ଧାର ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ: ଜେଲ ଗଲେ ବାପ-ପୁଅ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଏକ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଜି. ଆପ୍ପା ରାଓ ଏବଂ ତାଙ୍କ ପୁଅ ଜି.ଚିନ୍ତାମଣିଙ୍କୁ ଗିରଫ କରିଛି। କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ୍‌ଆଇ ଅତିଥି ଚରଣ ନାୟକ ଅଭିଯୁକ୍ତମାନଙ୍କୁ ଗିରଫ କରି ରବିବାର ରାତିରେ କୋର୍ଟ ଚାଲାଣ କରିଛନ୍ତି। ଏନେଇ ଥାନାରେ ଏକ ମାମଲା(ନଂ.୨୪୪/୨୬) ରୁଜୁ ହୋଇଛି।

ବାପ, ପୁଅଙ୍କ ଜାମିନ ଖାରଜ ହେବାରୁ ଉଭୟଙ୍କୁ ଦିଗପହଣ୍ଡି ସବ୍‌ ଜେଲ ହାଜତକୁ ପଠାଇ ଦିଆଯାଇଛି। ଭ୍ରମରପୁର ଜଗନ୍ନାଥ ମନ୍ଦିର ନିକଟ ମେନ ରୋଡ଼ରେ ରହୁଥିବା ଜି. ଆପ୍ପାରାଓ ପ୍ରାୟ ୪ ବର୍ଷ ପୂର୍ବେ ତାଙ୍କ ପୁଅ ଜି.ଚିନ୍ତାମଣିଙ୍କ ବାହାଘର ସମୟରେ ଗ୍ରାମର ନୂଆସାହି ବାସିନ୍ଦା କେ.ଧୋବାଙ୍କ ଠାରୁ ୯୦ ହଜାର ଟଙ୍କା ଧାର ନେଇଥିଲେ। ସେ ବହୁବାର ମାଗିବା ସତ୍ତ୍ବେ ଜି. ଆପ୍ପା ରାଓ ଟଙ୍କା ଫେରାଇ ନ ଥିଲେ।

ଗତ ଶୁକ୍ରବାର ସକାଳେ କେ. ଧୋବା ତୁରନ୍ତ ଟଙ୍କା ଫେରସ୍ତ କରିବା ପାଇଁ ଆପ୍ପା ରାଓଙ୍କୁ କହିଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଅପରାହ୍ନ ପ୍ରାୟ ୧ଟାରେ କେ.ଧୋବା ଗ୍ରାମର ଶିବାନନ୍ଦ ଆଶ୍ରମ ବାରଣ୍ଡାରେ ବସିଥିବା ବେଳେ ଆପ୍ପା ରାଓ ଏବଂ ତାଙ୍କ ଦୁଇ ପୁଅ ଚିନ୍ତାମଣି, କୁରା ସେଠାରେ ପହଞ୍ଚି ଆପ୍ପା ରାଓଙ୍କୁ ଆପତ୍ତିଜନକ ଭାଷାରେ ଗାଳିଗୁଳଜ କରିଥିଲେ। ପ୍ରତିବାଦ କରିବାରୁ ତାଙ୍କୁ ସେମାନେ ସଂଘବଦ୍ଧ ଭାବେ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିଲେ।

ରକ୍ତାକ୍ତ ଅବସ୍ଥାରେ କେ. ଧୋବା ନିକଟସ୍ଥ କେ.ନୂଆଗାଁ ଥାନାରେ ପହଞ୍ଚି ଉପସ୍ଥିତ ପୋଲିସ ଅଧିକାରୀଙ୍କୁ ମୌଖିକ ଭାବେ ଜଣାଇଥିଲେ। ତାଙ୍କ ବୟାନକୁ ଭିତ୍ତିକରି ଥାନା ଏସ୍‌.ଡି ନଂ.୧୧/୨୬ ଅନୁଯାୟୀ ରିପୋର୍ଟ କରାଯିବା ପରେ ତାଙ୍କୁ ଚିକିତ୍ସା ନିମନ୍ତେ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାରୁ ଫେରିବା ପରେ ସେ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି ବିଶ୍ୱଜିତ ନାୟକ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ରବିବାର
ଅଭିଯୁକ୍ତ ବାପ, ପୁଅଙ୍କୁ ଗିରଫ କରିଥିଲେ। ଅନ୍ୟ ଜଣେ ଅଭିଯୁକ୍ତ ଜି.କୋରା ଗିରଫ ଭୟରେ ଫେରାର ଥିବା ଜଣାପଡିଛି। ଅଭିଯୁକ୍ତ ଚିନ୍ତାମଣିଙ୍କ ନିକଟରୁ ପୋଲିସ ହତ୍ୟା ଉଦ୍ୟମରେ ବ୍ୟବହୃତ ଠେଙ୍ଗା ଜବତ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହୋତ୍ସବ, ଚଳଚଞ୍ଚଳ ଅଞ୍ଚଳ କଲୋନୀ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ନିଳାଦ୍ରୀ ବିହାର ପ୍ରଥମ ଲେନରେ ପ୍ରତିବର୍ଷ ଭଳି ଚଳିତବର୍ଷ ଧର୍ମୀୟ ଭାବନା, ଭକ୍ତି ଓ ଆଧ୍ୟାତ୍ମିକ…

ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…

ବଂଶଧାରାରେ ବିଦାୟ ନେଲେ ମା’ ଦୁର୍ଗା, ଆରବର୍ଷକୁ ଅପେକ୍ଷା…

ଗୁଡାରି,୨୫।୧୦(ପ୍ରମୋଦ କୁମାର ପତି): ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାର ରବିବାର ରାତିରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବ…

ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହା, ସବୁ ମର୍ଯ୍ୟାଦା….

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ଗଜଲକ୍ଷ୍ମୀ ପୂଜା ପାଇଁ ଭଞ୍ଜନଗର ଉତ୍ସବ ମୁଖର

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଜଲକ୍ଷ୍ମୀ ପୂଜା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ସହର ଉତ୍ସବ ମୁଖର ହୋଇଉଠିଛି। ରବିବାର ଭଞ୍ଜନଗର ସହରର ବିଭିନ୍ନ ସ୍ଥାନ ସମେତ ସହରତଳି ଅଞ୍ଚଳ…

କୋଟିଆରେ ଓଡ଼ିଶା ପ୍ରଶାସନର ତତ୍ପରତା, ସୀମାନ୍ତର ୩ ସ୍ଥାନରେ ପୋଲିସ ପୋଷ୍ଟ ସ୍ଥାପନ

ପଟ୍ଟାଙ୍ଗି,୨୫।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ତପ୍ତତରତା ଦେଖାଇଛି ଜିଲା ପ୍ରଶାସନ । ପଡୋଶୀ ଆନ୍ଧ୍ର ରାଜ୍ୟର ସମିତି…

ପୌରାଣିକ ନାଟକ ରାମାୟଣ ମଞ୍ଚସ୍ଥ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି.ତୁରୁବୁଡି ଗ୍ରାମରେ ନବରାତ୍ରୀ ଦୂର୍ଗା ପୂଜା ଅବସରରେ ପୌରାଣିକ ରାମାୟଣ ନାଟକ ମଞ୍ଚସ୍ଥ ହୋଇଯାଇଛି। ଗ୍ରାମର ଯୁବକ…

ଡକାୟତି ଘଟଣାର ପର୍ଦ୍ଦାଫାସ କଲା ପାଟପୁର ପୋଲିସ, ଜେଲ୍ ଗଲେ ୪ ଅଭିଯୁକ୍ତ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଏକ ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି । ଛିନତାଇ ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?