Posted inଜାତୀୟ

ମଡେଲଙ୍କ ପର୍ସନାଲ ଶପର୍‌ ‘ପିଙ୍କି’

ନୂଆଦିଲ୍ଳୀ: ମନି ଲଣ୍ଡରିଂ ମାମଲାରେ ତିହାର ଜେଲରେ ଏବେ କନ୍‌ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖର। ସୁକେଶଙ୍କ ମାମଲାର ତଦନ୍ତରେ ବଲିଉଡ୍‌ର ବହୁ ଅଭିନେତ୍ରୀ ଓ ମଡେଲ୍‌ଙ୍କୁ ସାମିଲ କରାଯାଇଛି। ସୁକେଶକୁ ବଲିଉଡ୍‌ ଆକ୍ଟ୍ରୋସ୍‌ମାନଙ୍କ ନିକଟତର କରିବାରେ ବଡ଼ ମାଧ୍ୟମ ପାଲଟିଥିଲେ ପିଙ୍କି ଇରାନୀ। ଘଟଣାର ଯାଞ୍ଚ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପିଙ୍କିଙ୍କ ନାମ ଚାର୍ଜଶିଟ୍‌ରେ ଉଲ୍ଲେଖ କରିଛି। ଏ ନେଇ ବୁଧବାର ଓ ଗୁରୁବାର ଲଗାତର ଦୁଇଦିନ ଧରି ଇଡି ପିଙ୍କିଙ୍କୁ ଜେରା ମଧ୍ୟ କରିଛି। ୫୩ ବର୍ଷୀୟ ପିଙ୍କିଙ୍କୁ ଇଡି ଜ୍ୟାକ୍‌ଲିନ୍‌ ଫର୍ନାଣ୍ଡିଜ୍‌ଙ୍କ ସମେତ ଅନ୍ୟ ମଡେଲମାନଙ୍କ ପର୍ସନାଲ ଶପର୍‌ ବୋଲି କହିଛି।
ପୂର୍ବରୁ ପିଙ୍କି ଇରାନୀ ଟିଭି ଶୋ’ରେ ଆଙ୍କରିଂ କରୁଥିଲେ। ଏଣ୍ଟରଟେନ୍‌ମେଣ୍ଟ ଇଣ୍ଡଷ୍ଟ୍ରି ପାଇଁ ସେ ବେଶ୍‌ ଜଣାଶୁଣା। ସୁକେଶଙ୍କ ପାଇଁ ବଲିଉଡ୍‌ରୁ ଅଭିନେତ୍ରୀ ଓ ମଡେଲଙ୍କ ସହ ସେ ଯୋଗାଯୋଗ କରୁଥିଲେ। ସୁକେଶଙ୍କ ସହ ଦେଖା କରିବା ଏବଂ ଫୋନ୍‌ ଯୋଗେ କଥା ହେବା ପାଇଁ ପିଙ୍କି ଅଭିନେତ୍ରୀମାନଙ୍କୁ କହୁଥିଲେ। ଏଥିସହ ସେମାନଙ୍କ ପାଇଁ ଦାମୀ ଗିଫ୍ଟ କିଣିବାରେ ସେ କନ୍‌ମ୍ୟାନ୍‌କୁ ସହଯୋଗ କରୁଥିଲେ। ଇନ୍‌ଷ୍ଟାଗ୍ରାମ ଜରିଆରେ ସୁକେଶ ଓ ପିଙ୍କି ୨୦୧୬-୧୭ ମଧ୍ୟରେ ପରିଚିତ ହୋଇଥିଲେ। ସୁକେଶ ତାଙ୍କ ସହିତ ଟ୍ୟାଲେଣ୍ଟ ଏଜେନ୍ସି ସର୍ଭିସ୍‌ ଷ୍ଟାର୍ଟ କରିବାକୁ ଚାହୁଁଥିଲେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରେ ପିଆଇବି ଉପନିର୍ଦ୍ଦେଶକଙ୍କ ପରଲୋକ

ନୂଆଦିଲ୍ଲୀ, ୨୯ା୪: କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ପ୍ରେସ୍‌ ଇନ୍‌ଫରମେଶନ ବ୍ୟୁରୋ(ପିଆଇବି) ଉପନିର୍ଦ୍ଦେଶକ ସଞ୍ଜୟ କୁମାର ଶ୍ରୀବାସ୍ତବ( ୫୬)ଙ୍କ ମଙ୍ଗଳବାର ପରଲୋକ ହୋଇଛି।...

