ଜଳବାୟୁ ସମିଟ୍‌କୁ ମୋଦି ଆମନ୍ତ୍ରିତ

ଓ୍ବାଶିଂଟନ,୨୮।୩: ଆମେରିକା ଆସନ୍ତା ମାସରେ ଜଳବାୟୁ ଉପରେ ଏକ ଭର୍ଚୁଆଲ ସମିଟ୍‌ର ଆୟୋଜନ କରୁଛି। ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହି ସମିଟ୍‌ରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୪୦ ବିଶ୍ୱ ନେତାଙ୍କୁ ଆମନ୍ତ୍ରଣ କରିଛନ୍ତି। ଏପ୍ରିଲ୍‌ ୨୨ ଧରିତ୍ରୀ ଦିବସରୁ ଏହି ଦୁଇଦିନିଆ ସମିଟ୍‌ ଆରମ୍ଭ ହେବ। ରାଷ୍ଟ୍ରପତି ବାଇଡେନ୍‌ ବିଶ୍ୱ ନେତାମାନଙ୍କର ଏହି ସମିଟ୍‌କୁ ହୋଷ୍ଟ କରିବା ସହ ୨୦୩୦ ସୁଦ୍ଧା ଆମେରିକାର ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଲକ୍ଷ୍ୟ ସମ୍ପର୍କରେ ଉପସ୍ଥାପନ କରିବେ। ଅନ୍ୟମାନଙ୍କ ମଧ୍ୟରେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ, ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌, ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଡେ ସୁଗା, ବ୍ରାଜିଲ ରାଷ୍ଟ୍ରପତି ଜାଏର୍‌ ବୋଲ୍‌ସୋନାରୋ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୁ, ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ, ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ ପ୍ରମୁଖଙ୍କୁ ଆମନ୍ତ୍ରଣ କରାଯାଇଥିବା ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରାଗନର ଷଡ଼ଯନ୍ତ୍ର: ଅକ୍ସାଇ ଚୀନ୍‌ରେ କରୁଛି ବଙ୍କର ନିର୍ମାଣ

ବେଜିଂ,୧୯।୧୧: ପୂର୍ବ ଲଦାଖର ଏଲ୍‌ଏସିରେ ଚାଇନା ଜାଣିଶୁଣି ଉତ୍ତେଜନା ସୃଷ୍ଟି କରୁଛି। ଏବେ ଡ୍ରାଗନର ଷଡ଼ଯନ୍ତ୍ର ସମ୍ପର୍କରେ ରିପୋର୍ଟ ମିଳିଛି। ଗତ ମାସେ ଧରି ଅକ୍ସାଇ...

କମ ସମୟ ମଧ୍ୟରେ ପ୍ରଭାବି ହେଲା କ୍ୱାଡ: ମୋଦି

ଟୋକିଓ,୨୪ ।୫: ଜାପାନର ଟୋକିଓରେ ଚାଲିଥିବା କ୍ୱାଡ ସମ୍ମିଳନୀରେ ୪ ଦେଶର ରାଷ୍ଟ୍ରମୁଖ୍ୟଙ୍କ ବୈଠକରେ ୟୁକ୍ରେନ୍‌-ରୁଷିଆ ପ୍ରସଙ୍ଗ ସମେତ ଅନ୍ୟ କିଛି ବିଷୟକୁ ନେଇ ଆଲୋଚନର...

ପୁଣି ବିପଦ, ପୃଥିବୀରେ ଆରମ୍ଭ ହେଲାଣି କରୋନାର ତୃତୀୟ ଲହର…

ଜେନେଭା,୧୫।୭: ପୃଥିବୀରେ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇ ସାରିଛି। ଏବେ ଏହା ପ୍ରାଥମିକ ପର୍ଯ୍ୟାୟରେ ରହିଛି। ଡେଲ୍ଟା ଭାରିଆଣ୍ଟ୍‌ ଯୋଗୁ ତୃତୀୟ ଲହର...

ମହିଳା ବସ୍‌ରେ ଏକୁଟିଆ ଯାତ୍ରା କରିବା ମନା, କାର୍‌ରେ ମ୍ୟୁଜିକ୍‌ ବନ୍ଦ…

କାବୁଲ, ୨୭।୧୨: ଆଫଗାନିସ୍ତାନରେ ତାଲିବାନ୍‌ ସରକାରଙ୍କର ପ୍ରକୃତ ମୌଳବାଦୀ ଆଭିମୁଖ୍ୟ ବର୍ତ୍ତମାନ ସାମ୍ନାକୁ ଆସୁଛି। ଦେଶର ସରକାରଙ୍କୁ ସ୍ବୀକୃତି ପାଇଁ ଅନ୍ତର୍ଜାତୀୟସ୍ତରରେ ଅନୁରୋଧ କରୁଥିବା ତାଲିବାନ...

ଜେଲ୍‌ରେ ରହିବା ପାଇଁ ବୃଦ୍ଧାବୃଦ୍ଧ କରୁଛନ୍ତି ଅପରାଧ

ଜାପାନରେ ବୟସ୍କ ବ୍ୟକ୍ତିମାନେ ବର୍ତ୍ତମାନ ସମୟରେ ଏକ ବିଚିତ୍ର ସମସ୍ୟା ଦେଇ ଗତିକରୁଛନ୍ତି। ଏଥିପାଇଁ ସେମାନେ ପ୍ରତିଦିନ କିଛି ନା କିଛି ଅପରାଧ କରି ଜେଲ୍‌...

ବିବାହ ପରେ ଦେଶ ଛାଡ଼ି ଆମେରିକାରେ ପହଞ୍ଚିଲେ ରାଜକୁମାରୀ

ଟୋକିଓ,୧୫ା୧୧: ଜାପାନର ରାଜକୁମାରୀ ଯିଏକି ତାଙ୍କ ରାଜକୀୟ ସ୍ଥିତି ପରିତ୍ୟାଗ କରି ଜଣେ ସାଧାରଣ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ସେ ତାଙ୍କ ସ୍ବାମୀଙ୍କ ସହ ଆମେରିକାର...

ମହିଳାଙ୍କ ହତ୍ୟାକାରୀ ନିଜକୁ ଭଗବାନ କହିଲେ

ନ୍ୟୁୟର୍କ, ୧୭ା୧: ନ୍ୟୁୟର୍କରେ ଟାଇମ୍ସ ସ୍କୋୟାର ସବ୍‌ଓ୍ବେ ଷ୍ଟେଶନରେ ସାଇମନ୍‌ ମାର୍ସିଆଲ ନାମକ ଜଣେ ବ୍ୟକ୍ତି ଜଣେ ୪୦ ବର୍ଷୀୟା ମହିଳାଙ୍କୁ ଶନିବାର ଟ୍ରେନ୍‌ ଆଗକୁ...

ଆମେରିକାରେ ମଣିଷଠାରୁ ଗୃହପାଳିତ ପ୍ରାଣୀଙ୍କୁ ବ୍ୟାପିଲା କରୋନା: ୨ ବିଲେଇ ପଜିଟିଭ୍‌

ଓ୍ବାଶିଂଟନ,୨୩।୪: କରୋନା ସଂକ୍ରମଣ ଯୋଗୁ ଆମେରିକାରେ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି...

Advertisement
Archives

Model This Week