ବିପର୍ଯ୍ୟୟ ପ୍ରଶମନ ପାଇଁ ମକ୍‌ ଡ୍ରିଲ୍‌

ରାଉରକେଲା,୭।୪(ବିପ୍ଳବ ରଞ୍ଜନ ଦାଶ): ଆର୍‌ଏସ୍‌ପିର ଅକ୍ସିଜେନ ପ୍ଲାଣ୍ଟ ବିଭାଗର ପ୍ରୋପେନ ପ୍ଲାଣ୍ଟ-୩ ପରିସରରେ ଗତ ୪ତାରିଖରେ ନ୍ୟାଶନାଲ ଡିଜାଷ୍ଟର ରେସ୍ପନ୍ସ ଫୋର୍ସ (ଏନ୍‌ଡିଆର୍‌ଏଫ) ଏବଂ ଆର୍‌ଏସ୍‌ପି ଦ୍ୱାରା କାଳ୍ପନିକ ପ୍ରୋପେନ ଗ୍ୟାସ୍‌ ଅଗ୍ନିକାଣ୍ଡର ମୁକାବିଲା ପାଇଁ ଯୁଗ୍ମ ସୁରକ୍ଷା ମକ୍‌ ଡ୍ରିଲ୍‌ ଅନୁଷ୍ଠିତ ହୋଇଯାଇଛି।

ପ୍ରାବଧାନିକ ଆବଶ୍ୟକତା ଅନୁଯାୟୀ କାରଖାନାରେ ଯେକୌଣସି ଗ୍ୟାସ୍‌ ଅଗ୍ନିକାଣ୍ଡ ଜନିତ ସମ୍ଭାବ୍ୟ ଘଟଣାର ମୁକାବିଲା ସକାଶେ ଆର୍‌ଏସ୍‌ପିର ଅନ୍‌ସାଇଟ ଡିଜାଷ୍ଟର ମ୍ୟାନେଜମେଣ୍ଟ ସିଷ୍ଟମର କାର୍ଯ୍ୟଦକ୍ଷତା ତଥା ସମ୍ପୃକ୍ତ ବିଭାଗୀୟ କର୍ମଚାରୀମାନଙ୍କ ପ୍ରସ୍ତୁତିର ଆକଳନ ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଉକ୍ତ ମକ୍‌ ଡ୍ରିଲ୍‌ରେ କାର୍ଯ୍ୟ ବିଭାଗ ନିର୍ବାହୀ ନିର୍ଦ୍ଦେଶକ ବିଶ୍ୱରଞ୍ଜନ ପଲାଇ, ଆର୍‌ଏମ୍‌ସି ଉପାୟୁକ୍ତ ଅନିତା ନାୟକ, ରାଜ୍ୟ ଫ୍ୟାକ୍ଟ୍ରି ଓ ବୟଲର ବିଭାଗ ଉପ-ନିର୍ଦ୍ଦେଶକ ବିଭୂ ପ୍ରସାଦ, ସହକାରୀ ନିର୍ଦ୍ଦେଶକ ଏସ୍‌. କେ. ରାଉତ, ମେଣ୍ଟେନାନ୍ସ ବିଭାଗର ସିଜିଏମ ଇନ୍‌ଚାର୍ଜ ଏସ୍‌. ଏସ୍‌ ରାୟଚୌଧୁରୀ, ଇଏମ୍‌ଡି ବିଭାଗ ସିଜିଏମ୍‌ ପି. ଏସ୍‌ କନ୍ନନ, ସର୍ଭିସେସ ବିଭାଗ ସିଜିଏମ୍‌ ଆତିଶ ଚନ୍ଦ୍ର ସରକାର, ପରିବେଶ ଓ ୟୁଟିଲିଟି ବିଭାଗ ସିଜିଏମ୍‌ ହୀରାଲାଲ ମହାପାତ୍ର, ସୁରକ୍ଷା ବିଭାଗ ଜିଏମ୍‌ ଅବକାଶ ବେହେରା, ଅଗ୍ନିଶମ ସେବା ବିଭାଗ ଡିଜିଏମ ଏମ୍‌. ଆଇ ସୋଙ୍କୁଶରେ, ସିଆଇଏସ୍‌ଏଫ୍‌ର ଡେପୁଟି କମାଣ୍ଡାଣ୍ଟ ବି. କୁମାର ତଥା ଆରଏସ୍‌ପି, ସିଆଇଏସ୍‌ଏଫ୍‌,ଏନ୍‌ଡିଆର୍‌ଏଫ୍‌ ଓ ଓଡ୍ରାଫ୍‌ର ବହୁ ଅଧିକାରୀ ଉପସ୍ଥିତ ଥିଲେ।

ଉକ୍ତ ଯୁଗ୍ମ ମକ୍‌ ଡ୍ରିଲରେ ପଲାଇ ଏଭଳି ଅଭ୍ୟାସ ପରିସୀମାକୁ କାରଖାନାର ଅଞ୍ଚଳକୁ ବ୍ୟାପ୍ତ କରିବାରେ ଗୁରୁତ୍ୱାରୋପ କରିଥିଲେ। ମକ୍‌ ଡ୍ରିଲରେ ଏନ୍‌ଡିଆର୍‌ଏଫ୍‌, ଅଗ୍ନିଶମ ସେବା ବିଭାଗ, ଅକ୍ସିଜେନ ପ୍ଲାଣ୍ଟ ଓ ସିଆଇଏସ୍‌ଏଫ୍‌ ବିଭାଗକୁ ନେଇ କାର୍ମିକମାନେ କମ୍ବାଟ ଦଳ, ରେସକ୍ୟୁ ଦଳ ଏବଂ ଆନୁଷଙ୍ଗିକ ଦଳ ଭାବେ ଅଂଶଗ୍ରହଣ କରିଥିଲେ। ଉଲ୍ଲେଖନୀୟ, ସମ୍ଭାବ୍ୟ ବିପଦର ନିପୂଣ ମୁକାବିଲା ପାଇଁ ଏଭଳି ସୁରକ୍ଷା ଡ୍ରିଲ୍‌ ସାରା କାରଖାନା ମଧ୍ୟରେ ବିଭିନ୍ନ ସମୟରେ ଅନୁଷ୍ଠିତ ହେଉଛି। ଅକ୍ସିଜେନ ପ୍ଲାଣ୍ଟ ବିଭାଗ ଜିଏମ୍‌ ଇନ୍‌ଚାର୍ଜ ଏସ୍‌. ଏସ୍‌. ସାଇନିଙ୍କ ମାର୍ଗଦର୍ଶନରେ ଜିଏମ୍‌ ଉଲ୍ଲାସ ଭୂଜବଳ ଏବଂ ସୁରକ୍ଷା ବିଭାଗ ଡେପୁଟି ମ୍ୟାନେଜର ବିଶ୍ୱଜିତ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri