ଆଜିଠାରୁ ମହଙ୍ଗା ହେଲା ମୋବାଇଲ ରିଚାର୍ଜ

ଭୁବନେଶ୍ୱର,୩।୭(ଅଭୟ ଦାଶ): ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀଗୁଡ଼ିକ ବିଭିନ୍ନ କାରଣ ଦର୍ଶାଇ ୨୦୨୪ ଜୁଲାଇ ୩ରୁ ନୂଆ ତାରିଫ୍‌ ପ୍ଲାନ୍‌ ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏପରିକି ଆଜିଠାରୁ କମ୍ପାନୀଗୁଡ଼ିକ ନୂଆ ଦର ଲାଗୁ କରିବା ସହ ମୋବାଇଲ୍‌ ରିଚାର୍ଜ ପ୍ଲାନ୍‌ଗୁଡ଼ିକ ମହଙ୍ଗା ହେବ ବୋଲି ରିଲାଏନ୍ସ ଜିଓ, ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ପ୍ରମୁଖ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। କମ୍ପାନୀଗୁଡିକ ମୋବାଇଲ ଶୁଳ୍କ ବୃଦ୍ଧି କରି ନୂଆ ପ୍ଲାନ୍‌ ଆରମ୍ଭ କରିଛନ୍ତି। ଏହି ବୃଦ୍ଧି ପରେ ଗ୍ରାହକଙ୍କ ଉପରେ ଖର୍ଚ୍ଚର ଭାର ବଢ଼ିଛି। ଏନେଇ ଲୋକଙ୍କ ମଧ୍ୟରେ ବିଶେଷକରି ଯୁବପିଢ଼ିଙ୍କ ଚିନ୍ତା ବଢ଼ିଯାଇଛି।

ଇଟିର ଏକ ରିପୋର୍ଟ ଅନୁଯାୟୀ, ଶୁଳ୍କ ବୃଦ୍ଧି ପରେ ବାର୍ଷିକ ଅତିରିକ୍ତ ୪୭,୫୦୦ କୋଟି ଟଙ୍କା ଗ୍ରାହକଙ୍କ ଖର୍ଚ୍ଚ ବଢ଼ିବା ସମ୍ଭାବନା ରହିଛି। ନିକଟରେ ଟେଲିକମ୍‌ କମ୍ପାନୀଗୁଡିକ ଦେଶର ଗ୍ରାହକଙ୍କୁ ୫ ଜି ନେଟ୍‌ୱର୍କ ଯୋଗାଇବା ପାଇଁ ବିପୁଳ ପୁଞ୍ଜି ବିନିଯୋଗ କରିଛନ୍ତି। ବର୍ତ୍ତମାନ ୫-ଜି ସେବା ପାଇବା ପାଇଁ ଗ୍ରାହକମାନଙ୍କୁ ୭୧ ପ୍ରତିଶତ ଅଧିକ ଦେବାକୁ ପଡ଼ିବ। ଯଦି କମ୍ପାନୀଗୁଡିକ ପ୍ରତି ଉପଭୋକ୍ତାଙ୍କଠାରୁ ହାରାହାରି ୧୫ରୁ ୧୭ ପ୍ରତିଶତ ଦେୟ ବୃଦ୍ଧି କରିଥାନ୍ତେ, ତେବେ ମଧ୍ୟ କମ୍ପାନୀଗୁଡ଼ିକ ସେମାନଙ୍କର ଲାଭାଂଶ ପାଇପାରିବେ ବୋଲି ବିଶେଷଜ୍ଞମାନଙ୍କର ମତ ରହିଛି। ରିଲାଏନ୍ସ ଜିଓ ଏବଂ ଏୟାରଟେଲର ୫ଜି ସେବା ପାଇବା ପାଇଁ ପୂର୍ବ ଅପେକ୍ଷା ଗ୍ରାହକଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଜିଓ ଗ୍ରାହକମାନଙ୍କୁ ୫-ଜି ସେବା ପାଇଁ ପୂର୍ବ ଅପେକ୍ଷା ୪୬ ପ୍ରତିଶତ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏୟାରଟେଲ ବ୍ୟବହାରକାରୀଙ୍କ ପାଇଁ ଏହି ଖର୍ଚ୍ଚ ୭୧ ପ୍ରତିଶତରୁ ଅଧିକ। ନୂତନ ଶୁଳ୍କ ଯୋଜନା ଅନୁଯାୟୀ, ରିଲାଏନ୍ସ ଜିଓ ବ୍ୟବହାରକାରୀଙ୍କୁ ପ୍ରତିଦିନ ୨ ଜିବି ଡାଟା ପାଇଁ ୩୪୯ ଟଙ୍କା ଦେବାକୁ ପଡ଼ିବ। ଏହା ପୂର୍ବରୁ ଗ୍ରାହକମାନେ ୨୩୯ ଟଙ୍କା ବେସ୍‌ ପ୍ୟାକ୍‌ ଉପରେ ପ୍ରତିଦିନ ୧.୫ ଜିବି ଡାଟା ପାଇପାରୁଥିଲେ। ଯେଉଁଠାରେ ଏୟାରଟେଲ ବ୍ୟବହାରକାରୀଙ୍କୁ ପ୍ରତିଦିନ ୨.୫ ଜିବି ଡାଟା ପାଇଁ ୪୦୯ ଟଙ୍କା ଦେବାକୁ ପଡିବ। ପୂର୍ବରୁ ଗ୍ରାହକଙ୍କୁ ୧.୫ ଜିବି ଡାଟା ପାଇଁ ମାତ୍ର ୨୩୯ ଟଙ୍କା ଦେବାକୁ ପଡୁଥିଲା।

୨୦୨୧ ଡିସେମ୍ବରରୁ ମୋବାଇଲ ଟେଲିକମ୍‌ କମ୍ପାନୀଗୁଡ଼ିକ ମୋବାଇଲ ଶୁଳ୍କ ବୃଦ୍ଧି କରି ନ ଥିଲେ। ଗୋଲ୍ଡମ୍ୟାନ ସ୍ୟାଚ୍‌ଙ୍କ ଆକଳନ ଅନୁଯାୟୀ, ଜିଓ ତାରିଫ୍‌ ପ୍ଲାନ୍‌ ଶୁଳ୍କ ବଢ଼ାଇବାକୁ ନିଷ୍ପତ୍ତି ନେବା ପରେ ପ୍ରତ୍ୟେକ ଉପଭୋକ୍ତାଙ୍କ ଖର୍ଚ୍ଚ ହାରାହାରି ୧୭ ପ୍ରତିଶତ ବୃଦ୍ଧି ହେବା ସମ୍ଭାବନା ରହିଛି। ଏୟାରଟେଲ ଏହାର ମୋବାଇଲ ଶୁଳ୍କ ଯୋଜନାକୁ ୧୧ ରୁ ୨୧ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏହା ବ୍ୟତୀତ ଭୋଡାଫୋନ ଏବଂ ଆଇଡିଆ ମଧ୍ୟ ସେମାନଙ୍କ ଶୁଳ୍କ ଯୋଜନାକୁ ୧୦ ରୁ ୨୩ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ତେବେ ଏନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri