ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ କରି ବିଶ୍ୱ ଇତିହାସରେ ଏକ କଳଙ୍କମୟ ଅଧ୍ୟାୟ ସୃଷ୍ଟି କରିଦିଆଗଲା। ଯେଉଁ କେତେକ ପ୍ରଭାବଶାଳୀ ବ୍ୟକ୍ତି ଏହି ଘୃଣ୍ୟ ଦାସତ୍ୱ ପ୍ରଥାକୁ ଉଠାଇବାକୁ ପ୍ରୟାସ କରୁଥିଲେ ସେମାନେ ଲୁଚାଛପାରେ କ୍ରୀତଦାସ ଓ କ୍ରୀତଦାସୀ ରଖୁଥିଲେ। ହାଟରୁ ଲୋକେ ଏମାନଙ୍କ ବୟସ, ସ୍ବାସ୍ଥ୍ୟ, ଦାନ୍ତ ଦେଖି ମୂଲଚାଲ କରି କ୍ରୟ କରୁଥିଲେ। ଏମାନେ ଆଜୀବନ ମାଲିକ ପାଖରେ ଖଟୁଥିଲେ। କ୍ରୀତଦାସୀଙ୍କର ସନ୍ତାନ ମଧ୍ୟ ଆଜୀବନ କ୍ରୀତଦାସ ରୂପେ ବିପର୍ଯ୍ୟସ୍ତ ଜୀବନ ବଞ୍ଚୁଥିଲେ। ଜୀବନରେ ସୁଖ, ସଉକ, ସ୍ବପ୍ନ ବୋଲି କିଛି ନ ଥିଲା।
ଗରିବ ପରିବାରରେ ଜନ୍ମ ନେଇଥିବା ଆବ୍ରାହମ୍‌ ଲିଙ୍କନ ଦାସତ୍ୱ ପ୍ରଥାର ମୂଳୋତ୍ପାଟନ କରିବାପାଇଁ ସଂଗ୍ରାମ ଜାରି ରଖି ବାରମ୍ବାର ନିର୍ବାଚନରେ ପରାସ୍ତ ହୋଇ ମଧ୍ୟ ଭାଙ୍ଗି ପଡ଼ି ନ ଥିଲେ । ସେ ଆମେରିକାର ରାଷ୍ଟ୍ରପତି ପଦ ମଣ୍ଡନ କଲେ। ବହୁ ଘାତ ପ୍ରତିଘାତ ବିରୋଧ ସତ୍ତ୍ୱେ କ୍ରୀତଦାସ ପ୍ରଥାକୁ ଉଠାଇବାକୁ ସକ୍ଷମ ହୋଇଥିଲେ। ଆମ ଦେଶରେ ମୁସଲମାନ ଶାସନ କାଳରେ ପ୍ରଭାବଶାଳୀ ମୁସଲମାନମାନେ କ୍ରୀତଦାସ ଓ କ୍ରୀତଦାସୀ ରଖୁଥିଲେ। କାଳକ୍ରମେ ଏସବୁ କଳଙ୍କିତ ପ୍ରଥା ଉଠିଗଲେ ମଧ୍ୟ ଜମିଦାର ଓ ପ୍ରଭାବଶାଳୀ ଲୋକେ ନିଜ ଘରକାମ ଓ ଚାଷବାସ ବୁଝିବାପାଇଁ ‘କୋଠିଆ’ ରଖୁଥିଲେ। ସକାଳୁ ସଞ୍ଜଯାଏ ମାଲିକ ଘରେ କାମକରି ରାତିରେ ସେମାନେ ଘରକୁ ଫେରନ୍ତି। ଏମାନେ ମାଲିକ ପାଖରୁ ଆଣିଥିବା କରଜ ଶୁଝି ନ ପାରିବା ଏବଂ ଏମାନଙ୍କ ଅନ୍ତେ ପୁଅ ନାତି, ଜମିଦାରଙ୍କ ପୁଅ ନାତି ପାଖରେ ‘କୋଠିଆ’ ରୂପେ ରହିଥାନ୍ତି। ଏହି ପ୍ରଥା ଏବେ ଏକ ପ୍ରକାର ବନ୍ଦ ହୋଇଥିଲେ ମଧ୍ୟ ଆଧୁନିକ ଶିକ୍ଷିତ ମଣିଷ ଦାସତ୍ୱର ଶିକାର ହୋଇଛି।
ଆଧୁନିକ ଦାସତ୍ୱ ଉପରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼େ ପ୍ରତି ୩ଜଣରେ ୨ଜଣ ଏପରି ଦାସତ୍ୱର ଶିକାର ହୋଇଛନ୍ତି। ସର୍ଭେ ଅନୁସାରେ ୨୦୨୧ରେ ପ୍ରାୟ ୫୦ ନିୟୁତ ଭାରତୀୟ ଆଧୁନିକ ଦାସତ୍ୱର ଶିକାର ହୋଇଛନ୍ତି। ଯେଉଁ ସଂଖ୍ୟା ୨୦୧୬ ତୁଳନାରେ ୧୦ ନିୟୁତ ବୃଦ୍ଧିପାଇଛି। ଆଧୁନିକ ଦାସତ୍ୱ କହିଲେ ‘କ୍ରୀତଦାସ’ ‘କୋଠିଆ’ ପରି ଅବସ୍ଥା ନୁହେଁ, ଏହା ସାଧାରଣତଃ ଶୋଷଣକୁ ବୁଝାଏ। ଯେଉଁଥିରେ ଧମକ, ହିଂସା, ବାଧ୍ୟତାମୂଳକ ଶ୍ରମ, ଦାସତ୍ୱପୂର୍ଣ୍ଣ ବିବାହ, ଋଣବନ୍ଧକ, ବଳପୂର୍ବକ ବାଣିଜି୍ୟକ ଯୌନଶୋଷଣ, ମାନବ ଚାଲାଣ ଏବଂ ଶିଶୁମାନଙ୍କ ଶୋଷଣ ଓ ବିକ୍ରୟ ଅନ୍ତଭର୍‌ୁକ୍ତ। ଆଧୁନିକ ଦାସତ୍ୱ ପଛରେ ରହିଛି ଜଳବାୟୁ ପରିବର୍ତ୍ତନ, ଲିଙ୍ଗଗତ ଅସମାନତା, କୋଭିଡ୍‌, ରୁଷ-ୟୁକ୍ରେନ ଯୁଦ୍ଧ, ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ପ୍ରଭୃତି ଆହ୍ବାନ। ବାଲ୍ୟବିବାହ ଓ ଅନାଥ ଶିଶୁମାନଙ୍କୁ ଚାଲାଣ, ରାଷ୍ଟ୍ର ପ୍ରାୟୋଜିତ ଗୋତି ଶ୍ରମିକ ଆଦି ଆଧୁନିକ ଦାସତ୍ୱର ଫଳ। ୨୦୨୧ରେ ପ୍ରାୟ ୩.