ଅଳିଆ ଗଦାରେ କ୍ୟାଟ୍‌ଓ୍ବାର୍କ କଲେ ମଡେଲ…

ରାଞ୍ଚି,୩୧।୮: ଜମା ହୋଇ ରହିଥିବା ଗଦାଗଦା ଆବର୍ଜନା ସମ୍ପର୍କରେ ସଚେତନା ସୃଷ୍ଟି କରିବା ଲାଗି ଝାଡ଼ଖଣ୍ଡର ସୁପର ମଡେଲ ସୁରଭୀ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ବାସ୍ଥ୍ୟ ଅଧିକାରୀଙ୍କ ଧ୍ୟାନ ଆକୃଷ୍ଟ କରିବା ଲାଗି ସେ ରାଞ୍ଚିର ଝିିରିଠାରେ ଥିବା ଡମ୍ପି ୟାର୍ଡରେ କ୍ୟାଟ୍‌ଓ୍ବାର୍କ କରିଛନ୍ତି। ଏକ ଲାଲ୍‌ ଡ୍ରେସ୍‌ ପିନ୍ଧି ସୁରଭୀ ଏଭଳି କରିଛନ୍ତି। ସ୍ଥାନୀୟ ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟା ପ୍ରତି ଧ୍ୟାନ ଦେବା ପାଇଁ ଅଳିଆ ଉପରେ କ୍ୟାଟୱାର୍କ କରୁଥିବାର ଭିଡ଼ିଓ ଏବଂ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସୁରଭୀ କହିଛନ୍ତି ଯେ ଦେଶର ବହୁ ଆବର୍ଜନା ଡମ୍ପିଂ ୟାର୍ଡରେ ପ୍ରକ୍ରିୟାକରଣ କାରଖାନା ସ୍ଥାପନ କରି ଅଳିଆ ସଫା କରାଯାଉଛି, କିନ୍ତୁ ରାଞ୍ଚିରେ ଏହା ହେଉନାହିଁ। ଏହି କାରଣରୁ ଆଖପାଖର ଲୋକେ ଅସୁସ୍ଥ ହେଉଛନ୍ତି। ମିସ୍‌ ଝାଡ଼ଖଣ୍ଡ ହୋଇଥିବା ସୁରଭୀଙ୍କର ଏଭଳି ପଦକ୍ଷେପକୁ ଲୋକେ ବେଶ୍‌ ପସନ୍ଦ କରିଛନ୍ତି।
ତେବେ ଏହି କ୍ୟାଟ୍‌ ଓ୍ବାକ ର୍‌ ଶୁଟିଂ ପରେ ସୁରଭୀଙ୍କ ପାଦରେ ସଂକ୍ରମଣ ହୋଇଥିଲା ଏବଂ ତାଙ୍କୁ ଡାକ୍ତରଙ୍କ ନିକଟକୁ ଯିବାକୁ ପଡିଥିଲା।
ଏକ ଆକଳନ ଅନୁଯାୟୀ, ପ୍ରତିମାସରେ ହାରାହାରି ୧୫, ୩୦୦ ଟନ ଆବର୍ଜନା ରାଞ୍ଚିର ଏହି ଡମ୍ପିଂ ୟାର୍ଡରେ ଜମା ହୋଇଥାଏ। ଗୋଟିଏ ବର୍ଷରେ ଏହା ୧.୮୩ ଲକ୍ଷ ଟନ ଛୁଇଁଥାଏ। ଗତ ୧୦ ବର୍ଷ ମଧ୍ୟରେ ଏଠାରେ ୧୬ ଲକ୍ଷ ଟନରୁ ଅଧିକ ଅଳିଆ ଜମା ହୋଇଛି। ଅଭିଯୋଗ ହୋଇଛି ଯେ ରାଞ୍ଚି ମ୍ୟୁନିସିପାଲିଟି କର୍ପୋରେସନ ଗତ ୫ ବର୍ଷ ଧରି ବର୍ଜ୍ୟ ପ୍ରକ୍ରିୟା କରଣ କାରଖାନା ନିର୍ମାଣ ସମ୍ପର୍କରେ କହୁଛି, କିନ୍ତୁ ଏହା ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ। ଫଳରେ ସ୍ଥାନୀୟ ୧୦ ହଜାରରୁ ଅଧିକ ଲୋକଙ୍କ ଜୀବନ କଷ୍ଟକର ହୋଇପଡିଛି।
ଏହି ପରିପ୍ରେକ୍ଷୀରେ, ରାଞ୍ଚି ମ୍ୟୁନିସିପାଲିଟି କର୍ପୋରେସନର ମ୍ୟୁନିସିପାଲିଟି କମିଶନର ମୁକେଶ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ ମ୍ୟୁନିସିପାଲିଟି କର୍ପୋରେସନ ବର୍ଜ୍ୟବସ୍ତୁକୁ ପୁନଃ ବ୍ୟବହାର କରିବାକୁ ଯୋଜନା କରିଛି। ଏଠାରେ ଏକ ବର୍ଜ୍ୟବସ୍ତୁ ରିସାଇକ୍ଲିଂ ପ୍ଲାଣ୍ଟ ସ୍ଥାପନ କରାଯିବ। ଏନେଇ ଟେଣ୍ଡର ଜାରି କରାଯାଇଛି। ଏହି ପ୍ଲାଣ୍ଟରୁ ବିଦ୍ୟୁତ୍‌ ଉତ୍ପାଦନ ଏବଂ ଅନ୍ୟାନ୍ୟ ପ୍ଲାଷ୍ଟିକ ସାମଗ୍ରୀ ତିଆରି କରିବାର ଯୋଜନା ମଧ୍ୟ ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଛିଦିନ ହେଲା ଘରୁ ନିଖୋଜ ଥିଲେ ଯୁବକ, ଆଜି ଖଣିରୁ ମିଳିଲା ମୃତଦେହ, ୨ ଅଟକ

