Posted inଜାତୀୟ

ଟିକେଟ୍‌ କିଣି ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କଲେ ମୋଦି

ପୁଣେ,୬।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ରର ପୁଣେରେ ପହଞ୍ଚି ମେଟ୍ରୋ ରେଳ ପ୍ରକଳ୍ପର ଉଦଘାଟନ କରିଛନ୍ତି। ମୋଟ ୩୨.୨ କିମି ପୁଣେ ମେଟ୍ରୋ ରେଳ ପ୍ରକଳ୍ପର ୧୨ କିମି ବିଭାଗକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନ ପରେ ପ୍ରଧାନମନ୍ତ୍ରୀ ଷ୍ଟେଶନରେ ପହଞ୍ଚି ଡିଜିଟାଲ ଆପରୁ ଟିକେଟ କିଣିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ମେଟ୍ରୋ ଟ୍ରେନରେ ଚଢିଥିଲେ। ଏହି ଗସ୍ତ ସମୟରେ ସେ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ସହରର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇଲେ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ମେଟ୍ରୋ ଯାତ୍ରା ସମୟରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରି  ଏବଂ ପୁଣେ ମେୟର ମୁରଲୀଧର ମୋହୋଲ ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ପୁଣେର ଗାରୱେୟାର କଲେଜରୁ ମେଟ୍ରୋରେ ଆନନ୍ଦ ନଗର ଅଭିମୁଖେ ଯାତ୍ରା କରିଥିଲେ। ଏହି ସମୟରେ ସେ ଛାତ୍ରମାନଙ୍କ କଥାକୁ ଯତ୍ନର ସହ ଶୁଣୁଥିଲେ ଏବଂ ଉତ୍ତର ଦେଉଥିଲେ। ଡିସେମ୍ବର ୨୪, ୨୦୧୬ରେ, ୧୧,୪୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ମେଟ୍ରୋ ପ୍ରକଳ୍ପର ମୂଳଦୁଆ ପ୍ରଧାନମନ୍ତ୍ରୀ ମୋଦି ସ୍ଥାପନ କରିଥିଲେ। ଏହି ମେଟ୍ରୋ ପ୍ରକଳ୍ପ ପୁଣେରେ ସହରୀ ଗତିବିଧି ପାଇଁ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଯୋଗାଇବାକୁ ଏକ ପ୍ରୟାସ। ଏହାପୂର୍ବରୁ ସେ ପୁଣେ ମ୍ୟୁନିସିପାଲିଟି କର୍ପୋରେସନ ପରିସରରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହର ଅଧଘଣ୍ଟା ପୂର୍ବରୁ ଆତ୍ମହତ୍ୟା କଲେ ସଫ୍ଟଓ୍ବେୟାର ଇଞ୍ଜିନିୟର

ହାଇଦ୍ରାବାଦ୍‌,୧୧।୧୧: ହାଇଦ୍ରାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହର ଅଧଘଣ୍ଟା ପୂର୍ବରୁ ଆତ୍ମହତ୍ୟା କରିଛନ୍ତି ଜଣେ ସଫ୍ଟଓ୍ବେୟାର ଇଞ୍ଜିନିୟର। ସନ୍ଦୀପ ନାମକ ଏହି ଯୁବକ ଜଣଙ୍କ...

ବାୟୁସେନା ସୁଖୋଇ ୩୦-ମିରାଜ ୨୦୦୦ ବିମାନ ଦୁର୍ଘଟଣା, ଜଣେ ପାଇଲଟ ଶହୀଦ…

ଭୋପାଳ,୨୮।୧ : ମଧ୍ୟପ୍ରଦେଶର ମୋରେନାଠାରେ ଏକ ଭୟଙ୍କର ଦୁର୍ଘଟଣାରେ ଦୁଇଟି ବାୟୁସେନା ଯୁଦ୍ଧ ବିମାନ ସୁଖୋଇ ୩୦ ଏବଂ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଭୟ...

