Posted inଜାତୀୟ

ଦୁଇ ତିନି ଜଣ କୋଟିପତି ଧନୀକ ବନ୍ଧୁମାନଙ୍କ ପାଇଁ ମୋଦି କରିଥିଲେ ବିମୁଦ୍ରୀକରଣ: ରାହୁଲ …

ନୂଆଦିଲ୍ଲୀ,୮।୧୧ : ବିମୁଦ୍ରୀକରଣର ୬ ବର୍ଷ ପୂରଣ ଅବସରରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି ଯେ ଦୁଇ ତିନି ଜଣ କୋଟିପତି ଧନୀକ ବନ୍ଧୁମାନଙ୍କ ପାଇଁ ମୋଦି ଏହା କରିଥିଲେ। ସେ ଟୁଇଟରେ ମୋଦିଙ୍କ ପେପିଏମ ଲେଖିଛନ୍ତି। ୮ ନଭେମ୍ବର ୨୦୧୬ ରେ ପ୍ରଧାନମନ୍ତ୍ରୀ ୫୦୦ ଏବଂ ୧୦୦୦ଟଙ୍କିଆ ନୋଟର ବିମୁଦ୍ରୀକରଣ କରି ଅର୍ଥନୀତିରେ ଦୁର୍ନୀତି ଏବଂ କଳା ଟଙ୍କା ଦୂର କରିବାକୁ ଲକ୍ଷ୍ୟ ରଖିଥିଲେ।

ବିରୋଧୀ ଦଳ ବିମୁଦ୍ରୀକରଣକୁ ଏକ ଅର୍ଥନୈତିକ ନରସଂହାର ଏବଂ ଅପରାଧିକ କାର୍ଯ୍ୟ ବୋଲି କହିଛନ୍ତି। ମଙ୍ଗଳବାର ତାଙ୍କ ଭାଷଣର ଏକ ଭିଡିଓ ଟୁଇଟ କରି ରାହୁଲ ଗାନ୍ଧୀ ଲେଖିଛନ୍ତି ଯେ ପେପିଏମଙ୍କ ଦ୍ୱାରା ବିମୁଦ୍ରୀକରଣ ଏକ ସୁଚିନ୍ତିତ ପଦକ୍ଷେପ ଥିଲା, ଯାହା ଦ୍ୱାରା କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟ ନଷ୍ଟ ହେବା ସହିତ ତାଙ୍କର ଦୁଇ ତିନିଜଣ ବନ୍ଧଙ୍କର ଏକଚାଟିଆ ଅଧିକାରକୁ ବୃଦ୍ଧି କରିଥିଲା ।

ଏହାପୂର୍ବରୁ ଅନ୍ୟ ଏକ ଟୁଇଟରେ ରାହୁଲ ଗାନ୍ଧୀ କହିଛନ୍ତି ଯେ କଳା ଟଙ୍କା ବିଦେଶରୁ ଦେଶକୁ ଆସିନାହିଁ। କେବଳ ଦାରିଦ୍ର୍ୟ ଆସିଛି, ଅର୍ଥନୀତି କ୍ୟାସଲେସ ନହୋଇ ଦୁର୍ବଳ ହୋଇଯାଇଛି। ଆତଙ୍କବାଦ ନୁହେଁ, କୋଟି କୋଟି ଛୋଟ ବ୍ୟବସାୟ ଏବଂ ଚାକିରୀ ନଷ୍ଟ ହୋଇଯାଇଥିଲା। ବିମୁଦ୍ରୀକରଣରେ ଜଣେ ରାଜା ୫୦ ଦିନ ବାହାନା କରି ଅର୍ଥନୀତିକୁ ଧ୍ୱଂସ କରିଥିଲେ।

ମୋଦି ସରକାରଙ୍କ ଏହି ପଦକ୍ଷେପ ପରେ ନଗଦ କାରବାର ୭୨ ପ୍ରତିଶତ ବୃଦ୍ଧି ପାଇଛି ଏବଂ ଏଭଳି ପରିସ୍ଥିତିରେ ସରକାର ଏହା ଉପରେ ଏକ ଶ୍ୱେତପତ୍ର ଆଣିବା ଉଚିତ। ବିମୁଦ୍ରୀକରଣର ଏହି ଭୟଙ୍କର ବିଫଳତାକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରିବା ଆବଶ୍ୟକ। ଏହି ଦିନ ସମସ୍ତଙ୍କୁ ମନେ ରଖିବା ଜରୁରୀ। ଏହି ଦିନି ଭାରତର ଅର୍ଥନୀତିକୁ ନଷ୍ଟ କରିବାର ନିଷ୍ପତ୍ତିର ଷଷ୍ଠ ବାର୍ଷିକୀ। ବିମୁଦ୍ରୀକରଣର ୫୦ ଦିନ ପରେ, ଆଜି ପର୍ଯ୍ୟନ୍ତ ସରକାର ବିମୁଦ୍ରୀକରଣର ନାମ ନେଇ ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

ନିଜକୁ ଭୋଟ୍‌ ଦେଇପାରିବେନି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୪: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ବିହାରର ୪ଟି ଲୋକସଭା...

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

ଲୋକ ସଭା ନିର୍ବାଚନ: ଭୋଟ ଗ୍ରହଣ ମଧ୍ୟରେ ବସ୍ତରରେ ଆଇଇଡି ବ୍ଲାଷ୍ଟ, ସିଆରପିଏଫ ଯବାନ ଆହତ, ମଣିପୁରରେ ଫାୟାରିଂ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ଶୁକ୍ରବାର ଆରମ୍ଭ ହୋଇଛି। ୮ ଜଣ କେନ୍ଦ୍ର ମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ...

ଗାନ୍ଧିନଗରରୁ ପ୍ରାର୍ଥିପତ୍ର ଦାଖଲ କଲେ ଅମିତ ଶାହା, କହିଲେ ମୋଦି ଦେଶକୁ ସୁରକ୍ଷିତ ରଖିଛନ୍ତି

ଅହମଦାବାଦ,୧୯।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଲୋକ ସଭା ନିର୍ବାଚନ ପାଇଁ ଗାନ୍ଧିନଗର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭାବରେ ନିଜର ପ୍ରାର୍ଥିପତ୍ର...

ଫିଲ୍ମ ଶୁଟିଂ ପାଇଁ ବାହାରିଲେ ରିଜେକ୍ଟ ହୋଇଥିବା ୨ ରାଜକୁମାର, ରାହୁଲ-ଅଖିଳେଶଙ୍କୁ ଟାର୍ଗେଟ କଲେ ମୋଦି

ଅମରୋହା,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ଶୁକ୍ରବାର (ଏପ୍ରିଲ ୧୯) ଉତ୍ତରପ୍ରଦେଶର ଆମରୋହା ଠାରେ ଏକ ରାଲିରେ...

ଏମ୍‌ପି ଟିକେଟ୍‌ କାଟିଦେଲେ, ତଥାପି ଦୁଃଖ ନାହିଁ: ଶାହାଙ୍କୁ କହିଲେ ଆଧୁନିକ ଭାରତର ଆଇରନ ମ୍ୟାନ୍‌

ଲକ୍ଷ୍ନୌ,୧୯।୪: ଏଥର ଦଳ ଉତ୍ତରପ୍ରଦେଶର ବାଲିଆ ଲୋକ ସଭା ନିର୍ବାଚନମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି ଏମ୍‌ପି ବୀରେନ୍ଦ୍ର ସିଂ ମସ୍ତଙ୍କୁ ଟିକେଟ ଦେଇନାହାଁନ୍ତି। ଦଳ ପୂର୍ବତନ...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri