Posted inଖେଳ

୩୩ ବର୍ଷ ହେଲାଣି, କିଛି ଏଭଳି କହି କୋହଲିଙ୍କୁ ପରାମର୍ଶ ଦେଲେ ଶାସ୍ତ୍ରୀ

ନୂଆଦିଲ୍ଲୀ,୨୭।୧: ବର୍ତ୍ତମାନ ନିଜ କ୍ୟାରିୟରର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛନ୍ତି ବିରାଟ କୋହଲି। ଗୋଟିଏ ପଟେ କ୍ରିକେଟର କୌଣସି ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ନ ଥିବା ବେଳେ ଗତ ଦୁଇ ବର୍ଷ ଧରି ସେ ଗୋଟିଏ ବି ଶତକ ହାସଲ କରିନାହାନ୍ତି। ଏଭଳି ସ୍ଥିତିରେ ଦଳରେ କେବଳ ଖେଳାଳି ଭାବେ ରହିବାକୁ ହେଲେ ତାଙ୍କୁ ନିଜର ବ୍ୟକ୍ତିଗତ ପ୍ରଦର୍ଶନ ଉପରେ ଧ୍ୟାନ ଦେବାକୁ ହେବ। ଏହାକୁ ନେଇ ପୂର୍ବତନ ଭାରତୀୟ ପ୍ରଶଂସକ ରବି ଶାସ୍ତ୍ରୀ କୋହଲିଙ୍କୁ ଏକ ବିଶେଷ ପରାମର୍ଶ ଦେଇଛନ୍ତି।

ଶାସ୍ତ୍ରୀ-କୋହଲିଙ୍କ ଯୋଡ଼ି ଦୀର୍ଘ ସମୟ ଏକାଠି ରହିଛନ୍ତି। ଏଣୁ କୋହଲିଙ୍କ ଶକ୍ତି ଏବଂ ଦୁର୍ବଳତା ବିଷୟରେ ଭଲଭାବେ ଜାଣନ୍ତି ଶାସ୍ତ୍ରୀ । ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତରଙ୍କ ସହ ୟୁଟ୍ୟୁବ୍‌ ଚ୍ୟାନେଲରେ କଥାବାର୍ତ୍ତା ସମୟରେ କୋହଲିଙ୍କୁ ପରାମର୍ଶ ଦେଇ ଶାସ୍ତ୍ରୀ କହିଛନ୍ତି, ସେ ଭଲ ଭାବେ ଜାଣନ୍ତି ତାଙ୍କୁ ୩୩ ବର୍ଷ ହେଲାଣି। ଏବେ ତାଙ୍କ ଭିତରେ ୫ ବର୍ଷର କ୍ରିକେଟ ବାକି ଅଛି। ସେ ନିଜକୁ ଶାନ୍ତ ରଖି ବ୍ୟାଟିଂ ଉପରେ ଧ୍ୟାନ ଦିଅନ୍ତୁ। ଗୋଟିଏ ଥରରେ ଗୋଟିଏ ମ୍ୟାଚ୍‌ ବିଷୟରେ ଚିନ୍ତା କରନ୍ତୁ। ଏହାଛଡ଼ା ଖେଳରୁ କିଛି ଦିନ ବିରତି ନେବା ତାଙ୍କ ପାଇଁ ଲାଭଦାୟକ ହେବ। ସେ ଦୁଇରୁ ତିନି ମାସ ବିଶ୍ରାମ ନେବା ପରେ ଫେରିଆସି ଜଣେ ରାଜା ଭାବେ କ୍ରିକେଟ ଖେଳନ୍ତୁ। ମାନସିକ ସ୍ତରରେ ସେ ପ୍ରସ୍ତୁତ ଅଛନ୍ତି। ସେ ତାଙ୍କ କାମ ଏବଂ ଭୂମିକା କ’ଣ ତାହା ଜାଣିଛନ୍ତି। ଏବେ କୋହଲି ଖେଳାଳି ଭାବେ ଅଧିକ ଯୋଗଦାନ ଦେଇ ଦଳକୁ ଜିତିବାରେ ସାହାଯ୍ୟ କରୁଥିବା ଦେଖିବାକୁ ଚାହୁଁଛି ବୋଲି ଶାସ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ପ୍ରଥମେ କାଟିଲେ, ପରେ ଯୋଡ଼ିଲେ

ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?