ଏୟାର ଲିଫ୍ଟ, ୩ ଦିନରେ ୨୬ ଉଡାଣ ପାଇଁ ଯୋଜନା…

ନୂଆଦିଲ୍ଲୀ,୧।୩ : ୟୁକ୍ରେନ୍‌ରେ ଫଶି ରହିଥିବା ଛାତ୍ରୀଛାତ୍ର ତଥା ଭାରତୀୟଙ୍କୁ ଅପରେଶନ୍‌ ଗଙ୍ଗା ଅନ୍ତର୍ଗତ ସୁରକ୍ଷିତ ସ୍ବଦେଶ ଫେରାଇ ଅଣାଯିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

ଅଯୋଧ୍ୟାର ଶହନଓ୍ବାଁ ଗାଁରେ ମସଜିଦ୍‌ ନିର୍ମାଣ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୧: ସୁନ୍ନୀ ଓ୍ବାକଫ୍‌ ବୋର୍ଡକୁ ମସଜିଦ୍‌ ନିର୍ମାଣ ପାଇଁ ଅଯୋଧ୍ୟାରେ ୫ ଏକର ଜମି ଯୋଗାଇ ଦେବାକୁ ସୁପ୍ରିମ୍‌କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି...

‘ବାୟୁ’ ପାଇଁ ଭୟ ନାହିଁ ଘରକୁ ଫେରିି ପାରିବେ ସୁରକ୍ଷିତ ସ୍ଥାନରେ ଥିବା ଲୋକେ: ରୂପାନି

ଗାନ୍ଧୀନଗର,୧୪।୬: ସାମୁଦ୍ରିକ ଝଡ଼ ‘ବାୟୁ’ ଏବେ ଆଉ ଗୁଜରାଟ ପ୍ରତି ବିପଦ ସୃଷ୍ଟି କରିବ ନାହିଁ। ଏହା ତା’ର ଦିଗ ବଦଳାଇ ସାରିଛି। ଏହା ପଶ୍ଚିମ...

କରୋନାଭାଇରସରୁ ମୁକ୍ତି ପାଇଁ ବାଲାଜୀଙ୍କ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା

ହାଇଦ୍ରାବାଦ,୭।୨: ତେଲେଙ୍ଗାନାର ଚିଲକୁର ବାଲାଜୀ ମନ୍ଦିରରେ ଗୁରୁବାର ଏକ ସ୍ବତନ୍ତ୍ର ପୂଜାର ଆୟୋଜନ ଦେଖିବାକୁ ମିଳିଥିଲା। ଏହା କରୋନାଭାଇରସରୁ ମୁକ୍ତି ପାଇଁ କରାଯାଇଥିବା କୁହାଯାଏ। ଚାଇନାରେ...

ଭୂତ ଭୟରେ ୪୨ ବର୍ଷ ବନ୍ଦଥିଲା ବେଗୁନ୍‌କୋଦର ଷ୍ଟେଶନ

କୋଲକାତା: ଗୋଟିଏ ରେଲ୍‌ଓ୍ବେ ଷ୍ଟେଶନ ସାଧାରଣ ଜଣେ ମହିଳାଙ୍କ ପାଇଁ ଦୀର୍ଘ ୪୨ ବର୍ଷ ଧରି ବନ୍ଦ ରହିବା ଆଶ୍ଚର୍ଯ୍ୟଜନକ। ବିଶ୍ୱାସ ହେଉ ନ ଥିଲେ...

ଲତା ଦିଦିଙ୍କୁ ମନେପକାଇ ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ ମୋଦି

ମୁମ୍ବାଇ,୨୪।୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମୁମ୍ବାଇରେ ମାଷ୍ଟର ଦିନାନାଥ ମଙ୍ଗେଶକର ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଥମ ଲତା ଦିନାନାଥ ମଙ୍ଗେଶକର...

ନୂଆ ଆକାନ୍ତଙ୍କ ସଂଖ୍ୟା ୨ ଲକ୍ଷରୁ କମ୍‌: ମୃତ୍ୟୁ ସଂଖ୍ୟା ଯୋଗୁ ସ୍ଥିତି ଅସମ୍ଭାଳ…

ନୂଆଦିଲ୍ଲୀ,୨୫।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ଲକ୍‌ଡାଉନ୍‌ ପ୍ରଭାବରୁ ଧୀରେଧୀରେ...

Advertisement
Archives

Model This Week