ନୟାଗଡ଼,୧୭ା୫(ଲୋକନାଥ ମିଶ୍ର): ଚାନ୍ଦପୁର ଥାନା ରାଇପଡ଼ା କ୍ରସର ନିକଟସ୍ଥ ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କୁ ହତ୍ୟା କରି ଫୋପଡ଼ା ଯାଇଥିବା ସନ୍ଦେହ ଅଭିଯୋଗ। ଏହି…

ଦେଶକୁ ନିଶାମୁକ୍ତ କରିବା ପାଇଁ ଶାହଙ୍କ ପ୍ରୟାସ ଆରମ୍ଭ; ନିଶାଦ୍ରବ୍ୟ ବିରୋଧରେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୭।୫: ଭାରତକୁ ନକ୍ସଲବାଦରୁ ସଫଳତାର ସହିତ ମୁକ୍ତ କରିବା ପରେ, ସ୍ବରାଷ୍ଟମନ୍ତ୍ରୀ ଅମିତ ଶାହା ଏବେ ଦେଶକୁ ନିଶାମୁକ୍ତ କରିବା ପାଇଁ ଏକ ପ୍ରୟାସ ଆରମ୍ଭ କରିଛନ୍ତି।…

ଭାଉଜଙ୍କ ବାପଘରେ ରହି ପଢୁଥିଲେ ନଣନ୍ଦ, କାଜୁଗଛରେ ଝୁଲୁଛି ମୃତଦେହ

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଗିରିଧିନା ଗ୍ରାମର କାଜୁବଗିଚାର ଏକ ଗଛରୁ ରବିବାର ପୂର୍ବାହ୍ନରେ ଜଣେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ୧୩ ବର୍ଷର…

ଶୁଭେନ୍ଦୁ ସରକାରଙ୍କ ବୁଲଡୋଜର ଆକ୍ସନ, ହାଓଡା ରେଲଓ୍ବେ ଷ୍ଟେଶନ ବାହାରୁ ହଟାଇଲେ…

କୋଲକାତା,୧୭।୫: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ଶୁଭେନ୍ଦୁ ଅଧିକାରୀ ‘ଆକ୍ସନ ମୋଡ’ ରେ ଥିବା ଦେଖାଯାଉଛି। ସମଗ୍ର ବଙ୍ଗଳାରେ ଅରାଜକତା ବିରୁଦ୍ଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ…

ଠିକାଦାରଠାରୁ ଆଖିବୁଜା ଲାଞ୍ଚ ନେଇ ରେଡ୍‌ ହ୍ୟାଣ୍ଡ୍‌ରେ ଧରାପଡ଼ିଲେ ଯନ୍ତ୍ରୀ-ସହଯୋଗୀ, ବିଲ୍‌ କରାଇବା ପାଇଁ କହି…

ଖଣ୍ଡପଡ଼ା,୧୭ା୫: ନୟାଗଡ଼ର ଭାପୁର ଆରଡବ୍ଲ୍ୟୁ ସେକ୍ସନ, କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଏବଂ ତାଙ୍କ ସହଯୋଗୀ ଆଶୁତୋଷ ବଳିଆରସିଂଙ୍କୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ନୟାଗଡ଼…

କଙ୍ଗୋ-ଉଗାଣ୍ଡାରେ ଇବୋଲା ଭାଇରସ ପ୍ରକୋପ; WHO ଘୋଷଣା କଲା ହେଲଥ ଏମରଜେନ୍ସି

କାମ୍ପାଲା,୧୬।୫: ଦୁଇଟି ଆଫ୍ରିକୀୟ ରାଷ୍ଟ୍ରରେ ଇବୋଲା ଭାଇରସର ପ୍ରକୋପ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଏହାକୁ ଏକ…

କୋଇଲା ବ୍ୟବସାୟୀଙ୍କ ଘର ଉପରକୁ ଗୁଳିମାଡ଼

ସୁନ୍ଦରଗଡ଼, ୧୭।୫ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସହରର ପ୍ରତିଷ୍ଠିତ କୋଇଲା ପରିବହନ ବ୍ୟବସାୟୀ ସଞ୍ଜୟ ନନ୍ଦ (ପିଲୁ)ଙ୍କ ବାସଭବନ ଉପରକୁ ଶନିବାର ବିଳମ୍ବିତ ରାତିରେ ଗୁଳିମାଡ଼…

ହର୍ମୁଜ ସଙ୍କଟ ମଧ୍ୟରେ, ଭାରତ ପାଇଁ ଆସିଲା ଦୁଇଟି ଖରାପ ଖବର, ଯାହା ଗଭୀର ଚିନ୍ତାର କାରଣ

ନୂଆଦିଲ୍ଲୀ,୧୭।୫: ସମଗ୍ର ବିଶ୍ୱ ହର୍ମୁଜ ଷ୍ଟ୍ରେଟ ସଙ୍କଟରୁ ସୃଷ୍ଟି ହୋଇଥିବା ତୈଳ ସଙ୍କଟ ସହିତ ସଂଘର୍ଷ କରୁଛି। ଏହା ମଧ୍ୟରେ, ଦୁଇଟି ଘଟଣା ସାମ୍ନାକୁ ଆସିଛି ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri