ନୂଆଦିଲ୍ଲୀ,୨୫ା୧୦: ଗୁଜରାଟର କଚ୍ଛ ଜିଲାର ସମ୍ବେଦନଶୀଳ ସିର୍ କ୍ରିକ ଅଞ୍ଚଳରେ ବେଆଇନ ଭାବେ ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଅଭିଯୋଗରେ ସୀମା ସୁରକ୍ଷା ବଳ(ବିଏସ୍ଏଫ୍) ୪ଜଣ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ସହ ସେମାନଙ୍କ ଡଙ୍ଗା ଜବତ କରାଯାଇଥିବା ରବିବାର ଅଧିକାରୀମାନେ କହିଛନ୍ତି।
ଭାରତ-ପାକିସ୍ତାନ ସାମୁଦ୍ରିକ ସୀମାବର୍ତ୍ତୀ ରଣନୀତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଏହି ଅଞ୍ଚଳରେ ଶନିବାର ବିଳମ୍ବିତ ସନ୍ଧ୍ୟାରେ ନିୟମିତ ପାଟ୍ରୋଲିଂ ସମୟରେ ଏହି ମତ୍ସ୍ୟଜୀବୀମାନଙ୍କୁ ଅଟକ ରଖାଯାଇଥିଲା।
ତେବେ ସୁରକ୍ଷା ବଳ ପକ୍ଷରୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ମତ୍ସ୍ୟଜୀବୀମାନଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ କିମ୍ବା ଜବତ ହୋଇଥିବା ଡଙ୍ଗା ବିଷୟରେ କୌଣସି ବିସ୍ତୃତ ସୂଚନା ଦିଆଯାଇ ନାହିଁ। ସିର କ୍ରିକ ଅଞ୍ଚଳ ଅନ୍ତର୍ଜାତୀୟ ସୀମାରେ ଅବସ୍ଥିତ ଏବଂ ଏହା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ବିଏସ୍ଏଫ ଏହା ଉପରେ ତୀକ୍ଷ୍ଣ ନଜର ରଖିଥାଏ।

