Posted inଜାତୀୟ

ସରକାରୀ କାର୍ଯ୍ୟାଳୟରେ ମୋବାଇଲ ଫୋନ୍‌ ବନ୍ଦ ହେବା ଆବଶ୍ୟକ: ହାଇକୋର୍ଟ…

ଚେନ୍ନାଇ, ୧୫।୩ : ସରକାରୀ କର୍ମଚାରୀଙ୍କୁ ଅଫିସ ସମୟରେ ମୋବାଇଲ ଫୋନ ବ୍ୟବହାର କରିବାକୁ ଦିଆଯିବା ଉଚିତ ନାହିଁ ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି। ଜଷ୍ଟିସ ଏସ.ଏମ. ସୁବ୍ରମଣ୍ୟମଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ତାମିଲନାଡୁ ରାଜ୍ୟ ସରକାରଙ୍କୁ ଏହି ବିଷୟରେ ନିୟମ ପ୍ରସ୍ତୁତ କରିବାକୁ ଏବଂ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଖଣ୍ଡପୀଠ କହିଛନ୍ତି ଯେ ’ଯଦି ଜରୁରୀକାଳୀନ କଲ ଥାଏ, ତେବେ ସିନିୟରଙ୍କ ଅନୁମତି ନେଇ ଅଫିସ ବାହାରକୁ ଯାଇ ଏହାକୁ ରିସିଭ୍‌ ଯାଇପାରିବ। ଏହା ବ୍ୟତୀତ, ଯେକୌଣସି ପରିସ୍ଥିତିରେ, ମୋବାଇଲ ଫୋନ ସୁଇଚ ଅଫ କିମ୍ବା ସାଇଲେଣ୍ଟ୍‌ କିମ୍ବା ଭାଇବ୍ରେଶନ ମୋଡରେ ରଖିବା ଉଚିତ।

ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେଇ ଖଣ୍ଡପୀଠ କହିଛନ୍ତି ଯେ ସରକାରୀ କାର୍ଯ୍ୟାଳୟରେ ଅନୁଶାସନ ରହିବା ଜରୁରୀ। ଖଣ୍ଡପୀଠ ଏହା ମଧ୍ୟ କହିଛନ୍ତି ଯେ ଅଫିସରେ ମୋବାଇଲ ଫୋନ ବ୍ୟବହାର ମାମଲା ବୃଦ୍ଧି ପାଉଛି। ଏହା କାର୍ଯ୍ୟ ଉପରେ ପ୍ରଭାବ ପକାଉଛି। ଏହି ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରି ସରକାର ଏକ ସର୍କୁଲାର ଜାରି କରିବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି।

ଜଣେ କର୍ମଚାରୀ ତାଙ୍କ ସାଥୀଙ୍କ ଭିଡିଓ ପ୍ରସ୍ତୁତ କରୁଥିବାରୁ ନିଲମ୍ବିତ ହୋଇଥିବା ଏକ ପିଟିଶନର ଶୁଣାଣି ବେଳେ ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତ ବର୍ଷ ମହାରାଷ୍ଟ୍ର ସରକାର ମଧ୍ୟ କହିଥିଲେ ଯେ କର୍ମଚାରୀମାନେ ଅଫିସରେ ଅତି କମ ସମୟ ମୋବାଇଲ ଫୋନ ବ୍ୟବହାର କରିବା ଉଚିତ। ସରକାର ଏହା ମଧ୍ୟ କହିଥିଲେ ଯେ ଲ୍ୟାଣ୍ଡଲାଇନ ଫୋନ କଥା ହେବା ପାଇଁ ବ୍ୟବହାର କରାଯାଇପାରିବ।

ମହାରାଷ୍ଟ୍ର ଜେନେରାଲ ଆଡମିନିଷ୍ଟ୍ରେସନ ବିଭାଗ ଦ୍ୱାରା ଜାରି କରାଯାଇଥିବା ଏକ ଆଦେଶରେ କୁହାଯାଇଥିଲା ଯେ ଅଫିସ ସମୟରେ ମୋବାଇଲ ଫୋନ ବ୍ୟବହାର କରିବା ସରକାରଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାଗ୍ୟ ବଦଳାଇଦେଲା ବାତ୍ୟା ‘ନିଭାର’: ସମୁଦ୍ର କୂଳରୁ ସୁନା ଖୋଜୁଛନ୍ତି ଗ୍ରାମବାସୀ

ହାଇଦ୍ରାବାଦ,୨୯ା୧୧: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାରେ ଗତ ଗୁରୁବାର ଏକ ବାତ୍ୟା ‘ନିଭାର’ ତାଣ୍ଡବ ରଚିଥିଲା। ତେବେ ଏହି ଝଡ଼ କମିଯିବା ପରେ ସ୍ଥାନୀୟ ଲୋକେ...

