେ କଂଗ୍ରେସ ଏବଂ ଜେଡିଏସ୍‌ର ଗଡ଼ ଥିବା ଜିଲାଗୁଡିକରେ ମୋଦି ୬ରୁ ୮ ତାରିଖ ଯାଏ ପ୍ରଚାର କରିପାରନ୍ତି।

ରାଜ୍ୟର ଶୀର୍ଷ ନେତାଙ୍କ କହିବାନୁସାରେ, ରାଜ୍ୟକୁ ନିର୍ବାଚନ ରାଲି ପାଇଁ ଯେଉଁ ୬ଟି କ୍ଷେତ୍ରରେ ବିଭକ୍ତ କରାଯାଇଛି ସେଠାରେ ପ୍ରଧାନମନ୍ତ୍ରୀ ୩ଟି ରାଲି କରିବାକୁ ଯୋଜନା କରିଛନ୍ତି। ତେବେ ଏଥିମଧ୍ୟରୁ ହାଇଦ୍ରାବାଦ-କର୍ନାଟକ ଅଞ୍ଚଳରେ ଯେଉଁଠାରେ ପ୍ରାୟ ୪୦ଟି ବିଧାନସଭା ସିଟ୍‌ ରହିଛି ସେଠାରେ ପ୍ରଧାନମନ୍ତ୍ରୀ ଅଧିକ ରାଲି କରିପାରନ୍ତି ସମ୍ଭାବନା ରହିଛି। ସୂଚନାଥାଉ କି, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏହି ଅଞ୍ଚଳର ଲୋକପ୍ରିୟ ନେତା। ଗତ ବିଧାନସଭା ନିର୍ବାଚନରେ ଭାଜପା ମାତ୍ର ୧୫ଟି ଆସନ ଏଠାରୁ ହାତେଇ ପାରିଥିଲା।

ଏଠାରେ କହି ରଖୁଛୁ କି, ଜାନୁୟାରୀ ୨୦୧୫ଠାରୁ ପ୍ରଧାନମନ୍ତ୍ରୀ ମୋଟ ୩୨ଥର କର୍ନାଟକ ଗସ୍ତ କରିଛନ୍ତି। ପ୍ରାୟ ୨୫ ପ୍ରତିଶତ ଗସ୍ତ ନିର୍ବାଚନ ବର୍ଷରେ ହିଁ ହୋଇଛି । ଦ୍ୱିତୀୟ ସର୍ବାଧିକ ଗସ୍ତ ୨୦୧୮ରେ ହୋଇଥିଲା। ସେହି ବର୍ଷ ମଧ୍ୟ ସେଠାରେ ନିର୍ବାଚନ ଥିଲା। ସେହି ବର୍ଷ ୭ଥର ଗସ୍ତ ମଧ୍ୟରୁ ୬ଥର ଗସ୍ତ ନିର୍ବାଚନ ପୂର୍ବରୁ ହୋଇଥିଲା। ତେବେ ମୋଦି ଏହାମଧ୍ୟରେ ୫ଥର ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଗସ୍ତ କରିଥିଲେ। ରାଜ୍ୟରେ ନିର୍ବାଚନ ଆଚରଣବିଧି ଲାଗୁ ହେବା ପରେ କିମ୍ବା ଭାଜପାର ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ସେ ଗସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri