Posted inଖେଳ

ବନ୍ଧୁକ ମୂନରେ ମୁମ୍ବାଇ ଇଣ୍ଡିଆନ୍ସ କ୍ରିକେଟରଙ୍କଠାରୁ ଛଡ଼ାଇ ନେଲେ ମୋବାଇଲ-ବ୍ୟାଗ…

ଜୋହାନ୍ସବର୍ଗ,୬।୨ : ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଟି-୨୦ ଲିଗରେ ଖେଳାଳିଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ବାସ୍ତବରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବା ଫାବିଆନ ଆଲେନଙ୍କ ମୋବାଇଲ ଫୋନ ଏବଂ ବ୍ୟାଗରେ ଥିବା ଅନ୍ୟାନ୍ୟ ବହୁମୂଲ୍ୟ ସାମଗ୍ରୀ ବନ୍ଧୁକ ମୁନରେ ଚୋରମାନେ ଛଡ଼ାଇ ନେଇ ଯାଇଛନ୍ତି। ଆଲେନ ତାଙ୍କ ହୋଟେଲରୁ ବାହାରକୁ ଯିବାବେଳେ ଏହି ଘଟଣା ଘଟିଥିଲା। ଯେଉଁଠାରେ ଆଲାନ ରହୁଥିଲେ ସେହି ହୋଟେଲ ହେଉଛି ସହରର ସବୁଠାରୁ ବଡ ହୋଟେଲ । କିନ୍ତୁ ଏହା ସତ୍ତ୍ୱେ, ଆଲେନଙ୍କ ସହିତ ଏହି ଘଟଣା ସ୍ପଷ୍ଟ ଭାବେ ଦର୍ଶାଉଛି ଦକ୍ଷିଣ ଆଫ୍ରିକା ଟି-୨୦ ଲିଗରେ ଖେଳାଳିଙ୍କ ପାଇଁ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା କେତେ ଖରାପ।

ଫାବିଆନ ଆଲେନ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ଲିଗରେ ପାର୍ଲ ରୟାଲ୍ସ ଦଳ ପାଇଁ ଖେଳୁଛନ୍ତି। ଜୋହାନ୍ସବର୍ଗର ସାଣ୍ଡଟନ ସନ ହୋଟେଲ ଛାଡିବା ସମୟରେ ତାଙ୍କ ସହ ଏହି ଡକାୟତି ହୋଇଥିଲା। ଡକାୟତି ପରେ ଆଲେନ ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡକୁ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ବର୍ତ୍ତମାନ ସମୟରେ ଫାବିଆନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସେ କୌଣସି ପ୍ରକାର ଆଘାତ ପାଇନାହାନ୍ତି ବୋଲି ୱେଷ୍ଟଇଣ୍ଡିଜ କ୍ରିକେଟ ବୋଡ କହିଛି।

ଜଣେ ଅଧିକାରୀ ଆଲେନଙ୍କ ସହିତ ମଧ୍ୟ ନିରନ୍ତର ଯୋଗାଯୋଗରେ ଅଛନ୍ତି। ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡର ଜଣେ ଅଧିକାରୀ କହିଛନ୍ତି ଆମର ମୁଖ୍ୟ ପ୍ରଶିକ୍ଷକ ଆଣ୍ଡ୍ରେ କୋଲି ଏବଂ ଫାବିଆନ ଆଲେନ ନିରନ୍ତର ସମ୍ପର୍କରେ ଅଛନ୍ତି। ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି, କିନ୍ତୁ ଏହି ଘଟଣା ପରେ ଦକ୍ଷିଣ ଆଫ୍ରିକା ଟି -୨୦ ଲିଗରେ ଖେଳାଳିଙ୍କ ସୁରକ୍ଷାକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି।

ଦକ୍ଷିଣ ଆଫ୍ରିକା ଟି -୨୦ ଲିଗର ଏହା ଦ୍ୱିତୀୟ ସିଜନ। କିନ୍ତୁ ବିଶେଷ କଥା ହେଉଛି ଆଲେନଙ୍କ ସହ ଡକାୟତି ପ୍ରଥମ ଘଟଣା ନୁହେଁ। ଏପରିକି ଏହି ଲିଗର ପ୍ରଥମ ସିଜିନରେ ଜଣେ ଖେଳାଳିଙ୍କ ସହ ଡକାୟତି ମାମଲା ସାମ୍ନାକୁ ଆସିଥିଲା। ଏହା ସତ୍ତ୍ୱେ ଖେଳାଳିଙ୍କ ନିରାପତ୍ତାରେ ଏତେ ବଡ ବିଫଳତା ଏହି ଲିଗରେ ଦେଖିବାକୁ ମିଳିଛି ।

ଫାବିଆନ ଆଲେନ ମଧ୍ୟ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଛନ୍ତି। ସେ ତାଙ୍କ ଆଇପିଏଲ କ୍ୟାରିୟରରେ ଏପର୍ଯ୍ୟନ୍ତ ମୋଟ ୫ ଟି ମ୍ୟାଚ ଖେଳିଛନ୍ତି। ଯେଉଁଥିରେ ସେ ୧୪ ରନ ସ୍କୋର କରିବା ସହିତ ୨ ୱିକେଟ ନେଇଛନ୍ତି।  ଆଲେନ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବା ସହିତ ଏବଂ ୨୦୨୦ ରେ ସନରାଇଜର୍ସ ହାଇଦ୍ରାବାଦରେ ଯୋଗ ଦେଇଥିଲେ। ୨୦୨୧ ରେ ପଞ୍ଜାବ କିଙ୍ଗ୍ସ ପାଇଁ ମଧ୍ୟ ଖେଳିିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri