୧୦ ବର୍ଷ ଜେଲ୍, ୧୦ କୋଟି ଜରିମାନା: ପେପର ଲିକ୍ ବିରୋଧରେ ସରକାରଙ୍କ କଠୋର ଆଇନ, କ୍ୟାବିନେଟ୍‌ର ମଞ୍ଜୁରୀ

ନୂଆଦିଲ୍ଲୀ,୨୪ା୭: ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ‘ପେପର ଲିକ୍ ବିଲ୍ ସଂଶୋଧନ’କୁ ମଞ୍ଜୁରୀ ଦିଆଯାଇଛି। ଏଥିରେ ପେପର ଲିକ୍ ମାଫିଆଙ୍କ ବିରୋଧରେ କଠୋର ପ୍ରାବଧାନ ରହିବ। ଏହା ମାଧ୍ୟମରେ ସ୍ପେଶାଲ ଫାଷ୍ଟ ଟ୍ରାକ୍ କୋର୍ଟକୁ ଆଇନଗତ ସମର୍ଥନ (Legal backing) ମିଳିବ। ଏହାସହ ଫାଷ୍ଟ ଟ୍ରାକ୍ କୋର୍ଟକୁ ତିନି ମାସ ମଧ୍ୟରେ ଶୁଣାଣି ଦେବାକୁ କୁହାଯିବ। ଅନ୍ୟପଟେ ପେପର ଲିକ୍ ମାମଲାରେ ୧୦ ବର୍ଷର ଜେଲ୍ ଦଣ୍ଡ ଏବଂ ୧୦ କୋଟି ଟଙ୍କାର ଜରିମାନା ପ୍ରାବଧାନ ରହିବ। ପେପର ଲିକ୍ ସଂଶୋଧନ ବିଲ୍ ଆସନ୍ତା ସପ୍ତାହରେ ହିଁ ସଂସଦରେ ଆଗତ କରାଯିବ। ସୋମବାର ଦିନ ହିଁ ଏହାକୁ ଗୃହରେ ସର୍ବପ୍ରଥମେ ଉପସ୍ଥାପନ କରାଯିବ ବୋଲି କୁହାଯାଉଛି।

ଏହା ପୂର୍ବରୁ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ପେପର ଲିକ୍ ସହ ଜଡ଼ିତ ମୁଦ୍ଦାକୁ ନେଇ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ସେ କହିଥିଲେ, “ପେପର ଲିକ୍ କୌଣସି ସାଧାରଣ ବିଷୟ ନୁହେଁ। ଏହା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପିତାମାତାଙ୍କ ପାଇଁ କଷ୍ଟଦାୟକ। ତେଣୁ ପେପର ଲିକ୍‌କୁ ନେଇ ଗତ ଢ଼େଇ ମାସ ମଧ୍ୟରେ ଅନେକ ପଦକ୍ଷେପ ନିଆଯାଇଛି। ଦୋଷୀମାନଙ୍କୁ ଗିରଫ କରାଯାଇଛି, ସେମାନେ ଜେଲ୍‌ରେ ଅଛନ୍ତି। ଛାତ୍ରଛାତ୍ରୀଙ୍କ ଗୋଟିଏ ବର୍ଷ ଯେପରି ନଷ୍ଟ ନହୁଏ ତାହା ଆମର ଦାୟିତ୍ୱ ଥିଲା, ତେଣୁ କମ୍ ସମୟ ମଧ୍ୟରେ ୨୨ ଲକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଯାଇଛି। ଜୁଲାଇ ୧୯ ରେ ରେଜଲ୍ଟ ମଧ୍ୟ ଆସିଯାଇଛି। ଆମେ ଏତିକିରେ ସନ୍ତୁଷ୍ଟ ହେବୁ ନାହିଁ। ତେଣୁ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।”

ସରକାରଙ୍କ କହିବା କଥା ହେଉଛି ଆଇନ ପ୍ରଣୟନ କରି ଏହି କୋର୍ଟଗୁଡ଼ିକର ଗଠନ ପ୍ରକ୍ରିୟା ଶେଷ ହେବ। ପେପର ଲିକ୍ ମାମଲାର ଶୁଣାଣି ସର୍ବାଧିକ ତିନି ମାସ ମଧ୍ୟରେ ଏହି କୋର୍ଟଗୁଡ଼ିକରେ ଶେଷ କରାଯିବ। ଏହାକୁ ଜୁଲାଇ ୨୭ ରେ ଗୃହରେ ଆଗତ କରାଯାଇପାରେ। ଏହା ପୂର୍ବରୁ ଶୁକ୍ରବାର ଦିନ ମଧ୍ୟ ଉଭୟ ଗୃହରେ ପେପର ଲିକ୍ ପ୍ରସଙ୍ଗକୁ ନେଇ ପ୍ରବଳ ହଙ୍ଗାମା ହୋଇଥିଲା। ଯାହା ପରେ ଲୋକସଭା ଏବଂ ରାଜ୍ୟସଭାର କାର୍ଯ୍ୟକାରିତାକୁ ରବିବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

ଏହା ବ୍ୟତୀତ କେନ୍ଦ୍ର ସରକାର ଗୁରୁବାର ଦିନ ଶିକ୍ଷା ବିଭାଗରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଯେଉଁଥିରେ ନରେଶ ପାଲ୍ ଗଙ୍ଗୱାରଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗର ସଚିବ ଭାବେ ନିଯୁକ୍ତ କରାଯାଇଛି। ସେ ୧୯୯୪ ବ୍ୟାଚ୍‌ର ରାଜସ୍ଥାନ କ୍ୟାଡରର ଜଣେ IAS ଅଫିସର, ଯିଏ ବର୍ତ୍ତମାନର ସଚିବ ବିନୀତ ଯୋଶୀଙ୍କ ସ୍ଥାନ ନେବେ।

ଏହା ପୂର୍ବରୁ PM ମୋଦୀ ଗୁରୁବାର ସକାଳେ ହିଁ ପେପର ଲିକ୍ ମାମଲାରେ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ କରିବାକୁ ଘୋଷଣା କରିଥିଲେ। ଯେଉଁଥିରେ ତୁରନ୍ତ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। NEET ପେପର ଲିକ୍ ବିରୋଧରେ ସୋନମ୍ ୱାଙ୍ଗଚୁକ୍ ଗତ ୨୬ ଦିନ ଧରି ଅନଶନରେ ଥିଲେ, ଯାହାକୁ ସେ ଗୁରୁବାର ଦିନ ଶେଷ କରିଛନ୍ତି। ଅନ୍ୟପଟେ କକରୋଚ ଜନତା ପାର୍ଟି (CJP) ମଧ୍ୟ ଏହି ମୁଦ୍ଦାରେ ଗତ ଗୋଟିଏ ମାସ ହେବ ଦିଲ୍ଲୀର ଜନ୍ତର-ମନ୍ତରରେ ପ୍ରଦର୍ଶନ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବିଏସ୍‌ଏଫ୍‌

ନୂଆଦିଲ୍ଲୀ,୨୫ା୧୦: ଗୁଜରାଟର କଚ୍ଛ ଜିଲାର ସମ୍ବେଦନଶୀଳ ସିର୍‌ କ୍ରିକ ଅଞ୍ଚଳରେ ବେଆଇନ ଭାବେ ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଅଭିଯୋଗରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ୪ଜଣ ପାକିସ୍ତାନୀ…

ଉପାନ୍ତ ଗ୍ରାମରେ ପହଞ୍ଚିଲେ କଳାହାଣ୍ଡି ଜିଲାପାଳ, କନ୍ଦାଗୁଡା-କେନ୍ଦୁଗୁଡାର ହେବ ବିକାଶ

ଥୁଆମୂଳ ରାମପୁର, ୨୫।୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ କନ୍ଦାଗୁଡା,…

ନିର୍ବାଚନ ପୂର୍ବରୁ ଇରାନକୁ ନେଇ ନେତାନ୍ୟାହୁଙ୍କ ଚେତାବନୀ,’ପରମାଣୁ ବିପଦ…’

ନୂଆଦିଲ୍ଲୀ, ୨୫।୧୦: ଇରାନର ପରମାଣୁ ଅସ୍ତ୍ର ହାସଲ ଉଦ୍ୟମକୁ ଇସ୍ରାଏଲର ଅସ୍ତିତ୍ୱ ପ୍ରତି ବଡ଼ ବିପଦ ବୋଲି ଦର୍ଶାଇଛନ୍ତି ଲେଖକ ୟୁଭାଲ ବ୍ଲୁମବର୍ଗ । ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…

ବଂଶଧାରାରେ ବିଦାୟ ନେଲେ ମା’ ଦୁର୍ଗା, ଆରବର୍ଷକୁ ଅପେକ୍ଷା…

ଗୁଡାରି,୨୫।୧୦(ପ୍ରମୋଦ କୁମାର ପତି): ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାର ରବିବାର ରାତିରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବ…

ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହା, ସବୁ ମର୍ଯ୍ୟାଦା….

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ଗଜଲକ୍ଷ୍ମୀ ପୂଜା ପାଇଁ ଭଞ୍ଜନଗର ଉତ୍ସବ ମୁଖର

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଜଲକ୍ଷ୍ମୀ ପୂଜା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ସହର ଉତ୍ସବ ମୁଖର ହୋଇଉଠିଛି। ରବିବାର ଭଞ୍ଜନଗର ସହରର ବିଭିନ୍ନ ସ୍ଥାନ ସମେତ ସହରତଳି ଅଞ୍ଚଳ…

ଧାର ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ: ଜେଲ ଗଲେ ବାପ-ପୁଅ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଏକ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଜି. ଆପ୍ପା ରାଓ ଏବଂ ତାଙ୍କ ପୁଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?