Posted inଫୁରସତ

ସବୁଠୁ ବଡ଼ ଗାଲ ଥିବା ମଡେଲ, ବିଶ୍ୱରେ ଚର୍ଚ୍ଚିତ

କେଉଁ ମଡେଲ ପତଳା ଅଣ୍ଟାକୁ ନେଇ ପ୍ରସିଦ୍ଧ ତ ଆଉ କିଏ ନିଜ କେଶ, ନଖକୁ ନେଇ ପ୍ରସିଦ୍ଧ। ସେମିତି ଜଣେ ମଡେଲ ତାଙ୍କ ଗାଲକୁ ନେଇ ଖୁବ୍‌ ଚର୍ଚ୍ଚାରେ। ଏହି ଚର୍ଚ୍ଚିତ ମଡେଲଙ୍କ ନା ଆନାସ୍ତାସିଆ ପୋକ୍ରେଶଚୁକ। ସେ ତାଙ୍କ ପୂର୍ବର ଏବଂ ବର୍ତ୍ତମାନର କିଛି ଫଟୋ ଶେୟାର କରିଛନ୍ତି। ୟୁକ୍ରେନର ଏହି ମଡେଲଙ୍କ କହିବା କଥା ତାଙ୍କ ଗାଲ ଦୁନିଆର ସବୁଠୁ ବଡ଼। ସେ ତାଙ୍କର ଗାଲକୁ ଏପରି କରିବା ପାଇଁ ପ୍ଲାଷ୍ଟିକ ସର୍ଜରି କରିଛନ୍ତି। ଫଳରେ ଏକ ନୂଆ ଲୁକ୍‌ ପାଇଛନ୍ତି। ସେ କହିଛନ୍ତି, ୩ ବର୍ଷ ମଧ୍ୟରେ ତାଙ୍କ ଚେହେରାରେ ଅନେକ ପରିବର୍ତ୍ତନ ହୋଇଛି।

ମଡେଲ ଜଣକ ତାଙ୍କର କିଛି ଫଟୋ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଯେତେବେଳେ ତାଙ୍କୁ ୩୦ ବର୍ଷ ହୋଇଥିଲା ସେହି ସମୟର ଫଟୋ। ଫଟୋରେ ଦେଖିବାକୁ ମିଳିଛି ସେତେବେଳେ ତାଙ୍କ ଚେହେରା ଅତି ସାଧାରଣ ଥିଲା। ତାଙ୍କର ଧୂସର ରଙ୍ଗର କେଶ ଥିଲା। ମେକ୍‌ଅପ୍‌ ବି ଖୁବ୍‌ କମ୍‌ ଲଗାଇଥିଲେ। ପରେ ଗାଲକୁ ବଡ଼ କରିବା ପାଇଁ କସ୍‌ମେଟିକ୍‌ ସର୍ଜରିର ସାହାରା ନେଇଥିଲେ। ଏଥିପାଇଁ ତାଙ୍କୁ ୧ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ଆନାସ୍ତାସିଆ ତାଙ୍କର ଏହି ବଡ଼ ଗାଲ ଏବଂ ଓଠ ପାଇଁ ସାରା ବିଶ୍ୱରେ ଚର୍ଚ୍ଚିତ।

ଇନ୍‌ଷ୍ଟାଗ୍ରାମରେ ସେ ଫଟୋ ଶେୟାର କରି ଏଥିରେ କ୍ୟାପଶନ ଲେଖିଛନ୍ତି, ୩୦ ବର୍ଷ ଏବଂ ୩୩ ବର୍ଷର ଫଟୋ। ଯୁବକମାନେ ତୁମେ କେଉଁଟାକୁ ପସନ୍ଦ କରିବ। ତାଙ୍କର ଏହି ଫଟୋକୁ ହଜାର ହଜାର ଲୋକ ପସନ୍ଦ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ମୁଁ ବାମପଟରେ ଥିବା ଫଟୋକୁ ପସନ୍ଦ କରିବି। କାରଣ ଏଥିରେ ତୁମେ ଖୁବ୍‌ ସୁନ୍ଦର ଦିଶୁଛ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଏସବୁ ନକଲି। ଅନ୍ୟଜଣେ ୟୁଜର ଲେଖିଛନ୍ତି, ତିନି ବର୍ଷ ପୂର୍ବେ ତୁମେ ବହୁତ ସୁନ୍ଦର ଥିଲ।

ଆନାସ୍ତାସିଆ କେବଳ ଚେହେରାକୁ ନେଇ ନୁହଁ ବରଂ ତାଙ୍କ ଷ୍ଟାଇଲ୍‌ ମଧ୍ୟ ବଦଳାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ବର୍ଷର ଶିଶୁ ଅନ୍‌ଲାଇନ୍‌ରେ ଅର୍ଡର କଲେ ଲକ୍ଷାଧିକ ଟଙ୍କାର ଜିନିଷ: ଆଉ ତା’ପରେ…

ଆଜିକାଲି ମୋବାଇଲ୍‌ ଯୁବପିଢିଙ୍କ ପାଇଁ ଏକ ନିଶା ପାଲଟିଛି। କରୋନା ସମୟରେ ଅନଲାଇନ୍‌ କ୍ଲାସ୍‌ ଯୋଗୁ ମଧ୍ୟ ମୋବାଇଲ୍‌ ପିଲାମାନଙ୍କ ପାଇଁ ଜରୁରୀ ହୋଇପଡିଛି। ପିଲାଙ୍କୁ...

ଏ ହେଉଛନ୍ତି ରିୟା ଚକ୍ରବର୍ତ୍ତୀଙ୍କ ଘରେ ଚଢ଼ାଉ କରିଥିବା ଆଇଆର୍‌ଏସ୍‌ ଅଫିସର: ଅଜୟ ଦେବଗନ୍‌ଙ୍କ ଫିଲ୍ମର ଅଭିନେତ୍ରୀଙ୍କୁ କରିଛନ୍ତି ବିବାହ

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ତଥା ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଛି। ଘଟଣାରେ ଡ୍ରଗ୍ସ ମୋଡ଼ ଆସିବା...

ଦୂରରେ ଥାଇ ପ୍ରେମୀଯୁଗଳ କରିପାରିବେ କିସ୍‌

ବେଜିଂ: ପ୍ରେମୀଯୁଗଳ ସବୁବେଳେ ଏକାଠି ସମୟ ଅତିବାହିତ କରିବାକୁ ପସନ୍ଦ କରିଥାନ୍ତି। ତେବେ ଯଦି କୌଣସି ପ୍ରେମୀଯୁଗଳ ପରସ୍ପରଠାରୁ ବହୁ ଦୂରରେ ରହୁଥାନ୍ତି, ତେବେ ସେମାନେ...

କାର୍‌ ଥିମ୍‌ ହୋଟେଲ: ଭି ୮

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଥିମ୍‌ରେ ହୋଟେଲ୍‌ କରାଯାଉଛି। ଜର୍ମାନୀ, ଷ୍ଟଟଗାର୍ଟସ୍ଥ ଏକ ହୋଟେଲରେ ବି ସେମିତି କିଛି କରାଯାଇଛି। ଏଠାକାର ଭି୮ ନାମକ...

କେନ୍ଦ୍ରମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଆଇଏଏସ୍‌ ଅଫିସରଙ୍କ ମନ ଜିଣିଲା ଏହି ଭିଡିଓ, ଆପଣ ବି ଦେଖିଲେ…

ସୋସିଆଲ ମିଡିଆରେ କେତେବେଳେ କ’ଣ ଭାଇରାଲ ହେଉଛି ତା’ର ଠିକଣା ନାହିଁ। କିଛି ଭିଡିଓ ଦେଖି ଲୋକେ ହସିହସି ଗଡ଼ିଯାନ୍ତି। ଠିକ୍‌ ଏବେ ଏମିତି ଏକ...

ସୁନା ଘୋଡ଼ା

ଖାଲି ଅଳଙ୍କାର ନୁହେଁ ସୁନାରେ ତିଆରି ସବୁ ଜିନିଷ ଲାଗେ ବେଶ୍‌ ଆକର୍ଷକ। ଠିକ୍‌ ଯେମିତି ଜାପାନରେ ତିଆରି ହୋଇଥିବା ଏକ ସୁନାର ଘୋଡା। ଉକ୍ତ...

ମା’ଙ୍କ ପୂଜାରେ ସମର୍ପିତ ମୁସଲମାନ, ଖ୍ରୀଷ୍ଟିଆନ୍‌: କିଏ ମେଢ଼ ତିଆରି କରୁଛନ୍ତି ତ କିଏ…

ମା’ କେବଳ ମା’। ସେ ସନ୍ତାନର ଲାଳନପାଳନ କରନ୍ତି, ତା’ର ମଙ୍ଗଳ କାମନା କରନ୍ତି। ସଂହାର କରନ୍ତି ତ କେବଳ ଦୁଷ୍ଟ ଶକ୍ତିର। ବିନାଶ କରନ୍ତି...

କାହିଁକି ଆକାଶରେ ଉଡ଼ିଥାଏ ପକ୍ଷୀ ମାତ୍ର ପାରେନି ମଣିଷ, ଜାଣନ୍ତୁ ଏହାର ପଛରେ ଥିବା କାରଣ

ବେଳେବେଳେ ପିଲାଦିନେ ଆମ ସମସ୍ତଙ୍କର ଇଚ୍ଛା ହୋଇଥାଏ, ମୋ’ର ଡେଣା ବା ପକ୍ଷୀ ଥାଆନ୍ତା କି ମୁଁ ବି ଆକାଶରେ ଉଡ଼ନ୍ତି। ଏବେ ବି ଏହି...

Advertisement
Archives

Model This Week