ଟିଉସନ କରିବା ବେଳେ ୧୫ ବର୍ଷର ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇଥିଲେ; ଅପହରଣ ପରେ ବଳାତ୍କାର ଅଭିଯୋଗରେ ବାନ୍ଧିଲା ପୋଲିସ

ପାଟଣା,୨୯।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୧୫ ବର୍ଷର ନାବାଳିକାଙ୍କୁ ପ୍ରେମଜାଲରେ ଫସାଇ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗରେ ପାଟଣା ପୋଲିସ ଜଣେ ୨୮ ବର୍ଷର ଯୁବକଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଉଛନ୍ତି ପାଟଣା ଥାନା ଉଦୟପୁର ଗ୍ରାମର ଗତିକୃଷ୍ଣ ସେଠୀ। ଏନେଇ ପାଟଣା ଥାନାରେ ୬୮/୨୧ରେ ଏକ ମାମଲା ରୁଜୁ ହୋଇ ଭାରତୀୟ ପିଙ୍ଗଳ କୋର୍ଡ଼ ୩୬୩, ୩୭୬(୪), ପୋସ୍କୋ ଆକ୍ଟରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।

ନାବାଳିକା ପରିବାରର ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଗତିକୃଷ୍ଣ ନାବାଳିକାଙ୍କୁ ଟିଉସନ କରୁଥିଲେ। ଏହି ସମୟରେ ସେ ତାଙ୍କୁ ପ୍ରେମ ଜାଲରେ ଫସାଇ ଗତ ମେ’ ୧୮ ତାରିଖରେ ଅପହରଣ କରି ବାରିପଦାକୁ ନେଇ ଯାଇଥିଲେ। ପରେ ଅଭିଯୁକ୍ତ ସମ୍ପର୍କୀୟ ମାଉସୀ ଘର ମାଟିଆଗଡ଼ ଗ୍ରାମରେ ନାବାଳିକାଙ୍କୁ ରଖି ବାରମ୍ବାର ବଳାତ୍କାର କରିଥିଲେ। ଏନେଇ ନାବାଳିକାଙ୍କ ପରିବାର ଲୋକେ ପାଟଣା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଅଭିଯୁକ୍ତଙ୍କ ପରିବାରଙ୍‌ଲୋକେ ନାବାଳିକଙ୍କୁ ସେଠାରୁ ଆଣି ଥାନାରେ ହାଜର କରାଇଥିଲେ। ପୋଲିସ ପକ୍ଷରୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନାବାଳିକାଙ୍କ ଡାକ୍ତର ମାଇନା କରାଯାଇଥିଲା। ଏଥିସହ ପୋଲିସ ଘଟଣାର ତଦନ୍ତ କରି ଫେରାର ଥିବା ଅଭିଯୁକ୍ତ ଟିଉସନ ମାଷ୍ଟର ଗତିକୃଷ୍ଣକୁ ମଙ୍ଗଳବାର ମାଉସୀ ଘର ମାଟିଆଗଡ଼ ଗ୍ରାମରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ତଦନ୍ତ କାରୀ ଅଧିକାରୀ ଏସ୍‌ଆଇ ଶିବଶଙ୍କର ଆଲଦା ସୂଚନା ଦେଇଛନ୍ତି। ଘଟଣାଟି ଏକ ନାବାଳିକାଙ୍କ ଉପରେ ଥିବାରୁ ଅତିରିକ୍ତ ଏସ୍‌ପି ସୁରେଶ କୁମାର ନାଏକ ଓ ଥାନା ଅଧିକାରୀ ରାଜେନ୍ଦ୍ର ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ତଦନ୍ତ କାର୍ଯ୍ୟକୁ ତ୍ୱରାନ୍ବିତ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାଖା ପରିଚାଳକଙ୍କ ନାମରେ ଗ୍ରାହକଙ୍କ ଅଭିଯୋଗ

ଫୁଲବାଣୀ ଅଫିସ, ୨୧ା୯-କନ୍ଧମାଳ ଜିଲା ୟୁନାଇଟେଡ ବ୍ୟାଙ୍କ ଶାଖା ପରିଚାଳକଙ୍କ ନାମରେ ଗୁରୁତର ଅଭିଯୋଗ ଆଣିଛନ୍ତି ଗ୍ରାହକ ା ଚାଷୀଙ୍କୁ ଋଣ (କେସିସି) ଦେବାରେ ସେ...

ସୁକତେଲ୍‌ ବ୍ରିଜ୍‌ ଭୁଶୁଡ଼ିବା ଘଟଣା: ପହଞ୍ଚିଲେ ଦୁଇଜଣିଆ ଉଚ୍ଚସ୍ତରୀୟ ତଦନ୍ତକାରୀ ଟିମ୍‌

ପାଟଣାଗଡ, ୩୦ା୪ (ଡି.ଏନ.ଏ.)- ବଲାଙ୍ଗୀର ଜିଲା ପାଟଣାଗଡ ବ୍ଳକ ଅନ୍ତର୍ଗତ ତମିଆଁ-ମୁଦଲସର ସୁକତେଲ ନଦୀ ବ୍ରିଜ ବୁଧବାର ସକାଳେ ମରାମତି ବେଳେ ଭୁଶୁଡି ପଡିଥିଲା। ଭାଙ୍ଗି...

ପଳାଶପଙ୍ଗା ବ୍ୟାଙ୍କ ଅଫ ଇଣ୍ଡିଆରୁ ଚୋରି

ରାଇସୁଆଁ, ୧୦ା୨ (ଡି.ଏନ.ଏ.)-କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ପଳାଶପଙ୍ଗା ନିକଟ ଓସିଏଲା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ରବିବାର ରାତିରେ ତାଲା ତାଡି ଲକ୍ଷାଧିକ...

ଝରାଫୁଲ ମୃତ୍ୟୁ ରହସ୍ୟ: ଭୁବନେଶ୍ୱରରେ ପହଞ୍ଚିଲେ ପ୍ରେମିକ ରାକେଶ

ଭୁବନେଶ୍ୱର,୩।୨(ବ୍ୟୁରୋ) : ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ମାମଲାରେ ଭୁବନେଶ୍ୱରରେ ପହଞ୍ଚିଛି ଯାଜପୁର ପୋଲିସ। ଝରାଫୁଲଙ୍କ ପ୍ରେମିକ ରାକେଶ ସ୍ବାଇଁଙ୍କୁ ସାଙ୍ଗରେ ଆଣି...

ଭାନୁପ୍ରତାପ ଯୋଷୀ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ: ପ୍ରଥମ ମ୍ୟାଚରେ ଗନିଆରୀ ବିଜୟୀ

କୋମନା,୧୦।୯(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ଭେଲାସ୍ଥିତ ହାଇସ୍କୁଲ ଖେଳ ପଡିଆରେ ପ୍ରଥମ ଭାନୁପ୍ରତାପ ଯୋଷୀ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମ...

ବଡ଼ ଭାଇଙ୍କୁ ହତ୍ୟା କରି ବାଡ଼ିରେ ପୋତି ଦେଇଥିଲେ ସାନଭାଇ

ବାଲେଶ୍ୱର ଅଫିସ, ୧୫।୬: ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ବାସୁଚକୁରି ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଗ୍ରାମର ଜଣେ ବ୍ୟକ୍ତି ନିଜ ବଡ଼...

ବାଲେଶ୍ୱରର ୨ ବର୍ଷର ଶିଶୁକନ୍ୟା, ୩୨ ବର୍ଷୀୟ ଯୁବକ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୦ା୪(ବ୍ୟୁରୋ): ସୋମବାର ରାଜ୍ୟରେ ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାଯାଇଛି। ଫଳରେ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ରୁ ବୃଦ୍ଧି ପାଇ...

ଅନାବୃଷ୍ଟି ଦାଉ ସାଧିଲାଣି: ମୁଣ୍ଡରେ ହାତଦେଲେଣି ଚାଷୀ

ଭୁବନେଶ୍ୱର,୨୬।୭(ବ୍ୟୁରୋ): କରୋନା ମହାମାରୀ ଅସ୍ତବ୍ୟସ୍ତ କରୁଥିବା ବେଳେ ରାଜ୍ୟରେ ଅନାବୃଷ୍ଟି ଚାଷ ପାଇଁ ଘାତକ ହେଲାଣି। ଜୁଲାଇ ଶେଷ ହେବାକୁ ବସିଥିବା ବେଳେ ରାଜ୍ୟର ଅଧା...

Advertisement
Archives

Model This Week