Posted inଜାତୀୟ

ଶିକ୍ଷାର୍ଥୀଙ୍କୁ ଆତ୍ମବିଶ୍ୱାସ-ଆତ୍ମସଚେତନତା-ନିସ୍ବାର୍ଥପର ସେବାର ମନ୍ତ୍ର ଦେଲେ ମୋଦି

ନୂଆଦିଲ୍ଲୀ,୨୩।୨: ଆତ୍ମବିଶ୍ୱାସ, ଆତ୍ମସଚେନତା ଏବଂ ନିସ୍ବାର୍ଥପର ସେବା ମନୋବୃତ୍ତି ନେଇ କାର୍ଯ୍ୟ କରିବା ଦ୍ୱାରା ଦେଶର ବିକାଶ ସମ୍ଭବ ହୋଇପାରିବ। ଖଡ଼ଗପୁର ଆଇଆଇଟିର ୬୬ତମ ଦୀକ୍ଷାନ୍ତ ଉତ୍ସବରେ ଭିଡ଼ିଓ କନଫରେନ୍ସିଂରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଶିକ୍ଷାର୍ଥୀଙ୍କ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି। ଶିକ୍ଷାର୍ଥୀମାନେ ନିଜର କ୍ଷମତା ସମ୍ପର୍କରେ ଅବଗତ ହୋଇ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ସେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡ଼ିକାଲ ସାଇନ୍ସ୍‌ ଏବଂ ରିସର୍ଚ୍ଚର ଲୋକାର୍ପଣ କରି କହିଲେ ଯେ, ଏକବିଂଶ ଶତାବ୍ଦୀର ଭାରତରେ ବହୁ ପରିବର୍ତ୍ତନ ଆସିଛି। ଶିକ୍ଷାର୍ଥୀମାନେ ଦେଶର ବହୁବିଧ ବିକାଶ ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ପଶ୍ଚିମ ମେଦିନୀପୁର ଜିଲାର ବଳରାମପୁରଠାରେ ନିର୍ମିତ ଏହି ହସ୍ପିଟାଲରେ ୬୫୦ ଶଯ୍ୟା ରହିଛି। ହସ୍ପିଟାଲକୁ ଖଡ଼ଗପୁର ଆଇଆଇଟିର ସହଯୋଗରେ ନିର୍ମାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କିଛି ଲୋକ ଭାବୁଛନ୍ତି ରାମ ମନ୍ଦିର ନିର୍ମାଣ ହେଲେ କରୋନା ଶେଷ ହେବ: ପାଓ୍ବାର

ନୂଆଦିଲ୍ଲୀ,୧୯।୭: ଏନସିପି ସୁପ୍ରିମୋ ଶରଦ ପାୱାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କିଛି ଲୋକ ଭାବୁଛନ୍ତି ଯେ ରାମ ମନ୍ଦିର ନିର୍ମାଣ...

ନିଲମ୍ବିତ ବିଧାୟକଙ୍କ ପ୍ରତିକ୍ରିୟା: ନୋ ବଲ୍‌ରେ ୱିକେଟ ଯାଇଛି ଏବେ ଦୁଇ ହାତରେ ବୋଲିଂ କରିବି

ମୁମ୍ବାଇ,୫ ।୭: ମହାରାଷ୍ଟ୍ର ବିଧାନସଭାରେ ସୋମବାର ହୋଇଥିବା ହଟ୍ଟଗୋଳ ଏବେ ରାଜନୈତିକ ଉଷ୍ମତା ସୃଷ୍ଟି କଲାଣି । ଏହି ହଟ୍ଟଗୋଳରେ ସ୍ପିକର ବିଧାନସଭାର ୧୨ ବିଧାୟକଙ୍କୁ...

ମୋଦିଙ୍କ ସହ ଯୋଗ କଲେ ମୋଟୁ ପତଲୁ: ଭିଡିଓ ଭାଇରାଲ

ରାଞ୍ଚି,୨୧।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସାରା ବିଶ୍ୱରେ ଯୋଗ ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଦେଶର ମନ୍ତ୍ରୀ, ବଲିଉଡ୍‌ କଳାକାର...

ଚାଇନାକୁ ହିମାଳୟ ଭୂମି ଛାଡ଼ି ଦେଇଛି ଭାରତ

ନୂଆଦିଲ୍ଲୀ,୨୨ା୯: ସୀମାରେ ଚାଇନା ସହ ବିବାଦ ପରେ ଭାରତ ସରକାର ହିମାଳୟ ନିକଟ ଭୂମିକୁ ବେଜିଂକୁ ଛାଡ଼ି ଦେଇଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।...

ବିମୁଦ୍ରୀକରଣ ନେଇ ନାଗରତ୍ନାଙ୍କ ଅସହମତି: ଖଣ୍ଡପୀଠ ଦୁଇଭାଗ…

ନୂଆଦିଲ୍ଲୀ,୨।୧ : ବିମୁଦ୍ରୀକରଣ ନେଇ ସୁପ୍ରିମ୍‌ କୋର୍ଟର ଏହି ମାମଲାର ବିଚାର ପାଇଁ ଗଠିତ ସାମ୍ବିଧାନୀକ ପୀଠ ଦୁଇଭାଗ ହୋଇଛି। ଜଷ୍ଟିସ ବି.ଆର. ଗବାଇ. ଏ.ଏସ.ବୋପନ୍ନା,...

୧୬ ହଜାର ଫୁଟ ଉଚ୍ଚରେ ଉଡ଼ିଲା ତ୍ରିରଙ୍ଗା

ନୂଆଦିଲ୍ଲୀ,୧୫।୮: ଦେଶର ୭୪ତମ ସ୍ବାଧୀନତା ଦିବସ ଅବସରରେ ଲଦାଖରେ ୧୬ ହଜାର ଫୁଟ ଉଚ୍ଚ ପାହାଡ଼ରେ ଭାରତୀୟ ଯବାନ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ସ୍ଥାନୀୟ ପୋଙ୍ଗୋଙ୍ଗ୍‌...

ମହିଳାଙ୍କୁ ଅସଦାଚରଣ ପାଇଁ ଉଲଗ୍ନ କରି ଚଲାଇଲେ

ହାସନ (କର୍ନାଟକ),୧୨।୧: ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଉଲଗ୍ନ କରି ଚଲାଇଛନ୍ତି ସ୍ଥାନୀୟ ଲୋକେ। ଏଭଳି ଘଟଣା...

ମ୍ୟାନହୋଲ୍‌ରେ ଖସି ପଡିଲେ ୩ ବର୍ଷର ଶିଶୁ; ମିଳୁନି ସନ୍ଧାନ

ମୁମ୍ବାଇ,୧୧।୭: ଗୁରଗାଓଁର ଆମ୍ବେଦକର ନଗରରେ ବୁଧବାର ରାତିରେ ଜଣେ ୩ ବର୍ଷର ଶିଶୁ ରାସ୍ତାକଡ଼ରେ ଥିବା ମ୍ୟାନହୋଲ୍‌ରେ ଖସି ପଡିଥିବା ପୋଲିସ ସୂଚନା ଦେଇଛି। ବୁଧବାର...

Advertisement
Archives

Model This Week