ଲତାଙ୍କ ଆଶୁ ଆରୋଗ୍ୟ କାମନା କଲେ ଡ୍ରିମଗର୍ଲ

ମୁମ୍ବାଇ,୧୨।୧୧: ଭାରତ ରତ୍ନ ତଥା ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ଏବେ ଅସୁସ୍ଥ ହୋଇ ପଡିଛନ୍ତି। ରବିବାର ବିଳମ୍ବିତ ରାତିରେ ତାଙ୍କୁ ମୁମ୍ବାଇର ବିଚ୍‌ କ୍ୟାଣ୍ଡି...

କୋଭିଡ ସେଣ୍ଟର ଘୋଟାଲା: ମୁମ୍ବାଇର ଚା’ ବାଲାଙ୍କୁ ଦିଆଯାଇଛି ୧୦୦ କୋଟି ଟଙ୍କାର ଠିକା

ମୁମ୍ବାଇ,୧୩ ।୨: କରୋନା ମହାମାରୀକୁ ମୁକାବିଲା କରିବାକୁ ସରକାରଙ୍କ ତରଫରୁ ଗଢିଉଠିଥିଲା କୋଭିଡ ସେଣ୍ଟର । ଏହି କ୍ରମରେ ପୁଣେରେ ୧୦୦ କୋଟି ଟଙ୍କା ବ୍ୟୟରେ...

ଦେଶର ପ୍ରଥମ ସମଲିଙ୍ଗୀ ବିଚାରପତି ହେବେ ସୌରଭ କ୍ରିପାଲ…

ନୂଆଦିଲ୍ଲୀ,୧୬।୧୧: ବରିଷ୍ଠ ଆଇନଜୀବୀ ସୌରଭ କ୍ରିପାଲଙ୍କୁ ଦିଲ୍ଲୀ ହାଇକୋର୍ଟର ବିଚାରପତି କରିବାକୁ ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତି ନେଇଛନ୍ତି। ବିଶେଷ କଥା ହେଉଛି ସେ ଭାରତର ପ୍ରଥମ...

ଇସ୍ରାଏଲରେ ଫ୍ଲୋରୋନା ସଂକ୍ରମଣ

ନୂଆଦିଲ୍ଲୀ,୧।୧: ବିଶ୍ୱ କରୋନାରୁ ମୁକୁଳିବାକୁ ରାସ୍ତା ଖୋଜୁଥିବାବେଳେ ଇସ୍ରାଏଲର ନୂତନ କରି ‘ଫ୍ଲୋରୋନା’ ସଂକ୍ରମଣ ଚିହ୍ନଟ ହୋଇଛି। ଏହା କରୋନା ଏବଂ ଇନ୍‌ଫ୍ଲୁଏଞ୍ଜାର ଏକ ଦୋହରା...

ନିଖୋଜ ବାୟୁସେନା ବିମାନର ବ୍ଲାକ୍‌ବକ୍ସ ମିଳିଲା:ସମସ୍ତ ୧୩ ଯାତ୍ରୀ ମୃତ

ନୂଆଦିଲ୍ଲୀ,୧୪ା୬:ନିଖୋଜ ବାୟୁସେନା ବିମାନ ଏନ୍‌-୩୨ର ଭଗ୍ନାବଶେଷ ଅରୁଣାଚଳର ଏକ ଘଞ୍ଚ ଜଙ୍ଗଲଘେରା ପାର୍ବତ୍ୟାଞ୍ଚଳରୁ ମିଳିଛି। ତେବେ ଏଥିରେ ଥିବା ସମସ୍ତ ୧୩ ଜଣ ଯାତ୍ରୀ ପ୍ରାଣ...

କର୍ମୀଙ୍କୁ ଟେକା ଫିଙ୍ଗିଲେ ମନ୍ତ୍ରୀ

ଥିରୁଭାଲୁର,୨୫ା୧: ତାମିଲନାଡୁର ଜଣେ ମନ୍ତ୍ରୀ ଦଳୀୟ କର୍ମୀଙ୍କ ଉପରକୁ ଟେକା ଫିଙ୍ଗିବା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଥିରୁଭାଲୁର ଜିଲାରେ ଏକ କାର୍ଯ୍ୟକ୍ରମରେ...

Advertisement
Archives

Model This Week