୯ ନିୟୁତ ଲୋକ ସରକାରୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗୋତି ଖଟିବାକୁ ବାଧ୍ୟ ହୋଇଥିଲେ। ପ୍ରାୟ ୫.୪ ନିୟୁତ ଶିଶୁ ସାରା ବିଶ୍ୱରେ ଅନାଥାଶ୍ରମ ବା ଅନ୍ୟ ଅନୁଷ୍ଠାନରେ ବାସ କରୁଥିବା ଏହି ରିପୋର୍ଟରୁ ପ୍ରକାଶ।
ରିପୋର୍ଟରେ ଦେଶଗୁଡ଼ିକୁ ଦୁଇଭାଗରେ ବିଭକ୍ତ କରାଯାଇଛି, ସର୍ବାଧିକ ପ୍ରଚଳିତ ଓ କମ୍‌ ପ୍ରଚଳିତ। ସର୍ବାଧିକ ପ୍ରଚଳିତ ଦେଶଗଡ଼ିକରେ ଆଧୁନିକ ଦାସତ୍ୱ ଅଧିକ ଦେଖିବାକୁ ମିଳେ। ଏସବୁ ଦେଶରେ ରାଷ୍ଟ୍ର ପ୍ରାୟୋଜିତ ବେକାରି ଓ ଦୁର୍ବଳ ପ୍ରଶାସନ ଦେଖିବାକୁ ମିଳେ। କମ୍‌ ପ୍ରଚଳିତ ଦେଶରେ ଦୃଢ଼ ସରକାର ଥିବାରୁ ସେମାନେ ଆଧୁନିକ ଦାସତ୍ୱ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି। ଉତ୍ତର-କୋରିଆ ଦାସତ୍ୱ କ୍ଷେତ୍ରରେ ସର୍ବାଧିକ ପ୍ରଚଳିତ ରାଷ୍ଟ୍ର ହୋଇଥିବା ବେଳେ ସୁଇଜରଲାଣ୍ଡ କମ୍‌ ପ୍ରଚଳିତ ରାଷ୍ଟ୍ର। ବିଶେଷକରି ଏକଚ୍ଛତ୍ରବାଦୀ ଶାସନର ଅର୍ଥ ଧର୍ମକୁ ନେଇ ଅନେକ କୁ-ସଂସ୍କାର, ଅହିତକାରୀ ପରମ୍ପରାକୁ ଜାବୁଡ଼ି ଧରିବା। ଅର୍ଥନୈତିକ ପ୍ରଗତିରେ ପଛୁଆ ଦେଶରେ ଏହି ଆଧୁନିକ ଦାସତ୍ୱ ଅଧିକ ଦେଖିବାକୁ ମିଳେ। ଆଧୁନିକ ଦାସତ୍ୱ ବିରୋଧରେ ଇଂଲଣ୍ଡ ସର୍ବାଧିକ ୬୭.୯ ପ୍ରତିଶତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ଇରାନ ସବୁଠାରୁ କମ୍‌ ୭.୭ ପ୍ରତିଶତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଉତ୍ତର-କୋରିଆରେ ସର୍ବନିମ୍ନ ବିଯୁକ୍ତ ୨.୬ ପ୍ରତିଶତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଏକଚ୍ଛତ୍ରବାଦୀ ଶାସକ କିମ-ଉନ-ଜଂଗ ଇଙ୍ଗିତରେ ଦେଶ ଚଳେ। ସେ ନିଜର କାକାଙ୍କୁ କୁକୁର ଲଗାଇ ଝୁଣି ଝୁଣି ମାଂସଖାଇବା ଦୃଶ୍ୟ ଦେଖି ଆନନ୍ଦରେ ବିମୋହିତ ହେଉଥିଲେ। ସେଠାରେ ସାଧାରଣ ଜନତାଙ୍କ ଅବସ୍ଥା କ’ଣ ହୋଇପାରେ।

ଅଭିମନ୍ୟୁ ଧଳ
ଓସଂଗରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ମୋ : ୯୮୬୧୦୪୮୦୫୨


Enter your email to get our daily news in your inbox.

All Right Reserved By Dharitri.Com

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ଗୋପବନ୍ଧୁଙ୍କ ତ୍ୟାଗ, ସେବା ଚିର ସ୍ମରଣୀୟ

କୋରାପୁଟ,୯।୧୦(ଅମିତାଭ ବେହେରା): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଶୁକ୍ରବାର କୋରାପୁଟଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ଆୟୋଜିତ ସ୍ମୃତି ସଭାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?