Posted inଜାତୀୟ

‘ମିଛ କହୁଛନ୍ତି ମୋଦି ସରକାର’

ନୂଆଦିଲ୍ଲୀ,୪।୧୨: କେନ୍ଦ୍ରର ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ଆନ୍ଦୋଳନ ବେଳେ ୭୦୦ କୃଷକ ପ୍ରାଣ ହରାଇଛନ୍ତି। କେନ୍ଦ୍ରର ମୋଦି ସରକାର ସେମାନଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଚାହୁଁ ନ ଥିବାରୁ ମୃତକଙ୍କ ରେକର୍ଡ ନାହିଁ ବୋଲି କହୁଛନ୍ତି। ଏହା କେନ୍ଦ୍ରର ସମ୍ବେଦନହୀନତା ଓ ଅହଂକାରକୁ ଦର୍ଶାଉଛି ବୋଲି ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି।
ଏକ ଖବରଦାତା ସମ୍ବିଳନୀକୁ ସମ୍ବୋଧିତ କରି ଓ୍ବାୟନାଡ୍‌ ଏମ୍‌ପି ରାହୁଲ କହିଛନ୍ତି, ଆନ୍ଦୋଳନରତ ଚାଷୀଙ୍କ ମୃତ୍ୟୁ ପାଇଁ ପଞ୍ଜାବ ସରକାର ଦାୟୀ ନୁହନ୍ତି। ତଥାପି ରାଜ୍ୟର ୪୦୩ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦେଇଛନ୍ତି। କଂଗ୍ରେସ ପାଖରେ ପଞ୍ଜାବ ବାହାର ୧୦୦ ଜଣ ମୃତ ଚାଷୀଙ୍କ ତାଲିକା ରହିଛି। ଏହାବାଦ୍‌ ଲୋକଙ୍କଠାରୁ ସଂଗୃହୀତ ତଥ୍ୟ ଅନୁସାରେ ଅନ୍ୟ ୨୦୦ ମୃତ ଚାଷୀଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି। ଏହି ଦୁଇ ତାଲିକାକୁ ସୋମବାର ପାର୍ଲାମେଣ୍ଟରେ ଉପସ୍ଥାପନ କରିବେ ବୋଲି ରାହୁଲ କହିଛନ୍ତି। କୃଷି ଆଇନକୁ ଉଚ୍ଛେଦ କରାଯିବା ପରେ କୃଷକଙ୍କ ଅବଶିଷ୍ଟ ଦାବି ସମ୍ପର୍କରେ ପ୍ରଶ୍ନ କରାଯିବାରୁ ରାହୁଲ କହିଥିଲେ, କେନ୍ଦ୍ରର ଉଦ୍ଦେଶ୍ୟ ଠିକ୍‌ ନାହିଁ। ସରକାର ସେମାନଙ୍କ ଦାବି ଗ୍ରହଣ କରିବା ସନ୍ଦେହ। ଉକ୍ତ ଆଇନକୁ ଉଚ୍ଛେଦ କରିବା ନେଇ ଘୋଷଣା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ କ୍ଷମା ମାଗିଥିଲେ। କାରଣ ତାଙ୍କ ଭୁଲ୍‌ ଯୋଗୁ ଏତେ କୃଷକଙ୍କ ମୃତ୍ୟୁ ଘଟିଥିବା ସେ ଜାଣିଛନ୍ତି। ଯଦି ସର୍ବସାଧାରଣରେ କ୍ଷମା ମାଗିପାରୁଛନ୍ତି ତେବେ କ୍ଷତିପୂରଣ ଦେବାରେ ଅସୁବିଧା କେଉଁଠି? ପୁଞ୍ଜିପତି ବନ୍ଧୁଙ୍କ ପାଇଁ ଟଙ୍କା ଅଛି ଅଥଚ ଚାଷୀଙ୍କ ପରିବାରକୁ ଦେଇପାରୁନାହାନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ପ୍ରକାଶ ଯେ, ମୃତ ଚାଷୀଙ୍କ ସଂଖ୍ୟା ଜାଣିନାହୁଁ, କ୍ଷତିପୂରଣ କେମିତି ଦେବୁ ବୋଲି ସରକାର କହିବା ପରେ ଏହାକୁ ଗୁରୁବାର ରାଜ୍ୟ ସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜନ ଖାର୍ଗେ ଏକ ଅପମାନ ବୋଲି ଅଭିହିତ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେଶନ ପାଇଁ ଚାଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri