ଭାରତରେ ମର୍ଡେନା ଭାକ୍ସିନକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୨୯।୬: ଖୁବ୍‌ଶୀଘ୍ର ଭାରତକୁ ଆସିବ ଆଉ ଏକ ବିଦେଶୀ ଟିକା। ଏଥିପାଇଁ ବାଟ ଫିଟିଥିବା ବେଳେ ଆମେରିକୀୟ କମ୍ପାନୀ ମର୍ଡେନା ଟିକା ଖୁବଶୀଘ୍ର ଭାରତ ଆସିବ ବୋଲି ଜଣାପଡ଼ିଛି। ଏନେଇ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ(ଡିସିଜିଆଇ) ମର୍ଡେନାକୁ ଅନୁୁମତି ଦେଇଥିବା ଜଣାପଡ଼ିଛି। ମଙ୍ଗଳବାର ମୁମ୍ବାଇ ସ୍ଥିତ ଫାର୍ମା କମ୍ପାନୀ ସିପଲାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମର୍ଡେନା କରୋନା ଟିକା ଆମଦାନୀ କରିବାକୁ ଡିସିଜିଆଇ ଅନୁମତି ପ୍ରଦାନ କରିଛି। କମ୍ପାନୀ ଟିକାକୁ ଭାରତ ଆଣିବ ଏବଂ ପ୍ରାଥମିକ ଭାବେ ଏହାକୁ ସୀମିତ ଲୋକଙ୍କ କ୍ଷେତ୍ରରେ ବ୍ୟବହାର କରାଯିବ। ଗୋଟିଏ ଦିନ ପୂର୍ବରୁ ସିପଲା ଆମେରିକା ଫାର୍ମା ପକ୍ଷରୁ ଟିକାର ଜରୁରୀ କାଳୀନ ବ୍ୟବହାର ଓ ମାର୍କେଟିଂ ପାଇଁ ଆବେଦନ କରିଥିଲା। ଡିସିଜିଆଇ ଏହି ଆବେଦନକୁ ଗ୍ରହଣ କରିବା ପରେ ଡ୍ରଗ୍ସ ଓ କସ୍‌ମେଟିକ ଆକ୍ଟ ୧୯୪୦ ଅଧୀନରେ ନୂଆ ଡ୍ରଗ୍ସ ଆଣ୍ଡ କ୍ଲିନିକାଲ ଟ୍ରାଏଲ ନିୟମ ୨୦୧୯ ଜରିଆରେ ସିପଲାକୁ ମର୍ଡେନା ଟିକାର ଆମଦାନୀ ପାଇଁ ଅନୁମତି ଦେଇଛି। ଭାରତରେ ବର୍ତ୍ତମାନ କୋଭିସିଲ୍ଡ, କୋଭାକ୍ସିନ ଓ ସ୍ଫୁଟ୍‌ନିକ-ଭି ଟିକା ବ୍ୟବହାର ହେଉଥିବା ବେଳେ ଆଗକୁ ଟିକାକରଣରେ ମର୍ଡେନାକୁ ମଧ୍ୟ ସାମିଲ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ମାକ୍ସ ହସ୍ପିଟାଲର ୧୫୦କର୍ମଚାରୀ ସେଲ୍ଫ କ୍ୱାରାଣ୍ଟାଇନ୍‌

ନୂଆଦିଲ୍ଲୀ, ୧୩।୪: ଦିଲ୍ଲୀର ସାକେତ ସ୍ଥିତ ମାକ୍ସ ହସ୍ପିଟାଲରେ ୧୫୦ କର୍ମଚାରୀଙ୍କୁ ସେଲ୍ଫ କ୍ୱାରାଣ୍ଟାଇନ୍‌ରେ ପଠାଇ ଦିଆଯାଇଛି। ଏମାନେ ସମସ୍ତେ ୨ଜଣ କରୋନା ପଜିଟିଭ୍‌ ରୋଗୀଙ୍କ...

କରୋନା କବଳରେ ଆଉ ଜଣେ ମନ୍ତ୍ରୀ

ଭୁବନେଶ୍ୱର,୧୧ା୯(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଏଥିରୁ ବାଦ୍‌ ପଡ଼ିନାହାନ୍ତି ମନ୍ତ୍ରୀ, ବିଧାୟକ ଏବଂ ଏମ୍‌ପି। ଶୁକ୍ରବାର ରାଜ୍ୟର...

ବାରିପଦା, ବଲାଙ୍ଗୀରରେ କୋଭିଡ୍‌-୧୯ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା ଦାବିକଲେ ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା ଅଫିସ,୨୩ା୪: ସମଗ୍ର ବିଶ୍ବରେ ମହାମାରୀ କରୋନା କାୟା ବିସ୍ତାର କରୁଥିବା ବେଳେ ଏହାର ପ୍ରଭାବରେ ସାରା ବିଶ୍ବରେ ଆତଙ୍କ ଖେଳିଯାଇଛି। ତେବେ ଭାରତରେ କରୋନା...

ମଝି ରାସ୍ତାରେ ଧାରଣାରେ ବସିଲେ ଦିଦି: କଲେ ପେଣ୍ଟିଂ

କୋଲକାତା,୧୩।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ରାସ୍ତା ମଝିରେ ଧାରଣାରେ ବସିଛନ୍ତି। କୋଲକାତାର ମୋୟା ସଡକ ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ହ୍ବିଲ ଚେୟାରରେ...

ଦିଲ୍ଲୀର ନିଜର ହେବ ଶିକ୍ଷା ବୋର୍ଡ

ନୂଆଦିଲ୍ଲୀ,୬ ।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶନିବାର କ୍ୟାବିନେଟ ବୈଠକ ପରେ ଡିଜିଟାଲ ପ୍ରେସ କନଫରେନ୍ସ ମାଧ୍ୟମରେ ଏକ ବଡ ଘୋଷଣା କରିଛନ୍ତି ।...

ପଶୁଙ୍କ ଉପରେ ଅତ୍ୟାଚାର କରିବାରୁ ଥାନାରେ ଏତଲା ଦେଲେ ମାଲିକ

ପାଟନା,୩୦।୬: ଅସାମାଜିକ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାରେ ଥିବା ବିହାର ଏଥର କିନ୍ତୁ ଭିନ୍ନ ଏକ ଆପରାଧିକ ମାମଲା ପାଇଁ ଆସିଛି ଚର୍ଚ୍ଚାକୁ। ହେରୁଦିୟାରାରେ ରହୁଥିବା ଜୟରାମ...

ଭାଜପା ସହ ମେଣ୍ଟ କରି ନଷ୍ଟ ହୋଇଛି ୨୫ ବର୍ଷ: ଉଦ୍ଧବ

ମୁମ୍ବାଇ,୨୫।୧: ଭାଜପା ସହ ମେଣ୍ଟ କରି ତାଙ୍କ ଦଳ ଶିବସେନା ୨୫ ବର୍ଷ ନଷ୍ଟ କରିଥିବା ସେ ବିଶ୍ୱାସ କରନ୍ତି ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ...

ଶରଦ ପାଓ୍ବାରଙ୍କୁ ଦିଆଯାଉଛି ଧମକ

ମୁମ୍ବାଇ,୨୪।୬: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ଭାରତୀୟ ଜନତା ପାର୍ଟି ନାଁରେ ଏକ ବଡ ଅଭିଯୋଗ ଆଣିଛନ୍ତି। ରାଉତ...

Advertisement
Archives

Model This Week