Posted inଜାତୀୟ

‘ଆର୍‌ଜେଡି କଥା ମାନିଥିଲେ ତେଜସ୍ବୀ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ’

ନୂଆଦିଲ୍ଲୀ,୪।୧୨: ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସି ଶୁକ୍ରବାର କହିଛନ୍ତି, ଯଦି ଲାଲୁ ଯାଦବଙ୍କ ପରିବାର ତାଙ୍କ କଥା ମାନିଥାଆନ୍ତେ ତେବେ ଆର୍‌ଜେଡି ନେତା ତେଜସ୍ବୀ ଯାଦବ ବିହାର ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ହେବାରେ ଲାଗିଥିବାବେଳେ ହାଇଦ୍ରାବାଦ ଏମ୍‌ପି ଓଓ୍ବାଇସିଙ୍କ ଦଳ ମଇଦାନକୁ ଓହ୍ଲାଇବାକୁ ସ୍ଥିର କରିଛି। ରାଜ୍ୟର ଅନୂ୍ୟନ ୧୦୦ ଆସନରେ ଏଆଇଏମ୍‌ଆଇଏମ୍‌ ପକ୍ଷରୁ ଟିକେଟ ଦିଆଯିବ। ବିହାର ଭଳି ୟୁପିରେ ମଧ୍ୟ ଭାଜପାକୁ ଫାଇଦା ଦେବା ପାଇଁ ସଂଖ୍ୟାଲଘୁ ଭୋଟ ବ୍ୟାଙ୍କ ଭାଙ୍ଗିବାକୁ ଓଓ୍ବାଇସି ଯୋଜନା କରୁଥିବା ନେଇ ରାଜନୈତିକ ମହଲରେ ଆଲୋଚନା ହେଉଛି। ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଭାଗନେଇଥିବା ହାଇଦ୍ରାବାଦ ଏମ୍‌ପି ଓଓ୍ବାଇସିଙ୍କୁ ଏନେଇ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ସେ କହିଥିଲେ, ଭାଜପାକୁ ଫାଇଦା ମିଳିବ ନାହିଁ, ଓଲଟା ଗୈରିକ ଦଳର କ୍ଷତି ହେବ। ଏହି ଅବସରରେ ଓଓ୍ବାଇସି ବିହାରର ଉଦାହରଣ ଦେଇ କହିଥିଲେ, ଆର୍‌ଜେଡିକୁ ମନାଇବା ପାଇଁ ସେ ଅନେକ ଥର ଉଦ୍ୟମ କରିଥିଲେ। ସେହି ଦଳର ନେତାମାନେ ତାଙ୍କ କଥା ଶୁଣି ନ ଥିଲେ। ଆର୍‌ଜେଡି ଯଦି ତାଙ୍କ କଥା ମାନିଥାଆନ୍ତା ତେବେ ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦେଲେ ଭାଜପାର ଏହି ବଡ଼ ନେତା

ପାଟନା,୩୦।୧୨: ବିହାରରେ ଭାଜପାକୁ ଏକ ବଡ଼ ଝଟ୍‌କା ଲାଗିଛି। ବିହାର ଭାଜପାର ରାଜ୍ୟ ଉପାଧ୍ୟକ୍ଷ ରାଜୀବ ରଞ୍ଜନ ଦଳର ପ୍ରାଥମିକ ସଦସ୍ୟତା ଏବଂ ପଦବୀରୁ ଇସ୍ତଫା...

ସବୁ ମାମଲାକୁ ପ୍ରାଥମିକତା ଦେଇ ହେବନାହିଁ

ନୂଆଦିଲ୍ଲୀ,୧୧।୭: ପ୍ରତ୍ୟେକ ମାମଲାକୁ ପ୍ରାଥମିକତା ଦେଇ ସର୍ବୋଚ୍ଚ ଅଦାଲତ ଗ୍ରହଣ କରିପାରିବ ନାହିଁ। ବିଶେଷକରି ଗୋଟିଏ ରାଜ୍ୟ ସହ ଅନ୍ୟ ରାଜ୍ୟର ଘଟଣାରେ ଭିନ୍ନତା ପରିଲକ୍ଷିତ...

ମୋଦି-ଶାହଙ୍କ ସହିତ ମୁହାଁମୁହିଁ: ମମତା ସାଜିଲେ ନମ୍ବର ଓ୍ବାନ୍‌ ବିପକ୍ଷ ନେତା !

କୋଲକାତା,୧୬।୫: ପଶ୍ଚିମବଙ୍ଗରେ ନିର୍ବାଚନୀ ପ୍ରଚାର ନେଇ ଭାଜପା ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ଜୋର୍‌ଦାର୍‌ ଲଢ଼େଇ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା...

‘ଲୋକଙ୍କୁ ଏକାଠି କରିପାରିବ ନାହିଁ ରାଜନୀତି’

ନୂଆଦିଲ୍ଲୀ,୪।୭: ଲୋକଙ୍କୁ ଏକାଠି କରିପାରିବ ନାହିଁ ରାଜନୀତି। କିଛି ଏଭଳି କାମ ଅଛି, ଯାହା ରାଜନୀତି ଦ୍ୱାରା ସମ୍ଭବ ନୁହେଁ। ଲୋକଙ୍କ ମଧ୍ୟରେ ଏକତା ଆଣିବା...

ଅମୃତସର ପୂର୍ବରୁ ହେଭି ଓ୍ବେଟ୍‌ ଲଢ଼େଇ

ନୂଆଦିଲ୍ଲୀ,୨୬।୧: ପଞ୍ଜାବ ବିଧାନସଭା ନିର୍ବାଚନରେ ଅମୃତସର (ପୂର୍ବ) ଆସନରେ ହେବ ସବୁଠୁ ବଡ଼ ମୁକାବିଲା। ଏହି ଆସନରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ରାଜ୍ୟର ଦୁଇ ହେଭିଓ୍ବେଟ...

ହଲରେ ଭଙ୍ଗାରୁଜା କଲେ ପଓ୍ବନ କଲ୍ୟାଣଙ୍କ ଫ୍ୟାନ୍‌

ହାଇଦ୍ରାବାଦ୍‌, ୯ା୪- ଦୁଇ ବର୍ଷର ବ୍ୟବଧାନ ପରେ ବଡ଼ ପରଦାକୁ ଫେରିଥିବା ସାଉଥ୍‌ର ପାଓ୍ବାରଷ୍ଟାର କୁହାଯାଉଥିବା ପଓ୍ବନ କଲ୍ୟାଣଙ୍କ ଫ୍ୟାନ୍ସ ତେଲାଙ୍ଗାନାର ଏକ ହଲରେ ବ୍ୟାପକ...

କରୋନା ଚିକିତ୍ସାକୁ ନେଇ ନର୍ସଙ୍କ ସହ ସିଧାସଳଖ କଥା ହେଲେ ମୋଦି

ପୁଣେ,୨୮।୩: ଦେଶର ବିପତ୍ତି ସମୟରେ ଏବେ କରୋନା ଯୋଦ୍ଧା ସାଜିଥିବା ନର୍ସଙ୍କ ସହ ସିଧାସଳଖ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁକ୍ରବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ...

ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ: ରାସ୍ତାକଡ଼ରେ ଲାଗିଲା ହୋଡିଂ

ଅହମଦାବାଦ୍‌,୨୦।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାସ୍ତା କଡ଼ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ...

Advertisement
Archives

Model This Week