Posted inଜାତୀୟ

ଦୁଇ ତିନି ଜଣ କୋଟିପତି ଧନୀକ ବନ୍ଧୁମାନଙ୍କ ପାଇଁ ମୋଦି କରିଥିଲେ ବିମୁଦ୍ରୀକରଣ: ରାହୁଲ …

ନୂଆଦିଲ୍ଲୀ,୮।୧୧ : ବିମୁଦ୍ରୀକରଣର ୬ ବର୍ଷ ପୂରଣ ଅବସରରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି ଯେ ଦୁଇ ତିନି ଜଣ କୋଟିପତି ଧନୀକ ବନ୍ଧୁମାନଙ୍କ ପାଇଁ ମୋଦି ଏହା କରିଥିଲେ। ସେ ଟୁଇଟରେ ମୋଦିଙ୍କ ପେପିଏମ ଲେଖିଛନ୍ତି। ୮ ନଭେମ୍ବର ୨୦୧୬ ରେ ପ୍ରଧାନମନ୍ତ୍ରୀ ୫୦୦ ଏବଂ ୧୦୦୦ଟଙ୍କିଆ ନୋଟର ବିମୁଦ୍ରୀକରଣ କରି ଅର୍ଥନୀତିରେ ଦୁର୍ନୀତି ଏବଂ କଳା ଟଙ୍କା ଦୂର କରିବାକୁ ଲକ୍ଷ୍ୟ ରଖିଥିଲେ।

ବିରୋଧୀ ଦଳ ବିମୁଦ୍ରୀକରଣକୁ ଏକ ଅର୍ଥନୈତିକ ନରସଂହାର ଏବଂ ଅପରାଧିକ କାର୍ଯ୍ୟ ବୋଲି କହିଛନ୍ତି। ମଙ୍ଗଳବାର ତାଙ୍କ ଭାଷଣର ଏକ ଭିଡିଓ ଟୁଇଟ କରି ରାହୁଲ ଗାନ୍ଧୀ ଲେଖିଛନ୍ତି ଯେ ପେପିଏମଙ୍କ ଦ୍ୱାରା ବିମୁଦ୍ରୀକରଣ ଏକ ସୁଚିନ୍ତିତ ପଦକ୍ଷେପ ଥିଲା, ଯାହା ଦ୍ୱାରା କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟ ନଷ୍ଟ ହେବା ସହିତ ତାଙ୍କର ଦୁଇ ତିନିଜଣ ବନ୍ଧଙ୍କର ଏକଚାଟିଆ ଅଧିକାରକୁ ବୃଦ୍ଧି କରିଥିଲା ।

ଏହାପୂର୍ବରୁ ଅନ୍ୟ ଏକ ଟୁଇଟରେ ରାହୁଲ ଗାନ୍ଧୀ କହିଛନ୍ତି ଯେ କଳା ଟଙ୍କା ବିଦେଶରୁ ଦେଶକୁ ଆସିନାହିଁ। କେବଳ ଦାରିଦ୍ର୍ୟ ଆସିଛି, ଅର୍ଥନୀତି କ୍ୟାସଲେସ ନହୋଇ ଦୁର୍ବଳ ହୋଇଯାଇଛି। ଆତଙ୍କବାଦ ନୁହେଁ, କୋଟି କୋଟି ଛୋଟ ବ୍ୟବସାୟ ଏବଂ ଚାକିରୀ ନଷ୍ଟ ହୋଇଯାଇଥିଲା। ବିମୁଦ୍ରୀକରଣରେ ଜଣେ ରାଜା ୫୦ ଦିନ ବାହାନା କରି ଅର୍ଥନୀତିକୁ ଧ୍ୱଂସ କରିଥିଲେ।