ବେଆଇନ ନିର୍ମାଣ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ସିଲ୍‌ କରି ଲେଭାନା ହୋଟେଲକୁ ଭାଙ୍ଗିବାକୁ ନିର୍ଦ୍ଦେଶ

ଲକ୍ଷ୍ନୌ,୫।୯: ଉତ୍ତରପ୍ରଦେଶର ଲକ୍ଷ୍ନୌ ସ୍ଥିତ ଲେଭାନା ହୋଟେଲକୁ ନେଇ ପୋଲିସ ଏକ ବଡ଼ ସୂଚନା ଦେଇଛି। ନକ୍ସା ପାସ୍‌ ନ କରି ଏହି ହୋଟେଲ ନିର୍ମାଣ...

କଂଗ୍ରେସର ରୋଡ ଶୋ’କୁ ନେଇ ଅଭିଯୋଗ: କୋଭିଡ ନିୟମ ସହ ଆଚରଣ ବିଧିର ହୋଇଛି ଉଲ୍ଲଂଘନ

ନୂଆଦିଲ୍ଲୀ,୧୧ ।୨: ମୁରାଦାବାଦରେ କଂଗ୍ରେସ ପ୍ରାର୍ଥୀଙ୍କ ଦ୍ୱାରା ଡୋର ଟୁ ଡୋର ପ୍ରଚାର କରିବାର ଅନୁମତି ନେଇ ରୋଡ ଶୋ’ର ଆୟୋଜନ କରାଯାଇଥିବା ଅଭିଯୋଗରେ ମାମଲା...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର, ୮।୧୧: ନିଜ କାର୍ଯ୍ୟରୁ ବାଦ୍‌ ଆସୁନି ପାକିସ୍ତାନ। ଜମ୍ମୁ-କଶ୍ମୀରରେ ପାକିସ୍ତାନ ପକ୍ଷରୁ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ପାକିସ୍ତାନ ସେନା ଭାରତୀୟ ସୀମାରେ ଗୁଳିମାଡ...

ଭିଡିଓ କନ୍‌ଫରେନ୍ସ ଜରିଆରେ ରୋଗୀଙ୍କ ଜୀବନ ବଞ୍ଚାଇଲେ ଡାକ୍ତର

ନୂଆଦିଲ୍ଲୀ, ୩୦।୭: ଜାତୀୟ ରାଜଧାନୀ ଦିଲ୍ଲୀସ୍ଥିତ ସାର୍‌ ଗଙ୍ଗାରାମ ହସ୍ପିଟାଲର ଡାକ୍ତରମାନେ ଭିଡିଓ କନ୍‌ଫରେନ୍ସ ଜରିଆରେ ଜଣେ ରୋଗୀଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି। ଲିଭର ଫେଲ୍ୟୁଅର...

‘ଧ୍ୟାନ ହଟାଉଛନ୍ତି ମୋଦି ସରକାର, ବିଲ ଲାଗୁ କରିବାର ଅଛି ତ ଏବେ କରନ୍ତୁ’, ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୨।୯: ମହିଳା ସଂରକ୍ଷଣ ବିଲ ସମ୍ପର୍କରେ କଂଗ୍ରେସ ଏମପି ରାହୁଲ ଗାନ୍ଧୀ କେନ୍ଦ୍ରର ମୋଦି ସରକାରଙ୍କ ଉପରେ ଖୁବ ବର୍ଷିବା ସହ କହିଛନ୍ତି ସରକାର ଧ୍ୟାନ...

ରକ୍ତ ଦାନ କରି ଗୋଟିଏ କୁକୁରକୁ ବଞ୍ଚାଇଲା ଆଉ ଏକ କୁକୁର

ନରସିଂହପୁର,୨୬।୭: ମଧ୍ୟ ପ୍ରଦେଶର ନରସିଂହପୁର ଅନ୍ତର୍ଗତ ସୈସରା ଗାଁରେ ରକ୍ତଦାନକୁ ନେଇ ଏକ ଭିନ୍ନ ଉଦାହରଣ ଦେଖିବାକୁ ମିଳିଛି। ମନୁଷ୍ୟ ରକ୍ତଦାନ କରିବା କଥା ସମସ୍ତେ...

୨୦୨୪ ନିର୍ବାଚନ ଲଢ଼ିବେ ପ୍ରଶାନ୍ତ

ମୁଜାଫରପୁର,୨୦।୯: ବିଗତ ଏକ ବର୍ଷ ଧରି ବିହାରର ବିଭିନ୍ନ ଜିଲାରେ ଜନ ସୁରାଜ ପଦଯାତ୍ରା କରୁଥିବା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର(ପିକେ) ଏବେ ମୁଜାଫରପୁର ଜିଲାର...

Advertisement
Archives

Model This Week