ହାଇ ସ୍ପିଡ ରେଲ ପରିଯୋଜନାକୁ ନେଇ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ/ଆପୁଲିଆ,୧୫।୬: ଇଟାଲୀର ଆପୁଲିଆରେ ଅନୁଷ୍ଠିତ ଜି -୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କୁ ଭେଟିଥିଲେ। ଏହି ଦୁଇ ନେତା ଭାରତରେ ପାଞ୍ଚ ଟ୍ରିଲିୟନ ୟେନ ବିନିଯୋଗରେ ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପିଡ ରେଳ ପ୍ରକଳ୍ପ ଉପରେ ଆଲୋଚନା କରିଥିଲେ।
ଭାରତ-ଜାପାନ ସମ୍ପର୍କକୁ ଆଲୋକିତ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରିଛି ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସହ ଦ୍ୱିପାକ୍ଷିକ ବୈଠକ। ପିଏମଓ ଏହି ଅବସରରେ କହିଛନ୍ତି ଯେ, ଆଲୋଚନାରେ B2B, P2P ଏବଂ H2G ସମ୍ପର୍କ ଏବଂ ବାଣିଜ୍ୟକୁ ମଜବୁତ କରିବା ସହିତ ପ୍ରତିରକ୍ଷା, ହାଇ ସ୍ପିଡ ରେଳ ଭିତ୍ତିଭୂମି ଭଳି ରଣନୀତିକ କ୍ଷେତ୍ରକୁ ପ୍ରୋତ୍ସାହିତ କରାଯାଇଛି।
ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ଫୁମିଓ କିଶିଦା କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅଭିନନ୍ଦନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ନିଶ୍ଚିତ କରିଛନ୍ତି ଯେ ଜାପାନ ସହିତ ଦ୍ୱିପାକ୍ଷିକ ସମ୍ପର୍କ ତାଙ୍କ ତୃତୀୟ କାର୍ଯ୍ୟକାଳରେ ପ୍ରାଥମିକତା ପାଇବ। ଏହି ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପିଡ ରେଳ ପ୍ରକଳ୍ପ, ଭାରତ-ଜାପାନ ଶିଳ୍ପ ପ୍ରତିଯୋଗୀତା ସହଭାଗୀତା ସମେତ ସାତୋଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଭାରତ ଏବଂ ଜାପାନ ସହଯୋଗ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋହିତ ସାଗରର ପ୍ରମୁଖ ଦ୍ୱୀପ ଦଖଲକଲେ ହାଉତି ବିଦ୍ରୋହୀ

କାଏରୋ, ୧୫।୯: ଇରାନ ସମର୍ଥିତ ହାଉତି ବିଦ୍ରୋହୀମାଦେ ଦକ୍ଷିଣ ଲୋହିତ ସାଗରରେ ଅଧିକ ରଣନୈତିକ ଦ୍ୱୀପଗୁଡ଼ିକୁ କବଜା କରିଛନ୍ତି ବୋଲି ସରକାରୀ ଏବଂ ହାଉତି ଅଧିକାରୀମାନେ ସୋମବାର…

ଓଡ଼ିଶାରେ କମୁଛି ବର୍ଷା; ଏହା ତାରିଖରୁ ଫେରିଯିବ ମୌସୁମୀ

ଭୁବନେଶ୍ୱର,୧୫।୯(ବନ୍ଦନା ସେଠୀ): ରାଜ୍ୟରେ ଧୀରେ ଧୀରେ କମୁଛି ବର୍ଷା । ଉତ୍ତର-ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି…

ଟେମ୍‌ସ ନଦୀ କୂଳରେ ପ୍ରଥମ ଗଙ୍ଗା ଆରତିରେ ଅନେକ ହଜାର ସାମିଲ

ଲଣ୍ଡନ,୧୫ା୯: ଲଣ୍ଡନର ଟେମ୍‌ସ ନଦୀ କୂଳରେ ରବିବାର ପ୍ରଥମ ଥର ପାଇଁ ଅନୁଷ୍ଠିତ ଗଙ୍ଗା ଆରତିରେ ଅନେକ ହଜାର ଶ୍ରଦ୍ଧାଳୁ ଯୋଗଦେଇଥିଲେ। ଚିନ୍ମୟ ମିଶନ୍‌ର ୭୫ତମ ବାର୍ଷିକୀ…

ଆକାଶରେ ଦେଖାଗଲା ବିରଳ ମହାଜାଗତିକ ଦୃଶ୍ୟ: ଚନ୍ଦ୍ର ପଛରେ…

ଭୁବନେଶ୍ୱର,୧୫।୯(ବନ୍ଦନା ସେଠୀ): ଆକାଶରେ ସୋମବାର ଏକ ବିରଳ ମହାଜାଗତିକ ଘଟଣା ଦେଖିବାକୁ ମିଳିଛି। ପୃଥିବୀ ଏବଂ ଶୁକ୍ର ଗ୍ରହ ମଧ୍ୟରେ ଚନ୍ଦ୍ର ଆସିଯିବା ଫଳରେ କିଛି ସମୟ…

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ଦମ୍ପତିଙ୍କ ସହ ଚାଲିଗଲା ୪ ଜୀବନ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଇମ୍ଫାଲ,୧୪ା୯: ମଣିପୁରର ତାମେଙ୍ଗଲୋଙ୍ଗ ଜିଲାରେ ରବିବାର ୨ଟି ଘଟଣାରେ ସଶସ୍ତ୍ର ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ ୬ ବର୍ଷର ବାଳକ ଆହତ…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?