Posted inଜାତୀୟ

ଉଦ୍ଧାର ହୋଇଥିବା ଛାତ୍ରୀଛାତ୍ରଙ୍କୁ ମନ୍ତ୍ରୀ କହିଲେ ‘ମୋଦିଜୀ ଜିନ୍ଦାବାଦ’

ନୂଆଦିଲ୍ଲୀ,୪।୩: ଯୁଦ୍ଧ ପ୍ରଭାବିତ ୟୁକ୍ରେନରେ ଫସିଥିବା ଛାତ୍ରୀଛାତ୍ରଙ୍କୁ ଉଦ୍ଧାର କାର୍ଯ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗଦାନ ଉପରେ ଭାରତୀୟ ବାୟୁ ସେନା (ଆଇଏଏଫ୍‌) ବିମାନ ମଧ୍ୟରେ ଏକ ଛୋଟ ଭାଷଣ ଦେଇଥିଲେ ଜୁନିୟର କେନ୍ଦ୍ର ମନ୍ତ୍ରୀ। ଘଟଣାର ଭିଡିଓ ଭାଇରାଲ ହେବା ପରେ କେନ୍ଦ୍ର ମନ୍ତ୍ରୀଙ୍କ କାର୍ଯ୍ୟକୁ ପ୍ରବଳ ସମାଲୋଚନା କରାଯାଉଛି।

ୟୁକ୍ରେନର ପଡ଼ୋଶୀ ଦେଶରୁ ଛାତ୍ରୀଛାତ୍ରଙ୍କୁ ଉଦ୍ଧାର କରି ଦିଲ୍ଲୀ ନିକଟସ୍ଥ ହିଣ୍ଡନ ଏୟାର ଫୋର୍ସ ଷ୍ଟେଶନରେ ପହଞ୍ଚିଥିଲା ଆଇଏଏଫ୍‌ର ହେଭି-ଲିଫ୍ଟ କାର୍ଗୋ ବିମାନ। ଲାଣ୍ଡିଂ ପରେ ବିମାନ ମଧ୍ୟକୁ ପଶି ଆସିଥିଲେ ଜୁନିୟର ପ୍ରତିରକ୍ଷା ମନ୍ତ୍ରୀ ଅଜୟ ଭଟ୍ଟ। ବ୍ଲୁ ଜ୍ୟାକେଟ ଓ ଆଇଏଏଫ୍‌ ଅଧିକାରୀଙ୍କ ଭଳି କ୍ୟାପ ପିନ୍ଧି କେନ୍ଦ୍ର ମନ୍ତ୍ରୀ ଛାତ୍ରୀଛାତ୍ରଙ୍କୁ କହିଥିଲେ, “ଚିନ୍ତା କରିବାର କିଛି ନାହିଁ। ମୋଦିଜୀଙ୍କ ଯୋଗୁ ତୁମର ଜୀବନ ରକ୍ଷା ପାରିଛି। ସବୁ କିଛି ଠିକ୍‌ ହୋଇଯିବ। ଭାରତ ମାତା କି ଜୟ। ମାନନୀୟ ମୋଦି ଜୀ ଜିନ୍ଦାବାଦ”।

କେନ୍ଦ୍ରମନ୍ତ୍ରୀଙ୍କ ସହ ଛାତ୍ରୀଛାତ୍ରମାନେ ମଧ୍ୟ ‘ଭାରତ ମାତା କି ଜୟ’ କହିଥିଲେ। କିନ୍ତୁ ସେ ଯେତେବେଳେ ‘ମାନନୀୟ ମୋଦି ଜୀ ଜିନ୍ଦାବାଦ’ କହିଥିଲେ, ଛାତ୍ରୀଛାତ୍ର କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହୋଇଯାଇଛି। ରାଜନୈତିକ ବାର୍ତ୍ତା ପାଇଁ ସାମରିକ ଫ୍ଲାଟଫର୍ମର ବ୍ୟବହାରକୁ ସୋସିଆଲ ମିଡିଆରେ ଖୁବ୍‌ ସମାଲୋଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଙ୍ଗାପୁର ଯିବେ ପଞ୍ଜାବର ୩୬ ପ୍ରିନ୍ସିପାଲ

ଚଣ୍ଡିଗଡ଼,୨।୨: ପଞ୍ଜାବରେ ଆମ ଆଦମୀ ପାର୍ଟି (ଏଏପି) ସରକାର ନିଜ ରାଜ୍ୟର ଶିକ୍ଷକଙ୍କୁ ତାଲିମ ପାଇଁ ସିଙ୍ଗାପୁର ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଗୁରୁବାର ପଞ୍ଜାବର...

୧୫୦ ଜଣଙ୍କ ପ୍ରାର୍ଥୀ ତାଲିକା ପ୍ରକାଶ କଲା ଏଏପି…

ଲକ୍ଷ୍ନୌ, ୧୬।୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ପକ୍ଷରୁ ୧୫୦ ଜଣଙ୍କ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଉତ୍ତରପ୍ରଦେଶ ପ୍ରଭାରୀ ଏବଂ...

ଉଦ୍ଧବଙ୍କ ଘରେ ବିଦ୍ରୋହ ! ଶିନ୍ଦେଙ୍କୁ ଭେଟିଲେ ବାଲାସାହେବ ଠାକରେଙ୍କ ବୋହୂ ସ୍ମିତା…

ମୁମ୍ବାଇ, ୨୭।୭ : ଶିବସେନା ବିଧାୟକମାନେ ବିଦ୍ରୋହ କରିବା ପରେ ମହାରାଷ୍ଟ୍ରରେ ଉଦ୍ଧବ ଠାକରେ କ୍ଷମତା ହରାଇଥିଲେ। ଏବେ ଦଳ ତାଙ୍କ ହାତରୁ ବାହାରକୁ ଯାଉଥିବା...

ଆତଙ୍କବାଦ ବିରୋଧରେ ଏକାଠି ଲଢିବ ଭାରତ-ଜର୍ମାନୀ

ନୂଆଦିଲ୍ଲୀ,୧।୧୧: ଭାରତ ଓ ଜର୍ମାନୀ ଏକାଠି ମିଶି ଆତଙ୍କବାଦ ଓ ଉଗ୍ରବାଦ ବିରୋଧରେ ଲଢିବେ। ଏହାସହ ପରିବେଶ ସୁରକ୍ଷା ଦିଗରେ ମଧ୍ୟ କାମ କରିବେ। ଦିଲ୍ଲୀରେ...

ରେବ ପାର୍ଟି ପରେ ଭିଆଇପିଙ୍କ ଝିଅପୁଅ, ଅଭିନେତା ଅଟକ

ହାଇଦ୍ରାବାଦ,୩।୪: ବଞ୍ଜାରା ପାହାଡରେ ଥିବା ଏକ ପଞ୍ଚ ତାରକା ହୋଟେଲ ରବିବାର ସକାଳ ପର୍ଯ୍ୟନ୍ତ ଚାଲିଥିବା ଏକ ରେବ ପାର୍ଟି ଉପରେ ଚଢ଼ାଉ କରି ୧୪୨...

ଅନଶନରେ ବସିବେ ଆନ୍ନା

ପୁଣେ, ୨୯।୧୨(ପି.ଟି.): ଜାନୁୟାରୀ ଶେଷ ସୁଦ୍ଧା କେନ୍ଦ୍ର ସରକାର ଯଦି ଦାବି ପୂରଣ ନ କରନ୍ତି, ତେବେ ଅନଶନରେ ବସିବାକୁ ସାମାଜିକ କର୍ମୀ ଆନ୍ନା ହାଜାରେ...

ଟଳିଲେ ୩ ଆତଙ୍କବାଦୀ

ଶ୍ରୀନଗର,୭।୧୦: ଜମ୍ମୁ କଶ୍ମୀରର ଶୋପିଆନରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଶୋପିଆନର ସୁଜନ ଜନପୋରା ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ୩ଜଣ ଆତଙ୍କବାଦୀ...

ମାନବ ସେବା ହିଁ ମାଧବ ସେବା: କାଉଡିଆଙ୍କ ପାଦ ଦାବିଲେ ଏସ୍‌ପି

ଲକ୍ଷ୍ନୌ, ୨୮।୭: ଶ୍ରାବଣରେ ଆରମ୍ଭ ହୋଇଯାଇଛି କାଉଡି ଯାତ୍ରା। ବିଶେଷ କରି ଉତ୍ତର ପ୍ରଦେଶରେ କାଉଡିଆଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାମାନ କରାଯାଇଛି। ଏମାନଙ୍କ ପାଇଁ ଖୋଲାଯାଇଥିବା...

Advertisement
Archives

Model This Week