ମୋଦି ସରକାରଙ୍କ ଏହି ପଦକ୍ଷେପ ପରେ ନଗଦ କାରବାର ୭୨ ପ୍ରତିଶତ ବୃଦ୍ଧି ପାଇଛି ଏବଂ ଏଭଳି ପରିସ୍ଥିତିରେ ସରକାର ଏହା ଉପରେ ଏକ ଶ୍ୱେତପତ୍ର ଆଣିବା ଉଚିତ। ବିମୁଦ୍ରୀକରଣର ଏହି ଭୟଙ୍କର ବିଫଳତାକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରିବା ଆବଶ୍ୟକ। ଏହି ଦିନ ସମସ୍ତଙ୍କୁ ମନେ ରଖିବା ଜରୁରୀ। ଏହି ଦିନି ଭାରତର ଅର୍ଥନୀତିକୁ ନଷ୍ଟ କରିବାର ନିଷ୍ପତ୍ତିର ଷଷ୍ଠ ବାର୍ଷିକୀ। ବିମୁଦ୍ରୀକରଣର ୫୦ ଦିନ ପରେ, ଆଜି ପର୍ଯ୍ୟନ୍ତ ସରକାର ବିମୁଦ୍ରୀକରଣର ନାମ ନେଇ ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୌକା-ଛକା ବର୍ଷା କରି ୪ ବଡ଼ ରେକର୍ଡ ଭାଙ୍ଗିଦେଲେ ଶ୍ରେୟସ ଆୟର

ଲକ୍ଷ୍ନୌ,୭।୧୦: ଶ୍ରେୟସ ଆୟରଙ୍କ ଧୂଆଁଧାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ଭାରତ ୮ ଉଇକେଟରେ ବଡ଼ ବିଜୟ ହାସଲ କରିଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଅବ୍ୟବସ୍ଥା ମଧ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ମିଳୁନି ପାନୀୟଜଳ, ସଫା ହେଉନି ଶୌଚାଳୟ

ଝାରସୁଗୁଡ଼ା, ୭ା୧୦(ଆଶିଷ ରଞ୍ଜନ ଦାଶ):ଶିକ୍ଷାର ମାନବୃଦ୍ଧି ସହ ଭିତ୍ତିଭୂମି ସୁଦୃଢ ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ପ୍ରଶାସନିକ ଅବହେଳା ଯୋଗୁ ଝାରସୁଗୁଡ଼ା…

ଆସନ୍ତା ୮ରେ ଓଡ଼ିଶା ବନ୍ଦ ଡାକରା: ଡିଇଏଲ୍‌ଇଡି ପରୀକ୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌

କଟକ,୭।୧୦(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଡିପ୍ଲୋମା ଇନ୍‌ ଏଲିମେଣ୍ଟାରି ଏଜୁକେଶନ (ଡିଇଏଲ୍‌ଇଡି) ପରୀକ୍ଷା ଗତ ୩ ତାରିଖରୁ ଆରମ୍ଭ ହୋଇଛି। ଅଦ୍ୟାବଧି ଏହି…

ଝଡବର୍ଷା ସମ୍ଭାବନା: ୯ ଜିଲାକୁ ଆଲର୍ଟ ଜାରି

ଭୁବନେଶ୍ୱର, ୭ା୧୦ (ବନ୍ଦନା ସେଠୀ):ଆଶ୍ବିନରେ ଅନୁଭୂତ ହେଉଛି ବୈଶାଖ ତାତି। ବର୍ଷା ଛାଡ଼ୁ ଛାଡ଼ୁ ତାପମାତ୍ରାରେ ଲଗାତର ବୃଦ୍ଧି ଘଟି ୩୭ ଡିଗ୍ରୀ ପାଖାପାଖି ହୋଇଛି। ଫଳରେ…

୧୩ରେ ରାଜ୍ୟ କ୍ୟାବିନେଟ୍‌: ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୧୦(ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଚଳିତମାସ ୧୩ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ…

ଅଭାବ ଆଗରେ ହାର୍‌ ମାନିଲାନି ସ୍ବପ୍ନ: ଶାଢ଼ି ପିନ୍ଧି ଖାଲିପାଦରେ ୧,୬୦୦ ମିଟର ଦୌଡ଼ିଲେ ମହିଳା

ରାଞ୍ଚି, ୭ା୧୦:ପରିସ୍ଥିତି ଯେତେ ପ୍ରତିକୂଳ ହେଉନା କାହିଁକି ମନରେ ଦୃଢ଼ ଇଚ୍ଛାଶକ୍ତି ଓ ସାହସ ଥିଲେ କୌଣସି ବି ବାଧାବିଘ୍ନ ଆପଣଙ୍କୁ ଲକ୍ଷ୍ୟରେ ପହଞ୍ଚତ୍ବାରୁ ଅଟକାଇ ପାରିବନାହିଁ।…

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?